ମୋନିକା ଡାଏରୀ (ଭାଗ -୧୫)
ମୋନିକା ଡାଏରୀ (ଭାଗ -୧୫)
ମୋନିକାଙ୍କ ଡାଏରୀର କିଛି ପୃଷ୍ଠାରେ ଜାଣି ଜାଣି ଦାଗ କରାଯାଇଛି । ଏମିତି ସେମିତି ଦାଗ ନୁହେଁ କଲମର ସ୍ୟାହି ଢାଳିବାର ଦାଗ । ଯିଏ ବି ମୋନିକାର ହତ୍ୟାକାରୀ ସେ ନିଜେ ଜାଣି ଜାଣି ପୃଷ୍ଠାର କିଛି କିଛି ଅଂଶ ଯେଉଁଠିକି ହତ୍ୟା ବିରୁଦ୍ଧରେ ପ୍ରମାଣ ମିଳିବା ସ୍ୱରୂପ କିଛି ଲେଖା ଯାଇଥିଲା ସେଇ ସ୍ଥାନକୁ ନଷ୍ଟ କରିଛନ୍ତି । ତଥାପି ସେଥିରୁ ଆମେ ସବୁକିଛି ଜାଣି ପାରିଚୁ । ହତ୍ୟାକାରୀ ଅତି ଚାଲାଖିର ସହିତ ସବୁକିଛି ପ୍ରମାଣକୁ ଘୋଡେ଼ଇ ରଖିବା ସହିତ ବେଶ୍ ଭଲ ଭାବରେ ଅନ୍ୟ ମୁଣ୍ଡରେ ଅଠା ବୋଳି ଖସିଯିବ ବୋଲି ଭାବି ନେଇଥିଲା । ହେଲେ ସେ ଏଇଟା ବୁଝି ନଥିଲା ଯେ ସତ୍ୟ ଯେତେ ପ୍ରୟାସ ପରେ ବି ଲୁଚି ରହି ପାରିବନି । ଅସତ୍ୟର ପ୍ରଭାବ କେବେ ବି ସତ୍ୟ ଉପରେ ବେଶୀ ସମୟ ପଡ଼ି ପାରିବନି । ଏତେ ମୁଣ୍ଡଖଟେଇ ସେ ସବୁ ତଥ୍ୟକୁ ତ ଛପେଇ ଦେଇଥିଲା । ହେଲେ ନିଜର ହାତକୁ ପୋଛିବାକୁ ଭୁଲି ଯାଇଥିଲା । ସମୟ ଅଭାବ କାରଣରୁ ଯାହାବି କିଛି ସେ ତରତର ହେଇ କରିଥିଲା ସେଥିରେ ସେ ଗୋଟେ ଛୋଟ ଭୁଲ୍ କରିଦେଇଥିଲା ।
ଆଉ ସେଇ ଛୋଟ ଭୁଲ୍ ପାଇଁ ଆଜି ସେ ଧରା ପଡ଼ି ଯାଇଛି । ଆମ ପୋଲିସ୍ ଟିମ୍ ସହିତ ବିଚାର କରି ଏବଂ ସମସ୍ତ ପାରିବାର ଲୋକ ତଥା ପଡ଼ୋଶୀଠୁ ନେଇକି ଆନେକଙ୍କ ସହିତ କଥା ହେଇ ସନ୍ଧାନ ନେଇ ଆମେ ତାକୁ ଜାଣି ପାରିଛୁ । ସଙ୍ଗେ ସଙ୍ଗେ ମୋହନ କହିଛନ୍ତି, ଜାଣି ପାରିଛନ୍ତି ଯଦି ତେବେ ଆଉ ଡେରି କରନ୍ତୁ ନାହିଁ । କୁହନ୍ତୁ ପ୍ରଥମେ କିଏ ସିଏ, ଆଉ କାହିଁକି ସେ ଏମିତି କରିଥିଲେ । କଣ ତାଙ୍କର ଉଦ୍ଦେଶ୍ୟ ଥିଲା ମୋର ମୋନିକାକୁ ମାରିବା ପଛରେ । ମୋ ଜାଣିବାରେ ମୋନିକା ତ କେବେବି କାହାର ଅନିଷ୍ଟ କରି ନଥିଲେ । ଆଉ ଯଦି ବି ସେଇ ପିଲା ମାନଙ୍କ ପାଇଁ ଭଲ ଭବିଷ୍ୟତ ଚିନ୍ତାରେ ସିଏ ପୋଲିସ୍ ର ସହାୟ ନେଇ ସେ ଗନ୍ତବ୍ୟ ସ୍ଥଳରେ ଚାଲୁଥିବା ସବୁ ନକରାତ୍ମକ କାର୍ଯ୍ୟକୁ ବନ୍ଦ କରିଦେଇଥିଲେ । ଏଥିରେ କ୍ଷତି କଣ ହେଇଥିଲା ଯେ କିଏ କାହିଁକି ମୋ ମୋନିକାଙ୍କୁ ମାରିଲା । ଆଉ ଆପଣଙ୍କ କଥା ଅନୁସାରେ ମୋନିକାଙ୍କ ହତ୍ୟାକାରୀ ଆମ ଗହଣରେ ହିଁ ଅଛନ୍ତି, ଯଦି ଏଇଟା ସତ ତେବେ କିଏ କାହିଁକି ବା ମତେ ପୋଲିସ୍ ର ସନ୍ଦେହ ନଜରରେ ରଖିବାକୁ ଚେଷ୍ଟା କରେଇବ ଯେ । ମୋ ଜାଣିବାରେ ମୋ ପରିବାର କି ମୋନିକାଙ୍କ ପରିବାର ଭିତରେ କିଏ ବା କାହିଁକି ଏମିତି କରିବ ।
ବାକି ବାହାରେ କେହି ପଡୋଶୀଠୁ ନେଇକି ବନ୍ଧୁଜନଙ୍କ ଭିତରେ କିଏ ବା କାହିଁକି ମୋର ହଠାତ୍ ଶତ୍ରୁ ହେଇଯିବ ? ମୁଁ ତ କାହାର କିଛି କ୍ଷତି କରିନି । କିଏ ଜାଣି ଜାଣି ମତେ କଷ୍ଟ କାହିଁକି ଦେବ । ଠିକ୍ ସେତିକିବେଳେ ମୋହନଙ୍କ ବାପା କହିଛନ୍ତି ହଁ ମୋହନ ସତ କହୁଚି କିଏ କାହିଁକି ବା ଏସବୁ ଜାଣି ଜାଣି କରିବାକୁ ଚେଷ୍ଟା କରିବ ଯେ ? ନା ମୋ ପୁଅ କେବେବି କାହାର କିଛି କ୍ଷତି କରି ନାହିଁ କି କରି ପାରିବ ନାହିଁ । ଆଉ ଏକଥା ବି ମୁଁ ଦୃଢ଼ର ସହିତ କହିି ପାରିବି ଯେ ମୋନିକା ହତ୍ୟା କାଣ୍ଡ ପଛରେ କେବେବି ମୋ ପୁଅ ମୋହନର କୌଣସି ହାତ ନଥିବ । ତେବେ ଆପଣ ସାର୍ କାହାକୁ ସନ୍ଦେହ କରୁଛନ୍ତି । ଆପଣଙ୍କ ପାଖରେ ସତରେ କିଛି ପ୍ରମାଣ ଅଛି ନା ଏମିତି ସନ୍ଦେହ ନଜରରେ ହିଁ ଆପଣ ଆରୋପ ଲଗେଇବେ ଭାବିଚନ୍ତି ।
ଉତ୍ତରରେ ପୋଲିସ୍ ଟିମ୍ ର ଜଣେ ସାର୍ କହିଛନ୍ତି, ପ୍ରମାଣ ତ ହାତରେ ଲାଗିଚି । ଆଉ ସେଇ ପ୍ରମାଣ ହିଁ ସ୍ପଷ୍ଟ କରି ଦେଉଚି ଯେ ପ୍ରକୃତରେ ହତ୍ୟାକାରୀ ସବୁ ଛପେଇ ବି କେମିତି ମୂର୍ଖମୀର ସହିତ ଧରା ପଡିଚି । ମୋହନ କହିଛନ୍ତି,ତେବେ ଆଉ ଡେରି କାହିଁକି ସାର୍ କୁହନ୍ତୁ କିଏ ମୋର ମୋନିକାର ହତ୍ୟାକାରୀ ?ଉତ୍ତର ମିଳିଛି ସେ ହତ୍ୟାକାରୀ ଆଉ କେହି ନୁହନ୍ତି ସେ ହେଉଛନ୍ତି ତମ ବାପା ମୋହନ । ସମସ୍ତେ ଶୁଣି ସ୍ତବ୍ଧ ହେଇ ପଡିଛନ୍ତି । କେହି ବିଶ୍ଵାସ ବି କରି ପାରି ନାହାଁନ୍ତି ଯେ ହଠାତ୍ ଏମିତି କିଛି ଆରୋପ ପୋଲିସ୍ ଟିମ୍ ଙ୍କ ଦ୍ଵାରା ଲାଗି ପାରେ ଆଉ ଯାହାର ଫଳସ୍ୱରୂପ କିଛି ଏଭଳି ଦୃଶ୍ୟ ବି ଦେଖିବାକୁ ପଡିପାରେ। ପୋଲିସ୍ ଟିମ୍ ଙ୍କ କଥା ସାରିବା ମାତ୍ରେ ଆରମ୍ଭ ହେଇ ଯାଇଚି ଜୋରଦାର୍ ଯୁକ୍ତିତର୍କ । ମୋହନ ଉତ୍ୟକ୍ତ ହେଇ କହିଚାଲିଛନ୍ତି ....
କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।
