srutakirti Tripathy

Others

1  

srutakirti Tripathy

Others

ସ୍ଵଭାଵ

ସ୍ଵଭାଵ

1 min
102



ରୋଷେଇ ଘରକୁ ପଶିଆସି କୁନି ପଚାରିଲା, 'ମା, ସବୁବେଳେ ସେଇ ସମାନ କାମ କରିବାକୁ ତୁମକୁ ବିରକ୍ତ ଲାଗେନି ? ପ୍ରତି ତରକାରୀରେ ଲୁଣ, ଲଙ୍କା, ହଳଦୀ, ମସଲା ବାରବାର ପକେଇଲାବେଳେ ଚିଡ଼ି ଲାଗୁଥିବ ନିଶ୍ଚୟ ! ରୋଷେଇ କରିବା ସତରେ ବହୁତ ବୋରିଂ !'

       ମା ମୁରୁକି ହସି କହିଲେ, ' ତୁ କଣ ଭାବିଲୁ ଏତେ ବର୍ଷ ହେଲା ମୁଁ ସେଇ ଗୋଟିଏ କାମ କରୁଛି? ପ୍ରତିଥର ତରକାରୀରେ ପଡୁଥିବା ମସଲା, ଲୁଣର ପରିମାଣ ସମାନ ନୁହେଁ ଜାଣିଛୁ ! ହଁ, ଏତିକି ନିଶ୍ଚିତ ରୂପେ କହିପାରିବି ଯେ, ଏତେବର୍ଷ ଧରି ପ୍ରତିଦିନ ଏଇ କାମ ବାରମ୍ବାର କଲାପରେ, କେତେ ପରିମାଣର ତରକାରୀରେ କେତେ ଲୁଣ, ମସଲା ଆଦି ସାମଗ୍ରୀ ପଡିବ ଆଦୌ ଭାବିବାକୁ ପଡ଼େନି l ହାତ ଆପଣାଛାଏଁ ଅଭ୍ୟସ୍ତ ଭଳି ତା କାମ କରିଯାଏ l ଅଭ୍ୟାସ ପରା ଦ୍ଵିତୀୟ ସ୍ଵଭାଵ l' 


Rate this content
Log in