The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Banasmita Panda

Abstract Tragedy Others

4.2  

Banasmita Panda

Abstract Tragedy Others

ମଧୁଆର ଲକଡାଉନ

ମଧୁଆର ଲକଡାଉନ

6 mins
23.8K



ମଧୁ ଏଇ ଆମ ହରିଆ କାକାଙ୍କ ପୁଅ ବାହାରେ ଚାକିରୀ କରିଛି । ଜାଗାଟି ନାମ ଶୁଣିଲେ ଆଜିକାଲି ଲୋକ ଟିକେ ଅସଂଯତ ମନେ କରୁଛନ୍ତି । ଏଇ ଆମ ଗୁଜୁରାଟର ସୁରତ କପଡା ମିଲରେ । କାରଣ ସେଇ ଗୋଟେ ମହାମାରୀ କରୋନା । ଏଠୁ ଆସୁଥିବା ପ୍ରାୟ ଲୋକ ଏହି ରୋଗରେ ଆକ୍ରାନ୍ତ । ସେଥିପାଇଁ ସରକାର ଠୁ ସାଧାରଣ ଜନତା ସମସ୍ତେ ଏହି ସ୍ଥାନରୁ ଆସୁଥିବା ଲୋକଙ୍କ ପାଇଁ ଚିନ୍ତିତ । ବିଭିନ୍ନ ସତର୍କତା ଏବଂ କିଛି ଶକ୍ତ କଟକଣା ମଧ୍ୟ୍ୟ ଜାରି କରାଯାଇଛି ସରକାରଙ୍କ ତରଫରୁ କିନ୍ତୁ ଏହା ଭିତରେ ଏମିତି ଅନେକ ବ୍ୟକ୍ତିତ୍ୱ ମଧ୍ୟ୍ୟ ଅଛନ୍ତି ଏହାର ଅପବ୍ୟବହାର ମଧ୍ୟ୍ୟ କରୁଛନ୍ତି । ଆଉ କିଛି ବ୍ୟକ୍ତିତ୍ୱ ଅଛନ୍ତି ଯିଏକି ଡରରେ ସରକାରଙ୍କ ଦ୍ୱାରା ପରିଚାଳିତ ନିୟମ ଗୁଡିକୁ ମାନିବାକୁ ନାରାଜ । ଯାହା ଦ୍ୱାରା ବିଭିନ୍ନ ସ୍ଥାନରେ ବିଭିନ୍ନ ଅଘଟଣ । ଏ ସମୟରେ ମାନବିକତାର ଆହ୍ୱାନ ସବୁ ତିକ୍ତତା ଭୁଲି ପରସ୍ପରର ସାହାଯ୍ୟ ଏବଂ ସହଯୋଗ କରିବାକୁ କିନ୍ତୁ ଏ ଯେ ମନୁଷ୍ୟ..... ସୃଷ୍ଟିର ସବୁଠୁ ଚାଲାକ ପ୍ରାଣୀ, ଯିଏକି ଅତି ଚାଲାକି କରି ଚେଷ୍ଟା କରୁଛି ଆପଣା ହସ୍ତେ ଜିଭା ଛେଦି । ଆରେ ମୁଖ୍ୟ ପ୍ରସଙ୍ଗତ ଆମର ମଧୁଆ । ଭାରୀ ଡରୁଆ ପିଲାଟି ।


ବାପ, ମାଙ୍କ ଗୋଟେ ପୁଅ । ସେଥିପାଇଁ ଭାରୀ ଗେଲ୍ହା । ସେଥିପାଇଁ ପାଠଷାଠ ମଧ୍ୟ୍ୟ ବେଶୀ ନାହିଁ । କଷ୍ଟେମଷ୍ଟେ ପେଲି ପାଲି 2 ଆର୍ଟସ । କ୍ରିକେଟ ଭଲ ତ ସିଏ ଭଲ । ଘରେ ରହିଲେ ତାର ଗୋଟେ ମାତ୍ର ଅଳିଅଳି ଭଉଣୀ ରାନୁ ସହ ଖୁମ୍ପାଖୁମ୍ପି । ସବୁବେଳେ ମାଡ଼ଗୋଳ ଦୁଇ ଜଣଙ୍କର । ଜମିବାଡ଼ି କହିଲେ ବିଶେଷ କିଛି ନାହିଁ, ହରିଆ କାକା ଅନ୍ୟ ମାନଙ୍କ ଜମିବାଡ଼ି ଭାଗଚାଷ କରି ଯାହା ଦୁଇ ପଇସା ରୋଜଗାର ଏବଂ ବର୍ଷଯାକ ଜୀବନ ଚାଲିବାକୁ ଚେଷ୍ଟା । ସବୁବେଳେ ଭାବନ୍ତି କେବେ ମଧୁଆ ଟିକେ କାମଦାମ ଆରମ୍ଭ କରିବ ଏବଂ ଦୁଇ ପଇସା ରୋଜଗାର ବଢିବ, ଯାହା ଦ୍ୱାରା ରାନୁ ବିଭାଘର ମଧ୍ୟ୍ୟ କରିପାରିବେ । କିନ୍ତୁ ମଧୁଆର ଖେଳକୁଦ ଜୀବନ ଦେଖି ପିଲାଲୋକ ଆଉ କିଛି ଦିନ ଖୁସିରେ ସମୟ ବିତୁ ଭାବି ଚୁପ ରୁହନ୍ତି । ଏକଦା ରାନୁ ଲାଗି ବଢିଆ ପ୍ରସ୍ତାବ ଗୋଟେ ଆସିଲା । କଣ କରିବେ ଭାବି ଦିନେ କାକା ଏବଂ କାକୀ ରାତିରେ କଥାବାର୍ତ୍ତା ହେଉଥାନ୍ତି ଯାହାକି ମଧୁ କାନରେ ପଡିଗଲା । କାକା ବିବାହ ଲାଗି ଧନର ଅଭାବ ଏବଂ ସେ ପ୍ରସ୍ତୁତ ନାହାନ୍ତି ଭାବି ପ୍ରସ୍ତାବକୁ ନା କରିବେ ବୋଲି ସ୍ଥିର କଲେ । ମଧୁ ସବୁ ଶୁଣି ସେଦିନ ରାତିରେ କାହିଁକି ତାକୁ ନିଦ ହେଲାନି । ସାମାନ୍ୟ କିଛି ପଇସା ଲାଗି ତା ଗେଲ୍ହା ଭଉଣୀର ଘର ବସିବନି ଚିନ୍ତା ତାକୁ ଘାରିଲା । ତା ପହରଦିନ ମଧୁକୁ ଚୁପ ବସିଥିବାର ଦେଖି ତା ସାଙ୍ଗ ମାଧବ ସବୁ କଥା ପଚାରିଲା । ସବୁ ଶୁଣିବା ପରେ ମାଧବ ତାଙ୍କ ଗାଁର ଅନେକ ପିଲା ଗୁଜୁରାଟ, ସୁରତ କପଡା ମିଲରେ ଜୋରେ ରୋଜଗାର କରୁଛନ୍ତି କହିଲା । ଏବଂ ମଧୁ କହିଲେ ତାର ମଧ୍ୟ୍ୟ ଚାକିରୀ ବ୍ୟବସ୍ତା କରିଦେବ ବୋଲି କହିଲା । ଏହା ଶୁଣି ମଧୁ ମଧ୍ୟ୍ୟ ବହୁତ ଖୁସି ହୋଇଗଲା ଏବଂ ନିଜସ୍ୱ ଇଚ୍ଛା ଭରିଲା । ଘରେ ମଧୁ ସବୁ କଥା କହି ବାପାଙ୍କୁ କହିଲା, ରାନୁ ନିର୍ବନ୍ଧ କରିଦିଅ, ବର୍ଷେ ପରେ ବାହାଘର କରିବା । ମୁଁ ସବୁ ପଇସା ସଞ୍ଚି ଘରକୁ ବରାବର ପଇସା ପଠାଇବି । ପ୍ରଥମେ କାକା, କାକୀ ରାଜି ନ ଥିଲେ କିନ୍ତୁ ପୁଅର ଆତ୍ମ ବିଶ୍ୱାସ ଦେଖି ରାଜି ହୋଇଗଲେ । ସେଇଆ ହେଲା ଆଜିକୁ ବର୍ଷେ ତଳେ ରାନୁ ନିର୍ବନ୍ଧ ହୋଇ ଯାଇଛି, ମଧୁ ଆମର ଘରକୁ ବରାବର ପଇସା ପଠାଇଛି । କିଛିଦିନ ପରେ ରାନୁ ବାହାଘର । ଗାଁରେ କାକା ବେଳେବେଳେ ବିଡି ଟାଣି ନିଶରେ ହାତ ମାରି ମଧୁର ବଢ଼ାଇ କରନ୍ତି । ଗାଁ ର ପ୍ରତ୍ୟେକ ପୂଜା, ପର୍ବ, ଯାନି ଯାତରା ରେ ମଧୁର ଅବଦାନ ନିହାତି ରୁହେ । ରାନୁ ମଧ୍ୟ ଭାଇର ପ୍ରଶଂସା କରି ଥକେନା, ସବୁବେଳେ ଅନାଇ ବସିଥାଏ କେବେ ଆସିବ ତା ପ୍ରିୟ ଭାଇନା । କାକୀ ଏଥର ଗୋଟେ ମୋବାଇଲ ଫୋନ ଧରିଲାଣି । ଦିନେ ଦୁଇ ଦିନରେ ମଧୁ ସହ ସମସ୍ତେ ଜୋରେ ଗପନ୍ତି । ଏତେ ଖୁସି ଭିତରେ ପଶିଗଲା ଏ କରୋନା ନାମକ ରାକ୍ଷସ । କିଛି ଦିନ ହେବ ମିଲ ସବୁ ବନ୍ଦ ହେଲାଣି । ଗୁଜୁରାଟ ସରକାର ରଖେଇ ଥୋଇ ଦଉନି । କିଛି ସାହାଯ୍ୟ ସହଯୋଗ ମିଳୁନି । ଓଡିଶା ସରକାରଙ୍କ ତରଫରୁ ଯେତେ ସୁବିଧା ପ୍ରସାରିତ ହେଲେ ମଧ୍ୟ୍ୟ ପହଞ୍ଚି ପାରୁନାହିଁ । ମଧୁ ଏବଂ ତାର ଆଉ କିଛି ସାଙ୍ଗ ଦିନକୁ ଦିନ ହାରିବା ପରିସ୍ଥିତିରେ । ଏପଟେ ଘର ମାଟିର ଡାକ, ଘରକୁ ପଳାଇଆ ବାପା । ପଇସା ଏବଂ ଖାଦ୍ୟର ଅଭାବ ଗ୍ରାସୀ ଉଠିଥାଏ ମଧୁ ଏବଂ ସାଙ୍ଗ ମାନଙ୍କୁ । ଫୋନର ବିଭିନ୍ନ କୁସ୍ଚିତ ଭିଡ଼ିଓ ନିଜ ଲୋକଙ୍କୁ ପର କରି ସାରିଥିଲା । ଯେଉଁ ଗାଁ ର ପ୍ରତ୍ୟେକ କାର୍ଯ୍ୟରେ ମଧୁର ଅବଦାନ ଥିଲା ଆଜି ସେହି ଗ୍ରାମବାସୀଙ୍କୁ ତାଙ୍କ ପରି ମାଟିର ପୁଅ ମାନଙ୍କୁ ପ୍ରବାସୀ ଶ୍ରମିକ ନାମ ଦେଇ ଘୃଣା କରୁଥିଲା । ଏହା ମନୋବଳ ଭାଙ୍ଗି ଦେଉଥିଲା । ଭୋକ ତା ରୂପ ଦେଖେଇବା ଆରମ୍ଭ କରି ଦେଇଥିଲା । ନା ଆଉ ହେବନି । ଡରିବାର ନାହିଁ, ନ କରୁ ସରକାର ଆମକୁ ସାହାଯ୍ୟ ଆମେ ନିଜେ ଆମ ନିଜର ସାହାଯ୍ୟ କରିବା । ହାରିବାନି, ମରିବା ଯଦି ନିଜ ମାଟିରେ, ଏଠି ପରଦେଶରେ କାହିଁକି ଶେଷ ନିଶ୍ୱାସ, ଚାଲ ସାଙ୍ଗ ମାନେ ଲଢ଼ିବା ଆମେ ଏ ମହାମାରୀ ସହ, ଭୋକ ସହ କିନ୍ତୁ ଫେରିବା ନିଜ ମା କୋଳକୁ । ମଧୁର ଏହି କିଛି କଥା ଉତ୍ସାହ ଭରି ଦେଇଥିଲା ସମସ୍ତଙ୍କ ଭିତରେ । ଭୋରୁ ବାହାରି ପଡ଼ିଥିଲେ ନିଜ ମାଟିର ଗନ୍ତବ୍ୟ ପଥରେ । ପୋଲିସ ମାଡ଼ ସହ ଭୋକ ଏବଂ କ୍ଲାନ୍ତିର କଷ୍ଟ ଅସହ୍ୟ ହୋଇ ପଡ଼ୁଥାଏ ଜୀବନ । ପାଣି ବୁନ୍ଦେ ବୁନ୍ଦେ ଯାହା ଟିକେ ଜୀବନ ଦେଉ ଥାଏ । କଣ କରିବେ ଯୁଆଡେ ଚାହୁଁଥାନ୍ତି ସିଆଡେ ଅସହାୟତା, ଖାଲି କ୍ରନ୍ଦନର ଚିତ୍କାର । କେତେ ଟ୍ରକ, କେତେ ଜଙ୍ଗଲ ପୋଲିସ ବାବୁଙ୍କୁ ଲୁଚି ଲୁଚି, କେତେ କଣ୍ଟା, ଅଜସ୍ର ଭୋକ ସହିବା କଷ୍ଟକର ହୋଇ ଉଠୁଥାଏ ତଥାପି ମନରେ ଘରକୁ ଯିବାର ଆଶା ପଥ ପ୍ରଦର୍ଶକ । ମା ହାତରେ ଗଣ୍ଡାଏ ପଖାଳ ସବୁ କ୍ଲାନ୍ତି ଦୂର କରିଦେବାର ଆଶା । ହେଇତ ସାଙ୍ଗ ମାନେ ଦେଖା ଗଲାଣି ଓଡିଶା ସୀମାନ୍ତ । ଓଃ କି ଶାନ୍ତି କି ଖୁସି ଗୋଟେ ନୂଆ ଜୀବନର ଆଶା ବୁଣି ଦେଉଛି କିଛି ଆନ୍ତରିକ ଶିହରଣ ସହ । ଆଉ ଅଳ୍ପ କିଛି ଦିନ ପହଞ୍ଚି ଯିବା ସାଙ୍ଗ ମାନେ ଘରେ ।


ଓହଃ କି ଶାନ୍ତି ଏ ଅନୁଭବରେ, ସମସ୍ତଙ୍କ ଆଖିରେ ଉଜ୍ବଳତାର କାମନା । କିନ୍ତୁ ବର୍ତମାନ କଥା ପେଟର ଭାଇ ମଧୁ, କହି ଉଠିଲା ମାଧବ । ଭୋକ ଜୋରେ, ଆଉ ପାଦ ଆଗକୁ ବଢ଼ୁନି, ଦୀର୍ଘ ବାରଦିନ ହେଲାଣି ଚାଲୁଛେ । କିଛି ଖାଦ୍ୟ ନିହାତି ଆବଶ୍ୟକ । ବୋଧେ ଘରକୁ ଯିବାର ଖୁସି ପଦାକୁ ସ୍ଥିର କରୁଛି ଭାବି ମଧୁ ଦେଖିଲା ଚାରିପଟେ ନିଶବ୍ଦ ପରିବେଶ, କାଉ କୋଇଲି ଦେଖା ଯାଉ ନାହାନ୍ତି, ଢୁ ଢୁ ଖରା । ପାଖରେ କିଛି ଦୂରରେ ଗୋଟେ ନଳକୂପ, ବୋଧେ କେତେ ଦିନ ହେବ କେହି ଉପଯୋଗ କରି ନାହାନ୍ତି । ଆରେ ସାଙ୍ଗ ମାନେ ଏଠି କଣ କିଛି ଦେଖା ଯାଉ ନାହିଁ । କଣ ଖାଇବା । ହଠାତ ମାଧବ କହିଲା କିଛି ଚୁଡା ଏବଂ ଶୁଖିଲା ରୁଟି ଅଛି ବାଣ୍ଟି ଖାଇଦେବା, ଘରେ ଥରେ ପହଞ୍ଚିଗଲେ କେତେ ସୁନ୍ଦର ଖାଇବା ଖାଇବାକୁ ମିଳିବ । ନା ନା ଆଗ ସରକାରୀ ବିଦ୍ୟାଳୟରେ କ୍ୱାରାଇନଟାଇନରେ ଯୋଗାଯୋଗ କରି ରହିବା ତା ପରେ କିଛି ଦିନ ପରେ ଘରକୁ ଯିବା । ମଧୁ କଥା ଶୁଣି ସମସ୍ତେ ହସି ପଡିଲେ ତୁ ଆଉ ତୋ ଭୋଳାପଣ, ହେଲା ଯାହା କହିଲୁ ସେଇଆ କରିବା, ଯାହାବି ହେଲେ କଥା ଆମ ନିଜ ଲୋକଙ୍କର, ସେମାନେ ସିନା ଆମକୁ ଭୁଲିଗଲେ, ଦୂର ଦୂର କରୁଛନ୍ତି, କିନ୍ତୁ ଆମେ ଆମ ଦାୟିତ୍ୱ, ବିବେକ ଏବଂ ମାନବିକତାକୁ ଭୁଲିବା ଉଚିତ ନୁହେଁ । ସତରେ କେତେ ସୁନ୍ଦର ଏବଂ ନିଷ୍କପଟ ଚିନ୍ତାଧାରା ଥିଲା ଏ ଆମ ନିଜ ପୁଅ ମାନଙ୍କର ଯାହାକୁ ଆମେ ଆମ ସରକାର ପ୍ରବାସୀ ଶ୍ରମିକ, ଦାଦନ ଶ୍ରମିକ ନାମ ଦେଇ ଦେଇଛୁ । ଖାଇସାରି ଟିକେ ବିଶ୍ରାମ ବିନା ଚାଲି ହେବନି ଭାବି ଟିକେ ଗଡିଯିବା ଭାବି ଶୋଇ ପଡ଼ିଥିଲେ ଏ ସତର ଜଣ ପିଲା । ବିଶ୍ରାମ ନେଇଥିଲେ ଏକ ରେଳ ଲାଇନ ଉପରେ । ଆସିବାର ନ ଥିଲା କୌଣସି ଗାଡି ସେପଟେ ସେମାନଙ୍କ ଧାରଣାରେ । ଶୋଉ ଶୋଉ ଶୋଇ ପଡ଼ିଥିଲେ ସମସ୍ତେ, ଦୀର୍ଘ ବାର ଦିନର ଥକା ବାଧ୍ୟ୍ୟ କରି ଦେଇଥିଲା ସେମାନଙ୍କୁ ଗଭୀରତା ପାଇଁ । କିନ୍ତୁ ମଧୁ ଆଖିରେ ଅନେକ ସ୍ବପ୍ନ, ଘରେ ପହଞ୍ଚି ମା ହାତରେ ଆଗ ପଖାଳ କଂସାଏ ଖାଇବି ମୋ ପ୍ରିୟ ଆଳୁ ପୋଡା, ବଢ଼ିଚୁରା, ବାଇଗଣ ଭର୍ତ୍ତା, ଦେଶୀ ପୋଖରୀ ଚୁନା ମାଛ, ଖାଇକି ମା କାନିରେ ମୁହଁ ପୋଛିବି, ରାନୁକୁ      ବିଞ୍ଚିବାକୁ କହିବି, ମୋ ଗୋଡ଼ ହାତ ମୋଡା ମୋଡି କରିଦେବ, ବୋଉ ପାଦରେ ସବୁ ଘା କୁ ଗରମ ଘିଅ ଲଗାଇ ଦେବ ସବୁ ଶୀଘ୍ର ଭଲ ହୋଇଯିବ, ରାନୁକୁ ଚୁଟି ଟାଣି ଖୁବ୍ ଚିଡ଼ାଇବି, ସାଙ୍ଗ ମାନଙ୍କ ସହ ଖୁବ୍ କ୍ରିକେଟ ଖେଳିବି, ଘର ବାଡ଼ି କାମରେ ଏ ଥର ବାପାଙ୍କୁ ଏକା ଖଟିବାକୁ ଦେବିନି, ଜୋରେ ସୋରେ ମହାମାରୀ ପରେ ରାନୁ ବିଭାଘର ଜୋର ସୋର,ଯାକଜକମରେ କରିବି, ବିଦା ହେଲା ବେଳେ ସେ ଜୋରେ କାନ୍ଦିବ, ମୁଁ ଜମାରୁ ସେଠି ରହିବିନି, ଏହା ଭାବୁ ଭାବୁ ଆଖିରୁ ଦୁଇ ଧାର ଲୁହ ବୋହି ଯାଉଥାଏ ତା ଆଖିରୁ ଅନବରତ। ୟା ଭିତରେ ଗଭୀର ନିଦ୍ରାରେ ସମସ୍ତେ ସେ ମା କୋଳରେ ଅଚିନ୍ତା ହୋଇ ଶୋଇ ପଡିଛନ୍ତି । ଦୀର୍ଘ ଦିନର କଷ୍ଟ ଆଗରେ ଘର ଆଉ ଅଳ୍ପ ବାଟ ବୋଧେ ଗୋଟେ ବଡ଼ ଆଶ୍ୱାସନା ଦେଇଛି ସେଥିପାଇଁ ସମସ୍ତେ ଅଚିନ୍ତା ଆସୁଥିବା ଲୋହ ଦାନବ ବିଷୟରେ ।

ହେଇତ ପାଖରେ ପହଞ୍ଚିଗଲାଣି........ଉଠ ମଧୁଆ ଉଠ ଆରେ ଉଠ ଡାକୁଥାଏ ଜୀବନ ଅନବରତ, ଆଉ କଣ ମଧୁ କି ତା ସାଙ୍ଗ ମାନେ ଶୁଣୁଛନ୍ତି ସବୁପା ସେଇ ମା କାନିରେ ଖାଇକି ମୁହଁ ପୋଛି ଶୋଇଛନ୍ତି, ଓଃ କେତେ ଅନିଦ୍ରା, କେତେ କଷ୍ଟ,କେତେ ଭୋକ,କେତେ କ୍ଲାନ୍ତି ଆଜି ସବୁର ଶେଷ ହୋଇଯାଇଛି । ମଧୁ ଆଉ ତା ସାଙ୍ଗ ମାନଙ୍କ ସବୁ ଲକଡାଉନ,ମହାମାରୀ,ସରକାରୀ ହଟହଟା ବ୍ୟବସ୍ତା ଠାରୁ ମିଳି ଯାଇଛି ନିସ୍ତାର । ସତରେ ପର ଦେଶ ଅପେକ୍ଷା ନିଜ ମାଟିରେ ନେବା ଶେଷ ନିଶ୍ୱାସ ଡାକ ଶୁଣି ନେଇଥିଲା ସେ ଈଶ୍ୱର, ଲୌହ ଦାନବ ସାଙ୍ଗରେ ନେଇ ଯାଇଛି ସମସ୍ତଙ୍କ ଆଶା । ଭାସି ଆସୁଛି କିଛି ପରିବାରର ଚିତ୍କାର । ଆର ଦିନର ମୁଖ୍ୟ ଖବର ଟିଭି,ସମାଚାର,ରେଡ଼ିଓ, ଖବରକାଗଜରେ କିଛି ପ୍ରବାସୀ ଶ୍ରମିକଙ୍କ ଅକାଳରେ ରେଳ ଲାଇନରେ ବିଶ୍ରାମ ନେଉଥିବା ସମୟରେ ମୃତ୍ୟୁ । କିଛି ହରିଆ କାକାଙ୍କ ମଧୁଆ ତ ଯାଇଛି ସେଥିରେ କଣ ଅଛି? କୋଉ ପ୍ରବାସୀ ଶ୍ରମିକଙ୍କ ଅଭାବ ଅଛି ।


Rate this content
Log in

Similar oriya story from Abstract