STORYMIRROR

ପବିତ୍ର ବେହେରା , ସମ୍ବଲପୁର

Children Stories Children

4  

ପବିତ୍ର ବେହେରା , ସମ୍ବଲପୁର

Children Stories Children

ପଢ଼ିବା ବହି

ପଢ଼ିବା ବହି

1 min
257

ଆସରେ କୁନା ଆସରେ କୁନି

ପଢିବା ଆମେ ବହି,

ବିଭିନ୍ନ କଥା ଶିଖିବା ଆମେ

ମିତ ଆମର ଏହି।


ଦେଶ ବିଦେଶ କଥା ପଢିବା

ଜାଣିବା ବହୁତ କଥା,

ଗୁରୁଜନଙ୍କ କଥା ମାନିଲେ

ନଇଁବ ନାହିଁ ମଥା ।


ସଭିଙ୍କୁ ଆମେ ପାଇବା ଭଲ 

ହୋଇବା ନାହିଁ ଦୁଷ୍ଟ,

ସହ ଖୁସିରେ ଜିଇଁବା ଆମେ

ଦେବାନି କେବେ କଷ୍ଟ ।।


ମହାପୁରୁଷଙ୍କ କଥା ପଢି 

ଆମେ ବାଟ ଚାଲିବା ,

ସାଧୁ ସନ୍ଥଙ୍କ ଚରଣେ ସଦା

ଆମେ ସେବା କରିବା ।।


ବାପା ମାଆଙ୍କୁ ଦେବା ସମ୍ମାନ

ଅଝଟ ହେବା ନାହିଁ,

ତାଙ୍କ କଥାରେ ବାଟ ଚାଲିଲେ

ଭୟ ରହିବ କାଇଁ ।।


ଦୁଃଖୀ ଲୋକଙ୍କୁ କଲେ ସାହାଯ୍ୟ

ସର୍ବେ ହୋଇବେ ତୋଷ,

ଆଶୀର୍ବାଦ ମିଳିବ ଆମକୁ

ହେବା ବଡ ମଣିଷ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍