ମେଘମାଳା ରହେ ଆକାଶରେ
ମେଘମାଳା ରହେ ଆକାଶରେ
ମେଘମାଳା ଭରା ଆକାଶକୁ ଚାହିଁ ମୁନା କହୁଥିଲା ଏହାର ଘର କୋଉଠି ଜେଜେମାଆ ତ ଜେଜେମାଆ କହୁଥିଲେ ବାଦଲ ଭିତରେ ତ ମୁନା ପୁଣି ପଚାରୁଥିଲା ବାଦଲ ର ଘର କୋଉଠି ଜେଜେମାଆ ତ ଜେଜେମାଆ କହିଲେ ଆକାଶରେ. ଏଥର ମୁନା ପଚାରିବାକୁ ଯାଉଥିଲା ଆକାଶର ଘର କେଉଁଠି କିନ୍ତୁ ଚୁପ ରହିଲା କାରଣ ବୋଉକୁ ଏମିତି ପ୍ରଶ୍ନ ସବୁ ପଚାରୁ ପଚାରୁ ବୋଉ ବିରକ୍ତ ହୋଇ କହିଲା ଯା ଛାତ ଉପରେ ଜେଜେମାଆ ଖରା ପୁଉଁଛନ୍ତି ତାଙ୍କୁ ପଚାରିବୁ. ବୋଉ ଚିଡ଼ିଲା ଭଳି ଜେଜେମାଆ ଯଦି ଚିଡ଼ିଯିବେ ବା ରାଗିଯିବେ ସରାଗାତରେ ପଇସା ପକେଇବାକୁ କିଏ ଦେବ ପୁଣି ସବୁଦିନ ରାତିରେ ଅସୁର ଅସୁରୁଣୀ ତଥା ଭୂତ ଗପ କିଏ କହିବ ତାକୁ ଭାବି ସେ ଚୁପ ରହିଲା ସତ ହେଲେ ତାର ମନ ଦୁଃଖ ହୋଇଗଲା କାରଣ ଏବେ ଆଉ ଆଗଭଳି ଜେଜେମାଆ ଭୂତ, ପ୍ରେତ କି ଅସୁରୁଣୀ ଗପ କହୁନି କାରଣ ସେମିତି ଗପ କହି ପିଲାଟାକୁ ମୋର ଆଉ ଡରୁଆ କରିଦେନା ମାଆ ବୋଲି ବାପା ଜେଜେମାଆ କୁ କହିବା ସେ ନିଜେ ଶୁଣିଛି ତ ଏବେ ସେ ଜେଜେମାଆ କୁ ପଚାରିଲା ଡର କାହିଁକି ଲାଗେ ଜେଜେମାଆ. ଜେଜେମାଆ ଘଡିଏ ଚୁପ ରହି କହିଲା ନିଜେ କିଛି ଭୁଲ କଲେ ଡର ଆସେ. ନା ମ ଜେଜେମାଆ ମୁଁ କହୁଥିଲି ଅନ୍ଧାର କୁ କାହିଁକି ଡର ଲାଗେ ଆମକୁ. ଜେଜେମାଆ କହିଲେ ଅନ୍ଧାରରେ ଆମକୁ ଜିନିଷ ଟା ସ୍ପଷ୍ଟ ଦେଖାଯାଏନି. ଛାଇ ଛାଇ ଅଳ୍ପ ଆଲୋକ ଓ ଅନ୍ଧାର ଭିତରେ ପତ୍ର ଟିଏ ଆମକୁ ମଣିଷ ପରି ଅନୁଭବ ହୁଏ. ପବନରେ ପତ୍ର ହଳଚଲ ହେଲେ ଆମେ ଭାବୁ ଭୂତ ବା ପ୍ରେତ
ଏଥର ମୁନା ତା ପ୍ରଶ୍ନ ପଚାରିବା ଶୈଳୀ ବଦଳେଇ ପଚାରୁଥିଲା ତୁମ ସହ ଏମିତି କିଛି ହୋଇଥିଲା କି ଜେଜେମାଆ? ହଁ ରେ ଧନ. କାର୍ତ୍ତିକ ମାସ ସାରା ରାତିରୁ ନିଦ ଭାଙ୍ଗିଯାଏ ତ ସ୍ନାନ ଆଦି ନିତ୍ୟକର୍ମ ସାରି ବାଡ଼ିପଟ ଚଉରା ମୂଳରେ ଦାମୋଦର ପୂଜା ପାଇଁ ସବୁ ଜିନିଷ ପତ୍ର କଢ଼ାକଢି କଲାବେଳେ ଜାଗୁଲୁ ଜାଗୁଲୁ ଅନ୍ଧାର ଥାଏ ତ ପଡୋଶୀଙ୍କ ଛାତ ଉପରେ ନଜର ପଡିବାରୁ ଦେଖିଲି ଗୋଟେ ବଡ଼ ମୋଟି ବା ମୋଟା ଲୋକଟିଏ ଧଳା ଚାଦର ରେ ଦେହକୁ ଢାଙ୍କି ମୁଣ୍ଡ ହଲାଉଛି. ପ୍ରଥମେ ଡରିଗଲି ତା ପରେ ସାହାସ ରଖି ପ୍ରଭୁ ଜଗନ୍ନାଥଙ୍କୁ ଡାକୁ ଡାକୁ ଫର୍ଚ୍ଚା ହୋଇ ଦିନର ଆଲୋକ ଆସିଗଲା ତ ଦେଖିଲି ତାହା ଏକ କଅଁଳୁ ଥିବା କଦଳୀ ପତ୍ର. ଅଳ୍ପ ଅଳ୍ପ ଅନ୍ଧାର ସାଙ୍ଗେ ଅଳ୍ପ ଅଳ୍ପ ପବନ ଓ ଅଳ୍ପ ଆଲୋକରେ ତାହାର ରଙ୍ଗ ପରିବର୍ତ୍ତନ ହୋଇ ଧଳା ଚାଦର ଘୋଡ଼ି ହୋଇ ପତ୍ର ଟି ପବନ ଯୋଗୁଁ ହଲୁଥିବାରୁ ମୁଣ୍ଡ ହଲେଇଲା ପରି ଦେଖାଯାଉଥିଲା. ତେଣୁ ଡରି ନଯାଇ ଧର୍ଯ୍ୟ ଓ ସାହାସ ର ସହିତ ବିଶ୍ଳେଷଣ କଲେ ସବୁ ସତ ଜାଣିପାରିବୁ. ଏହି ସମୟରେ ମୁନା ପୁଣି ପଚାରିଲା ମେଘମାଳା ସବୁ ଆକାଶରେ ରହେ କେଉଁଠି?ସେ ଆକାଶରୁ ସୃଷ୍ଟି ହୋଇ ପୁଣି ଆକାଶରେ ମିଶିଯାଏ. ପରେ ଆଉ ଟିକେ ବଡହେଲେ ବିଜ୍ଞାନ ପଢି ସବୁ ଜାଣି ପାରିବୁ. ମୁନା ଖୁସି ହୋଇଗଲା ଏଥର.
