ମିନା ଦିଦି (କ୍ଷୁଦ୍ର ଗଳ୍ପ)
ମିନା ଦିଦି (କ୍ଷୁଦ୍ର ଗଳ୍ପ)
(ଏକ ନିଷ୍ଠୁର ପ୍ରେମ କାହାଣୀ)
ସେଦିନ ଅଦିନରେ ଧାରା ଶ୍ରାବଣ ଭଳି ଏ ବର୍ଷା ଅମାନିଆ ହୋଇ ଖୁବ୍ ଜୋରରେ ବର୍ଷି ଯାଉଥିଲା ତା ସାଥିକୁ ଦଲକାଏ ହେମାଳିଆ ପବନ ଆଉ ଘଡଘଡିର ମୃଦୁ ଗର୍ଜନ ବିଜୁଳି ସାଥେ ମିଶି ଆକାଶର ଶୋଭା ବର୍ଦ୍ଧନ କରୁଥାନ୍ତି। ବର୍ଷା ଆସିଲେ କେବଳ ମୟୁରୀ ଫୁଲେଇ ହୁଏନି, ଗଜ ବି ନିଜର ଉପସ୍ଥାନର ପ୍ରମାଣଦିଏ, ସତରେ ଏଇ ବର୍ଷା ଭାରି ନିଜର ଲାଗେ, ବର୍ଷାକୁ ଦେଖିଲେ ମନେ ପଡିଯାଏ ମୋର ଗାଁରେ କଟିଥିବା ପିଲାବେଳ ଦିନଗୁଡିକର କଥା, ମନେପଡେ ସେଇ ହାତଗଢା କାଗଜର ଡଙ୍ଗାନେଇ ସାଙ୍ଗସାଥି ମେଳେରେ ବର୍ଷାପାଣିରେ ଭିଜି ଡଙ୍ଗାଭସା ଖେଳ, ଆଉ ତା ସାଥେ ବାପାଙ୍କର ଆକଟ ସେ ପୁଣି ଗୁରୁ ଗର୍ଜନ ସ୍ୱରରେ ଆଜିବି ମନେ ପଡିଲେ ସେ ଦିନଗୁଡିକ ହେହ ଶୀତେଇ ଉଠେ, ମନେପଡିଯାଏ ତୋଟାମାଳରେ ସାଙ୍ଗସାଥି ହୋଇ ଖରାବେଳେ ଲୁଚିକରି ଆମ୍ବଚୋରି କରି ଖାଇବା ଆଉ ଅପରାହ୍ନରେ ବାଡିପଟ ପଡିଆରେ ସାଙ୍ଗମାନେ ମିଶିକରି କବାଡି, କିତିକିତି ଖେଳିବା କିନ୍ତୁ ସବୁଠୁ ନିଆରା ଥିଲା ଆମଗ୍ରାମର ପ୍ରସିଦ୍ଧ କୁମାରପୂର୍ଣିମା ପର୍ବ କିନ୍ତୁ ତା ଠାରୁ ଅଧିକ ପ୍ରସିଦ୍ଧ ଥିଲା ସେ ରାତିରେ ଆମର ଛାଇ ଅନ୍ଧାରରେ ବୋହୁଚୋରି ଖେଳ। ସତରେ ଗାଁର ପରିବେଶ ସବୁଠୁ ନିଆରା, ଗାଁ କୁ ଆସିଲେ ମନେପଡେ ପ୍ରଥମେ ମୋର ମିନା ଦିଦି କଥା, ମୋର ସଂପର୍କରେ ଭଉଣୀ ହେଲେବି ମା ଠାରୁ ବଳି ସ୍ନେହ କରେ, ଯେତେବେଳେ ଗାଁକୁ ଯାଏ ତା ପାଖେ ମୋର ଖାଇବା ଶୋଇବା ସବୁ ପରା, ବୋଉକହେ ମୁଁ କାଳେ ପିଲାବେଳେ ଗାଁକୁ ଗଲେ ତା କାନିର ଧଡି ଧରି ଦିନରାତି ବୁଲୁଥାଏ, ମୋର ମିନା ଦିଦି କଥାରୁ ମନେପଡେ ଗାଁ ଶେଷ ମୁଣ୍ଡରେ ଘର କରିଥିବା ହାଡିଆ ଭାଇର କଥା, ସେ ଆଉ ମୋ ମିନା ଦିଦିର ପ୍ରେମଥିଲା ସଂପୂର୍ଣ ପବିତ୍ରତାର ଭରା, ସେ ଦିନ କଥାଗୁଡିକ ଆଜିବି ଆଖିଆଗରେ ନାଚୁଛି, କିଭଳି ସାତଜନମକୁ ସାଥି ହେବାକୁ ସେଦିନ ମୁଁହ ସଞରେ ବର୍ଷାର ଭିଜାଭିଜା ଦେହରେ ଉଭୟ କୋଳାକୋଳି ହୋଇ ଦୁହେଁ ଦୁହିଁଙ୍କୁ କଥା ଦେଇଥିଲେ,ସେଦିନ ତାଙ୍କ ପ୍ରେମର ସାକ୍ଷି ଥିଲେ ସେଇ ନିର୍ଜୀବ ପଥରର ଠାକୁରାଣୀ (ମୁର୍ତୀ) ଆଉ ମିନା ଦିଦି କୁ ଖୋଜି ଖୋଜି ସେଇ ମନ୍ଦିର ପାଖେ ଅଜାଣତରେ ପହଞ୍ଚିଥିବା ଗୋଟିଏ ନାବାଳକର ଦୁଇ ଆଖି।
ଆଉ ତାପରେ,,,,,,,
ଖବର ପାଏ ଛଅ, ସାତ ମାସ ପରେ ମିନା ଦିଦିର ବାହାଘର ହୋଇଯାଏ ଗାଁ ପାଖ ହରିପୁରର ଜମିଦାର ଘରେ ଆଉ ହାଡିଆ ଭାଇ ଗୋଟେ ଝିଅ କୋଉଠୁ ଉଠେଇ ଆଣେ, ଏମାନଙ୍କ ବିଭାଘରରେ ଉଭୟଙ୍କର ପରିବାରର ସମସ୍ତେ ଖୁସି ଥାଆନ୍ତି କେବଳ ମୁଁ ଆଉ ସେଇ ପଥର ଠାକୁରାଣୀଙ୍କୁ ଛାଡି।
,,,,,,,,
ହଠାତ ମୋ ଗାଡି ଅଟକିଯାଏ ଗାଁ ମୁଣ୍ଡରେ ସେଇ ପାଷାଣ ମୂର୍ତି ପାଖରେ, ମାଁ କୁ ଦର୍ଶନ କରି ଛିଡାହୁଏ ଆଗକୁ ମୋର ଆଉ ପାଦ ବଢେନି ଯେତେ ଇଛା ଥିଲେବି ଏଥର ବି ପ୍ରତୋକ ଥର ଭଳି ମୁଁ ଗାଡି ବୁଲାଇ ଆଣେ ସେଇ ଗାଁ ପାଖ ଠାକୁରାଣୀ ପାଖରୁ,,,,,
ମୋର ସେ ଦିନ ଠାରୁ ବିଶ୍ୱାସ ତୁଟିଯାଇଛି ଏ ଶରୀର ଲୋଭି ପ୍ରେମ, ସାମାଜିକ ସଂପର୍କ, ଆଉ ଗାଁ ପ୍ରତି ଥିବା ଅନାବିଳ ପ୍ରେମ ଭାବନାରୁ, ମୁଁ ସେ ଦିନଠାରୁ ଆଉ କେବେ ଗାଁ କୁ ଫେରିନି।

