The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Ranjit Sahu

Abstract Tragedy Inspirational

4  

Ranjit Sahu

Abstract Tragedy Inspirational

ମୋତେ ଯେତେ ମାଠିବୁ ମାଠେ

ମୋତେ ଯେତେ ମାଠିବୁ ମାଠେ

4 mins
24.2K


"ଜାଣିଛନ୍ତି ମୁଁ ଏ ଖପୁରି ଆଉ ଅଧା ଜଳା ସିଗାରେଟ କାହିଁକି ରଖିଛି କାଚ ଆଲମାରୀ ଭିତରେ?" ଡଃ ଜଗନ୍ନାଥ ପଚାରିଲେ ନିଜ ସାମ୍ନାରେ ବସିଥିବା କିଶୋର ସାହୁ ବାବୁଙ୍କୁ ତାଙ୍କ ଅଫିସରେ ଗୋଟିଏ ପାର୍ଶ୍ଵରେ ଥିବା କାଚ ଆଲମାରୀଟିକୁ ଦେଖେଇ । ଆଲମାରୀର ମଝି ଥାକରେ ଥୁଆ ହୋଇଥାଏ ଗୋଟିଏ ମଣିଷ ଖପୁରୀର ମୋଡେଲ ଆଉ ଗୋଟିଏ ଅଧା ଜଳା ସିଗାରେଟ । ନିଜର ଶ୍ଵାସ ରୋଗ ନିମନ୍ତେ ଔଷଧ ନେବାକୁ ଆସିଥିଲେ କିଶୋର ସାହୁ ବାବୁ, ଡ଼ଃ ଜଗନ୍ନାଥଙ୍କ ପାଖକୁ । ଦୀର୍ଘ ତେଇଶି ବର୍ଷର ସମ୍ପର୍କ ସେମାନଙ୍କର ରୋଗୀ ଆଉ ଚିକିତ୍ସକ ଭାବରେ; ତେଣୁ ମଝିରେ ମଝିରେ ଦୁଇ ପଦ ସୁଖ ଦୁଃଖ ମଧ୍ୟ ହୋଇ ଯାଆନ୍ତି । ପୂର୍ବ ସପ୍ତାହରେ କିଶୋର ସାହୁ ବାବୁଙ୍କର ଗୋଟିଏ ପୁଅ କର୍କଟ ରୋଗରେ ମୃତ୍ୟୁ ବରଣ କରିଥିଲା । ଡାକ୍ତରଙ୍କର ଅନେକ ଚେଷ୍ଠା ପରେ ମଧ୍ୟ ତାହାର ଜୀବନ ରକ୍ଷା ହୋଇ ପାରି ନଥିଲା । ସେ ବିଷୟ ନେଇ କିଛି ବୁଝେଇବାକୁ ଚେଷ୍ଠା କରୁଥିଲେ ଡ଼ଃ ଜଗନ୍ନାଥ କିଶୋର ସାହୁଙ୍କୁ ।


 "କର୍କଟ ରୋଗର ଗୋଟିଏ ମୁଖ୍ୟ କାରଣ ହେଲା ଧୂଆଁ ପତ୍ରର (ଟୋବାକୋର) ବ୍ୟବହାର । ଏହାର ସେବନ ଦ୍ଵାରା କର୍କଟ ରୋଗ ହେବାର ସମ୍ଭାବନା ବଢ଼ି ଯାଇଥାଏ । ଆଜି କାଲି ଆପଣ ଯୁବକ ମାନଙ୍କୁ ଅଳ୍ପ ବୟସରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ଦେଖୁଛନ୍ତି । ଟୋବାକୋ ସେବନ ଏହାର ଗୋଟିଏ ମୁଖ୍ୟ କାରଣ । ସିଗାରେଟ ଧୂଆଁରେ ଜଣେ କେବଳ ନିଜର ନୁହେଁ ଅନ୍ୟର ସ୍ଵାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପକେଇଥାଏ । ଏହି ମୋଡେଲଟିକୁ ମୁଁ ଲୋକ ମାନଙ୍କୁ ସେହି ବାର୍ତ୍ତା ଦେବା ଲାଗି ରଖିଛି," ଡ଼ଃ ଜଗନ୍ନାଥ କହିଲେ । 

ଖପୁରିଟିକୁ ଆଉ ଥରେ ଦେଖିଲେ ସାହୁ ବାବୁ । ହଁ ଜୀବନ୍ତ ମଣିଷଟିଏକୁ ସିଗାରେଟ ଧୂଆଁ ଖପୁରୀରେ ପରିଣତ କରି ସାରିଥିଲା, ଭସ୍ମୀଭୂତ କରିଥିଲା ତାହାର ଅତୀତ ଆଉ ଭବିଷ୍ୟତ । ହୋଇ ପାରେ ତାଙ୍କର ପୁଅ ମଧ୍ୟ ସେମାନଙ୍କୁ ମଧ୍ୟରୁ ଜଣେ । ସତ୍ୟତାକୁ ବୁଝି ସାରିଥିଲେ ସାହୁ ବାବୁ । କିନ୍ତୁ ନିଜର ବଡ଼ପଣକୁ କମିବାକୁ ଦେଲେନି । 

" ମୋର ଦେହ ସୁସ୍ଥ, ମୁଁ ବାର ବର୍ଷ ବୟସରୁ ପରା ଧୂମ୍ର ପାନ କରୁଛି, ଏ ଯାଏଁ କିଛି ହେଇନି ! ତାହାର ବୋଧହୁଏ ଅନ୍ୟ କିଛି କାରଣରୁ କର୍କଟ ରୋଗ ହେଇଥିଲା," କହିଲେ ସାହୁ ବାବୁ ।


 "କିନ୍ତୁ ଆପଣଙ୍କ ଶ୍ଵାସ ରୋଗ ମଧ୍ୟ ଅଛି, ତେଣୁ ଆପଣ ସିଗାରେଟ ପିଇବା କଥା ନୁହଁ," ଡ଼ଃ ଜଗନ୍ନାଥ କହିଲେ । 

"ମୁଁ କଣ ସଦା ବେଳେ ପିଉଛି? ଏମିତି କେତେବେଳେ ଟେନ୍ସନ ହେଲେ କି ବୋର ହେଲେ ପିଉଛି ନା," ଉତ୍ତର ଦେଲେ ସାହୁ ବାବୁ ।

 କିଛି ସମୟ ନୀରବ ରହିଲେ ଡ଼ଃ ଜଗନ୍ନାଥ । ସାହୁ ବାବୁଙ୍କର ନାଡୀ ଆଉ ବି.ପି. ଦେଖିଲେ । 

"ଆପଣଙ୍କ ରକ୍ତଚାପ ମଧ୍ୟ ବଢୁଛି, ଧୁମ୍ରପାନ ଗୋଟିଏ କାରଣ," ଡ଼ଃ ଜଗନ୍ନାଥ କହିଲେ । 

"ଏ ଯେଉଁ ଅଘଟଣଟି ଘଟିଲା ଏବେ ଆମ ପରିବାରରେ, ସେଥି ଯୋଗୁଁ ଯୋଗୁଁ ବୋଧେ । ଧୀରେ ଧୀରେ ଠିକ ହେଇଯିବ, ଜନ୍ମ ମରଣ ଜୀବନର ସତ୍ୟତା ," ଉତ୍ତର ଦେଲେ ସାହୁ ବାବୁ । 

କିଛି ସମୟ ପର୍ଯ୍ୟନ୍ତ ଚାଲିଲା ସେମାନଙ୍କ ବାର୍ତ୍ତାଳାପ । 

'ସବ ଜାନତା ହୈ' ମାନସିକତାର ସାହୁ ବାବୁ ଡ଼ଃ ଜଗନ୍ନାଥଙ୍କ ପ୍ରତି ପରାମର୍ଶକୁ ଅନ୍ୟ ଭାବରେ ପରିଭାଷିତ କରି ଚାଲିଥିଲେ ।


 ଔଷଧ ଲେଖୁ ଲେଖୁ ଡ଼ଃ ଜଗନ୍ନାଥ କହିଲେ,"ମୋର ଆଜି କାଲି ରୋଗୀ ସଂଖ୍ୟା ବଢ଼ି ଗଲେଣି । ମୋ ଦ୍ଵାରା ଆଉ ଏତେ କାମହୋଇ ପାରୁ ନାହିଁ । ତେଣୁ ମୁଁ ମୋର ଅନେକ ପୁରୁଣା ରୋଗୀଙ୍କୁ କହୁଛି ଅନ୍ୟ ଡ଼ାକ୍ତରଙ୍କୁ ଖୋଜିବା ଲାଗି । ଲିଷ୍ଟଟା ଲୋଟେରୀ କରିକି ନିଷ୍ପତି ନେଇଛି କାରଣ ମୋ ପାଇଁ ସମସ୍ତେ ସମାନ । ମୁଁ ଦୁଃଖିତ ଏହା ପରେ ଆଉ ଆପଣଙ୍କର ଏବଂ ଆପଣଙ୍କର ପରିବାରର ସଦସ୍ୟଙ୍କୁ ଅନ୍ୟ ଚିକିତ୍ସକ ଖୋଜିବାକୁ ପଡ଼ିବ । ଏତେ ବର୍ଷ ଯାଏଁ ମୋ ଉପରେ ଭରସା ରଖି ଥିବାରୁ ଆପଣଙ୍କୁ ଧନ୍ୟବାଦ ଜଣାଉଛି । ମୋର ଅନ୍ୟ ଜଣେ ରୋଗୀଙ୍କୁ ଦେଖିବାର ଅଛି । କମ୍ପାଉଣ୍ଡର ଆପଣାକୁ ଔଷଧ ଦେଇଦେବ ଏବଂ ଅନ୍ୟ ସବୁ ରିପୋର୍ଟ ପାଇଯିବେ ଲ୍ୟାବରୁ । ନମସ୍କାର," ଡ଼ଃ ଜଗନ୍ନାଥ ବାହାରିଗଲେ କକ୍ଷରୁ ।


 କିଶୋର ସାହୁ ନମସ୍କାର ଜଣେଇ ଚାଲିଗଲେ ବାହାରକୁ । କମ୍ପାଉଣ୍ଡର ସାମ୍ନାରେ ଲମ୍ବା ଧାଡି ଲାଗିଛି । ଅଧା ଘଣ୍ଟା ଲାଗିବ ନିଶ୍ଚୟ । ହସ୍ପିଟାଲ ବାହାରେ ରାସ୍ତା କଡରେ ଗଛ ମୂଳେ କିଛି ସମୟ ଟିକିଏ ଆରମ୍ଭ କରିବା ମନ୍ଦ ହେବ ନାହିଁ ! ଗଛ ତଳେ ନିଜ ପକେଟରୁ ସିଗାରେଟ ବାହାର କରି ଜାଳି ତାକୁ ନିଜ ଓଠ ମଝିରେ ଦବେଇଲେ ସାହୁ ବାବୁ । କି ଶାନ୍ତି ସତରେ ଏ ସିଗାରେଟର ଧୂଆଁରେ ! ସହରରେ ଥିବା ଅନ୍ୟ ପୁଅଟେ ତାଙ୍କ ପଠେଇ ଦଉଛି ବେଳକୁ ବେଳ ! ସିଗାରେଟ ବିନା କଣ ବଞ୍ଚି ହୁଏ?

“ଦେଖନ୍ତୁ କେମିତି ନିର୍ଲଜ ମଣିଷଟିଏ, ପୁଅ କର୍କଟ ରୋଗରେ ମରିକି ଦଶ ଦିନ ହେଇନି, ଗଛ ଛାଇ ତଳେ ଠିଆ ହେଇକି ସିଗାରେଟ ଫୁଂକୁଛି!" ଦୂରରେ ଯାଉଥିବା କିଛି ଚିହ୍ନା ଲୋକଙ୍କ ଟିପ୍ପଣୀକୁ ଶୁଣି ଅଶୁଣା କରି ଦେଇଥିଲେ ସାହୁ ବାବୁ ! ଲୋକେ ତ କହିବେ, ସେଥି ପାଇଁ କଣ ମଣିଷ ନିଜ ସ୍ବେଛାରେ ବଞ୍ଚିବା ଛାଡି ଦେବ?

ରାସ୍ତାର ବିପରୀତ ଦିଗରେ ଯାଉଥିବା ଛୋଟ ଝିଅଟେ ମାଆର ହାତକୁ ଟାଣି ସାହୁ ବାବୁଙ୍କ ଆଡକୁ ଇଙ୍ଗିତ କରି ପଚାରିଲା," ମା ସେ ବୁଢା ଅଙ୍କଲ ବି କଣ ବାପାଙ୍କ ଭଳି ଭଗବାନଙ୍କ ପାଖକୁ ଯିବେ କି? ସିଏ ମଧ୍ୟ ଧୂଆଁ ଛାଡ଼ୁଛନ୍ତି !”

ମହିଳାଟି ସାହୁ ବାବୁ ତାଙ୍କ ଆଡେ ଚାହିଁବା ଦେଖି ଝିଅଟିର ମୁଁହରେ ହାତ ଦେଇ ତାକୁ ଟାଣି ଟାଣି ନେଇଗଲା ଏକ ରକମ । ପୁଣି ଆକାଶକୁ ଚାହିଁ ଆଉ ଥରେ ଧୂଆଁ ଛାଡିଲେ ସାହୁ ବାବୁ ଆଉ ହିସାବ ଲଗେଇଲେ ଧାଡି ସରିବା ଲାଗି ଆଉ ଦୁଇଟା ସିଗାରେଟ ତ ନିଶ୍ଚୟ ଲାଗିବ! ଆଉ ଦୁଇଟା ସିଗାରେଟ ସାରିଲା ବେଳକୁ ତାଙ୍କ ପାଳି ଆସି ଯାଇଥିଲା । 


"ସାର କଣ ଆପଣଙ୍କୁ ଅନ୍ୟ ଚିକିତ୍ସକ ଖୋଜିବାକୁ ପରାମର୍ଶ ଦେଇଛନ୍ତି?" କମ୍ପାଉଣ୍ଡର ପଚାରିଲା । ମୁଣ୍ଡ ହଲାଇ ସହମତି ପ୍ରକଟ କଲେ କିଶୋର ସାହୁ । କିଛି ଭାବି ଚୁପ ରହିଗଲେ କମ୍ପାଉଣ୍ଡର ଜଣଙ୍କ । ସାହୁ ବାବୁଙ୍କ ପରେ କେବଳ ଆଉ ଜଣେ ବ୍ୟକ୍ତି ଥିଲେ । ତାଙ୍କୁ ଔଷଧ ଦେଇ କମ୍ପାଉଣ୍ଡର ଚାଲି ଗଲେ ଡ଼ଃ ଜଗନ୍ନାଥଙ୍କ ପାଖକୁ ।

 "ସାର କଥାଟିଏ ପଚାରିବାର ଥିଲା," କମ୍ପାଉନ୍ଦେର କହିଲେ । ତାଙ୍କ ଆଡକୁ ଚାହିଁଲେ ଡଃ ଜଗନ୍ନାଥ ।

“"ସାର ଆପଣ କଣ ସାହୁ ବାବୁଙ୍କୁ ଅନ୍ୟ ଚିକିତ୍ସକ ଖୋଜିବାକୁ ପରାମର୍ଶ ଦେଇଛନ୍ତି?"କମ୍ପାଉନ୍ଦେର କହିଲେ ।


 "କିଛି ଲୋକ ସୁଧୁରିବେ ନାହିଁ । ସେମାନଙ୍କ ପଛରେ ସମୟ ବ୍ୟୟ କରିବା ଅପେକ୍ଷା ଯେଉଁ ମାନେ ବଦଳିବାକୁ ରାଜି ସେମାନଙ୍କ ପଛରେ ସମୟ ବ୍ୟତୀତ କରିବା ଉଚିତ । ଆଜି ମଧ୍ୟ ଦୁନିଆଁରେ ମଣିଷ ଅଛନ୍ତି ଯେଉଁ ମାନେ ନିଜର ସ୍ଵାର୍ଥ, ସୁଖ ଆଉ ଅହଂ ଭାବ ବଜାୟ ରଖିବାକୁ ଅନ୍ୟକୁ କଷ୍ଟ ଦେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ଝୁଣ୍ଟିପଡି ଯିଏ ଚାଲି ନ ଶିଖିଛି ଆଉ ବାରମ୍ବାର ଝୁଂଟିବାକୁ ନିଜର ପ୍ରକୃତି କରିନିଏ, ତାକୁ ଚାଲି ଶିଖେଇବା ପାଇଁ ଯିଏ ଉଦ୍ୟମ କରେ, ତାହା ଠାରୁ ହୁଏତ ଅଜ୍ଞାନୀ କେହି ନାହିଁ । ମୁଁ ପଇସା ଲାଗି ପ୍ରାକ୍ଟିସ କରୁନି, ଲୋକଙ୍କ ସେବା ଲାଗି କରୁଛି,ତେଣୁ ଜଣେ ଦି ଜଣ କି ଦଶ ଜଣ କମି ଗଲେ ମୋତେ କିଛି ପ୍ରଭାବ ପଡ଼ିବନି । ସବୁ ରୋଗର ଚିକିତ୍ସା ସମ୍ଭବ କିନ୍ତୁ ମୂର୍ଖ ମଣିଷର ଗଣ୍ଠି ଦୃଢ ଥାଏ, ତାହାର କୌଣସି ଚିକିତ୍ସା ନାହିଁ, " ଡ଼ଃ ଜଗନ୍ନାଥ ଉତ୍ତର ଦେଲେ । 


ଡଃ ଜଗନ୍ନାଥ ପୁଣି ଲାଗି ଗଲେ ନିଜ କାମରେ । କମ୍ପାଉଣ୍ଡର ଜଣକ ଭାବିବାକୁ ଲାଗିଲେ, ସମସ୍ତେ ଯଦି ଭଲ କଥା ଶୁଣି ଥାଆନ୍ତେ ଆଉ ଭଲ ଜୀବନ ଶୈଳୀ ବ୍ୟତୀତ କରିଥାନ୍ତେ, ଡ଼ଃ ଜଗନ୍ନାଥଙ୍କୁ କଣ ଲୋକଙ୍କୁ ବୁଝେଇବାକୁ ଆଲମାରୀ ଭିତରେ ମୋଡେଲକୁ ଏମିତି ରଖିବାକୁ ପଡି ଥାଆନ୍ତା?


Rate this content
Log in

More oriya story from Ranjit Sahu

Similar oriya story from Abstract