STORYMIRROR

Laxminarayan Sahoo

Romance

4  

Laxminarayan Sahoo

Romance

ମୋ ପ୍ରିୟତମାର ବାପା

ମୋ ପ୍ରିୟତମାର ବାପା

1 min
25


  ସେଦିନ ଅମାବାସ୍ୟା ଥିଲା। ଆକାଶକୁ ଜହ୍ନ ଆସିବାର ନ ଥିଲା। ହେଲେ ମୋ ପ୍ରିୟତମା ଆସିବାର ଥିଲା। ଆସିଲା। କିନ୍ତୁ ସାଥିରେ ଥିଲେ ତାର ଵାପା।ସେ ଗମ୍ଭୀର ଦେଖା ଯାଉଥିଲେ।ପ୍ରଶ୍ନ କଲେ। ଏ ରାତିରେ ସୁଲଗ୍ନାକୁ ଡାକିବାର ମାନେ! ମୁଁ ଥ ଥ ମ ମ ହୋଇ ଗଲି। କହିଲି- ଆଜି ଅମାବାସ୍ୟା।

ତ - - - - ?

ଆକାଶକୁ ଜହ୍ନ ଆସିବନି।

କ'ଣ ନୂଆ କଥା କି ?

ସୁଲଗ୍ନା କହୁଥିଲା- - -

କ'ଣ କହୁଥିଲା ?

ଅମାବାସ୍ୟା ତିଥିରେ ବି ଜହ୍ନ ଆସେ। ମୁଁ ପ୍ରମାଣ କରି ଦେବାକୁ ଚାହିଁ ଥିଲି - - -

ଓ ଓ ଓ

ସେପଟେ ସୁଲଗ୍ନା ମୋ ନିର୍ବୋଧତାକୁ ମନଭରି ଉପଭୋଗ କରୁଥିଲା। ମଉସା ସାମାନ୍ୟ ଆଶ୍ଵସ୍ଥ ଜଣା ପଡ଼ୁଥିଲେ । ଆଉ କେଉଁ ଏକ ଅଜଣା କବିଙ୍କ ପଦଟିଏ ମୋର ମନେ ପଡୁଥିଲା 

" ଏ ସହରରେ ଗୋଟିଏ ବାପ ବୋକା

ସେ ଜାଣେନା

ତା ଝିଅ କେବେଠୁ ହୋଇ ସାରିଛି

କଵିର ପ୍ରେମିକା ।।"


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Laxminarayan Sahoo

Similar oriya story from Romance