ମାୟାବିନୀ : 4
ମାୟାବିନୀ : 4
କାହାଣୀଟିକୁ ଭଲ ଭାବରେ ବୁଝିବା ପାଇଁ ଦୟା କରି " ମାୟାବିନୀ " କାହାଣୀ ର ପୂର୍ବ ଭାଗଗୁଡିକୁ ପଢନ୍ତୁ। ଦିଶା ଓ ଶୁଭମଙ୍କର ବାସର ରାତି। ଶୁଭମ ରାଗରେ ଫୁଲ ଛିଣ୍ଡାଇବାରେ ଲାଗି ଥାଆନ୍ତି। ସେପଟେ ଡ୍ରେସ ଭିତରେ ଦିଶା ନାଗୁଣୀ ପାଲଟି ଯାଇଛନ୍ତି।
ତାପରେ :
ଦିଶା ଡରୁ ଥାଆନ୍ତି କାଳେ ଶୁଭମ ଓଢଣୀ ଖୋଲି ଦେଖି ଦେବେ କି ସେ ନାଗୁଣୀ ବୋଲି। ଶୁଭମ ମଦ ନିଶାରେ ପାଟି କରି କରି ଖଟ ଉପରେ କଚାଡି ହୋଇ ପଡିଲେ ଏବଂ ଶୋଇ ଗଲେ।
ଦିଶା ଯେତେବେଳେ ଦେଖିଲେ ଶୁଭମ ଶୋଇ ଯାଇଛନ୍ତି ସେ ନାଗୁଣୀ ବେଶରେ ରୁମରୁ ବାହାରି ଗଲେ। ଘର ପଛ ପଟେ ଥିବା ବାଡିକୁ ଯାଇ ନାଗୁଣୀ ଭାବରେ ଛଟପଟ ହୋଇ ନିଜ ଛାଲ ବଦଳୁ ଥାଆନ୍ତି। ସେହି ସମୟରେ ଆଉ ଗୋଟିଏ ନାଗୁଣୀ ଆସି ସେଠାରେ ପହଞ୍ଚିଲା। ସେ ନାଗୁଣୀ ନିଜର ଛାଲ ବଦଳାଇ ସାରି ଥାଏ ।ପ୍ରକୃତରେ ସାପ ଯେତେବେଳେ ନିଜ ଛାଲ ବଦଳୁ ଥିବା ସମୟରେ ଦୁର୍ବଳ ହୋଇ ପଡିଥାଏ। ସେହି ସମୟରେ ଆର ନାଗୁଣୀ ଆସି ଦିଶାଙ୍କୁ ଆକ୍ରମଣ କଲା। ଦିଶା ନିଜ ଛାଲ ବଦଳୁ ଥିବାରୁ ହଠାତ ଆର ନାଗୁଣୀର ସମ୍ମୁଖୀନ କରୁ କରୁ ଆହାତ ହୋଇ ଗଲେ। ହେଲେ ଛାଲ ବଦଳି ସାରିବା ମାତ୍ରେ ଦିଶା ଅର୍ଦ୍ଧ ନାଗୁଣୀ ଓ ମଣିଷ ରୂପରେ ଆସିଲେ। ସେ ଆର ନାଗୁଣୀକୁ କହିଲେ ମୁଁ ଜାଣେ ତୁ କିଏ। ଲୁଚି ଲୁଚି ଆକ୍ରମଣ କରୁଛୁ କଣ ପାଇଁ। ତୋର ଆଉ ମୋର ଶତ୍ରୁତା ଏବେ ନୁହେଁ ବହୁତ ବର୍ଷର। ତୋ ପାଇଁ ଆଜି ମୁଁ ଏମିତି ଆସି କି ଏଇଠି ଅଛି।
ଆର ନାଗୁଣୀ ରାଗରେ ଫଁ ଫଁ ହେଉ ଥାଏ।
ଦିଶା କହୁ ଥାଆନ୍ତି ତୁ ମୋତେ ତୋ ରୂପ କଣ ପାଇଁ ଲୁଚାଉଛୁ। ମୁଁ ଜାଣିଛି ତୁ କିଏ ? ଆଉ ଏଇଠାକୁ କଣ ପାଇଁ ଆସିଛୁ ?
ସେହି ସମୟରେ ଗୋଟିଏ ଚାକରାଣୀ କଥା ଶୁଣା ଗଲା। କାଳେ କେହି ତାଙ୍କୁ ଦେଖି ଦେବେ ସେଇ ଡରରେ ଦିଶା ନାଗୁଣୀ ରୂପ ନେଇ ଲୁଚି ଗଲେ। ଆର ନାଗୁଣୀ ବି ସେଠାରୁ ପଳାଇଲା।
ତାପର ଦିନ ସକାଳୁ ଶୁଭମ ଉଠି ଦେଖିଲେ ଯେ ସେ ଖଟ ଉପରେ ଶୋଇଛନ୍ତି। ଦିଶା ଖଟର ଗୋଟିଏ ପାର୍ଶ୍ୱରେ ଶୋଇଛନ୍ତି। ହାତରେ ଖଣ୍ଡିଆ ଦାଗ ( ଆର ନାଗୁଣୀ ଆକ୍ରମଣରେ)। ହେଲେ ଶୁଭମଙ୍କୁ ଲାଗିଲା ସେ ରାତିରେ ଫୁଲ ମାଳ ଟଣା ଟାଣି କରୁଥିବା ସମୟରେ ଏ ସବୁ ଘଟିଛି।
ଶୁଭମ ନିଜ ବ୍ୟବହାର ପାଇଁ ଦୁଃଖିତ ହେଲେ। ସେ ବାଥରୁମ ରୁ ବାହାରି ଆସିଲା ବେଳକୁ ଦେଖିଲେ ଦିଶା ଉଠି ବସିଛନ୍ତି। ଶୁଭମ ଔଷଧ ଆଣି ଲଗାଇବାକୁ ଗଲା ବେଳକୁ ଦିଶା ହାତ ଟାଣି ନେଇ କହିଲେ ମୁଁ ଠିକ ଅଛି।
ଶୁଭମ କହିଲେ ଦିଶା ମୋତେ କ୍ଷମା କରି ଦିଅ। ମୋର ତୁମକୁ ଆଘାତ ଦେବା ଉଦ୍ଦେଶ୍ୟ ନ ଥିଲା। ହେଲେ ମଦ ନିଶାରେ ଏମିତି କେମିତି ହେଲା ମୋର ମନେ ନାହିଁ।
ଦିଶା କିଛି ନ କହି ଉଠି ପଳାଉ ଥିଲେ। ଶୁଭମ ତାଙ୍କୁ ଟାଣି ଔଷଧ ଲଗାଇବା ପାଇଁ ଚେଷ୍ଟା କରିବାରୁ ଦିଶା ତାଙ୍କ ଉପରେ ପଡି ଗଲେ। ଶୁଭମଙ୍କ ଉପରେ ଦିଶା। ଦୁହେଁ ଦୁହିଁଙ୍କ ଭାବନାରେ ବୁଡି ଗଲେ। ଶୁଭମଙ୍କୁ ଲାଗିଲା ଯେମିତି ଏପରି ଦିଶା ଓ ତାଙ୍କ ସହ ଆଗରୁ ହୋଇଛି। କିଛି ଝଲକ ପରି ଝାପ୍ସା ସ୍ମୃତି ତାଙ୍କ ମନକୁ ଆସିଲା।
ଦିଶା ଉଠି ଯାଉ ଥିବା ସମୟରେ ତାଙ୍କ ମଙ୍ଗଳଶୁତ୍ର ଶୁଭମଙ୍କ ସାର୍ଟ ବୋତମ ରେ ଲାଗି ଗଲା।ଦୁହେଁ ଆଉ ଥରେ ପରସ୍ପର ସହ ଯୋଡି ହୋଇ ଗଲେ। କିଛି ସମୟ ଦିଶା ବି ଅତୀତର କିଛି ସ୍ମୃତି ମଧ୍ୟରେ ବୁଡିଗଲେ। ସେହି ସମୟରେ ହଠାତ କବାଟ ନକ୍ ହେଲା। ବାହାର ପଟୁ ଶୁଭମଙ୍କର ସାନ ଭଉଣୀ ଶୀତଳ ଡାକି କହିଲେ ଭାଉଜ ମାଆ ଡାକୁଛନ୍ତି। ତୁମର ଆଜି ରୋଷେଇ ପୂଜା ଅଛି।
ଶୁଭମ ଦିଶାଙ୍କ ମଙ୍ଗଳଶୁତ୍ର ତାଙ୍କ ସାର୍ଟ ବୋତମରୁ ଖୋଲି ଦେଲେ। ଦିଶା ଗାଧୋଇ ରୋଷେଇ ପୂଜା ପାଇଁ ଗଲେ।
ରୋଷେଇ ପୂଜା ହେଉ ଥାଏ। ସୋନା ଆସିଲେ। ସୋନାଙ୍କୁ ଦେଖି ରାଣା ପ୍ରତାପ କହିଲେ ମାଆରେ ତୁ କେମିତି ଅଛୁ ?
ସୋନା ମୁହଁ ଶୁଖାଇ ଆଖି ଛଳ ଛଳ କରି କହିଲେ ଆଜି ଏ ଘରେ ପୂଜା ମୁଁ କରି ଥାନ୍ତି। ହେଲେ ଆଜି ଏଇଠି ମୋ ଜାଗାରେ ଦିଶା ?
ରାଣା ପ୍ରତାପ କହିଲେ ହଁ ରେ ଭାଗ୍ୟର ଖେଳ।
ସେହି ସମୟରେ ଶୁଭମ ଆସିଲେ। ଶୁଭମଙ୍କୁ ସୋନା ଯାଇ ପଚାରିଲେ କେମିତି ଅଛ? କାଲି ରାତି ବହୁତ ମଜା ଆସି ଥିବ ନା? ମୋତେ ବିବାହର ପ୍ରତିଶ୍ରୁତି ଦେଇ ଆଉ କାହା ସହ କେମିତି କଲ ଶୁଭ?
ଶୁଭମ କହିଲେ ସୋନା ମୁଁ ଏ ବିଷୟରେ କିଛି ଜାଣି ନ ଥିଲି।
ସୋନା କହିଲେ ଛାଡ। ତୁମେ ଖୁସିରେ ରୁହ। ସ୍ତ୍ରୀ ତ ହୋଇ ପାରିଲି ନାହିଁ ତୁମ ସାଙ୍ଗ ତ ହୋଇ ରହି ପାରିବି।
ଶୁଭମ କହିଲ ହଁ ସୋନା ନିଶ୍ଚୟ।
ରୋଷେଇ ପୂଜା ସରିଗଲା। ତାପରେ ଲତା କହିଲେ ଗାଁ ଶିବ ମନ୍ଦିର ଯାଇ ଭୋଳା ବାବାଙ୍କ ଆଶୀର୍ବାଦ ନେବା ପାଇଁ। ଦିଶା ଓ ଶୁଭମ ମନ୍ଦିର ଗଲେ। ସୋନାଙ୍କୁ ଏହା ଦେଖି ଭଲ ଲାଗିଲା ନାହିଁ।
ପୂଜା ସାରି ଆସିଲା ବେଳକୁ ଦିଶାଙ୍କ ବାପା ଆସି କହିଲେ କାଲି ହଳଦୀ ଗୋଡ଼ ଧୋଇବାକୁ ସେମାନେ ତାଙ୍କ ଘରକୁ ଆସିବ। ଆଉ ଆଜି ହିଁ ଜଙ୍ଗଲ ମଧ୍ୟରେ ଥିବା ଶିବ ବାବାଙ୍କ ମନ୍ଦିର ଯାଇ ପୂଜା କରିବା ପାଇଁ ଦିଶାଙ୍କ ବାପା କହିଲେ।
ଦିଶା ଓ ଶୁଭମ ଜଙ୍ଗଲ ମଧ୍ୟରେ ଥିବା ମନ୍ଦିର କୁ ଯାଉ ଥାଆନ୍ତି। ନବ ବିବାହିତା ଦମ୍ପତ୍ତି।ମନରେ ଅନେକ କଥା ।ହେଲେ ଦୁହେଁ ପୁରା ଚୁପ ଥିଲେ। ଶୁଭମ କଣେଇ କଣେଇ ଚାହୁଁ ଥାଆନ୍ତି। ଲତା ମଙ୍ଗେସକର ଙ୍କ ରୋମାଣ୍ଟିକ ଗୀତ ଚାଲି ଥାଏ। ଶୁଭମ ସେ ମନ୍ଦିରକୁ ପ୍ରଥମ ଥର ପାଇଁ ଯାଉ ଥାଆନ୍ତି। ହେଲେ ତାଙ୍କୁ ଲାଗୁଥିଲା ଯେମିତି ସେ ମନ୍ଦିରକୁ ଆଗରୁ ସେ ଜାଣିଛନ୍ତି।
ମନ୍ଦିର ପୂଜା କରୁ ଥିବା ନନା ଦିଶାଙ୍କୁ ସଦାସୌଭାଗ୍ୟବତୀ ରହିବାର ଆଶୀର୍ବାଦ ଦେଲେ ଏବଂ କହିଲେ ତୁମ ଦୁହିଁଙ୍କର ଯୋଡି ଯୁଗ ଯୁଗ ର।
ପୂଜା ସାରି ଫେରୁ ଥାଆନ୍ତି। ହଠାତ ଶୁଭମଙ୍କ ଗାଡି ସାମ୍ନାକୁ ସେଇ ନାଗ ସାପ ସାମ୍ନାକୁ ଆସି ଗଲା। ଶୁଭମ ଜୋରରେ ବ୍ରେକ ମାରିଲେ। ଦିଶା ଗାଡିରୁ ଓହ୍ଲାଇବା ପାଇଁ ମନା କଲେ। ଦିଶା କହିଲେ ଆମେ ମହାଦେବଙ୍କ ନାମ ନେବା। ସେ ଆମକୁ ରକ୍ଷା କରିବେ।
ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବାରୁ ସେ ନାଗ ସାପ ଟି ପଳାଇଲା। ଶୁଭମ କହିଲେ ଦିଶା ସେଦିନ ତୁମକୁ ଏଇ ସାପ କାମୁଡି ଥିଲା। ମୁଁ ବୁଝି ପାରୁ ନାହିଁ ସେ ଆମ ପଛରେ କଣ ପାଇଁ ପଡିଛି। ଆଉ ଏ ସବୁ ମୋ ସହ ଆଗରୁ ହେଲା ପରି ଲାଗୁଛି।
ଦୁହେଁ ଘରକୁ ଗଲେ। ଶୁଭମ ସବୁ କଥା ଲତାଙ୍କୁ କହିଲେ। ଲତା କହିଲେ ହଁ ରେ ତୋର କାଳ ସର୍ପ ଯୋଗ ଅଛି। ହେଲେ ଦିଶା ଥାଉ ଥାଉ ତୋର କିଛି ଅସୁବିଧା ହେବ ନାହିଁ।
ସନ୍ଧ୍ୟା ସମୟରେ। ଦିଶା ଟିକିଏ ବଗିଚାରେ ବୁଲୁ ଥାଆନ୍ତି। ସେହି ସମୟରେ ପୁଣି ଆଉ ଥରେ ଆର ନାଗୁଣୀ ଆସି ପହଞ୍ଚିଲା।
ଦିଶା : ଆସିଗଲୁ ତୁ। ତୁ କାହିଁକି ଶୁଭମ ଓ ମୋ ମଧ୍ୟରେ ଆସୁଛୁ। ତୁ କଣ ଭାବୁଛୁ ମୁଁ ଜାଣି ନାହିଁ ତୁ କିଏ? ମୁଁ ସବୁ ଜାଣି ସାରିଛି। ଗତ ଥର ତୋ ପାଇଁ ମୁଁ ମୋ ଜୀବନର ସବୁ କିଛି ହରାଇଛି। ହେଲେ ଏ ଥର ନୁହେଁ।
ଆର ନାଗୁଣୀ ମଣିଷ ରୂପରେ ଆସିଲା। ହେଲେ ଏ ଯାଏଁ ସେ ତା ରୂପ ଲୁଚାଇ ରଖିଛି। ଆର ନାଗୁଣୀ କହୁଛି ଦିଶାଙ୍କୁ ତୁ ମୋ ରାସ୍ତାରେ ଆସ ନାହିଁ। ମୁଁ ବି ଜାଣେ ତୁ ଏଠାକୁ କଣ ପାଇଁ ଆସିଛୁ। ଏଥର ମୁଁ ଜିତିବି।
ଦିଶା : ତୁ ଏଥୟ ଜିତି ପାରିବୁ ନାହିଁ। ମୁଁ ମୋ ଜୀବନର ଲକ୍ଷ୍ୟ ପାଇବା ପାଇଁ ଆସିଛି। ମୁଁ ପ୍ରେମରେ ମୋ ଲକ୍ଷ୍ୟ ହାସଲ କରିବା ପାଇଁ ଆସିଛି। ତୋ ପରି....।
ଏତିକି କହୁ କହୁ କେହି ଜଣେ ଆସିବା ଶୁଣା ଗଲା। ଆର ନାଗୁଣୀ ପୁଣି ନାଗୁଣୀ ହୋଇ ପଳାଇଲା।
ପଛପଟୁ ଶୀତଳ ଆସି ଦିଶାଙ୍କୁ ପଚାରିଲେ ଭାଉଜ କାହା ସହିତ କଥା ହେଉ ଥିଲ ?
ଦିଶା : ମୁଁ ଫୋନ ରେ କଥା ହେଉଥିଲି।
ଶୀତଳଙ୍କ ନଜର ଆର ନାଗୁଣୀ ଉପରେ ପଡିଲା। ସେ ଚିତ୍କାର କରି କହିଲେ ଭାଉଜ ସାପ।
ଦିଶା ନ ଦେଖିଲା ପରି କାହିଁ କହିଲେ?
ଶୀତଳଙ୍କ ପାଟି ଶୁଣି ସବୁ ସେଠାରେ ରୁଣ୍ଡ ହୋଇ ଗଲେ। ହେଲେ ଆର ମାୟାବିନୀ : 4
କାହାଣୀଟିକୁ ଭଲ ଭାବରେ ବୁଝିବା ପାଇଁ ଦୟା କରି " ମାୟାବିନୀ " କାହାଣୀ ର ପୂର୍ବ ଭାଗଗୁଡିକୁ ପଢନ୍ତୁ। ଦିଶା ଓ ଶୁଭମଙ୍କର ବାସର ରାତି। ଶୁଭମ ରାଗରେ ଫୁଲ ଛିଣ୍ଡାଇବାରେ ଲାଗି ଥାଆନ୍ତି। ସେପଟେ ଡ୍ରେସ ଭିତରେ ଦିଶା ନାଗୁଣୀ ପାଲଟି ଯାଇଛନ୍ତି।
ତାପରେ :
ଦିଶା ଡରୁ ଥାଆନ୍ତି କାଳେ ଶୁଭମ ଓଢଣୀ ଖୋଲି ଦେଖି ଦେବେ କି ସେ ନାଗୁଣୀ ବୋଲି। ଶୁଭମ ମଦ ନିଶାରେ ପାଟି କରି କରି ଖଟ ଉପରେ କଚାଡି ହୋଇ ପଡିଲେ ଏବଂ ଶୋଇ ଗଲେ।
ଦିଶା ଯେତେବେଳେ ଦେଖିଲେ ଶୁଭମ ଶୋଇ ଯାଇଛନ୍ତି ସେ ନାଗୁଣୀ ବେଶରେ ରୁମରୁ ବାହାରି ଗଲେ। ଘର ପଛ ପଟେ ଥିବା ବାଡିକୁ ଯାଇ ନାଗୁଣୀ ଭାବରେ ଛଟପଟ ହୋଇ ନିଜ ଛାଲ ବଦଳୁ ଥାଆନ୍ତି। ସେହି ସମୟରେ ଆଉ ଗୋଟିଏ ନାଗୁଣୀ ଆସି ସେଠାରେ ପହଞ୍ଚିଲା। ସେ ନାଗୁଣୀ ନିଜର ଛାଲ ବଦଳାଇ ସାରି ଥାଏ ।ପ୍ରକୃତରେ ସାପ ଯେତେବେଳେ ନିଜ ଛାଲ ବଦଳୁ ଥିବା ସମୟରେ ଦୁର୍ବଳ ହୋଇ ପଡିଥାଏ। ସେହି ସମୟରେ ଆର ନାଗୁଣୀ ଆସି ଦିଶାଙ୍କୁ ଆକ୍ରମଣ କଲା। ଦିଶା ନିଜ ଛାଲ ବଦଳୁ ଥିବାରୁ ହଠାତ
ଆର ନାଗୁଣୀର ସମ୍ମୁଖୀନ କରୁ କରୁ ଆହାତ ହୋଇ ଗଲେ। ହେଲେ ଛାଲ ବଦଳି ସାରିବା ମାତ୍ରେ ଦିଶା ଅର୍ଦ୍ଧ ନାଗୁଣୀ ଓ ମଣିଷ ରୂପରେ ଆସିଲେ। ସେ ଆର ନାଗୁଣୀକୁ କହିଲେ ମୁଁ ଜାଣେ ତୁ କିଏ। ଲୁଚି ଲୁଚି ଆକ୍ରମଣ କରୁଛୁ କଣ ପାଇଁ। ତୋର ଆଉ ମୋର ଶତ୍ରୁତା ଏବେ ନୁହେଁ ବହୁତ ବର୍ଷର। ତୋ ପାଇଁ ଆଜି ମୁଁ ଏମିତି ଆସି କି ଏଇଠି ଅଛି।
ଆର ନାଗୁଣୀ ରାଗରେ ଫଁ ଫଁ ହେଉ ଥାଏ।
ଦିଶା କହୁ ଥାଆନ୍ତି ତୁ ମୋତେ ତୋ ରୂପ କଣ ପାଇଁ ଲୁଚାଉଛୁ। ମୁଁ ଜାଣିଛି ତୁ କିଏ ? ଆଉ ଏଇଠାକୁ କଣ ପାଇଁ ଆସିଛୁ ?
ସେହି ସମୟରେ ଗୋଟିଏ ଚାକରାଣୀ କଥା ଶୁଣା ଗଲା। କାଳେ କେହି ତାଙ୍କୁ ଦେଖି ଦେବେ ସେଇ ଡରରେ ଦିଶା ନାଗୁଣୀ ରୂପ ନେଇ ଲୁଚି ଗଲେ। ଆର ନାଗୁଣୀ ବି ସେଠାରୁ ପଳାଇଲା।
ତାପର ଦିନ ସକାଳୁ ଶୁଭମ ଉଠି ଦେଖିଲେ ଯେ ସେ ଖଟ ଉପରେ ଶୋଇଛନ୍ତି। ଦିଶା ଖଟର ଗୋଟିଏ ପାର୍ଶ୍ୱରେ ଶୋଇଛନ୍ତି। ହାତରେ ଖଣ୍ଡିଆ ଦାଗ ( ଆର ନାଗୁଣୀ ଆକ୍ରମଣରେ)। ହେଲେ ଶୁଭମଙ୍କୁ ଲାଗିଲା ସେ ରାତିରେ ଫୁଲ ମାଳ ଟଣା ଟାଣି qକରୁଥିବା ସମୟରେ ଏ ସବୁ ଘଟିଛି।
ଶୁଭମ ନିଜ ବ୍ୟବହାର ପାଇଁ ଦୁଃଖିତ ହେଲେ। ସେ ବାଥରୁମ ରୁ ବାହାରି ଆସିଲା ବେଳକୁ ଦେଖିଲେ ଦିଶା ଉଠି ବସିଛନ୍ତି। ଶୁଭମ ଔଷଧ ଆଣି ଲଗାଇବାକୁ ଗଲା ବେଳକୁ ଦିଶା ହାତ ଟାଣି ନେଇ କହିଲେ ମୁଁ ଠିକ ଅଛି।
ଶୁଭମ କହିଲେ ଦିଶା ମୋତେ କ୍ଷମା କରି ଦିଅ। ମୋର ତୁମକୁ ଆଘାତ ଦେବା ଉଦ୍ଦେଶ୍ୟ ନ ଥିଲା। ହେଲେ ମଦ ନିଶାରେ ଏମିତି କେମିତି ହେଲା ମୋର ମନେ ନାହିଁ।
ଦିଶା କିଛି ନ କହି ଉଠି ପଳାଉ ଥିଲେ। ଶୁଭମ ତାଙ୍କୁ ଟାଣି ଔଷଧ ଲଗାଇବା ପାଇଁ ଚେଷ୍ଟା କରିବାରୁ ଦିଶା ତାଙ୍କ ଉପରେ ପଡି ଗଲେ। ଶୁଭମଙ୍କ ଉପରେ ଦିଶା। ଦୁହେଁ ଦୁହିଁଙ୍କ ଭାବନାରେ ବୁଡି ଗଲେ। ଶୁଭମଙ୍କୁ ଲାଗିଲା ଯେମିତି ଏପରି ଦିଶା ଓ ତାଙ୍କ ସହ ଆଗରୁ ହୋଇଛି। କିଛି ଝଲକ ପରି ଝାପ୍ସା ସ୍ମୃତି ତାଙ୍କ ମନକୁ ଆସିଲା।
ଦିଶା ଉଠି ଯାଉ ଥିବା ସମୟରେ ତାଙ୍କ ମଙ୍ଗଳଶୁତ୍ର ଶୁଭମଙ୍କ ସାର୍ଟ ବୋତମ ରେ ଲାଗି ଗଲା।ଦୁହେଁ ଆଉ ଥରେ ପରସ୍ପର ସହ ଯୋଡି ହୋଇ ଗଲେ। କିଛି ସମୟ ଦିଶା ବି ଅତୀତର କିଛି ସ୍ମୃତି ମଧ୍ୟରେ ବୁଡିଗଲେ। ସେହି ସମୟରେ ହଠାତ କବାଟ ନକ୍ ହେଲା। ବାହାର ପଟୁ ଶୁଭମଙ୍କର ସାନ ଭଉଣୀ ଶୀତଳ ଡାକି କହିଲେ ଭାଉଜ ମାଆ ଡାକୁଛନ୍ତି। ତୁମର ଆଜି ରୋଷେଇ ପୂଜା ଅଛି।
ଶୁଭମ ଦିଶାଙ୍କ ମଙ୍ଗଳଶୁତ୍ର ତାଙ୍କ ସାର୍ଟ ବୋତମରୁ ଖୋଲି ଦେଲେ। ଦିଶା ଗାଧୋଇ ରୋଷେଇ ପୂଜା ପାଇଁ ଗଲେ।
ରୋଷେଇ ପୂଜା ହେଉ ଥାଏ। ସୋନା ଆସିଲେ। ସୋନାଙ୍କୁ ଦେଖି ରାଣା ପ୍ରତାପ କହିଲେ ମାଆରେ ତୁ କେମିତି ଅଛୁ ?
ସୋନା ମୁହଁ ଶୁଖାଇ ଆଖି ଛଳ ଛଳ କରି କହିଲେ ଆଜି ଏ ଘରେ ପୂଜା ମୁଁ କରି ଥାନ୍ତି। ହେଲେ ଆଜି ଏଇଠି ମୋ ଜାଗାରେ ଦିଶା ?
ରାଣା ପ୍ରତାପ କହିଲେ ହଁ ରେ ଭାଗ୍ୟର ଖେଳ।
ସେହି ସମୟରେ ଶୁଭମ ଆସିଲେ। ଶୁଭମଙ୍କୁ ସୋନା ଯାଇ ପଚାରିଲେ କେମିତି ଅଛ? କାଲି ରାତି ବହୁତ ମଜା ଆସି ଥିବ ନା? ମୋତେ ବିବାହର ପ୍ରତିଶ୍ରୁତି ଦେଇ ଆଉ କାହା ସହ କେମିତି କଲ ଶୁଭ?
ଶୁଭମ କହିଲେ ସୋନା ମୁଁ ଏ ବିଷୟରେ କିଛି ଜାଣି ନ ଥିଲି।
ସୋନା କହିଲେ ଛାଡ। ତୁମେ ଖୁସିରେ ରୁହ। ସ୍ତ୍ରୀ ତ ହୋଇ ପାରିଲି ନାହିଁ ତୁମ ସାଙ୍ଗ ତ ହୋଇ ରହି ପାରିବି।
ଶୁଭମ କହିଲ ହଁ ସୋନା ନିଶ୍ଚୟ।
ରୋଷେଇ ପୂଜା ସରିଗଲା। ତାପରେ ଲତା କହିଲେ ଗାଁ ଶିବ ମନ୍ଦିର ଯାଇ ଭୋଳା ବାବାଙ୍କ ଆଶୀର୍ବାଦ ନେବା ପାଇଁ। ଦିଶା ଓ ଶୁଭମ ମନ୍ଦିର ଗଲେ। ସୋନାଙ୍କୁ ଏହା ଦେଖି ଭଲ ଲାଗିଲା ନାହିଁ।
ପୂଜା ସାରି ଆସିଲା ବେଳକୁ ଦିଶାଙ୍କ ବାପା ଆସି କହିଲେ କାଲି ହଳଦୀ ଗୋଡ଼ ଧୋଇବାକୁ ସେମାନେ ତାଙ୍କ ଘରକୁ ଆସିବ। ଆଉ ଆଜି ହିଁ ଜଙ୍ଗଲ ମଧ୍ୟରେ ଥିବା ଶିବ ବାବାଙ୍କ ମନ୍ଦିର ଯାଇ ପୂଜା କରିବା ପାଇଁ ଦିଶାଙ୍କ ବାପା କହିଲେ।
ଦିଶା ଓ ଶୁଭମ ଜଙ୍ଗଲ ମଧ୍ୟରେ ଥିବା ମନ୍ଦିର କୁ ଯାଉ ଥାଆନ୍ତି। ନବ ବିବାହିତା ଦମ୍ପତ୍ତି।ମନରେ ଅନେକ କଥା ।ହେଲେ ଦୁହେଁ ପୁରା ଚୁପ ଥିଲେ। ଶୁଭମ କଣେଇ କଣେଇ ଚାହୁଁ ଥାଆନ୍ତି। ଲତା ମଙ୍ଗେସକର ଙ୍କ ରୋମାଣ୍ଟିକ ଗୀତ ଚାଲି ଥାଏ। ଶୁଭମ ସେ ମନ୍ଦିରକୁ ପ୍ରଥମ ଥର ପାଇଁ ଯାଉ ଥାଆନ୍ତି। ହେଲେ ତାଙ୍କୁ ଲାଗୁଥିଲା ଯେମିତି ସେ ମନ୍ଦିରକୁ ଆଗରୁ ସେ ଜାଣିଛନ୍ତି।
ମନ୍ଦିର ପୂଜା କରୁ ଥିବା ନନା ଦିଶାଙ୍କୁ ସଦାସୌଭାଗ୍ୟବତୀ ରହିବାର ଆଶୀର୍ବାଦ ଦେଲେ ଏବଂ କହିଲେ ତୁମ ଦୁହିଁଙ୍କର ଯୋଡି ଯୁଗ ଯୁଗ ର।
ପୂଜା ସାରି ଫେରୁ ଥାଆନ୍ତି। ହଠାତ ଶୁଭମଙ୍କ ଗାଡି ସାମ୍ନାକୁ ସେଇ ନାଗ ସାପ ସାମ୍ନାକୁ ଆସି ଗଲା। ଶୁଭମ ଜୋରରେ ବ୍ରେକ ମାରିଲେ। ଦିଶା ଗାଡିରୁ ଓହ୍ଲାଇବା ପାଇଁ ମନା କଲେ। ଦିଶା କହିଲେ ଆମେ ମହାଦେବଙ୍କ ନାମ ନେବା। ସେ ଆମକୁ ରକ୍ଷା କରିବେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବାରୁ ସେ ନାଗ ସାପ ଟି ପଳାଇଲା। ଶୁଭମ କହିଲେ ଦିଶା ସେଦିନ ତୁମକୁ ଏଇ ସାପ କାମୁଡି ଥିଲା। ମୁଁ ବୁଝି ପାରୁ ନାହିଁ ସେ ଆମ ପଛରେ କଣ ପାଇଁ ପଡିଛି। ଆଉ ଏ ସବୁ ମୋ ସହ ଆଗରୁ ହେଲା ପରି ଲାଗୁଛି।
ଦୁହେଁ ଘରକୁ ଗଲେ। ଶୁଭମ ସବୁ କଥା ଲତାଙ୍କୁ କହିଲେ। ଲତା କହିଲେ ହଁ ରେ ତୋର କାଳ ସର୍ପ ଯୋଗ ଅଛି। ହେଲେ ଦିଶା ଥାଉ ଥାଉ ତୋର କିଛି ଅସୁବିଧା ହେବ ନାହିଁ।
ସନ୍ଧ୍ୟା ସମୟରେ। ଦିଶା ଟିକିଏ ବଗିଚାରେ ବୁଲୁ ଥାଆନ୍ତି। ସେହି ସମୟରେ ପୁଣି ଆଉ ଥରେ ଆର ନାଗୁଣୀ ଆସି ପହଞ୍ଚିଲା।
ଦିଶା : ଆସିଗଲୁ ତୁ। ତୁ କାହିଁକି ଶୁଭମ ଓ ମୋ ମଧ୍ୟରେ ଆସୁଛୁ। ତୁ କଣ ଭାବୁଛୁ ମୁଁ ଜାଣି ନାହିଁ ତୁ କିଏ? ମୁଁ ସବୁ ଜାଣି ସାରିଛି। ଗତ ଥର ତୋ ପାଇଁ ମୁଁ ମୋ ଜୀବନର ସବୁ କିଛି ହରାଇଛି। ହେଲେ ଏ ଥର ନୁହେଁ।
ଆର ନାଗୁଣୀ ମଣିଷ ରୂପରେ ଆସିଲା। ହେଲେ ଏ ଯାଏଁ ସେ ତା ରୂପ ଲୁଚାଇ ରଖିଛି। ଆର ନାଗୁଣୀ କହୁଛି ଦିଶାଙ୍କୁ ତୁ ମୋ ରାସ୍ତାରେ ଆସ ନାହିଁ। ମୁଁ ବି ଜାଣେ ତୁ ଏଠାକୁ କଣ ପାଇଁ ଆସିଛୁ। ଏଥର ମୁଁ ଜିତିବି।
ଦିଶା : ତୁ ଏଥୟ ଜିତି ପାରିବୁ ନାହିଁ। ମୁଁ ମୋ ଜୀବନର ଲକ୍ଷ୍ୟ ପାଇବା ପାଇଁ ଆସିଛି। ମୁଁ ପ୍ରେମରେ ମୋ ଲକ୍ଷ୍ୟ ହାସଲ କରିବା ପାଇଁ ଆସିଛି। ତୋ ପରି....।
ଏତିକି କହୁ କହୁ କେହି ଜଣେ ଆସିବା ଶୁଣା ଗଲା। ଆର ନାଗୁଣୀ ପୁଣି ନାଗୁଣୀ ହୋଇ ପଳାଇଲା।
ପଛପଟୁ ଶୀତଳ ଆସି ଦିଶାଙ୍କୁ ପଚାରିଲେ ଭାଉଜ କାହା ସହିତ କଥା ହେଉ ଥିଲ ?
ଦିଶା : ମୁଁ ଫୋନ ରେ କଥା ହେଉଥିଲି।
ଶୀତଳଙ୍କ ନଜର ଆର ନାଗୁଣୀ ଉପରେ ପଡିଲା। ସେ ଚିତ୍କାର କରି କହିଲେ ଭାଉଜ ସାପ।
ଦିଶା ନ ଦେଖିଲା ପରି କାହିଁ କହିଲେ?
ଶୀତଳଙ୍କ ପାଟି ଶୁଣି ସବୁ ସେଠାରେ ରୁଣ୍ଡ ହୋଇ ଗଲେ। ହେଲେ ଆର ନାଗୁଣୀ ଗାଏବ ହୋଇ ଗଲା।
ଜଣେ ଚାକର ବଗିଚା ଭିତରୁ ସାପର ଛାଲ ଆଣି ଦେଲେ।
ରାଣା ପ୍ରତାପ ଚିନ୍ତାରେ ପଡିଗଲେ। ସେ କହିଲେ ପରଦିନ ଜଣେ ସାପକେଳା କୁ ଡାକି ସାପ ଧରା କରେଇବେ।
ଏ କଥା ଶୁଣି ଦିଶା ଚିନ୍ତାରେ ପଡି ଗଲେ।
ରାତିରେ ଶୁଭମ ରୁମକୁ ଆସିଲେ। ସେ ଟକିଆ ନେଇ ସଫାରେ ଶୋଇବାକୁ ଯାଉ ଥିଲେ। ଦିଶା ଅଟକାଇ କହିଲେ ତୁମେ ଖଟରେ ଶୁଅ।
ଶୁଭମ କହିଲେ କେଉଁ ଅଧିକାରରେ? ତୁମେ ତ ଏ ବିବାହ ନିଜ ଇଚ୍ଛାରେ କରି ନାହଁ। ପ୍ରେମ ବିନା କଣ ସମ୍ପର୍କ?
ଦିଶା : ମୁଁ କହୁ ନାହିଁ ଯେ ଆମ ଭିତରେ ସମ୍ପର୍କ ହେଉ ବୋଲି। ମୁଁ କହୁ ଥିଲି ଗୋଟିଏ ଖଟରେ ତ ଦୁହେଁ ଏକାଠି ଶୋଇ ପାରିବା ନିଜ ସଂଯମତା ରକ୍ଷା କରି। ଶୁଭମ କିଛି ନ କହି ଧୀର କି ଆସି ଖଟର ଗୋଟିଏ ପାର୍ଶ୍ୱରେ ଶୋଇ ପଡିଲେ। ରାତିରେ ତାଙ୍କ ହାତ ଦିଶାଙ୍କ ଉପରେ ପଡିଲା। ସେ ନିଦରେ ତାଙ୍କୁ କୁଣ୍ଢାଇ ଶୋଇ ପଡିଲେ। ସକାଳୁ ଉଠି ଶୁଭମ ନିଜ ବାହୁରେ ଦିଶାଙ୍କୁ ଦେଖି ଭାବୁ ଥାନ୍ତି କାଶ ଏ ସମୟ ଏମିତି ଅଟକି ଯାଆନ୍ତା କି?
ସକାଳୁ ବାହୁଡା ଗଲେ ଶୁଭମ ଓ ଦିଶା। ଦିଶାଙ୍କୁ ଚିନ୍ତାରେ ଦେଖି ରବି ନନା ପଚାରିବାରୁ ଦିଶା କହିଲେ ବାବା ସେ ମାୟାବିନୀ ଆସି ସାରିଛି। ସେ ମୋତେ ମାରିବାକୁ ଚାହୁଁଛି। ଇତିହାସର ପୁନରାବୃତ୍ତି କରିବାକୁ ଚାହେଁ। ମୋତେ ଆଉ ଶୁଭମଙ୍କୁ ଅଲଗା କରିବା ପାଇଁ ଚାହେଁ। ତୁମେ ଜାଣ ମୁଁ କଣ ପାଇଁ ତୁମ ଝିଅ ସାଜି ଶୁଭମଙ୍କୁ ବିବାହ କରିଛି। ମୁଁ ନ୍ୟାୟ ଚାହେଁ। ହେଲେ ସେ ମାୟାବିନୀ ପାଇଁ ମୋତେ ଅସୁବିଧାର ସମ୍ମୁଖୀନ କରିବାକୁ ପଡୁଛି।
ଦିଶା ଗତ ରାତିର ସବୁ କଥା କହିଲେ। ଆଉ ସାପ କେଳା ଆସିଲେ ତାଙ୍କ ନାଗୁଣୀ ରୂପ ସାମ୍ନାକୁ ଆସି ଯିବ ବୋଲି ସେ କହିଲେ। ରବି ନନା କହିଲେ ତୁ ବ୍ୟସ୍ତ ହୋ ନାହିଁ। ଭୋଳା ବାବା ତୋ ସହ ଅନ୍ୟାୟ ହେବାକୁ ଦେବେ ନାହିଁ।
( ଦିଶା କେଉଁ ମାୟାବିନି କଥା କହୁଛନ୍ତି। ତାଙ୍କ ସହ କଣ ଆଗରୁ ଅନ୍ୟାୟ ହୋଇଛି ଜାଣିବା ପାଇଁ " ମାୟାବିନୀ " କାହାଣୀ ର ଆଗାମୀ ଅଧ୍ୟାୟ ପଢନ୍ତୁ )
କ୍ରମଶଃ.....।