STORYMIRROR

ପବିତ୍ର ବେହେରା , ସମ୍ବଲପୁର

Abstract Fantasy Others

4  

ପବିତ୍ର ବେହେରା , ସମ୍ବଲପୁର

Abstract Fantasy Others

ମଙ୍ଗଳ ଠୁ ମୋ ପୃଥିବୀ ଭଲ

ମଙ୍ଗଳ ଠୁ ମୋ ପୃଥିବୀ ଭଲ

3 mins
251

ପ୍ରଥମ ଥର ପାଇଁ ମଙ୍ଗଳ ଗ୍ରହ ଯିବାକୁ ବାହାରିଲି । ଚିଠି ଆସିଲା ଆପଣ ମଙ୍ଗଳ ଗ୍ରହ କୁ ଯାଇ ବସତି ସ୍ଥାପନ କରିପାରିବେ । ମଣିଷ କ'ଣ ସତରେ ଏସବୁ କରିପାରିବେ ।ମଣିଷକୃତ ବାତାବରଣ ସୃଷ୍ଟି କ'ଣ ଆମପାଇଁ ଠିକ୍ ହେବ । ଆମ ପାଇଁ ତ କେବଳ ଅମ୍ଳଜାନ ଓ ଜଳ ନିହାତି ଆବଶ୍ୟକ ।କିଛି ସମୟ ପାଇଁ ମନରେ ବହୁତ ଭୟ ଆସିଯାଇଥାଏ । ଘରେ ମୁଁ ମଙ୍ଗଳ ଗ୍ରହ ଯିବାକଥା କହିଲି । ସମସ୍ତେ ଖୁସି ସହିତ ବିସ୍ମୟ ହେଉଥିଲେ । କ'ଣ ପବିତ୍ର ପୁଅ ମଙ୍ଗଳ ଗ୍ରହ ଯିବ । ବୈଜ୍ଞାନିକ ମାନେ ମଙ୍ଗଳ ଯାଇ କି ନିଜର ମନୁଷ୍ୟକୃତ ବାତାବରଣ ତିଆରି କରିଛନ୍ତି । ଲୋକମାନେ ତ ପୃଥିବୀ ମଧ୍ୟ ଠିକ୍ ଭାବରେ ଦେଖିନାହାନ୍ତି ।

ଘରେ ଆଈ ବୁଢ଼ୀ ବସିଥାଏ , ସେ କହିଲା - ନାତିଆରେ ଆମେ ଜହ୍ନ କୁ ଦେଖି ତତେ ଗୀତ ଶୁଣାଉଥିଲୁ :

" ଆଃ ଜହ୍ନ ମାମୁଁ ସରଗ ଶଶୀ

ମୋ କାହ୍ନୁ ହାତରେ ପଡଇ ଖସି "

ତୁ କିନ୍ତୁ ସେଇ ଉପରକୁ ଯାଉଛୁ । ଆମେ ପୁରାଣ ଶାସ୍ତ୍ରରେ ମଙ୍ଗଳ , ଶନି ଗ୍ରହ ଶୁଣିଥିଲୁ ।ଯିବୁ ଯଦି ଯା କିନ୍ତୁ ଏ ମଣିଷ ବୈଜ୍ଞାନିକ ମାନେ ତିଆରି ବାତାବରଣ ତତେ କୈାଣସି ବାଧା ସୃଷ୍ଟି ନ ହେଉ । ଯା ପୁଅ କିନ୍ତୁ ତତେ ମୁଁ ଥରେ ଆଖି ପୁରେଇ ଦେଖିନିଏ ।।ଆଈ ବୁଢ଼ୀ ର ଆଖିରୁ ଲୁହ ଝରି ଯାଉଥାଏ ।ଏ କିପରି ପରୀକ୍ଷା ତା ପାଇଁ ପ୍ରଭୁ ।ଭଗବାନ ତୋ ମଙ୍ଗଳ କରନ୍ତୁ ।

ପବିତ୍ର ର ମନ କ'ଣ କରିବ ଜାଣିପାରୁ ନଥାଏ ।।ସ୍ଥିର କରିପାରୁନି କ'ଣ କରିବ ।ମଙ୍ଗଳ ଗ୍ରହ ଯିବାର ସ୍ୱପ୍ନ କ'ଣ ପୂରଣ ହେବନି । ବିପଦ କୁ ନିଜେ ଆମନ୍ତ୍ରୀତ କରୁଛି କି ସେ ।ତା ପାଖରେ ଆଉ ସମୟ ନଥାଏ ।ଏମିତି ବହୁତ କଥା ସେ ଭାବୁଥାଏ ।

ଡାକ୍ତର ପଲ୍ଲବୀ ସେତେବେଳେ ଆମ ଘରକୁ ଆସିଥିଲେ । ଆରେ ପବିତ୍ର କ'ଣ ମୁଁ ଶୁଣିଲି ତୁ କୁଆଡେ ମଙ୍ଗଳ ଗ୍ରହ ଯିବାକୁ ଚୟନ ହୋଇଛୁ ।ବହୁତ ଖୁସି ର କଥା ପୁଅ ।ତୁ ଆମ ଅଞ୍ଚଳରେ ନାମ ରଖିଲୁ । ପବିତ୍ର କହି ଉଠିଲା - ମାମ୍ ସବୁଠିକ୍ ଯେ କିନ୍ତୁ ସେଥିରେ ମନୁଷ୍ୟକୃତ ବାତାବରଣ ସୃଷ୍ଟି କରାଯାଇଛି , କେତେବେଳେ ବି କ'ଣ ହେବ ଠିକ୍ ନାହିଁ । ଘରେ ବି କେହି ମାନୁନାହାନ୍ତି , ମୁଁ କ'ଣ କରିବି କିଛି ଜାଣି ପାରୁନାହିଁ ।

କହନ୍ତି ଆମ ପରିବାର ରେ ଯେଉଁ ସୁଖ ଅଛି ତାହା ସ୍ବର୍ଗ ମଧ୍ୟ ମିଳିବନି । ମଙ୍ଗଳ ଯାଇକି ମୋର ଅମଙ୍ଗଳ ହେବନି ତ ।ନିଜ ପରିବାର ଲୋକଙ୍କୁ ଛାଡି ଯିବାକୁ ଜମାରୁ ମନ ଲାଗୁନଥାଏ ।

ବାପା କହିଲେ - ପୁଅ ତୁ ମଙ୍ଗଳ ଯାଉଛୁ ତାହା ଶୁଣି ମୁଁ ବହୁତ ଖୁସି । ଆଖିରେ ଖୁସିରେ ଲୁହ ଆସିଗଲା । ତୁ ଆମର ନାମ ରଖିବୁ ।ଓଡ଼ିଶାର ସମ୍ବଲପୁର ଜିଲ୍ଲାର ଜଣେ ମଙ୍ଗଳ ଗ୍ରହ ଯାଉଛି ଶୁଣିଲେ ଲୋକେ ଖୁସି ହେବେ । କାହା କଥା ଶୁଣେନି , ତୁ ଆମର ଯାଆ ତୁ ଏମିତି ସମସ୍ତ ଙ୍କ ସେବା କରୁଥା । କିଏ କ'ଣ କହୁଛନ୍ତି ଶୁଣୁନା ।

ବୈଜ୍ଞାନିକ ମାନେ ମନୁଷ୍ୟକୃତ ବାତାବରଣ ସୃଷ୍ଟି କରିଛନ୍ତି ତ କିଛି ଅସୁବିଧା ହେବନି , କିଛି ହେଲେ ବି ତୁ ଅମର ହୋଇ ରହିବୁ । ଆଖିରୁ ବାପାଙ୍କର ଲୁହ ଝରି ଯାଉଥାଏ ।

ମା' ଙ୍କ ପାଖକୁ ଯାଏ ପବିତ୍ର । ମା ମୁଁ ମଙ୍ଗଳ ବୁଲିଯିବି ଗୋ ।।ମା ସେ ଦଶ ମାସ ଦଶ ଦିନ କେତେ କଷ୍ଟ ଯନ୍ତ୍ରଣା ରେ ପେଟରେ ରଖି ଜନ୍ମ ଦେଇଛି । କ'ଣ ସେ ତାକୁ ଦୁରେଇ ପାରିବ ।ଯେତେ ଯାହା କହିଲେ ବି ସେ ମାନିଲେ ନି ପବିତ୍ର ର କଥା ।ପୁଅରେ ତୁ ମୋର ସବୁକିଛି ,ତୋ ବିନା ମୁଁ ବଞ୍ଚି ପାରିବିନି । ତୁ ମୋତେ ଛାଡ଼ି ଯାଆନି ରେ । ମୋ ଧନ ,ମୋ ସୁନା ତୋ ବିନା ମୁଁ ବଞ୍ଚି ପାରିବିନି ରେ । ତାଙ୍କ

ଆଖିରୁ ଲୋତକ ଧାର ଝରିଯାଉଥାଏ ।ତୁ ଯିବାକୁ ଚୟନ ହୋଇଛୁ ତୁ ଗଲେ ସମସ୍ତେ ଖୁସି ହେବେ । ଓଡ଼ିଆ ର କେହି ପୃଥିବୀ ବାହାରେ ଜୀବନ ଜିଉଁଛି କହିବେ । କିନ୍ତୁ ସେଥିରୁ ଆମକୁ କ'ଣ ମିଳିବ । ତୋତେ କ'ଣ ହୋଇଗଲେ କ'ଣ ସେମାନେ ମୋତେ ମୋ ପୁଅ ମୋତେ ଫେରେଈ ଦେବେ । ସେମାନେ ବହୁତ ନିଷ୍ଠୁର ଲୋକ ,ପଇସା ପାଇଁ ତତେ ବିକି ଦେବେ ରେ ।ମୋ ସୁନା ଟା ତୁ ମୋତେ ଛାଡ଼ି ଯାନା ରେ ।ଏମିତି କହି ପୁଅକୁ ଆଉଁସି ଦେଉ ଥାଏ ସେ । ନୟନରୁ କେବଳ ଲୋତକ ଧାର ।


ପବିତ୍ର କ'ଣ କରିବ ଜାଣି ପାରୁନଥାଏ । ଆଜିର ବୈଜ୍ଞାନିକ ଯୁଗରେ ମଣିଷ ଯେତେ ଉଚ୍ଚକୁ ଗଲେ ବି ନିଜର ମାଟି ମା କୁ ଛାଡି ଯାଇ ହେବନି । ଏହି ପରିବାର ରେ ଯେଉଁ ସୁଖ ଅଛି ଆଉ କେଉଁ ଥିରେ ବି ନାହିଁ । ମାତୃଭାଷା ମାତୃଭୂମି ଆମ ପାଇଁ ଠିକ୍ ।ଆମେ ପଖାଳ ମୁଠେ ଖାଇ ଖୁସିରେ ରହିପାରିବୁ ।ଓଡ଼ିଆ ଭାଷା ,ମାଟି ନିମନ୍ତେ ନିଜକୁ ଉସ୍ୱର୍ଗ କରିବା । ପବିତ୍ର ଆଉ ମଙ୍ଗଳ ଗ୍ରହ ଯାଇ ପାରିଲାନି‌। ସେ ସେଇ ଗାଁ ରେ ରହି ବିଭିନ୍ନ ବିଭାଗ ରେ କାର୍ଯ୍ୟରତ ହେଲା ।



Rate this content
Log in

Similar oriya story from Abstract