STORYMIRROR

Pabitra Behera

Crime Others

3.4  

Pabitra Behera

Crime Others

ଭାବନା

ଭାବନା

2 mins
166



     ଯେଉଁ ଠି ଦେଖ ଖାଲି ପାଟି ଶୁଭୁଚି ଗାଁ ମୁଣ୍ଡରେ ହାତୀ । ସମସ୍ତ ଲୋକ ବାଣ ଫୁଟାଇ,ସାଇକେଲ ଚକ ଜାଳି ଘଣ୍ଟ ବଜାଇ ପାଟି କରୁଥାନ୍ତି। ରାତି ବାରଟା ଉପରେ ସମୟ ହେଲାଣି। ସାଇ ଘର ଭିତରେ ଶୋଇଥାଏ। ତାକୁ କେହି ଉଠେଇ ନାହାନ୍ତି, ବାହାର ର କୋଳାହଳ ଶୁଣି ଉଠି ପଡ଼ି ବାହାର କୁ ଆସିଲା। ସେ ଦେଖିଲା ବାହାରେ ଲୋକେ ହାତୀ କୁ ତଡି ଛନ୍ତି।


ପାଖ ଗାଁ ରୁ ବାଡି ବଗିଚା ଭାଙ୍ଗି ଅଜୟ ବାବୁଙ୍କ ରୋଷେଇ ଘର ଭାଙ୍ଗି ଦେଇଛି। ଲୋକ ସେଠାରେ ପାଟି କରି ହାତୀ କୁ ବାହାର କରି ଦେଲେ । ହାତୀ ଆମ ଗାଁ କୁ ଆସିଗଲା।।


ଧିରେ ଧିରେ ହାତୀ ଜଙ୍ଗଲ ବାଟେ ପଳେଇଲା ଆଉ ଗୋଟେ ଗାଁ କୁ।। ଲୋକେ ହାତୀ ବିଷୟରେ ଆଲୋଚନା କରୁଥାନ୍ତି। କିଏ କହୁଥାଏ ସେ ହାତୀ ପାଇଁ କେତେ ବାଣ କିଣି ରଖିଛି। କିଏ କହୁଚି ମୁଁ କେତେ ହାତୀ ମୋ ଆୟତରେ ରଖିଛି। ବହୁତ କଥା ଆଲୋଚନା ଚାଲିଥାଏ,ଆଉ ଥରେ ଆସିଯିବ ହାତୀ ବୋଲି କେହି ଶୋଇ ନ ଥାନ୍ତି।। ପାଖ ଗାଁ ରୁ ଖବର ଆସିଲା ହାତୀ ଜଙ୍ଗଲ ଦେଇ ବହୁତ ବାଟ ଗଲାଣି ଆଉ ଡରିବାର କିଛି ନାହିଁ।। ସମସ୍ତେ ନିଜ ନିଜ ଘରକୁ ଚାଲିଗଲେ। ସାଇ କିଛି ବୁଝି ପାରୁ ନ ଥାଏ କ'ଣ ହେଉଛି । ସେ ଯାଇ ମନରେ ବହୁତ କଥା ଭାବି ଭାବି ଶୋଇ ପଡ଼ିଲା।। ସକାଳୁ ଉଠି ବାପାଙ୍କୁ ପଚାରିଲା କାଲି ରାତିରେ କ'ଣ ସବୁ ହେଉଥିଲା? ହାତୀ କ'ଣ ପାଇଁ ଆମ ଗାଁ କୁ ଆସିଥିଲା? ବାପା କ'ଣ କହିବେ ଭାବି ପାରିଲେ ନାହିଁ। କିଛି ସମୟ ପରେ କହିଲେ ତୁ ଏଠି ବସ ମୁଁ କହୁଛି ।।


    ଆମେ ମଣିଷ ମାନେ ବଡ଼ ନିଷ୍ଠୁର। ଭଗବାନ ସମସ୍ତ ଙ୍କୁ ବଞ୍ଚିବା ର ଅଧିକାର ଦେଇଛନ୍ତି। ମଣିଷ ମାନେ ଅନ୍ୟ ଜୀବ ମାନଙ୍କ ଉପରେ ଅନ୍ୟାୟ କରୁଛନ୍ତି। ମନ୍ ଇଚ୍ଛା ତାଙ୍କ ଉପରେ ଅନ୍ୟାୟ କରୁଛନ୍ତି। ତାଙ୍କ ର ବି ଜୀବନ ଅଛି। ମଣିଷ ମାନେ ଜଙ୍ଗଲ କୁ ପ୍ରତି ଦିନ ନଷ୍ଟ କରୁଛନ୍ତି। ତାଙ୍କର ଘର ଦ୍ୱାର ଭାଙ୍ଗି ଖାଦ୍ୟ ମଧ୍ୟ ଛଡେଇ ଆଣୁଛନ୍ତି। ତାଙ୍କ ଗୁହାରି ଶୁଣିବାକୁ କେହି ନାହାନ୍ତି। ଆମର ଘର ଭାଙ୍ଗି ଗଲେ ସରକାର ଆମକୁ ସାହାଯ୍ୟ କରୁଛି କିନ୍ତୁ ତାଙ୍କର କିଏ ଅଛି। ସେମାନେ ବହୁତ ଦୁଃଖ କଷ୍ଟ ସହି ବନ୍ଚୁଛନ୍ତି । ସେମାନେ କିଛି ନ ପାଇ ଶେଷ ରେ ଗାଁ ଅଭିମୁଖେ ଯାତ୍ରା କରୁଛନ୍ତି। ଗାଁ ର ଲୋକେ ମଧ୍ୟ ସେମାନଙ୍କୁ ଗାଁ ରୁ ବାହାର କରି ଦିଅନ୍ତି। ମାରି ମଧ୍ୟ ଦିଅନ୍ତି। ସେମାନଙ୍କୁ ବହୁତ ନିର୍ଯ୍ୟାତନାର ଶିକାର ହେବାକୁ ପଡେ।। ସାଇ କହିଲା ଆମେ କ'ଣ କିଛି କରିପାରିବାନି। ବାପା କହିଲେ ହଁ ବହୁତ କିଛି କରିପାରିବା। ଲୋକ ମାନଙ୍କୁ ଶିକାର ନ କରି ବାକୁ କହି ପାରିବା ନ ମାନିଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ସରକାର କିନ୍ତୁ ଜାଣିଶୁଣି ଚୁପଚାପ୍ ବସି ଥାଏ। ସାଇ କହିଲା ଆମେ ଗଛ ଲଗାଇଲେ ତାଙ୍କ ଘରେ ଖୁସିରେ ରହିବେ। ହଁ ଆମେ ଏବେ ଯାଇ ଗଛ ଲଗାଇବା। ଆମେ ଯାଇ ଗାଁ ମୁଖିଆଙ୍କ ସହିତ କଥା ହୋଇ ଗଛ ଲଗାଇବା। ସାଇ ଯାଇ ଗାଁ ଲୋକଙ୍କୁ ଜଙ୍ଗଲ ବିଷୟରେ ବୁଝାଇବା। ଲୋକ ମାନେ ବୁଝି ଗଛ ଲଗାଇଲେ। ଶିକାର ନ କରି ବାକୁ ସମସ୍ତ ଙ୍କୁ ଆଦେଶ ଦେଲେ। ଶିକାର କଲେ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ଅଛି ବୋଲି କହିଲେ।।


           


Rate this content
Log in

Similar oriya story from Crime