ମୋ ପ୍ରିୟତମାର ବାପା
ମୋ ପ୍ରିୟତମାର ବାପା
ସେଦିନ ଅମାବାସ୍ୟା ଥିଲା। ଆକାଶକୁ ଜହ୍ନ ଆସିବାର ନ ଥିଲା। ହେଲେ ମୋ ପ୍ରିୟତମା ଆସିବାର ଥିଲା। ଆସିଲା। କିନ୍ତୁ ସାଥିରେ ଥିଲେ ତାର ଵାପା।ସେ ଗମ୍ଭୀର ଦେଖା ଯାଉଥିଲେ।ପ୍ରଶ୍ନ କଲେ। ଏ ରାତିରେ ସୁଲଗ୍ନାକୁ ଡାକିବାର ମାନେ! ମୁଁ ଥ ଥ ମ ମ ହୋଇ ଗଲି। କହିଲି- ଆଜି ଅମାବାସ୍ୟା।
ତ - - - - ?
ଆକାଶକୁ ଜହ୍ନ ଆସିବନି।
କ'ଣ ନୂଆ କଥା କି ?
ସୁଲଗ୍ନା କହୁଥିଲା- - -
କ'ଣ କହୁଥିଲା ?
ଅମାବାସ୍ୟା ତିଥିରେ ବି ଜହ୍ନ ଆସେ। ମୁଁ ପ୍ରମାଣ କରି ଦେବାକୁ ଚାହିଁ ଥିଲି - - -
ଓ ଓ ଓ
ସେପଟେ ସୁଲଗ୍ନା ମୋ ନିର୍ବୋଧତାକୁ ମନଭରି ଉପଭୋଗ କରୁଥିଲା। ମଉସା ସାମାନ୍ୟ ଆଶ୍ଵସ୍ଥ ଜଣା ପଡ଼ୁଥିଲେ । ଆଉ କେଉଁ ଏକ ଅଜଣା କବିଙ୍କ ପଦଟିଏ ମୋର ମନେ ପଡୁଥିଲା
" ଏ ସହରରେ ଗୋଟିଏ ବାପ ବୋକା
ସେ ଜାଣେନା
ତା ଝିଅ କେବେଠୁ ହୋଇ ସାରିଛି
କଵିର ପ୍ରେମିକା ।।"