STORYMIRROR

Manasmita Parida

Others

1  

Manasmita Parida

Others

ଇଶ୍ୱର

ଇଶ୍ୱର

1 min
610

ବେଳେ ବେଳେ ମଣିଷର ଭାବନାରେ ଆସେ ଇଶ୍ୱର ସତରେ କଣ ଏ ଧରା ପୃଷ୍ଠାରେ ବିଦ୍ୟମାନ?ଯଦି ବିଦ୍ୟମାନ ତେବେ ଇଶ୍ୱର ଆମଠାରୁ କେତେ ନିକଟ,କେତେ ଦୂର?ଇଶ୍ୱର ହେଉଛନ୍ତି ସଂଜ୍ଞାହୀନ।ଯେ ଯେଉଁଠାରେ ଯେପରି ଡାକେ, ସେ ସେଇଠାରେ ବିଦ୍ୟମାନ।

ନାସ୍ତିକବାଦୀ ଚିନ୍ତାଧାରା ବ୍ୟକ୍ତିମାନଙ୍କ ପାଇଁ ହୁଏତ ସେ ଅସ୍ତିତ୍ବ ହୀନ।କିନ୍ତୁ ଏହା ସତ୍ତ୍ୱେ ଆମକୁ ମାନିବାକୁ ହେବ ଯେ,ସେ ନିଶ୍ଚୟ କୌଣସି ଏକ ଅଲୌକିକ ଶକ୍ତିର ଅଧିକାରୀ,ଯାହାଙ୍କ ଇଙ୍ଗିତରେ ସାରା ବିଶ୍ଵ ପରିଚାଳିତ।ସେ ବାୟୁପରି ସର୍ବତ୍ର ବିଦ୍ୟମାନ,ଆକାଶପରି ବିଶାଳ,ସମୁଦ୍ରପରି ଗଭୀର,ସୂର୍ଯ୍ୟପରି ଦୀପ୍ତମାନ।ପ୍ରତ୍ୟେକ ମନୁଷ୍ୟର ଆଦି ଅଂଶ ହେଉଛନ୍ତି ଇଶ୍ୱର।ମନୁଷ୍ୟ ମଧ୍ୟରେ ଅବସ୍ଥାପିତ ଆତ୍ମା ,ସେହି ପରମାତ୍ମାଙ୍କ ଅଂଶ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍