STORYMIRROR

Manasmita Parida

Tragedy

3  

Manasmita Parida

Tragedy

ସଂଗରୋଧ: ନିଃସଙ୍ଗତା

ସଂଗରୋଧ: ନିଃସଙ୍ଗତା

1 min
75

ଆଜି ଯାଏ ଜୀବନରେ କିଛି କରିପାରିନି।ନା ସ୍ୱପ୍ନରେ ଭାବିଥିବା ସେ ଚାକିରୀ ଖଣ୍ଡକ ନା ରଖିପାରିଛି ବ୍ୟାଙ୍କ ବାଲାନ୍ସ , ନା ନିଜ ପାଇଁ ମନପସନ୍ଦର କିଛି କରିଛି,ନା ବାପା ମାଆଙ୍କର ସାହାରା ହେଇପାରିଛୁ।ନିସଙ୍ଗ ଅନ୍ଧକାର ଜୀବନଟା ମାଟି ଭିତରେ ବଢୁଥିବା ଆଳୁ ପରି ବିତିଚାଲିଛି।ମୋ ବିଷୟରେ ଯିଏ ଶୁଣିବ ତାକୁ ମୋ କଥା ଗୁଡ଼ାକ କଫି ଭଳିଆ ପିତା ଲାଗିବ ଅବଶ୍ୟ..!!ନିଃସଙ୍ଗ ଜୀବନଟା ଏ ସଙ୍ଗରୋଧରେ ବି ସୁଖରେ ଦୁଃଖରେ ବିତିଚାଲୁଥିଲା।ଆଜି ଯାଏ ବାପା ମାଆଙ୍କ ପାଖରେ ନଥିଲା କେବେ ଅଭିଯୋଗ,କି କିଛି ଦାବି ,କି ଅଭିମାନ।ଜାଣିନି ପରିବାର ଲୋକମାନେ ମୋର ଏହି ଅସହାୟବୋଧ..କି ମୋ ମନର ଥିବା ତଥ୍ୟଟିକୁ ଭୁଲ ପଢି ମଧ୍ୟ ମନେ ମନେ ଠିକ ଭାବିବାର ପ୍ରୟାସ ଆରମ୍ଭ କରିସାରିଥିଲେ ,ମୋର ବିନା କୌଣସି ମତାମତରେ..!! ଏ ସଂଗରୋଧ ସମୟରେ ସେମାନଙ୍କ ଚିନ୍ତା କେମିତି ମୋ ହାତକୁ ଦି ହାତ କରିବେ ..ଘର ଲୋକଙ୍କ ମନରଖି ବାଧ୍ୟ ହୋଇ ବସିଯାଇଥିଲି ବନାଯାଇଥିବା ବାହାବେଦୀରେ ଖୋଜାଯାଇଥିବା ଅଚିହ୍ନା ମଣିଷ ସହ ବିନା ପ୍ରଶ୍ନରେ..!!ଏଇ ତ ମୋର ଭୁଲ ,ପ୍ରଶ୍ନ କରେନି...ବିରୋଧ କରିବାକୁ ସାହାସ ପାଏନି ...ସେ ଦିନ ବି ବିରୋଧ କରିପାରିନଥିଲି ଶାଶୂଘରରେ ହୋଇଥିବା ମୋ ପ୍ରତି ଅତ୍ୟାଚାର ବିରୁଦ୍ଧରେ...ପ୍ରଶ୍ନ କରିପାରିନଥିଲି ସ୍ୱାମୀ ରୂପେ ଭାବିନେଇଥିବା ଜୀବନ ସାଥିକୁ.. କି ମୋ ସହ ଏପରି ହେବାର କାରଣ କଣ??? ...ସେଇ ଭୁଲର ଶାସ୍ତି ମୋତେ ଦେଲେ ସମସ୍ତେ ଫ୍ୟାନରେ ଟାଙ୍ଗିଦେଇ...ତାପରେ ବି କିଛି ବଦଳିନଥିଲା ମୋ ସହ ସବୁ ସମାନ ଥିଲା ...ମୁଁ ଆଗପରି ସେମିତି ଥିଲି ନିଃସଙ୍ଗ,ଅସହାୟ....ଆତ୍ମା ମୋର ଛଟପଟ ହେଉଥାଏ ଭାବି ଭାବି.. ଲକ ଡାଉନରେ ବାପା ମା ଆସିପାରିବେ ତ ତାଙ୍କ ଝିଅକୁ ଦେଖିବାକୁ?? ଖୋଜିବେକି ଥରେ ତିନି ମାସ ତଳେ ଏ ଅଚିହ୍ନା ଘରେ ,ଏ ଅଚିହ୍ନା ମଣିଷ ସାଙ୍ଗରେ ଛାଡି ଯାଇଥିବା ସେହି ଝିଅକୁ ???ସାହି ଲୋକ କଣ ଆସିଥିବେ ଏ ମହାମାରୀ ସମୟରେ ମୋ ଶବ ପାଖକୁ ??



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy