Pabitra Behera

Crime Others

3.9  

Pabitra Behera

Crime Others

ନିରିମାଖି ତଅପୋଇ

ନିରିମାଖି ତଅପୋଇ

2 mins
525


  

ସକାଳ ନହେଉଣୁ ରାଧିକା କୁ ମା କେତେ କଣ କଥା କହି କନ୍ଦାଇ ଦେଲେଣି।ସାତ ବର୍ଷ ର ଝିଅ କ'ଣ ବା କରିବ ଯାହା ମା କହୁଥିଲା ସେଇୟା କରୁଥିଲା।ତା'ର ମା ପ୍ରତି ଭାରି ସ୍ନେହ ସରଧା। ରାଧିକା ର ବାପା ତା ପାଇଁ ଦ୍ଵିତୀୟ ବିବାହ କରିଥିଲେ।ତା'ର ମା ର ରାଧିକା କୁ ଚାରି ବର୍ଷ ହୋଇଥିଲା ଗାଡ଼ି ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ବାପା ତା'ର ଦେଖାଶୁଣା କରିବାକୁ ଆଉ ଥରେ ବିବାହ କଲେ। ରାଧିକା କିନ୍ତୁ ସୁଖ ପାଇ ପାରିଲାନି। ସାବତ ମା ହୋଇ ରାଧିକା କୁ କଷ୍ଟ ଦେଲା। ରାଧିକା ସବୁ ଖୁସିରେ ସହି ଯାଉଥିଲା କାହିଁକି ନା ସେ ମା ଚାହେଁ ଆଉ କିଛି ନୁହେଁ। ରାଧିକା ଙ୍କ ମା ଙ୍କ ନା ଖୁଲଣା।

         ଆଲୋ କେତେ ସେ କଂସା ବାସନ ଗୁଡା ଧୋଇବୁ ଆଉ କ'ଣ କିଛି କାମ ନାଇଁ ନା କ'ଣ ବା କହି ଉଠିଲେ ମା। ରାଧିକା ହସି ହସି କହିଲା ମା ସଲାଣି ଆଉ କିଛି ଅଛି ଯାଉଛି ଏବେ।ହସ ତୋର ସେତିକି ଥାଉ ସତେ ଯେମିତି ନିରିମାଖି ତଅପୋଇ ଆଉ, ଆ ଶିଘ୍ର ଆ ।

         ମା ସକାଳ ର ସବୁ କାମ ସାରି ଦେଇଛି କଂସା ବାସନ ସଫା କରି ଦେଇଛି ,ଲୁଗା ସଫା ମଧ୍ୟ ସାରିଛି।

ରୋଷେଇ ମଧ୍ୟ ସାରିଛି। ମା କହିଲେ ସବୁ କାମ କରି ପକେଇଛି ବୋଲି ବଡ଼ ବହୋପ ରେ କଥା କହୁଛି । ଆ ମୋ ଗୋଡ଼ ଟାକୁ ଟିକେ ମୋଡିଦେ ବହୁତ pain ହେଉଛି। ରାଧିକା ଖୁସି ରେ କରୁଥିଲା।।


                 ରାଧିକା କହୁଛି ମା ଆପଣ ମୋତେ ଡାକୁଥିଲେ। ତୋତେ ଡାକିବିନି ତୋ ଆଉ କାହାକୁ ଡାକିବି‌ ମା କହିଛନ୍ତି । ଆସି ପାଞ୍ଚ ଟା ସମୟ ହେଲାଣି ତୋତେ ସମୟ ଜଣା ପଡୁଛି କି ନାଇଁ ବା । କେତେ ବେଳେ ଆଉ ରୋଷେଇ କରିବୁ। ରାଧିକା କହୁଛି ମା ମୁଁ ଟିକେ ଖେଳି ଯିବାକୁ ଇଚ୍ଛା ହେଉଛି , ଶିଘ୍ର ଆସିବି ଆଉ ସବୁ କାମ କରିଦେବି। ହାଁ କ'ଣ କହୁଚୁ ତୁ ଖେଳି ଯିବୁ ଏତେ ବଡ଼ ହେଇଗଲୁଣି ଆହୁରି ଖେଳୁଛୁ ଲାଜ ଲାଗୁନି ତୋତେ। ଆଜିଠୁ ତୋ ଖେଳା ଖୁଳି ବନ୍ଦ ବୁଝିଲୁ ଯା କାମ କରିବୁ। ରାଧିକା କାକୁତି ମିନତି ହୋଇ କହିଲା ମା ମୁଁ ଖେଳିବି ମନା କରନ୍ତୁ ନାହିଁ ଶିଘ୍ର ଫେରି ଆସିବି। ମା କହୁଛନ୍ତି ଯଦି ତୁ ନ ମାନି ବୁ ମୁଁ ଏଠି ଆଉ ରହିବିନି ମୋ ବାପା ଘରକୁ ଚାଲିଯିବି ବୁଝିଲୁ। ରାଧିକା କହୁଛି ମା ଆପଣ ଯାଆନ୍ତୁ ନାହିଁ ମୁଁ ଆଉ ଖେଳି ଯିବି ନାହିଁ। କାନ୍ଦି କାନ୍ଦି ରାଧିକା ଘର ଭିତରକୁ ପଳେଇଲା।

              ରାତ୍ରି ଭୋଜନ କରିବାକୁ ମା କୁ ଡାକିଲା ରାଧିକା। ମା ଖାଇବାକୁ ଆସିଲେ। ଆଲୋ କ'ଣ ତରକାରୀ ରେ ଲୁଣ ପଡିନି କି ତରକାରୀ କରିଚୁ ଏମିତି କୁକୁର ବି ଖାଇବନି । ନାଇଁ ମା ଲୁଣ ଟିକେ କମ୍ ହେଇଯାଇଛି ଟିକେ ଲୁଣ ପକାଇ ଖାଇଦିଅନ୍ତୁ କହିଛି ରାଧିକା। ହଁ ଶୁଣ୍ ଆଉ ଯେମିତି ଏଭଳି ଭୁଲ ନ ହୁଏ। ନ ହେଲେ ଦେଖିବୁ ମୁଁ କଣ କରିବି ବୁଝିଲୁ କହିଛନ୍ତି ରାଧିକା ର ମା। ହଁ ମା ମୁଁ ଆଉ ସେମିତି କରିବିନି। ହଁ ସେଇଆ ନ ହେଲେ ଦେଖିବୁ।।

                ରାଧିକା କ'ଣ କରୁଚୁ ଆ ମୋ ଗୋଡ଼ ଟିକେ ମୋଡ଼ି ଦେବୁ। ହଁ ମା ଯାଉଛି କହିଛି ରାଧିକା। ରାଧିକା ଗୋଡ ମୋଡି ଦେଉ ଥାଏ। ମା ପଚାରିଲେ ସମୟ କେତେଟା ହେଲାଣି। ମା ଏଗାରଟା ସମୟ ହେଲାଣି। ମା କହିଲେ ହୋଉ ଆଉ ଟିକେ ମୋଡ଼ି ଦେ ଯାଇକି ଶୋଇବୁ ଖାଇ ତ ସାରିଚୁ ଆଉ କ'ଣ କରିବୁ। ରାଧିକା କହିଛି ମା ମୁଁ ଖାଇନି ଗଲେ ଖାଇବି। ମା କହିଲେ ଆରେ ତୁ ଖାଇନୁ ଏତେ ସମୟ କ'ଣ କରୁଥିଲୁ। ଆପଣ ଖାଇବା ପରେ ମୁଁ ଖାଇବାକୁ ଯାଉଥିବା ବେଳେ ଆପଣ ଡାକିଲେ ବାଢି ଦେଇଛି ଗଲେ ଖାଇବି କହିଛି ରାଧିକା। ହୋଉ ଆଉ ଟିକେ ମୋଡ଼ି ଦେଇ ଯା ଖାଇ କି ଶୋଇବୁ। ରାଧିକା କିଛି ସମୟ ପରେ ଖାଇ ଶୋଇ ପଡ଼ିଲା।    

             




Rate this content
Log in

Similar oriya story from Crime