STORYMIRROR

Er. Suchismita Satpathy

Fantasy Inspirational Children

3  

Er. Suchismita Satpathy

Fantasy Inspirational Children

ମୋ ପ୍ରିୟ "ଯାଦୁ"

ମୋ ପ୍ରିୟ "ଯାଦୁ"

3 mins
279

ଛି ଛି ଲୋ ,ଏ କି କଥା ହେଲା,ଶୟନେ ସପନେ ଜାଗରଣେ ଖାଲି ସେଇକଥା।ଏ ପିଲାର ଆଉ କିଛି କଥା ନାହିଁ।କି ସିନେମା ହେଲା କେଜାଣି ପିଲା ମାନେ ପାଠ ସାଠ ନ ପଢି ମୁର୍ଖ ହୋଇଗଲେ।ସବୁବେଳେ ସେଇ ଛାତ ଉପରଟାରେ ବସି କଣ କରୁଛି କେଜାଣି। ବାପା ମାଆ ଦିଟା ଘରେ ନରହିଲାରୁ ଏତିକି ଅସୁବିଧା ହେଉଛି।

ଏମିତି କିଛି କହି କହି ଜେଜେମାଆ ଛାତ ଉପରୁ ତଳକୁ ଓଲ୍ହାଇ ଆସୁ ଆସୁ ତାର ଗୋଡ ଖସିଗଲା।ଇଲୋ ବୋଉଲୋ ,ମରିଗଲି କହି କଚାଡି ହୋଇ ତଳେ ପଡି ଚେତାଶୂନ୍ୟ ହୋଇଗଲେ।ଚିକୁ କେଉଁଠି ଥିଲା କେଜାଣି ଜେଜେମାଆ ଙ୍କ ପାଟି ଶୁଣି ଦୌଡି ଆସିଲା।ଦେଖିଲା ବେଳକୁ ଜେଜେମାଆ ତଳେ ପଡିଛନ୍ତି।ମୁଣ୍ଡ ରୁ ରକ୍ତ ଧାର ଧାର ବହିବାରେ ଲାଗିଛି।କଣ କରିବ କିଛି ବୁଝିପାରିଲା ନାହିଁ।ଦୌଡି ଯାଇ ମାଆ ଙ୍କୁ ଫୋନକରି କହି ପାଣି ଧରି ଆସି ପହଞ୍ଚିଲା।କାନ୍ଦୁଣୁ ମାନ୍ଦୁଣୁ ହୋଇ ଜେଜେମାଆ ର ରକ୍ତକୁ ଗାମୁଛାରେ ଜୋରକରି ଧରି ତଙ୍କ ମୁହଁରେ ପାଣି ଛିଛାଟି ତାଙ୍କୁ ଉଠେଇବା ପାଇଁ ଆପ୍ରାଣ ଚେଷ୍ଟା କରିବାରେ ଲାଗିଲା।ମାତ୍ର ଜେଜେମାଆ ଙ୍କର ଚେତା ଫେରୁନଥାଏ।ଠିକ ସେତେବେଳକୁ ତା ମାଆ ବାପା ଆସି ପହଞ୍ଚି ସଙ୍ଗେସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରେଇଲେ।ଅନେକ ସମୟ ଧରି ଡାକ୍ତର ଦେଖିଲେ।ଆସି କହିଲେ ଅସ୍ତ୍ରୋପଚାର କରିବାକୁ ପଡିବ।ମୁଣ୍ଡ ରେ ଆଘାତ ଲାଗିବାରୁ ବହୁତ ରକ୍ତ ବାହାରି ଯାଇଛି।ତାହା ଶୁଣି ଚିକୁ କାନ୍ଦି କାନ୍ଦି ବେଦମ।ବାପାମାଆ ଙ୍କୁ କାନ୍ଦି କାନ୍ଦି ନେହୁରା ହୋଇ କହୁଥାଏ ମୋ ଜେଜେମାଆ ଙ୍କୁ ଭଲ କରିଦିଅ।ମୁଁ ଆଉ ଦୁଷ୍ଟାମୀ କରିବିନି।ତାଙ୍କ କଥା ମାନିବି।ଛାତ ଉପଳକୁ ଜମାରୁ ଯିବିନି।ଏମିତି ଅନେକ କଥା।

ଡାକ୍ତର ବାବୁ ବ୍ୟସ୍ତ ନହେବା ପାଇଁ କହି ଭିତରକୁ ପଶିଗଲେ।କହିଗଲେ ପାଞ୍ଚଘଣ୍ଟା ଲାଗିବ।

ଚିକୁ ସେଇଠି କାନ୍ଦି କାନ୍ଦି କେତେବେଳେ ଶୋଇଯାଇଛି ଜଣାନାହିଁ।

ଶୋଇବା ଅବସ୍ଥାରେ ସେ ଦେଖୁଛି ଯେ ସେ କାନ୍ଦି କାନ୍ଦି ତା ପ୍ରିୟ "ଯାଦୁ" ସହ କଥା ହେଉଛି।କୋଇ ମିଲଗୟା ଚଳଚ୍ଚିତ୍ର ରେ ତୁ ପୃଥିବୀ ପୃଷ୍ଠକୁ ଆସି କେତେ ମଜା କରିଥିଲୁ।ରୋହିତ ଓ ତା ସାଙ୍ଗ ମାନଙ୍କ ସହ ମିଶି ବଳ ଖେଳରେ ତାକୁ ସାହାଯ୍ୟ କରିଥିଲୁ।ନିଶା ସହ ଭଲରେ କଥା ହେବା ପାଇଁ ତାକୁ ସାହାଯ୍ୟ କରିଥିଲୁ।ବିଦ୍ୟାଳୟରେ ଶିକ୍ଷକ ରୋହିତକୁ ତାର ଅଳ୍ପ ବୁଦ୍ଧି ପାଇଁ ଗାଳିଦେବାରୁ ତୁ ତା ମୁଣ୍ଡରେ ବୁଦ୍ଧି ଦେଇଥିଲୁ।ମାନସିକ ସ୍ଥରରେ ଦୁର୍ବଳ ଥିବା ରୋହିତକୁ ନିଜ ମସ୍ତିଷ୍କ ସହ ଯୋଗକରି ତାକୁ ସମ୍ପୂର୍ଣ୍ଣ ରୂପେ ଠିକ କରିଦେଇଥିଲୁ।ଏବେ ମୋ ଜେଜେମାଆ ବହୁତ କଷ୍ଟରେ ଅଛନ୍ତି।ତତେ ଦେଖିଲା ଦିନଠାରୁ ମୁଁ ସବୁବେଳେ ତତେ ଯାଇ ଛାତ ଉପରେ ବସି ଖୋଜୁଥାଏ ତୁ କେତେବେଳେ ପୃଥିବୀ କୁ ଆସିବୁ ମୁଁ ତୋ ସହ ସାଙ୍ଗ ହେବି।

ସବୁବେଳେ ମୁଁ ଛାତ ଉପରକୁ ଗଲାରୁ ଜେଜେମାଆ ରାଗିଲେ ସେଥିପାଇଁ ତାଙ୍କର ଏପରି ଅବସ୍ଥା ହୋଇଛି।ଏବେ ତାଙ୍କୁ ଭଲ କରିବା ଦାୟିତ୍ୱ ତୋର।ତୁ ଶିଘ୍ର ଆସି ତାଙ୍କୁ ଭଲ କର।ନହେଲେ ମୁଁ କେମିତି ରହିବି।ବାପାମାଆ ତ ଅଫିସ ପଳେଇବେ।ମୁଁ କୋଉଠି ରହିବି।ଜେଜେମାଆ ଙ୍କର କିଛି ହୋଇଗଲେ ମତେ ହଷ୍ଟେଲ ଯିବାକୁ ପଡିବ।ତୁ କଣ ଚାହୁଁଛୁ ମୁଁ ଘର ଛାଡି ଚାଲିଯାଏ।ତୁ ମୋ ସାଙ୍ଗ ନା ମୋର କଥା ରଖିବୁନି।ଜେଜେମାଆ ଙ୍କୁ ଭଲ କରିବୁନି।ଏମିତି କାନ୍ଦି କାନ୍ଦି ଯାଦୁ ସହ ଅନେକ କଥା ହୋଇ ତାକୁ ଧରି କାନ୍ଦି ବାକୁ ଲାଗିଲା।ତା କଥା ଶୁଣି ଯାଦୁ ହାତ ଟେକି ତା ଆଖିରୁ ଲୁହ ପୋଛି ମୁଣ୍ଡ ହଲାଇଲା।ତା ମୁଣ୍ଡ ହଲାଇବା ଦେଖି ଚିକୁ ଖୁସି ହୋଇ ତାକୁ କୁଣ୍ଢେଇ ଧରି ଗେଲ କରିବାକୁ ଲାଗିଲା।ସେଠାରୁ ଆସି ଚିକୁ ଦେଖିଲା ଯାଦୁ ତା ଜେଜେମାଆ ଙ୍କ ମୁଣ୍ଡ ଉପରେ ହାତରଖି ଆଉଁସି ଦେଲା।ଓ ତାପରେ ଚାଲିଗଲା।ଏତିକିରେ ଚିକୁର ନିଦ ଭାଙ୍ଗିଗଲା।ହଠାତ ଉଠିପଡି ଦେଖେତ ବାପାମାଆ ବହୁତ ଖୁସିରେ କଥା ହେଉଛନ୍ତି ଯାହାହେଉ ବିପଦ ଟଳିଗଲା।ସମସ୍ତେ ଭିତରକୁ ଗଲେ।ତାଙ୍କ ସହ ଚିକୁ ମଧ୍ୟ । ଜେଜେମାଆ ଙ୍କୁ ଦେଖି ଆଗକୁ ଧାଇଁ ଯାଇ ତାଙ୍କୁ କୁଣ୍ଢେଇ କାନ୍ଦି କାନ୍ଦି କହିଲା,ଦେଖିଲ ମୋ ଜେଜେମା ଠିକ ହୋଇଗଲେ।ଯାଦୁ ଆସି ମୋ ଜେଜେମାଆ ଙ୍କୁ ଠିକ କରିଦେଇଗଲା।

ଏହା ଶୁଣି ସେଠାରେ ଉପସ୍ଥିତ ଡାକ୍ତର କହିଲେ ପ୍ରକୃତରେ ଯାଦୁ ହିଁ ହୋଇଛି।ଯେତେ ପରିମାଣରେ ରକ୍ତ ବାହାରିଥିଲା ତାଙ୍କ ବଞ୍ଚିବା ବହୁତ କଷ୍ଟକର ଥିଲା।ଏହା ପ୍ରକୃତରେ ଚିକୁର ପ୍ରାର୍ଥନା ।ଏହା ଶୁଣି ଚିକୁ କହିଲା,ନା ଏହା ମୋ ସାଙ୍ଗ ଯାଦୁ ପାଇଁ ସମ୍ଭବ ହେଲା। ଏକଥା ଶୁଣି ସେଠାରେ ଉପସ୍ଥିତ ସମସ୍ତେ ହସିବାକୁ ଲାଗିଲେ।ଜେଜେମାଆ କହିଲେ,ହଁ ଏସବୁ ମୋ ଚିକୁର ସାଙ୍ଗ ଯାଦୁ ପାଇଁ ହୋଇଛି।

ଭଗବାନ କରନ୍ତୁ ତୁ ବହୁତ ପାଠପଢି ନିଜେ ଯାଇ ତୋ ସାଙ୍ଗ ଯାଦୁକୁ ଅନ୍ୟ ଏକ ଦୁନିଆରୁ ନେଇକି ଆସେ।ଏହା କହି ତାକୁ ଆଉଁସି ଦେଲେ।


Rate this content
Log in

Similar oriya story from Fantasy