ଦେଇ ଥିଲେ ପାଇ
ଦେଇ ଥିଲେ ପାଇ


ଦୁଇ ଭାଇ ଗରୀବ ବ୍ରାହ୍ମଣ ରହୁଥିଲେ। ବଡ଼ ଭାଇ ଙ୍କ ନାମ ରାମ ଓ ସାନ ଭାଇ ଙ୍କ ନାମ ଲକ୍ଷ୍ମଣ । ସେମାନେ ମୁଲ ମଜୁରି କରି ଚଳନ୍ତି। ଦିନେ ସେମାନେ ଜଙ୍ଗଲ ବାଟେ ଦେଇ କାର୍ଯ୍ୟ କରିବା ପାଇଁ ଯାଉଥାନ୍ତି। ସେମାନେ ପାଞ୍ଚ ଶହ ଟଙ୍କା ପାଇଲେ। ସେମାନଙ୍କୁ ଖୁସି ରେ ବୁଦ୍ଧି ବାଟ କିଛି ଦେଖା ଯାଉନଥାଏ। ସେ ସମୟରେ ପାଞ୍ଚ ଶହ ଟଙ୍କା ବହୁତ । ସେମାନେ ସେଇ ଟଙ୍କା ରେ ସବୁ ଘର ପାଇଁ ସାମଗ୍ରୀ ଓ ଖାଦ୍ୟ ଆଣିଲେ। କଥାରେ ଅଛି ବସି ଖାଇଲେ ନଈ ବାଲି ବି ସରେ। ସେମାନେ କିଛି କାମ କଲେ ନାହିଁ । ସେଇ ଟଙ୍କା ରେ ଦୁଇ ମାସ ଚଳିଗଲେ। ତା ପରେ ସେମାନେ କାମ କୁ ବାହାରିଲେ। ବଡ଼ ଭାଇ ସାନ ଭାଇ ଙ୍କୁ କାମ କରି ପାରୁନୁ କହି ଚିଡୁ ଥାଏ।
ବଡ଼ ଭାଇ ଗୋଟିଏ ସହର ବାଟ ଦେଇ ଗଲେ ଏବଂ ସାନ ଭାଇ ଜଙ୍ଗଲ ବାଟେ କିଛି ଖାଦ୍ୟ ଓ ଜଳ ଧରି ଚାଲିଲେ। ସାନ ଭାଇ ଲକ୍ଷ୍ମଣ ଜଙ୍ଗଲ ବାଟେ ଯାଉ ଥିବା ବେଳେ ଦେଖିଲେ ଗୋଟିଏ ବୃଦ୍ଧ ଲୋକ ଟିଏ ଶୋଇଛନ୍ତି। ସେ ଭାରି ଭୋକିଲା ଦେଖା ଯାଉ ଥିଲେ ଓ ପାଣି ପାଣି ମୁହଁ ରେ ଉଚ୍ଚାରଣ କରୁଥିଲେ। ଲକ୍ଷ୍ମଣ ବୃଦ୍ଧ ଲୋକ ଟି କୁ ପାଣି ପିଇ ବା ପାଇଁ ଦେଲେ। ରଖିଥିବା ଖାଦ୍ୟରୁ କିଛି ମଧ୍ୟ ଖାଇବାକୁ ଦେଲେ। ଲୋକ ଟି ଖୁସି ହୋଇ ଆଶୀର୍ବାଦ ଦେଲେ ଓ ଧନ୍ୟବାଦ ଅର୍ପଣ କଲେ।। ଲକ୍ଷ୍ମଣ ଆଗକୁ ଚାଲିଲେ।
ବାଟ ରେ ଯାଉ ଯାଉ ହଠାତ୍ ଏକ ଶବ୍ଦ ଶୁଣି ବାକୁ ପାଇଲେ। ଲକ୍ଷ୍ମଣ ଶବ୍ଦ ଆସୁଥିବା ଦିଗ କୁ ଚାଲିଲେ। ସେ ଦେଖିଲେ କେହି ଜଣେ କୂଅ ଭିତରେ ପଡିଛନ୍ତି। ସେ ବିପଦ ରେ ପଡି ବଞ୍ଚାଇବା ପାଇଁ ଡାକୁଛନ୍ତି। ଲକ୍ଷ୍ମଣ କୁ ପ୍ରଚୁର ଭୋକ ହେଉଥାଏ। ସେ ନିଶ୍ଚିତ ଭାବରେ ଲୋକ ଟିକୁ ଉଦ୍ଧାର କରିବେ ବୋଲି କହିଲେ। ଲକ୍ଷ୍ମଣ ନିକଟରେ ଥିବା ଏକ ବରଗଛର ଲୋଟା କୁ ଧରି କୂଅ ଭିତରକୁ ଗଲେ ଏବଂ ବହୁତ କଷ୍ଟରେ ଲୋକ ଟି କୁ କୂଅ ରୁ ବାହାର କଲେ। ଲୋକ ଟି ର ବହୁତ କ୍ଷତ ହୋଇ ଥାଏ , ଲକ୍ଷ୍ମଣ ତାଙ୍କ ଗାମୁଛା ଚିରି ଲୋକ ଟି ର କ୍ଷତ ସ୍ଥାନ ରେ ବାନ୍ଧି ଦେଲେ। ଲୋକ ଟି ଲକ୍ଷ୍ମଣ କୁ ଜୀବନ ବଞ୍ଚାଇଥିବାରୁ ଧନ୍ୟବାଦ ଅର୍ପଣ କଲେ। ଲୋକ ଟି ଲକ୍ଷ୍ମଣ କୁ ତୁମେ କିଏ ଓ ଏଇ ଜଙ୍ଗଲ ଭିତରେ କ'ଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଲକ୍ଷ୍ମଣ କହିଲେ ମୁଁ କାମ ଖୋଜିବାକୁ ଯାଉ ଥିଲି ଏଇ ବାଟ ଦେଇ। ମୁଁ ଗରିବ ଲୋକ ଟିଏ । ଆମେ ଦୁଇ ଭାଇ ,ବଡ଼ ଭାଇ ସହର କୁ କିଛି କାମ ଖୋଜିବାକୁ ଯାଇଛନ୍ତି। କିନ୍ତୁ ଆପଣ କିଏ? ଲୋକ ଜଣକ କହିଲେ ମୁଁ ଏ ରାଜ୍ୟ ର ରାଜା ପ୍ରଦ୍ୟୁମ୍ନ। ମୁଁ ତୁମ କୁ ଏଇ ସୁନା ର ହାର ଦେଉଛି ଏବଂ ତୁମକୁ ଆଉ କୈାଣସି କାମ ଖୋଜିବାକୁ ପଡ଼ିବ ନାହିଁ। ତୁମେ କାଲି ଠାରୁ ମୋ ରାଜ୍ୟ ର ମନ୍ତ୍ରୀ ଭାବେ ନିଯୁକ୍ତ ହେବ। ଲକ୍ଷ୍ମଣ ଏହା ଶୁଣି ବହୁତ ଖୁସି ହୋଇଗଲା।ସେ ଘର କୁ ଆସିଲେ।
ତେଣୁ କଥା ରେ 'ଅଛି ଦେଇଥିଲେ ପାଇ ବୁଣି ଥିଲେ ଦାଇ', ତେଣୁ ଯଦି ଆମେ ଅନ୍ୟ ର ମଙ୍ଗଳ କରିବା ତେବେ ଆମକୁ ନିଶ୍ଚୟ କେହି ନା କେହି ସାହାଯ୍ୟ କରିବାକୁ ଆଗେଇ ଆସିବେ।