STORYMIRROR

Manasmita Parida

Classics

2  

Manasmita Parida

Classics

ମୋ ବାପା

ମୋ ବାପା

1 min
922

             ମୋ ବାପା

ମୋ ଜୀବନର ପ୍ରଥମ ପୁରୁଷ। ଯାହା ଠାରୁ ମୁଁ ଜନ୍ମ। ଯିଏ ମୋର ଚଳନ୍ତି ଠାକୁର। ଯିଏ ମୋର ହର୍ତ୍ତା କର୍ତ୍ତା ଦଇବ ବିଧାତା। ଯାହା ପାଖରେ ଥାଏ ମୁଁ ସଦା ସୁରକ୍ଷିତ। ସେ ଆଉ କେହି ନୁହେଁ,ସେ ମୋ ବାପା। ସକାଳୁ ଉଠିଲା ବେଳେ ଯେବେ ଫୋନ ମୋର ବାଜି ଉଠେ..କ୍ରିଙ୍ଗ କ୍ରିଙ୍ଗ। ଫୋନ ଉଠେଇବା ମାତ୍ରକେ,ଅନ୍ୟ ପଟରୁ ଭାସି ଆସେ ସେହ୍ନବୋଳା କଥା ଦୁଇପଦ-"ମା' କେମିତି ଅଛୁ?"-ଏଇ କଥା ଦୁଇପଦ ଶୁଣିବା କ୍ଷଣି ଛାତି ଫାଟି ଯାଏ। ହୃଦୟରେ ଭରି ଯାଏ କୋହ!କେଇ ଠୋପା ପାଣିରେ କାଇଁ ଆଖି ହେଇଯାଏ ଓଦା! ମୁଁ ଅପେକ୍ଷା ନକରି କହି ପକାଏ-"ବାପା ତୁମେ କେବେ ଆସିବ"?-ସେହି ପ୍ରଶ୍ନରେ ଭାରି ରହିଥାଏ କେତେ ଅଭିମାନ

,ଅଭିଯୋଗ,ଆଶା ଆଉ ଅସଂଖ୍ୟ ମାତ୍ରାରେ ଖୁସି। ବାପା ମୋ କଥା ଶୁଣି ସାରି କହିପକାନ୍ତି-"ମା ମୁଁ ଏବେ ଆସୁଛି ...ତୋ ପାଇଁ କଣ ନେଇ କି ଯିବି କହ"? ମୋ ଖୁସି ନକହିଲେ ସରେ। ମୁଁ ବିଳମ୍ବ ନକରି କହି ପକାଏ-"ବାପା ତମେ ଆଗ ଆସ! ମୋର କିଛି ଦରକାର ନାହିଁ..!"

ଫୋନ କାଟି ସାରି ମୁଁ ,ବାପାଙ୍କ ଆସିବା ବାଟକୁ ଅନେଇ ବସିଥାଏ??

କିଛି ସମୟ ପରେ ଘର ବାହାରୁ ଶୁଭି ବାକୁ ଲାଗେ ସାଇକେଲ ବେଲର ଶବ୍ଦ। ମୁଁ ବିଚଳିତ ହୋଇ ଦୋୖଉଡି ପଳାଏ ଝରକା ପାଖକୁ। ଝରକା ବାହାରର ଦୃଶ୍ୟ ଥାଏ କିଛି ନିଆରା...!! ମୋ ଘର ଆଗରେ ଥାନ୍ତି... ମୋ ବାପା ! ବାପାଙ୍କ ମୁହଁରେ ଥାଏ ...ତାଙ୍କ ଝିଅ ପାଇଁ ଟିକେ ହସ...ଆଉ ସାଇକେଲ ଆଗରେ ଟଙ୍ଗା ହେଇ ଥିବା ବ୍ୟାଗରେ ଥାଏ...ତାଙ୍କ ଝିଅ ପସନ୍ଦ କରୁଥିବା କିଛି ଜିନିଷ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics