STORYMIRROR

ପବିତ୍ର ବେହେରା , ସମ୍ବଲପୁର

Abstract Action Classics

3  

ପବିତ୍ର ବେହେରା , ସମ୍ବଲପୁର

Abstract Action Classics

ଧାନ କଟା

ଧାନ କଟା

1 min
317

ଛୋଟ ବେଳୁ କେବଳ ପାଠପଢା ରେ ମନୋନିବେଶ କରିଥିଲି ।। ପାଠପଢା କୁ ଛାଡି ଅଲଗା କାମ ମୁଁ ସେତେ ଜାଣିନାହିଁ ।। ମୋର ସମ୍ବଲପୁର ଆପ୍ରାଇଜ୍ ସାଇନ୍ସ କଲେଜ୍ ରେ ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲା । ଛୋଟ ବେଳୁ ବାହାରେ ରହି ପାଠ ପଢ଼ୁଥିଲି , ଘରକୁ ଆସିଲେ ବେଳେ ବେଳେ ପାଖ ଜମିକୁ ଭାତ ନେବାରେ ସାହାଯ୍ୟ କରେ । ଏବେ ଛୁଟିରେ କିଛି କାମ ଶିଖୁଛି । କିଏ ଜାଣିଛି ଚାକିରୀ ମିଳିବ କି ନାହିଁ , ନହେଲେ ଏସବୁ କାମ କରିବାକୁ ପଡ଼ିବ । ପ୍ରଥମ ଥର ପାଇଁ ଧାନ କାଟିବା ପାଇଁ ଯାଉଛି । ବହୁତ ଖୁସି ଲାଗୁଚି ଏସବୁ କରିବାରେ । ଧାନ କ୍ଷେତରେ ପଖାଳ ଭାତ ଖାଇବାର ଆନନ୍ଦ ଅଲଗା ପ୍ରକାରର। ଆଜିର ଆଧୁନିକ ଯୁଗରେ ବିଭିନ୍ନ ଯନ୍ତ୍ର ଉପକରଣ ତିଆରି ହେଉଛି କିନ୍ତୁ ମଣିଷର ହାତ ରେ ଯେମିତି ସୁନ୍ଦର ଭାବେ ହୋଇପାରିବ ତାହା ଯନ୍ତ୍ର ରେ ମିଳିବନାହିଁ । କାହିଁକି ନା ବାପ୍ ବାପ୍ ହୋତାହେ । ଯନ୍ତ୍ର ପାଇଁ ଆଜି କେତେ କୃଷକ ଶ୍ରମିକ ବେକାର ହୋଇପଡୁଛନ୍ତି , ତାଙ୍କର ମଜୁରୀ କରି ସେମାନେ କିଛି ପଇସା ପାଉଥିଲେ କିନ୍ତୁ ତାହା ହୋଇପାରୁନାହିଁ। କିଛି ସାହାଯ୍ୟ କରିବାକୁ ମୁଁ କ୍ଷେତ କୁ ଯାଉଛି । ମୁଁ ଓ ମୋ ସାନ ଭାଇ ଏବଂ ମାଆ ଓ ପଡ଼ୋଶୀ ଆଈ ଜଣେ ମିଶି ଦୁଇଟି କିଆରୀରେ ଧାନ କାଟିଲୁ ।। ଗୋଟିଏ କିଆରୀ ୩୦ କି ୪୦ ଡିସିମିଲ ଜମି ହେବ ବୋଲି କହିଲେ । ଧାନ କାଟିବା ରେ କିଛି ମଜା ଲାଗୁଥିଲା ଯେତେବେଳେ ମୁଁ ଓ ସାନ ଭାଇ କିଛି English letter P , R ଏମିତି ଧାନ କାଟି କାଟି ଲେଖୁଥିଲୁ । ମେସିନ ଯେମିତି ଧାନ କାଟି କାଟି ସିଧା ସିଧା ଧାନ ପକେଇ ଚାଲେ ସେମିତି ଆମେ ଦୁଇ ଭାଇ ଧାନ ପକେଇ ଚାଲୁଥିଲୁ । ଦିନ ବାରଟା ରେ ସବୁ କାମ ସରିଗଲା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract