STORYMIRROR

Manasmita Parida

Abstract

2  

Manasmita Parida

Abstract

କିଛିସ୍ମୃତି

କିଛିସ୍ମୃତି

1 min
404

ଗଣେଶ ପୂଜା,ନୂଆଖାଇ ପାଇଁ କଲେଜ ଦୁଇଦିନ ଧରି ଛୁଟି ଥାଏ।ହଷ୍ଟେଲରୁ ସବୁ ସାଙ୍ଗମାନେ ଘରକୁ ପଳେଇବାରୁ ମୋର ବି କାଇଁ ଟିକେ ଇଚ୍ଛା ହେଲା, ଘରଆଡୁ ବୁଲି ଆସିବା ପାଇଁ।ସେ ଦିନ ସନ୍ଧ୍ୟା ପ୍ରାୟ 5.30 ବେଳକୁ ଘରେ ପଂହଁଚିଯାଇଥିଲି।ଘରଆଗରେ ବଡବାପା ,ବଡ ମା ଜେଜେ,ମା ,ସମସ୍ତେ ବସିଥାଆନ୍ତି।ମତେ ଦେଖିଦେଇ ସେମାନଙ୍କ ଖୁସି ନ କହିଲେ ସରେ ...। ମୁଁ କର୍ତ୍ତବ୍ୟ ନିଷ୍ଠ ହୋଇ ଭୂମିଷ୍ଠ ହୋଇ ପ୍ରଣାମ କରି ସାରି ଘରଭିତରକୁ ପଶେ ତ ମତେ ଶୁଭାଗଲା ମୋ ଜେଜେ ମା ଙ୍କର ସେହ୍ନବୋଳା ସ୍ୱର.. ସେହି ଚର୍ମ ଲୋଳାୟିତ ବାର୍ଦ୍ଧକ୍ୟ କଣ୍ଠରୁ..

-"ମୋ ରାଣୀ ଆସିଗଲୁ"?ସେହି ମୁହୂର୍ତ୍ତରେ କିଛି ଅମାନିଆ ଲୁହ ମୋର ଆଖିର ବାଡ଼କୁ ଡେଇଁ ଝରିପଡିଲେ..!ମୁଁ ତତ୍କ୍ଷଣାତ ମୋ ବ୍ୟାଗଟିକୁ ଇତସ୍ତତ ଭାବେ ଫିଙ୍ଗିଦେଇ, ଯାଇ ବସିପଡ଼ିଲି ମୋ ଜେଜେମାଙ୍କ ପାଖରେ।ତାଙ୍କ ମୁହଁକୁ କିଛି ସମୟ ଚାହିଁରହିଲି...ତା ପରେ ଯେତେ ସବୁ ରାଗ,ଅଭିମାନ,ଅଭିଯୋଗ ଥିଲା ,ସବୁ କହିପକାଇଲି ତାଙ୍କ ସାମ୍ନାରେ ..।କିନ୍ତୁ ଜେଜେମାଙ୍କ ନୀରବତା ଦେଖି ମୁଁ ଟିକେ ଅଧିକ ରାଗିଯାଇ କହିଲି.." ଜେଜିମା ତମେ କହୁଥିଲ ନା,ମୋ ରାଇଜ ରାଣୀ..ତୁ ସତେ ଭଲ ଘର,ଭଲ ବର ପାଇବୁ...ସତେ ତୁ ରାଇଜରେ ରହିବୁ...କୋଉ ରଜା ପୁଅ ଆସିକି ତତେ ନବ..??ତତେ ଖାଲି ଟିକେ ରଜା ପୁଅ ସହ ଖୁସିରେ ଦେଖିସାରି ଚାଲିଯିବି ଆରପାରିକୁ ମୋର ବାସ ଏତିକି ଆଶା ...ଆଉ କିଛି ଆଶା ନାହିଁ..

ତା ପରେ ମୁଁ..କିଛି ଅଭିମାନ କିଛି ଅଭିଯୋଗଭରା ସ୍ୱରରେ କହିବାକୁ ଲାଗିଲି..."ତ ଏବେ କଣ ଆଉ ଇଚ୍ଛା ନାହିଁ..ତମର ସେ ରଜା ପୁଅକୁ ଦେଖିବାକୁ .."ଯାହା କହିଲେ ବି କିଛି ଲାଭ ନାଇ... ସବୁ ଶୁଣିଲା ପରେ ବି ସେ ନିରୁତ୍ତର ..!ମୋର ଏହି ପ୍ରକାର ଅଭିମାନକୁ ଦେଖି,ସେ ସେମିତି ହିଁ ହସୁଥିଲେ ପାନଖିଆ ନାଲି ଓଠରେ...କାନ୍ଥରେ ଝୁଲିଥିବା ଫଟୋ ଭିତରୁ...!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract