ମନର ଯନ୍ତ୍ରଣା
ମନର ଯନ୍ତ୍ରଣା
ଛି ଛି ସକାଳୁ ସକାଳୁ କାହା ମୁହଁ ଦେଖି ଦେଲି ମୁଁ , ଗଲା ଆଜି ଦିନ ଯାକ ମୋର ଅଶୁଭ ହେବ । ହଇ ଲୋ ତତେ କେତେ ଥର ମନା କରିବି ସକାଳୁ ସକାଳୁ ତୋ ଏ ମୁହଁ ଦେଖେଇବୁନି ବୋଲି , କେଉଁ ବେଳ କାଳରେ ଏ ଅଲକ୍ଷଣି କୁ ମୋ ବୋହୁ କରି ଆଣି ଥିଲି ଯେ , ବାହା ଘରକୁ ୫ ବର୍ଷ ପୁରି ଗଲା ହେଲେ ନାତି କି ନାତୁଣୀର ମୁହଁ ଦେଖି ପାରିଲିନି , ମୋ ଫଟା କପାଳ ବୋହୁ କରି ଆଣିଲି ଜେ କେଉଁ କୂଳକୁ ନାଇ । ମୋ ବଂଶ ବଢିବ କି ନ ବଢିବ ସେ ଭଗଵାନ ଥିଲେ ବୁଝିବେ , ଏମିତି ଯମୁନା କୁ ଶାଶୁ ସୁଜାତା କହୁ ଥିଲେ.....
କେତେ ଥର ସେ ହରିଆକୁ କହିଛି ଯା ଆକୁ ତା ମାଆ ଘରେ ଛାଡି ଆ ବୋଲି , ନ ହେଲେ ଛାଡ଼ପତ୍ର ଦେ ବୋଲି , ସେ ମାଇପ ବୋଲିଆର ସ୍ତ୍ରୀ ପ୍ରେମ ଉଛୁଳି ପଡୁଛି , ଯେ ମାଇପକୁ ଛାଡିବିନି କହୁଛି , ଏ ବାଞ୍ଝ ମୋ ପୁଅ ଉପରେ କି ଗୁଣି ଗାରେଡ଼ି କରି ଦେଇଛି ଯେ, ଆକୁ ପଦେ କହିଲେ ମୋ ପୁଅକୁ ବାଧୁଚି , ମୋ ପୁଅ ଏ ବାଞ୍ଝ କଥାରେ ଉଠୁ ବସ ହେଉଚି........
ଆଲୋ ସୁଜାତା ନାନୀ କଣ ହେଲା ବା ତୋର କଣ ଏମିତି କଣ ଗୁଣୁ ଗୁଣୁ ହେଉଚୁ ବା , ଆଲୋ ମଇନା କଣ କହିବି ଲୋ ଏ ଆମ ବାଞ୍ଝ କଥା କହୁଛି , ସକାଳୁ ସକାଳୁ ତା ମୁଁହ ଦେଖିଲି କେ ଜାଣେ ଆଜି ଦିନ ଟା ମୋର କେମିତି ଯିବ । ଆଲୋ ନାନୀ ତତେ ଗୋଟେ କଥା କହିବି , କି କଥା ବା କହୁନୁ , ନାନୀ ଆର ଗାଁ ରେ ଗୋଟେ ବାବା ଆସିଛି , ସେ ବାବା କଣ ଉଷ ଦେଉଛି , ଛୁଆ ପିଲା ହେବା ପାଇଁ । ଆଲୋ ତତେ କିଏ କହିଲା , ଆଲୋ ମତେ କେଉଁ କଥା ଅଜଣା କି ନାନୀ , ମୋ ମାମୁଁ ପୁଅ ଭାଇ ଆସି ଥିଲା ଯେ କହୁ ଥିଲା , ନାନୀ ତୋ ବୋହୁ କୁ ନେଉନୁ ସେ ବାବା ପାଖକୁ.......
ଆଲୋ ଥାଉ ବା ସେ ବାଞ୍ଝକୁ କଣ ଆଉ ଛୁଆ ହେବ ,କେତେ ଡାକ୍ତର ପାଖକୁ ଧାଉଁଛି , କେତେ କବିରାଜ ପାଖକୁ ଯାଉଛି , ହେବାର ଥିଲେ ହେଇ ଥାଆନ୍ତା ଲୋ , ଛାଡେ ମୋ ଭାଗ୍ୟ ଖରାପ୍ , ଗୋଟେ ବାଞ୍ଝ କୁ ଘରକୁ ବୋହୁ କରିକି ଆଣିଛି , ଆଲୋ ମଇନା ସେ ବାବା ମହନି କଣ ଦେଉଛି କି ଲୋ ? କଣ ପାଇଁ କି ଲୋ ନାନୀ , ଆଲୋ ଦେଖୁଚୁ ଟି ହରିଆ ତା ମାଇପ କଥାରେ ଉଠୁ ବସ ହେଉଛି , ମହନି ଲଗେଇ ହରିଆକୁ ତା ମାଇପ ଠାରୁ ଭିନେ କରିବା ପାଇଁ । ସେ ଭିନେ ହେଲେ ମୋ ହରିଆ ପାଇଁ ଆଉ କୋଉଠି ବାହା କରି ବୋହୁ ଆଣିବି , ଯିଏ ଛୁଆ ଜନମ କରିବ , ମୋ କୁଳ ରକ୍ଷା କରିବ ମୋ ବଂଶ ବଢେଇବ.....
ଏ କଥା ଯମୁନା କବାଟ ପାଖରେ ଥାଇ ଶୁଣୁ ଥାଏ , ଆଉ ବହୁତ କାନ୍ଦୁ ଥାଏ । କାନ୍ଦି କାନ୍ଦି ଠାକୁରକୁ କହୁ ଥାଏ , କାହିଁକି ପ୍ରଭୂ ମୋ କୋଳ ଖାଲି ରଖିଛନ୍ତି , ଆଉ କାହିଁକି ମତେ ଏତେ କଷ୍ଟ ଦେଉଛନ୍ତି ? ଏମିତି କହି ବହୁତ କାନ୍ଦିବାକୁ ଲାଗିଲେ , ଶାଶୂ ସୁଜାତା କହିଲା , ତୋ କଥା ସେ ଭଗବାନ ମଧ୍ୟ ଶୁଣିବନି , ଶୁଣିବାର ଥିଲେ କେବେଠୁ ଛୁଆ ଖେଳେଇ ଥାଆନ୍ତୁ , ତୋ କପାଳରେ ବାଞ୍ଝ ଲେଖା ହୋଇଛି , ତୁ ଘରୁ ବାହାରି ଯାଉନୁ , ତୋ ପାଇଁ ଘରକୁ କେହି ଆମ ସମ୍ପର୍କିୟ ମାନେ ମଧ୍ୟ ଆସୁ ନାହାଁନ୍ତି ......
ହରିଆ କହିଲା ବୋଉ ତତେ ଖରାପ୍ ଲାଗୁନି , ତୁ ପରା ଗୋଟେ ନାରୀ , ନାରୀ ଟିଏ ହୋଇ ଗୋଟେ ନାରୀର ମନ କଥା ବୁଝି ପାରୁନୁ , ତା ଦୁଃଖ ଜାଣି ପାରୁନୁ , ଛି ବୋଉ ତୁ ଏତେ ନିଷ୍ଟୁର କେମିତି ହେଲୁ । ଯଦି ଭଗବାନ ଆମକୁ ସନ୍ତାନ ସୁଖରୁ ବଞ୍ଚିତ କରିଛନ୍ତି ତ ତାହା ହେଲେ ସେଇଟା ଆମ ଭାଗ୍ୟ , ତୁ ଯେଉଁ କହୁଛୁ ଆଉ ଗୋଟେ ବୋହୁ ଆଣିବୁ ବୋଲି , ଯଦି ତାକୁ ବି ଛୁଆ ହେବନି କଣ ଆଉ ଥରେ ମତେ ଆଉ କାହା ସହିତ ବାହା କରିବୁ ? ଏମିତି କେତେ ଜଣଙ୍କ ସହିତ ମତେ ବାହା କରେଇବୁ ......
ମୁଁ ଯମୁନାକୁ ଛାଡି ବିନି ଯାହା ଆମ ଭାଗ୍ୟରେ ଥିବ ତାହା ହିଁ ହେବ , ଯାହା ସେ ଭଗବାନଙ୍କ ଇଚ୍ଛା , ଆଉ ଶୁଣେ ତୋର ଯଦି ଯମୁନାର ମୁହଁ କୁ ଦେଖିଲେ ଅମଙ୍ଗଳ ହେଉଛି , ତାହା ହେଲେ ମୁଁ ମୋ ସ୍ତ୍ରୀକୁ ଧରି ଅଲଗା ରହିବି , ନା ତୁ ତା ମୁହଁ ଦେଖିବୁ ନା ତାକୁ କିଛି କହିବୁ , ନା ତା ମନକୁ କଷ୍ଟ ଦେବୁ , ନା ତୋର କିଛି ଅମଙ୍ଗଳ ହେବ .....
ଆର ଦିନ ହରିଆ ନିଜ ଘର ଥାଇ ଭଡ଼ା ଘରେ ନିଜ ସ୍ତ୍ରୀ ଯମୁନାକୁ ନେଇ ରହିଲା , ତଥାପି ମନରେ ଗୋଟେ ଆଶା ବାନ୍ଧି ଦୁହେଁ ଅଛନ୍ତି , ଭଗଵାନ ଯେବେ ହେଲେ ଛୁଆ ଟିଏ ଦେବେ , ଯମୁନା କୋଳ ପୁରି ଉଠିବ ଆଉ ଯମୁନାକୁ ବାଞ୍ଝ ନାମ ରୁ ମୁକ୍ତି ମିଳିବ......
ଏମିତି କିଛି ନାରୀ ଥାଆନ୍ତି ନାରୀ ହୋଇ ନାରୀର ଯନ୍ତ୍ରଣାକୁ ବୁଝି ପାରନ୍ତିନି । ଆମେ ନାରୀ ହୋଇ ଗୋଟେ ନାରୀର ଯନ୍ତ୍ରଣାକୁ ବୁଝିବା କଥା , ପ୍ରଥମେ ଆମେ ଗୋଟେ ନାରୀ , ପରେ ଆମେ ବିଭିନ୍ନ ସଂପର୍କ ନାମରେ ନାମିତ ହୋଇ ଥାଉ....
