Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Parameswar Ojha

Inspirational

3  

Parameswar Ojha

Inspirational

ମାଟି

ମାଟି

1 min
182



ସନାତନ ସାନ ଭାଇ ଗାଲରେ ଗୋଟେ ଥାପଡ୍ ବସେଇ ଦେଇ ଥାଆନ୍ତେ । ଯଦି ସେତିକି ବେଳେ ସୁଲୋଚନା ତାଙ୍କ ହାତ ଧରି ଘର ଭିତରକୁ ନେଇ ଯାଇ ନଥାନ୍ତେ ତେବେ ।

ସାନ ଭାଇ ର ଗୋଟିଏ କଥାରେ ବଡ଼ ଭାଇ ସନାତନ ଏକବାର ରାଗି ଯାଇଥିଲେ । 

" କଣ ଅଛି ଯେ ଏ ଡିହ ଖଣ୍ଡିକରେ ଯେ , ପଡି ରହିଛ ଏଠି ? କେତେ ଦିନ ହେବ କହିଲିଣି ୟାକୁ ବିକି ଦେଇ ଚାଲ ସ୍ୟାଡେ ମୋ ପାଖେ ରହିବ , ହେଲେ ମୋ କଥା ମାନୁନ ତମେ ।"


ସନାତନ ରାଗିଗଲେ ଏ କଥା ଶୁଣି , କହିଲେ , - " ତୋର ସାହସ କେମିତି ହେଲା ଏ ଡିହ କୁ ବିକିବାକୁ କହିବାକୁ । ବାହାରକୁ ଯାଇ ତୁ ଏତେ ବଡ଼ ହୋଇଗଲୁଣି ଯେ ଯୋଉଠି ଆମ ବାପା ଗୋସବାପା ରହି ଆସିଛନ୍ତି । ସେଇ ଡିହ କୁ ସେଇ ଭିଟାମାଟି କୁ ବିକିବାକୁ କହୁଛୁ ? କଣ ନାହିଁ ଏଠି କହୁନୁ ? ତୋ ବାପା ମୋ ବାପା ଆଉ ତୋର ସମସ୍ତ ଙ୍କ ଷଠି ଘର ଏଇଠି ଆଛି । ଛୋଟ ବଡ଼ ସମସ୍ତ ଙ୍କ  ସ୍ମୃତି ଏଇଟି ଅଛି ଆଉ ତୁ ଯେତେବେଳେ ଛୋଟ ଥିଲୁ ................


ଆଉ କ'ଣ କହି ଆସୁଥିଲେ ସନାତନ କିନ୍ତୁ ସାନ ଭାଇ କାନରେ ଇୟର ଫୋନ୍ ଲଗେଇ ଗୀତ ଶୁଣିବାରେ ବ୍ୟସ୍ତ ହୋଇ ସାରିଥିଲା ସେତେବେଳେକୁ ...


ସୁଲୋଚନା ସନାତନକୁ କହୁଥିଲା ତାକୁ କିଛି କୁହନି ସେ ଏ ଭିଟାମାଟି କଥା କିଛି ବୁଝି ପାରିବନି ।




Rate this content
Log in

More oriya story from Parameswar Ojha

Similar oriya story from Inspirational