STORYMIRROR

ପବିତ୍ର ବେହେରା , ସମ୍ବଲପୁର

Inspirational

3  

ପବିତ୍ର ବେହେରା , ସମ୍ବଲପୁର

Inspirational

ଶୁଭ ନବବର୍ଷ

ଶୁଭ ନବବର୍ଷ

2 mins
296

 ପୁରୁଣା ସ୍ମୁତିକୁ ଦୁରେଇ

    ଆସିଛି ନୂଆ ବରଷ,

 ଖୁସିର ଆନନ୍ଦକୁ ନେଈ

    ପ୍ରବେଶିଛି ନବ ବରଷ

 କରିବା ସ୍ୱାଗତ ହୋଇ ହରସ

 ନୂଆ ବର୍ଷ ଆଣିଛି କିଛି

    ହରସ ହୋଇ ନେବା ବାଛି,

 ଭୂଲିଯାଇ ପୁରୁଣା କଥା

    ଗଢିବା ଆମେ ନୂଆ ରାସ୍ତା,

 ଖୁସିରେ ଆଗକୁ ଆଗେଇ

    ବନେଇବା ନୂତନ ରିସ୍ତା

 ଆଜି ଦିନଟି ସଭିଙ୍କର

    ଆନନ୍ଦ ଓ ଖୁସିର ଦିନ,

 ପିନ୍ଧିଥାନ୍ତି ନୂଆ ପୋଷାକ

    ମାଗୁଛି ଛୁଆ ଆଇ ଫନ

 କେତେଦିନ ପରେ ଆସିଛି

    ଖୁସି ଆନନ୍ଦର ଦିନ,

 କିଏ ଦେଉଛି ଗ୍ରିଟିନ୍

    ରାତିରୁ କିଏ କରେ ଫନ

 ଧରି ହାତେ ଫୁଲ ଗୋଲାପ

     ଜଣାଏ ରେ ଅଭିନନ୍ଦନ

 ସେଲଫି ଉଠେଈ କରନ୍ତି

    ପଷ୍ଟ୍ ଫେସ୍ ବୁକ୍ ରେ ଯାଇ,

 ସ୍ଟାଟସ ରେ ଲେଖନ୍ତି ଯାଇ

    ହାପି ନବ ବରଷ ଭାଇ

 ଜଗନ୍ନାଥଙ୍କ କରୁଣାରୁ

    ଭଲରେ ଯାଉ ଏ ବରଷ,

 ଦେଉଥାଅ ହେ ଆର୍ଶୀବାଦ

    ରହୁ ଧରା ହୋଇ ହରସ

 ଜାଣେନା ମୁଁ କିଛି ଲେଖିଛି

    ମନରୁ ଦୁଇ ପଦ ଭାବି,

 ଭୁଲ୍ ଥିଲେ ସୁଧାରିବେ ହେ

    ଅଧମ ପବିତ୍ର କହୁଛି

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational