Pradipta Sundar Rath

Inspirational

3  

Pradipta Sundar Rath

Inspirational

ମୁ ବି ଦିନେ ବହୁତ ବଡ ପିଅନ ହେବି-2

ମୁ ବି ଦିନେ ବହୁତ ବଡ ପିଅନ ହେବି-2

4 mins
128


ମୁ ବି ଦିନେ ବହୁତ ବଡ ପିଅନ ହେବି (ଭାଗ -2 )


"ବିନୟ ମନରେ ଯେଉଁ ତାର ବାପାଙ୍କ ପ୍ରତି ଟିକେ ହୀନ ଭାବ ରହିଥିଲା ତାହା ସଂପୂର୍ଣ୍ଣ ଭାବେ ଦୂରେଇ ଯାଇଥିଲା ।ଅବଶ୍ଯ ଯେହେତୁ ତା ବାପା ବହୁତ ପରିଶ୍ରମ କରି ତାକୁ ପଢଉଛନ୍ତି ସେ ମାନୁଥିଲା ..କିନ୍ତୁ କାହିଁକି କେଜାଣି ତା ବାପାଙ୍କ ଚାକିରି ପାଇଁ ସେ ବାପାଙ୍କୁ ଛୋଟ ଆଖିରେ ଦେଖି ବସିଥିଲା ।କିନ୍ତୁ ଏବେ ସବୁ ଭ୍ରମ ତାର ଦୂରେଇ ଯାଇଥିଲା ।ଏବେ ଯିଏ ବି ତାକୁ ଥଟ୍ଟା କରି କହିଲେ ସେ ମନ ଦୁଃଖ ନକରି ତା ବାପା କହିଥିବା ପିଅନ ଶବ୍ଦ ର ସେହି ଅର୍ଥ ଟି କହି ବହୁତ ଖୁସି ହେଉଥିଲା ।ପିଅନ ମାନଙ୍କ କାମ କଣ ...ଏହିପରି ବହୁତ କିଛି ଜାଣିବା ପାଇଁ ତାର ମଧ୍ଯ ଆଗ୍ରହ ବଢିଯାଇଥିଲା ,ଏଣୁ ସେ ନିଜ ସ୍କୁଲରେ ତା ବାପାଙ୍କୁ ଓ ଅନ୍ୟ ପିଅନଙ୍କୁ ସବୁବେଳେ ଲକ୍ଷ୍ବ କରୁଥିଲା କିପରି କରୁଛନ୍ତି ଏବଂ କଣ କରୁଛନ୍ତି ...ବେଳେ ବେଳେ ଖେଳ ଛୁଟି ରେ ନଖେଳି ଯାଇ ସାହାଯ୍ଯ କରିଦେଉଥିଲା ତା ବାପାଙ୍କୁ ତାଙ୍କର କାମରେ ।ବିନୟ ବି ଏକ ମେଧାବୀ ଛାତ୍ର ଥିଲା ।ଏମିତିକି ଖରା ଛୁଟି ହେଉ ଅବା ଦଶହରା ଛୁଟି ଯେତେବେଳେ ସମସ୍ତେ ଖେଳ କୁଦରେ ବ୍ୟସ୍ତ ରହୁଥିଲେ ସେତେବେଳେ ସେ ଆସି ନିଜ ଗାଁର ପୋଷ୍ଟ ପିଅନ ଅଙ୍କଲ କୁ ସାହାଯ୍ଯ କରୁଥିଲା ।ଏହିସବୁ କାମ କରିବାକୁ ତାକୁ ଯେପରି ମଜା ଲାଗୁଥିଲା ..ପାଠ ପଢେ ଆଉ ଯେତେବେଳେ ଖାଲି ସମୟ ମିଳେ ଏପରି ସବୁ କାମ କରେ ।ସବୁବେଳେ ସବୁ କାମରେ ସଭିଙ୍କୁ ସାହାଯ୍ୟ କରିବାକୁ ସେ ଚେଷ୍ଟା କରୁଥାଏ ।

 ଏହିପରି ବିନୟର ସ୍କୁଲ ଜୀବନ କଟିଯାଇଥିଲା ...ଏବେ ଦଶମ ପରେ ସେ 2 ବିଜ୍ଞାନ ପଢିବା ପାଇଁ ନିଜ ଗାଁ ଠୁ ଦୂର ଏକ ଜୁନିୟର କଲେଜରେ ଆଡମିଶନ କରିଥିଲା ।ପାଠ ତ ପଢୁଥିଲା କିନ୍ତୁ ତାର ଆଉ କାହିଁ ମନ ଲାଗୁନଥିଲା ଖେଳା ଖେଳି ବା ମୋବାଇଲ୍ ରେ ଟାଇମ୍ ପାସ୍ କରିବା ପାଇଁ ।ସେ ସଂପର୍କ କରିଥିଲା ପ୍ରଥମେ ତାର ନିକଟସ୍ଥ ଏକ ବେସରକାରୀ ଟିଉସନ ସେଣ୍ଟର ରେ ରାତିରେ 3 ଘଣ୍ଟା ପିଅନ ଭାବେ କାମ କରିବା ପାଇଁ ।ତାର ବି ଧାରଣା ଥିଲା ସେ ନିଜର hobby କୁ ଉପଭୋଗ କରିବା ସହ ନିଜର ପଢା ପାଇଁ କିଛି ଅର୍ଥ ଉପାର୍ଜନ ତ କରିପାରିବ ।

 ବିନୟ ଏକ ଶିକ୍ଷିତ ଓ ବୁଦ୍ଧିମାନ ପିଲା ଥିଲା ।ସେ ଧୀରେ ଧୀରେ କାମ କରିବା ସହ ଏହା ନଜର ରେ ରଖିଦେଇଥିଲା କେତେବେଳେ କଣ କରିବାକୁ ପଡୁଛି ନିତିଦିନ ।ଯେପରିକି ପ୍ରତି କ୍ଲାସ ରୁମ୍ କୁ ସବୁଦିନ ଚକ୍ ଖଡି ଡଷ୍ଟର ନେବାକୁ ପଡିଥାଏ ପୁଣି ଯେଉଁ ବିଷୟ ପଢାହେଉଛି ସେ ବିଷୟର କିଛି ପାଠ୍ୟ ଉପକରଣ ..ଯେପରିକି ଭୂଗୋଳ ପଢାହେବା ସମୟରେ ମାନଚିତ୍ର ଓ ଗ୍ଲୋବ୍ ର ଆବଶ୍ୟକତା ଥାଏ ।

 ବିନୟ ନିଜର କାମକୁ ଅତି ସହଜ କରିବା ପାଇଁ ପ୍ରତି କ୍ଲାସ୍ ରୁମ୍ ରେ ସେ ଏକ ଛୋଟ ଛୋଟ କାଚର ବକ୍ସ ରଖିଦେଇଥିଲା ..ଏବେ ସେ ସବୁଦିନ ପ୍ରଥମେ ସବୁ କ୍ଲାସ ରୁମରେ ସେ ଦିନର ଟାଇମ୍ ଟେବୁଲ୍ ଅନୁସାରେ ଯାହା ଯାହା ଆବଶ୍ୟକ ସେସବୁ ଆଣି ସେ ବକ୍ସ ରେ ରଖିଦେଉଥିଲା ।ଯଦ୍ୱାରା ବାରମ୍ବାର ଶିକ୍ଷକ ମାନଙ୍କୁ ତାକୁ ଡାକିବାକୁ ପଡୁନଥିଲା ।ଯେହେତୁ ବିନୟ ଶିକ୍ଷିତ ଥିଲା ସେ ଭଲଭାବେ ଜାଣିଥିଲା କେତେବେଳେ କଣ କଣ ଦରକାର ବୋଲି ।ଏବେ ସେ ବଳକା ସମୟରେ ନିଜ ପାଠ ପଢୁଥିଲା ।ଏପରିକି ସେ କେଉଁ ସମୟରେ ସଭିଙ୍କୁ ଚା ଦରକାର ତାହା କହିବା ଆଗରୁ ପହଞ୍ଚାଇ ଦେଉଥିଲା ।

  ଏହି ଭିତରେ ବିନୟ ର ଜଣେ ସାଙ୍ଗ ଯାହାର ପ୍ରକୃତରେ ଆର୍ଥିକ ଅସୁବିଧା ଥିଲା ।ବିନୟ ତାକୁ ସାହାଯ୍ଯ କରିବା ପାଇଁ ସେହି କୋଚିଙ୍ଗ୍ ସେଣ୍ଟର ର କର୍ତ୍ତୃପକ୍ଷଙ୍କ ସହ କଥା ହେଲା ଯେ -ଆପଣ ମୋତେ ଯେତିକି ଦରମା ଦେଉଛନ୍ତି ସେତିକି ଦେବେ ...କିନ୍ତୁ ମୁ ମୋ ଦରମାରେ ମୋର ଗୋଟେ ପିଲାକୁ ଆଣି ରଖିବି ଯାହା ପାଇଁ ଆପଣଙ୍କୁ କିଛି ଖର୍ଚ୍ଚ କରିବାକୁ ପଡିବନି ।ଆମେ ଦୁଇଜଣ ମିଶି ଦେଢ ଘଣ୍ଟା ଦେଢ ଘଣ୍ଟା କାମ କରିବୁ ।

  ଏହିପରି ଚାଲିଥିଲା ତା କାମ ।ହଠାତ୍ ତା ମନକୁ ଏକ ସୁନ୍ଦର ଚିନ୍ତା ଆସିଲା ...ସେ ଏହିପରି ପିଅନ କାମ କରିବାକୁ ଭାବିଲା ...ସେ ନିଜର କିଛି ସହପାଠୀଙ୍କ ସହ ସଂପର୍କ ମଧ୍ଯ ରଖିଲା ।ଏବେ ସେ ସେ ଟିଉସନ ସେଣ୍ଟର ରେ ନିଜେ କାମ କରୁନଥିଲା କିନ୍ତୁ 3 ଘଣ୍ଟା ରେ ତାର 3 ଜଣ ସହପାଠୀ ଯାଇ କାମ କରୁଥିଲେ ସେହି ସମାନ ପଇସାରେ ।ଏହାଦ୍ବାରା ପିଲାମାନଙ୍କୁ ଟାଇମ୍ ପାସ୍ ଭାବେ କେବଳ ଗୋଟେ ଘଣ୍ଟା ଦେବାକୁ ପଡୁଥିଲା ଆଉ କିଛି ଅର୍ଥ ବି ଉପାର୍ଜନ କରିପାରୁଥିଲେ ।

  ବିନୟ ନିଜର ଏହି ଯୋଜନାକୁ ନିକଟସ୍ଥ ଏକ ବେସରକାରୀ ସ୍କୁଲ ରେ ଜଣାଇଥିଲା ।ତା ମତରେ ସ୍କୁଲ୍ କର୍ତ୍ତୃପକ୍ଷ କେବଳ ତାକୁ ନିଜର ସମସ୍ତ ପିଅନ ମାନଙ୍କୁ ଯେତିକି ପଇସା ଦେଉଛନ୍ତି ସେତିକି ପଇସା ବିନୟକୁ ଦେଇଦେବେ ...।ଏପରିକି ଯେପରି ସେ ସ୍କୁଲ୍ ର ପିଅନ କାମ ସଂପୂର୍ଣ୍ଣ ଭାବେ ବିନୟ ଦାୟୀତ୍ବରେ ।

ଏବେ ସେ ସ୍କୁଲ୍ ର ସାତ ଘଣ୍ଟା କୁ ନିଜର ସାତ ଜଣ ସାଙ୍ଗ ମାନଙ୍କ ଭିତରେ ବାଣ୍ଟିଦେଇ ସଭିଙ୍କ ର ଟାଇମ୍ ପାସ୍ ସହ କିଛି ଅର୍ଥ ଉପାର୍ଜନ କରିବାର ବାଟ ଖୋଲିଦେଇଥିଲା ।ଏ କାମ ଅତି ମଜା ଲାଗୁଥିଲା ..କାରଣ କିଛି ସମୟ କିଛି ଛୋଟ ଛୋଟ ପିଲାଙ୍କ ସହ କାଟିବ ।ଏମିତିରେ ବି ବିନୟ ପୂର୍ବଭଳି ଏପରି ବ୍ୟବସ୍ଥା କରିଦେଇଥିଲା ଯାହାଦ୍ବାରା ବେଶୀ ପରିଶ୍ରମ ପଡୁନଥିଲା କାହାକୁ ।

 ତାର ଅଞ୍ଚଳରେ ଏହା ଏକ ବିଜିନେସ୍ ପରି ହେଇ ଯାଇଥିଲା ।ସବୁ ସ୍କୁଲ୍ କଲେଜରେ ପାର୍ଟ୍ ଟାଇମ୍ ଭାବେ କିଛି ଷ୍ଟୁଡେଣ୍ଟସ ମାନେ ଯାଇ କାମ କରୁଥିଲେ ।ଏସବୁ ର ବିଜିନେସ୍ ବୁଝାବୁଝି କରୁଥିଲା ବିନୟ ।

  ଆଉ କେହି ମଧ୍ଯ ଛୋଟ ଭାବୁନଥିଲେ ପିଅନ କାମ କୁ ।ବିନୟ ର ଖେଳ ଛୁଟିର ପିଅନ କାମ ଆଜି ସମସ୍ତଙ୍କ ପାଇଁ ଗୋଟେ ଖେଳ ପରି ହେଇଯାଇଥିଲା ।

  ବିନୟ ର ଏବେ 2 ବିଜ୍ଞାନ ସରିଯାଇଥିଲା ...ତାର ଇଛା ଥିଲା ବାହାରକୁ ଯାଇ JEE କୋଚିଙ୍ଗ୍ ନେଇ ଈଜିନିୟରିଙ୍ଗ କରିବ ବୋଲି ।

 ଏବେ ସେ ଏହି ବିଜିନେସ୍ ର ଦାୟୀତ୍ବ ତାର ବାପାଙ୍କୁ ଦେଇ ଚାଲିଯାଇଥିଲା ପଢିବାକୁ ।...... (କ୍ରମଶଃ )


Rate this content
Log in

Similar oriya story from Inspirational