ମାୟାବିନୀ :8
ମାୟାବିନୀ :8
କାହାଣୀଟିକୁ ଭଲ ଭାବରେ ବୁଝିବା ପାଇଁ ଦୟା କରି " ମାୟାବିନୀ " ର ପୂର୍ବ ଭାଗ ଗୁଡିକୁ ପଢନ୍ତୁ । ଆଗରୁ ଆମେ ପଢି ଥିଲୁ ଯେ ଦିନେଶ ଓ ତାଙ୍କ ସାଙ୍ଗ ଦୁଇ ଜଣଙ୍କୁ ସାପ ଦଂଶନ କରିଛି ବୋଲି ଜାଣି ଶୀତଳ ଆଶ୍ଚର୍ଯ୍ୟ ହେଲେ।
ତାପରେ :
ଏ କଥା ଜାଣି ଶୀତଳଙ୍କର ଗତ ରାତି କଥା ମନେ ପଡିଲା ଯେ ରାତିରେ ଦିଶାଙ୍କ ରୁମକୁ ଗୋଟିଏ ସାପ ପଶି ଥିବା କଥା ଚୌକିଦାର କହି ଥିଲା। ସେ ଯାଇ ଏ ବିଷୟରେ ଦିଶାଙ୍କୁ କହିଲେ। ଦିଶା ଆଶ୍ଚର୍ଯ୍ୟ ହୋଇ ଗଲେ। କାରଣ ସେ ତ ଶକ୍ତି ଏ ଯାଏଁ ପାଇ ନାହାଁନ୍ତି ହେଲେ ଏ ସବୁ କରୁଛି କିଏ ମାନେ କ'ଣ ଏ ସବୁ ସୋନା କରୁଛି। ମନେ ମନେ ଦିଶା ଭାବୁ ଥାନ୍ତି। ହେଲେ ଶୀତଳ ଦିଶାଙ୍କ ଶିଖିଲା ମୁହଁ ଦେଖି ଭାବିଲେ ନିହାତି ଭାଉଜ କିଛି ନା କିଛି କଥା ଲୁଚାଉଛନ୍ତି।
ଦିଶା ସନ୍ଧ୍ୟା ସମୟରେ ଦେଖିଲେ ଯେ ତାଙ୍କ ରୁମକୁ ପୁଣି ସୋନା ନାଗୁଣୀ ବେଶରେ ପ୍ରବେଶ କଲେ। ସେ ସାଙ୍ଗେ ସାଙ୍ଗ ପ୍ରବେଶ କରି ରୁମକୁ ସୋନାଙ୍କୁ ଅଟକାଇ ପଚାରିଲେ କଣ ପାଇଁ ତୁ ଏମିତି କରୁଛୁ।
ସୋନା ନିଜ ମଣିଷ ରୂପକୁ ଆସି କହିଲେ ଯେ ମୁଁ ତୋତେ ଏ ଘରୁ ବାହାର କରି ଦେବି।
ଦିଶା : ତୁ କଣ ପାଇଁ ମୋ ପଛରେ ପଡିଛୁ। କିଛି ବର୍ଷ ଆଗରୁ ତୁ ମୋ ସହ ଆଉ ରୁଦ୍ରଙ୍କ ସହ ଯାହା କଲୁ ଶେଷରେ ରୁଦ୍ରଙ୍କୁ ମଣିଷ ଜନ୍ମ ନେବା ପାଇଁ ପଡିଲା। ତୁ ତୋର ଭଉଣୀ ଭିଣେଇ ସହ ମିଶି କଳା ଯାଦୁ କଲୁ। ମଣି ପାଇବା ଲୋଭରେ ଓ ମୋ ରୁଦ୍ରଙ୍କୁ ହାସଲ କରିବା ପାଇଁ ତୁ ତୋର ସୀମା ପାର କଲୁ। ମୋତେ ତୋର ସାଙ୍ଗ କହି ତୁ କଳା ଯାଦୁ କଲୁ।
ମୁଁ ମୁର୍ଖ ସେ ସବୁ ବିଷୟରେ ଅଜ୍ଞାତ ଥିଲି। ନିଜର ମଧ କଥା ତୋତେ କହୁ ଥିଲି। ନାଗ ରାଣୀ ହୋଇ ମଧ୍ୟ ମୁଁ ସେତେବେଳେ ତୋତେ ଚିହ୍ନି ପାରିଲି ନାହିଁ। ଆଉ ତୁ ତାର ଖରାପ ଉପାୟରେ ସୁଯୋଗ୍ୟ ଉଠାଇଲୁ। ଆଉ ମୋତେ ଏବଂ ରୁଦ୍ରଙ୍କୁ ଠକାଇଲୁ।
ସୋନା : ମୁଁ ତ ପ୍ରଥମରୁ ହିଁ ରୁଦ୍ରଙ୍କୁ ଭଲ ପାଉ ଥିଲି। ହେଲେ ରୁଦ୍ର ତୋତେ ଭଲ ପାଇଲେ। ମୋ ପାଖରେ କଣ କମି ଥିଲା ଯେ ରୁଦ୍ର ମୋତେ ଭଲ ନ ପାଇ ତୋତେ ବାଛିଲେ।
ଦିଶା : ମୁଁ ବି ରୁଦ୍ରଙ୍କୁ ଭଲ ପାଉଥିଲି। ହେଲେ ମୋ ପ୍ରେମରେ ହାସିଲ ଉଦ୍ଦେଶ୍ୟ ନ ଥିଲା। ଥିଲା ନିଃସ୍ୱାର୍ଥ ପ୍ରେମ।
ସୋନା : ମୁଁ ମୋ ମନ କଥା କହିବାରୁ ରୁଦ୍ର କହିଲେ ସେ ତୋତେ ବହୁତ ଭଲ ପାଆନ୍ତି। ଆଉ ତୋତେ ହିଁ ବିବାହ କରିବେ। ଏ କଥା ମୁଁ ସହି ନ ପାରି ମହାଦେବଙ୍କ ମନ୍ଦିରରେ ମୋ ପ୍ରକୃତ ରୂପ ନେଇ କାନ୍ଦିବାକୁ ଲାଗିଲି ଏବଂ ମହାଦେବଙ୍କୁ ପଚାରିଲି ଯେ କଣ କଲେ ମୁଁ ମୋ ରୁଦ୍ରଙ୍କୁ ଫେରି ପାଇବି।
ସେହି ସମୟରେ ମୋର କାଳୁ ବାବାଙ୍କ ସହ ଦେଖା ହେଲା। ସେ ମୋତେ କହିଲେ ସେ ମୋର ସାହାଯ୍ୟ କରିବେ ରୁଦ୍ରଙ୍କୁ ପାଇବାରେ ତା ବଦଳରେ ମୁଁ ତାଙ୍କୁ ନାଗ ମଣି ଆଣି ଦେବି। ଏ କଥାରେ ମୁଁ ରାଜି ହୋଇ ଗଲି। ଆଉ ସେଥିରେ ମୋତେ ମୋ ଭଉଣୀ ଓ ଭିଣେଇ ସାହାଯ୍ୟ କଲେ। ହେଲେ ମୁଁ କଳା ବିଦ୍ୟା ଶିଖୁ ଶିଖୁ ଡେରି ହୋଇ ଗଲା। ତୋର ଓ ରୁଦ୍ରଙ୍କ ବିବାହ ହୋଇ ଗଲା। ଆଉ ତୁମେ ଦୁହେଁ ଜୀବନରେ ଆଗେଇ ଯାଇ ଥିଲ। ତୁ ମାଆ ହେବାକୁ ଯାଉ ଥିଲୁ। ତୋର ଶକ୍ତି ବଢି ଯାଇ ଥିଲା।
ଦିଶା : ହଁ ମୁଁ ସେ ସମୟ ଭୁଲି ପାରିବି ନାହିଁ କେବେ? ସାଙ୍ଗ ହୋଇ ତୁ ମୋ ସହ ଯାହା କଲୁ।
ଦିଶାଙ୍କ ଆଖି ଛଳ ଛଳ ହୋଇ ଯାଇ ଥାଏ।
ଠିକ ଏତିକି ବେଳେ ହଠାତ୍ ବାହାରେ ପାଟି ଶୁଣା ଗଲା। ଗୋଟିଏ ଚାକରକୁ ସାପ କାମୁଡିଛି। ଆଉ ସେ ସାପ ଶୁଭମଙ୍କ ରୁମର ଝରକା ଦେଇ ପ୍ରବେଶ କଲା ବୋଲି ଚୌକିଦାର କହିଲା।
ବାରମ୍ବାର ଶୁଭମଙ୍କ ରୁମକୁ ସାପ ପ୍ରବେଶ କରୁଛି ଏ କଥା ଶୁଣି ସବୁ ଆଶ୍ଚର୍ଯ୍ୟ। ଦିଶା ଏ ସବୁ ସୋନା ତୁ କରିଛୁ କହି ଘୁରି ପଡିଲା ବେଳକୁ ସୋନା ଆଉ ରୁମରେ ନାହାଁନ୍ତି।
ଏତିକିବେଳେ ଶୁଭମ ଓ ବାକି ଘର ଲୋକମାନେ ଆସି ଦିଶାଙ୍କ ରୁମର କବାଟକୁ ବାଡେଇଲାରୁ ଦିଶା କବାଟ ଖୋଲିଲେ।
ଶୁଭମ : ଦିଶା ତୁମେ ଠିକ ଅଛ ତ।
ଦିଶା : ହଁ, କ'ଣ ହେଲା କି ?
ଲତା : ଆରେ ଚୌକିଦାର କହିଲା ତୁମ ଦୁହିଁଙ୍କ ରୁମକୁ ସାପ ପ୍ରବେଶ କରିଛି।
ଦିଶା ନ ଜାଣିଲା ପରି କହିଲେ କାଇଁ ମୁଁ ତ ଦେଖି ନାହିଁ।
ସମସ୍ତେ ଖୋଜୁ ଥାଆନ୍ତି ସାପକୁ। ଠିକ ଏତିକି ବେଳେ ରମାକାନ୍ତ ଓ ସୋନା ଆସିଲେ।
ରମାକାନ୍ତ ସବୁ କଥା ଭୁଲି ଆସିଥିବାରୁ ରାଣା ପ୍ରତାପ ଖୁସି ହୋଇ ଗଲେ।
ରାଣା ପ୍ରତାପଙ୍କୁ ରମାକାନ୍ତ କହିଲେ ମୁଁ ଆସି ନ ଥାଆନ୍ତି।ହେଲେ ସୋନା ମୋତେ ବ୍ୟସ୍ତ କରି ଦେଲା। ସେ କହିଲା ଏ ସବୁ ରାଗ ଛାଡି ପୁଣି ମିଶି ଯିବା ପାଇଁ।
ଲତା : ସୋନା ପୁରା ଠିକ କଥା କହିଲା। ଆଉ ଗୋଟିଏ ଖୁସି ଖବର ଶିବ ରାତ୍ରି ଦିନ ଶୀତଳର ବାହାଘର। ତୁମେ ସମସ୍ତେ ଆସିବ।
ଘରେ ହସ ଖୁସିର ମହଲ। ହେଲେ ଶୀତଳଙ୍କୁ ଏବେ ଦିଶାଙ୍କୁ ନେଇ ସନ୍ଦେହ ବଢି ବଢି ଚାଲି ଥାଏ। ସେ ମନେ ମନେ ଭାବିଲେ ଯେ ତାଙ୍କୁ ଦିଶାଙ୍କ ଉପରେ ନଜର ରଖିବା ପାଇଁ ପଡିବ।
ଦିଶା ଓ ଶୁଭମଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବଢିବାରେ ଲାଗି ଥାଏ। ଶୁଭମ ଓ ଘର ଉପରେ ବିପଦ ଥିବାରୁ ଲତା କୁଳ ପୁରୋହିତଙ୍କ ସହ କଥା ହୋଇ ସମସ୍ତଙ୍କ ପାଇଁ ରକ୍ଷା କବଚ ଆଣି ଦେବା ପାଇଁ କହିଲେ।
ବିବାହ କାମ ବଢି ଜୋର ସୋରରେ କରା ଯାଉ ଥାଏ। ସପ୍ତାହ ପରେ ଦିଶା ପୁନଃ ନାଗୁଣୀ ରୂପ ଫେରି ପାଇବାର ସମୟ ଆସିଗଲା। ସେ ନାଗୁଣୀ ରୂପ ବାହାଘର ଭିଡ ଭିତରେ ନେବେ କିପରି। ଆଉ କିଛି ଦିନ ପରେ ବାହାଘର।ହେଲେ ତାଙ୍କୁ ଯେମିତି ବି ହେଉ ସନ୍ଧ୍ୟା ସୁଦ୍ଧା ନାଗୁଣୀ ରୂପ ନେବାକୁ ପଡିବ। ସେ ବି ପ୍ରବଳ ଯନ୍ତ୍ରଣା ହେବ। ଦିଶା ଭାବୁ ଥାନ୍ତି। ଶେଷରେ ଦିଶା ଶୁଭମଙ୍କୁ କହିଲେ ତାଙ୍କ ବାପା ଡାକିଛନ୍ତି। ତେଣୁ ସେ ବାପଘରକୁ ଯିବେ। କାମରେ ବ୍ୟସ୍ତ ଥିବାରୁ ଶୁଭମ ଯାଇ ପାରାଲେ ନାହିଁ। ହେଲେ ଶୀତଳ ଦିଶାଙ୍କ ସହ ଯିବା ପାଇଁ ଜିଦ କଲେ।
ଶେଷରେ ଦିଶା ଓ ଶୀତଳ ରବି ନନାଙ୍କ ଘରକୁ ଗଲେ। ରବି ନନା ବୁଝି ପାରିଲେ ଯେ ଦିଶା କଣ ପାଇଁ ଆସିଛନ୍ତି। ସେ ସେଦିନ ମନ୍ଦିରରେ ଯଜ୍ଞ ଅଛି କହି ଘର ଲୋକଙ୍କୁ ମନ୍ଦିର ନେଇ ଗଲେ। ଦିଶା ଓ ଶୀତଳ ମଧ୍ୟ ଗଲେ। ମନ୍ଦିରରେ ପୂଜା ଚାଲି ଥାଏ। ହଠାତ ଶୁଭମ ଓ ଶୁଭମଙ୍କ ପରିବାର ଲୋକ ଆସି ସେଠାରେ ପହଞ୍ଚି ଗଲେ। ସେମାନଙ୍କୁ ଦେଖି ଦିଶା ଆଶ୍ଚର୍ଯ୍ୟ ଓ ଚିନ୍ତିତ ହୋଇ ଗଲେ। ଏବେ ସେ କଣ କରିବେ ଭାବୁ ଥାନ୍ତି।
ଲତା ରବି ନନା ଙ୍କୁ କହିଲେ ଆମେ ବାହାଘର କାର୍ଡ଼ ଦେବା ପାଇଁ ଆପଣଙ୍କ ଘରକୁ ବାହାରି ଥିଲୁ। ହେଲେ ଶୀତଳ ଠିକ ସମୟରେ ଫୋନ କରି କହିଲା ଯେ ଆପଣମାନେ ସବୁ ମନ୍ଦିର ଆସିଛନ୍ତି। ତେଣୁ ଆମେ ସବୁ ମନ୍ଦିର ଆସିଲୁ।
ରବି ନନା ବୁଝି ପାରୁ ଥାଆନ୍ତି ଦିଶାଙ୍କ ଅବସ୍ଥା। ଦିଶା ଚାଦରରେ ଘୁଡି ହୋଇ ଥାଆନ୍ତି।
ଶୁଭମ : ଆରେ ଦିଶା କଣ ହୋଇଛି?
ଦିଶା : ମୋତେ ଜ୍ୱର ଆସିଛି।
ଶୁଭମ ଦିଶାଙ୍କ ମୁଣ୍ଡରେ ହାତ ମାରି ଦେଖିଲେ ଯେ ସତରେ ତାଙ୍କୁ ଜ୍ଜର ଆସିଛି। ସେ ବ୍ୟସ୍ତ ହୋଇ କହିଲେ ଚାଲ ଘରକୁ ଯିବା।
ହେଲେ ରବି ନନା କହିଲେ ମହା ଆଳତୀ ରାତିରେ ହେବ। ଏମିତି ସେ ଯିବା ଠିକ ହେବ ନାହିଁ। ଦିଶା ତାଙ୍କ ଘରେ ଯାଇ ଶୋଇ ଥାଆନ୍ତୁ। ଆଳତୀ ସମୟରେ ଆସି ଶୁଭମଙ୍କ ସହ ଆଳତୀ କରିବେ। ଶୁଭମ ଦିଶାଙ୍କୁ ନେଇ ଯିବା ପାଇଁ ବାହାରିବାରୁ ନେହା କହିଲା ଜିଜୁ ମୁଁ ନେଇ ଯାଉଛି। ଆସିଲା ବେଳକୁ ଭୋଗ ଆଣିବି।
ଦିଶା ନେହାଙ୍କ ସହ ଘରକୁ ଗଲେ। ନେହା ଭୋଗ ନେଇ ମନ୍ଦିର ଆସିଲେ। ଶୁଭମ କିନ୍ତୁ ଦିଶାଙ୍କୁ ନେଇ ବ୍ୟସ୍ତ ହେଉ ଥାଆନ୍ତି।
ପୂଜା ଚାଲି ଥାଏ। ସେହି ମଧ୍ୟରେ ଶୀତଳ କାହାକୁ କିଛି ନ କହି ଲୁଚି ଲୁଚି ଦିଶାଙ୍କୁ ଦେଖିବା ପାଇଁ ଗଲେ। ଦିଶାଙ୍କୁ ଶିବ ବାବାଙ୍କ ମୂର୍ତ୍ତି ସାମ୍ନାରେ ନାଗୁଣୀ ରୂପ ନେବାର ଥାଏ ସେ ବି ଜହ୍ନ ଆଲୁଅରେ। ତେଣୁ ସେ ଘରର ଠାକୁର ରୁମରେ ଝରକା ଖୋଲା ରଖି ଜହ୍ନ ଆଲୁଅରେ ନିଜ ରୂପ ଧାରଣ କରୁ ଥାଆନ୍ତି। ସେ ଅର୍ଦ୍ଧ ନାଗୁଣୀ ଓ ମାନବ ରୂପରେ ଥାଆନ୍ତି। ଚିତ୍କାର କରୁ ଥାଆନ୍ତି। ହେଲେ ମନ୍ଦିରରେ ପୂଜା ଚାଲୁ ଥିବାରୁ ଶୁଣା ଯାଉ ନ ଥାଏ ତାଙ୍କର ଚିତ୍କାର ବାହାରକୁ। ଏ ସବୁ କିନ୍ତୁ ଶୀତଳ ଲୁଚି ଲୁଚି ଦେଖି ନେଲେ ଏବଂ ଭିଡିଓ କରି ନେଲେ।
ଶୀତଳ ଡରି ପଳାଇବା ସମୟରେ ଦିଶାଙ୍କ ନଜର ଶୀତଳଙ୍କ ଉପରେ ପଡିଲା।
ଶୀତଳ ଏବେ କଣ ଘର ଲୋକଙ୍କୁ ଯାଇ ଦିଶା ନାଗୁଣୀ ବୋଲି କହି ଦେବେ? ଦିଶା ଏବେ ନିଜ ଅସ୍ତିତ୍ୱ କେମିତି ଲୁଚାଇବେ ଘର ଲୋକଙ୍କ ଠାରୁ? ଜାଣିବା ପାଇଁ ପଢନ୍ତୁ ମାୟାବିନୀର ଆଗାମୀ ଅଧ୍ୟାୟ।
