STORYMIRROR

srutakirti Tripathy

Drama Inspirational

3  

srutakirti Tripathy

Drama Inspirational

ମୋଁ ମା

ମୋଁ ମା

2 mins
585


ଶିଶୁ ଗର୍ଭସ୍ଥ ହେଲା ପରଠୁ ମା ସହିତ ତାର ଗୋଟିଏ ଅପୂର୍ବ ବନ୍ଧନ ହୋଇଯାଏ, ଏ କଥା ସତ ହେଲେ ମାଁ ମନର ଅକୁହା କଥାକୁ ଶିଶୁ କେବେଠୁ ଜାଣିପାରେ, ତାର ହୁଏତ କିଛି ସଠିକ ବୟସ ସୀମା ନାହିଁ । ଶିଶୁକୁ କଣ ଦରକାର, କେଉଁ ଥିରେ ସେ ଖୁସି, କଣ ତାକୁ କଷ୍ଟ ଦିଏ, ସେଇଟା ମାଁ ତାର ଜନ୍ମ ପରଠୁ ଜାଣିଦିଏ । ହେଲେ ଶିଶୁ କେବେଠାରୁ ମନେରଖିଥାଏ ମାଁ ସହିତ ବିତେଇଥିବା କିଛି ମୁହୂର୍ତ୍ତ ।

ମୋର ମଧ୍ୟ ମନେ ନାହିଁ ଅତି ଛୋଟ ବେଳର ପ୍ରତିଟି ମୁହୂର୍ତ୍ତ, ହେଲେ ତଥାପି ମନେ ଅଛି ସେ ମୋତେ ଖୁଏଇ ଦଉଥିଲା, ଗାଧେଇଦେଉଥିଲା ପାଠ ପଢାଉଥିଲା । କିନ୍ତୁ କେବେ ଦେଖିନି ସେ କେତେବେଳେ ରାଗୁଥିଲା, ମୁହଁ ଶୁଖାଉଥିଲା, ମନ ଦୁଃଖ କରୁଥିଲା । ୟାର ଅର୍ଥ କଣ ସେ କେବେ ରାଗୁ ନଥିଲା । ନା ତା ଜୀବନରେ କିଛି ଅନୁତାପ, ଶୋକର ଛାୟା ନଥିଲା? ତାର ଶାନ୍ତ, ସଦା ହସ ହସ ମୁହଁଟିକୁ ଚାହିଁଦେଲେ ଯେମିତି ଲାଗେ ଯେ ତାର ଭିତରଟା ବହୁତ ଓଜନିଆ, ମହନୀୟ ଏବଂ ଆଶ୍ବସ୍ତିରେ ମନଟା ଭରିଯାଏ ଯେ ମୁଁ ଗୋଟିଏ ମଜବୁତ, ସୁରକ୍ଷିତ ଖୋଳପା ଭିତରେ ଆରାମରେ ରହିଛି ।

ହେଲା ଭାଗ୍ୟର ବିଡମ୍ବନା ମୁଁ ତା ପାଖରେ ରହି ସବୁଦିନ ସେବା କରିପାରୁନି । ଝିଅଟିଏ ବିବାହ ହେଲା ପରେ ତାର ଦାୟିତ୍ୱ ଯେ କେତେ ସେଥିରେ ସବୁ ସବୁବେଳେ ମା ପାଖରେ ରହିପାରେନି । କିନ୍ତୁ ବାହାଘର ପରେ ମୁଁ ପାଇଛି ଆଉ ଜଣେ ମାଁଙ୍କୁ । ମନ ପ୍ରାଣ ଢାଳି ତାଙ୍କ ସେବା ଆଦର, ଯତ୍ନ କରିଛି । କାହିଁକି ନା ମୁଁ ଏଇଠି ଯେତିକି ସେବା କରୁଥିବି, ଠିକ ସେମିତି କେହି ଜଣେ ମୋ ମାଁ ର ଭି ସେବା କରୁଥିବ ତା ବୋହୂ ରୂପରେ ।

ପରମେଶ୍ୱର ମୋତେ ସେତିକି ଶକ୍ତି ଦିଅନ୍ତୁ ମୁଁ ସେବା କରିଚାଲିଥାଏ । ଆଶା କରିବି ଦୁନିଆର ସବୁ ମାଁ ଙ୍କୁ ସେବା ମିଳୁ, ସେ ଝିଅ ରୂପରେ ହଉ କି ବୋହୂ ରୂପରେ ..........I

ସୃତକୀର୍ତ୍ତୀ ତ୍ରିପାଠୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama