STORYMIRROR

Manasmita Parida

Tragedy

2  

Manasmita Parida

Tragedy

ଶେଷଚିଠି

ଶେଷଚିଠି

1 min
3.4K

ପ୍ରିୟ ତୁମେ,

ମୋ ହିନିମାନିଆ ଜୀବନର ଶେଷ ପାହାଚରେ ଛିଡା ହୋଇ ଏ ଚିଠିଟି ଲେଖୁଛି..ଜାଣିନି ଏ ଚିଠି ପଢି ସାରିଲା ପରେ ତମେ ମୋର ସେହି ପୁରୁଣା ଚରିତ୍ରକୁ ସାଇତି ରଖିବ ନା ଅଭିମାନର କଳଙ୍କ ବୋଳିଦବ!!ସବୁ ତୁମ ଇଚ୍ଛା..!ଯଦି କେବେ ଏ ହତଭାଗି ମଣିଷ ଦ୍ବାରା କିଛି ଅନିୟମ ହେଇଥିବ ତେବେ ସେ କଥା ଧରିବନି!ରାତି ପାହିଲା ପରେ ମୁଁ ତ ନଥିବି ସତ,କିନ୍ତୁ କହିପାରୁନି ଏ ଚିଠି ତମେ ପାଇବକି ନାହିଁ!ତମ ସାମ୍ନାରେ ତ କିଛି କହିପାରିନି, କିନ୍ତୁ ଆଜି ଏଇ ଶେଷ ସମୟରେ ଗୋଟେ ଅଧୁରା ଇଚ୍ଛାକୁ ଏଇ ନିର୍ଜୀବ ଚିଠିର ହୃଦୟରେ ଲେଖିବାକୁ ଭାରି ଇଚ୍ଛା ହେଉଛି..!..ତୁମ କୋଳରେ ଟିକେ ଶୋଇପଡ଼ି ମନ ଭରି କାନ୍ଦିବା ପାଇ କିନ୍ତୁ ଡର ଲାଗୁଛି ତମ ପାଖକୁ ଯିବାକୁ..ଏ ନିସ୍ତବ୍ଧ ରାତିରେ ତୁମେ କରିଛି,ପୁଣି ନ ଜଣେଇ ଏକା ଏକା ଚାଲି ଯାଉଛି !କିନ୍ତୁ ସତ କହୁଛି କାଲି ଠାରୁ ଆଉ ତମକୁ କେହି ହଇରାଣ କରିବେନି।କାଲି ଠାରୁ ତମର ଛୁଟି।ଏ ହିନିମାନି ତମକୁ ଆଉ କଷ୍ଟ ଦବନି..!!ଯଦି ଏ ଚିଠି ପାଇବ,ତେବେ ମତେ ଖୋଜିବାକୁ ଯିବନି...ଯଦି ଯାଅ ହୁଏତ....!! ନିୟମ କର!ତମେ ଆସିବନି... ମୋ ଶେଷ ଅନୁରୋଧ ରଖିବ ନା??

                       !!ଇତି!!

                    ତୁମର......!! 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy