Siddhartha Tripathy

Romance Tragedy Inspirational

3  

Siddhartha Tripathy

Romance Tragedy Inspirational

ମୋ ଭାଲେଣ୍ଟାଇନ୍ ଏକ ପ୍ରେମ କଥା

ମୋ ଭାଲେଣ୍ଟାଇନ୍ ଏକ ପ୍ରେମ କଥା

3 mins
158



ବ୍ରୃନ୍ତଚ୍ୟୁତ ଗୋଲାପ ପରି ପଡ଼ିରହିଛି ବନିତା । ନା ଅଛି ରଙ୍ଗ,ନା ଅଛି ମହକ,ନା ଅଛି କଣ୍ଟା । ଭ୍ରମର ଉଡିଯାଇଛି ପୁଷ୍ପର ରଙ୍ଗ ଉଡେଇ । ଅନୁତାପ,ପଶ୍ଚାତ୍ତାପର ଅଶ୍ରୁ ବୁହାଇ ବୁହାଇ ବଞ୍ଚିଛି ସେ । ପ୍ରେମୀ ଯୁଗଳଙ୍କ ସ୍ୱର୍ଗ ଭାଲେଣ୍ଟାଇନ ।


ପୌରୁଷତ୍ୱ ଦେଖାଇ ଏହି ଭାଲେଣ୍ଟାଇନ ଡେ ରେ ଦୀର୍ଘ ୪ବର୍ଷହେଲା ତାର ନାରୀତ୍ୱକୁ ଭୁଲୁଣ୍ଠିତ କରିସାରିଲା ପରେ ଛାଡି ଚାଲିଯାଇଛି ତା ପ୍ରେମିକ । ଛାତିଫଟେଇ ଚିତ୍କାର କରି ବନିତା କହୁଛି,ହେ ପ୍ରେମିକ,ପ୍ରେମିକା ଗଣ! ଭାଲେଣ୍ଟାଇନ ବାହାନାରେ ଇଜ୍ଜତ ଲୁଣ୍ଠନ କରାଇ ପାଲଟି ଯାଅନି ତୁଠପଥର !!


କାଲିର ଗ୍ରାଜୁଏଟ ଆଜିର ପାଗଳୀ । କାରଣ ଭାଲେଣ୍ଟାଇନ ବାହାନାରେ ଶରୀରର ଭୋକ । ଚାହା ଦୋକାନ ସାମ୍ନାରେ ବସିଛି ପାଗଳୀ । କିଛି ମାସ ହେଲା ସ୍ନାନ କରିନାହିଁ ବୋଧେ । ଚାହା ଦୋକାନ ସାମ୍ନାରେ ବସି ଗ୍ରାହକ ମାନେ ଖାଇ ପାଖରେ ଥିବା କୁକୁର ମାନଙ୍କୁ ଫୋପାଡୁଥିବା ଖଣ୍ଡିଆ ରୁଟିକୁ ଅନାଇ ରହିଛି ସେ । ଦେହରୁ ଉତ୍କଟ ଗନ୍ଧ । ଛିଣ୍ଡା ଫ୍ରକ୍ । ଚମ ଧୁଡୁ ଧୁଡୁ । କୋରଡପଶା ଆଖି । ଦେଖିଲେ ଲାଗୁଚି ୫୦ବର୍ଷର ସ୍ତ୍ରୀ । ଚାହା ପିଉପିଉ ଲକ୍ଷ୍ୟକରୁଥିଲି ମୁଁ ।


୨ ଜଣ ଯୁବକ ଚାହା ପିଉଥିଲେ ସେଇଠି । ସେମାନଙ୍କ ଦ୍ରୃଷ୍ଟି ଲାଖିରହିଥିଲା ପାଗଳୀ ଉପରେ । ଜଣେ ଯୁବକ,ଆଉ ଜଣଙ୍କୁ କହୁଥିଲା ବୁଝିଲୁ ସାଙ୍ଗ! ଶଳା ପ୍ରେମିକା ରୁବିଟା ତା ଭଉଣି,ଭିଣୋଇ ସାଙ୍ଗରେ ପୁରୀ ଚାଲିଗଲା ଆଜିପରି ଭାଲେଣ୍ଟାଇନ ରେ । ମନଟା ଭଲ ଲାଗୁନି । ଅନ୍ୟ ଜଣକ ଇସାରା କରୁଥିଲା ପାଗଳୀଆଡକୁ ।

ଭାଲେଣ୍ଟାଇନ ଏକ ରୋମାନ୍ ଉସ୍ଛବ । ପ୍ରକ୍ରୃତ ଅର୍ଥ ଭଲପାଇବା, ସ୍ନେହ । ଅର୍ଥ ନୁହେଁ ଦୈହିକ ସମ୍ପର୍କ । ହେଲେ ଯୁବପିଢି ମାନିବାକୁ ନାରାଜ ।

ଆଦର୍ଶ ପିତାମାତାଙ୍କ ଆଦେଶରେ ବିବାହ ସ୍ୱାଦ ଚାଖିବା ପରେ ଆଜି ବିଚ୍ଛେଦର ଖଟା ମୋ ମନରେ । କମ୍ ବୟସର ଝିଅଟିଏ ଭଲପାଇବସିଛି ମୋତେ । ଆଜି ଆସୁଛି ମୋ ସହ ଭେଟି ଭାଲେଣ୍ଟାଇନ ପାଳନ କରିବାକୁ । ଭାଲେଣ୍ଟାଇନ ପାଳନର ଉତ୍କଣ୍ଠା ମୋ ମନରେ ମଧ୍ୟ । ତାର ଫୋନ୍ ବାଜିଉଠିଲା । ମୁଁ ଆସୁଛି,ଆଉ ୩୦ ମିନିଟ୍ ଲାଗିବ ତୁମ ପାଖରେ ପହଞ୍ଚିବାକୁ । ରାସ୍ତାରେ ଅପେକ୍ଷା କରିଥିବ ।


ହଠାତ୍.........ନଜର ପଡିଲା ଯୁବକ ଦୁଇଟି ରୁଟିଖଣ୍ଡେ ହାତରେ ଧରି ପାଗଳୀଟିକୁ ଦେଖାଇ ଦେଖାଇ ଆଗକୁ ବଢୁଥିଲେ । ବାକ୍ ଶକ୍ତିହୀନ ପାଗଳୀଟି ରୁଟି ଖାଇବା ଆଶାରେ ତାଙ୍କ ପଛେ ପଛେ ଚାଲୁଥିଲା ଓ ଦୋକାନରେ ବସିଥିବା ଗ୍ରାହକ ମାନେ ମହାତ୍ମାଗାନ୍ଧୀଙ୍କ ତିନି ମାଙ୍କଡ ପରି ଚୁପଚାପ୍ ଅନାଇ ରହିଥିଲେ । କିଛି ଦୂରରେ ଜଙ୍ଗଲିଆ ରାସ୍ତା । ମୋ ମନରେ ସନ୍ଦେହର ବୁଢିଆଣୀ ଜାଲ ବସା ବାନ୍ଧୁଥିଲା । ସେପଟେ ପ୍ରେମିକାର ଫୋନ୍ କଲ୍ । ଆରେ,ତମେ ଫୋନ୍ ଉଠଉନ ଯେ ।


କ'ଣ ଭାଲେଣ୍ଟାଇନ ପାଳନର ଆଗ୍ରହ ନାହିଁ କି?ଏତେ ଦୂରରୁ ମୁଁ ଆସୁଛି,ତଥାପି ତୁମ ମନରେ ଆଗ୍ରହ ନାହିଁ । ତୁମର ଏ ସବୁ ଗୁଣଯୋଗୁ ବୋଧେ ସ୍ତ୍ରୀ ଛାଡି ଚାଲିଗଲା । ମୁଁ ବୋକିଟା । ତୁମ ପଛରେ ଦୌଡୁଛି । ମୁଁ ଉଚ୍ଚଶିକ୍ଷିତା, ବହୁତ ଯୁବକ ମୋ ପଛରେ । ବେକାରରେ ତୁମପଛରେ ଦୌଡୁଛି । କିଛି ଶୁଣାଯାଉନଥିଲା ମୋତେ । ଅନତି ଦୂରରେ ଦେଖାଯାଉଥିଲା ଯୁବକଦୁଇଟିର ଅସହାୟା ପାଗଳୀଟାକୁ ବଳାତ୍କାର ଉଦ୍ୟମ ।


ପ୍ରେମିକାର ଫୋନ୍ ପୁଣି ବାଜି ଉଠିଲା । ତୁମଠୁ କିଛି ପାଇଲିନି । ଫୋନର ଉତ୍ତର ବି ଦେଉନ । ବୋଧେ ଭାଲେଣ୍ଟାଇନ ପାଇଁ ମୁଁ କହିଥିବା ଉପହାର ଯୋଗାଡ କରିପାରିନ । ମୋତେ ଆଉ ଫୋନ୍ କରିବନି । ମୁଁ ଅନ୍ୟବ୍ୟବସ୍ଥା ଦେଖିସାରିଲିଣି । ଆସ ଦେଖିଯିବ ହେ ନପୁଂସକ ପ୍ରେମିକ! ଗୋଟିଏ ଫୋନକଲରେ ଶ୍ରବଣ ମୋତେ ସୁନ୍ଦର ଉପହାର ଦେବାପାଇଁ ପ୍ରସ୍ତୁତ । ଆଜିର ପରି ଦିନ କେଉଁ ଝିଅ ହାତଛଡ଼ା କରିବ ଯେ?ଆଉ ଆଗକୁ ଶୁଣିପାରୁନଥିଲି ମୁଁ । ଫୋନ୍ ବନ୍ଦକରି ଆଗକୁ ବଢିଲି । ଅର୍ଦ୍ଧ ନଗ୍ନ ପାଗଳୀଟି ସମ୍ପୁର୍ଣ୍ଣ ଉଲଗ୍ନ ହୋଇସାରିଥିଲା ।

ଦୁଇ କାମୁକ ଯୁବକ ମୁହଁରୁ ମୁଁ ପାଗଳୀଟିକୁ ବଞ୍ଚାଇ ସ୍ୱଧାରଗ୍ରୃହରେ ପହଞ୍ଚାଇସାରିଥିଲି । ସେଇଠି ସମ୍ମାନିତ ହେବାସହ ପାଗଳୀଟିର କ୍ରୃତଜ୍ଞ କୋରଡପଶା ଆଖି ଦୁଇଟି ମୋତେ ସ୍ନେହରେ ଅନାଇଥିଲା । ଲାଗୁଥିଲା ପ୍ରେମିକାର ଉପହାର ନେବାପରେ ଅଶ୍ଳିଳ ଭାଲେଣ୍ଟାଇନ ପାଳନ ଠାରୁ ପାଗଳୀର ସ୍ନେହ ହିଁ ପ୍ରକ୍ରୃତ ଭାଲେଣ୍ଟାଇନ ଡେ ଥିଲା ମୋ ପାଇଁ । ତାହା ହିଁ ଥିଲା ପ୍ରକ୍ରୃତ ପ୍ରେମ । ଛଳନାମୟୀ ପ୍ରେମିକାର ଭାଲେଣ୍ଟାଇନ ଠାରୁ ପାଗଳୀର ସ୍ନେହ ଓଜନଦାର ଓ ନିଷ୍କପଟ ଥିଲା ।

ମନେ ମନେ ଭାବୁଥିଲି ଧନ୍ୟରେ ପାଶ୍ଚାତ୍ୟ ସଂସ୍କୃତି!!



Rate this content
Log in

Similar oriya story from Romance