ମାନବୀୟ ଲୀଳା
ମାନବୀୟ ଲୀଳା


ରଜ ପରେ ପରେ ଧାନ ରୁଆ ପର୍ବ ଆରମ୍ଭ ହୋଇ ଯାଇଥାଏ. ରଜ ତିନି ଦିନ ମାଟି ମାଆ ରଜସ୍ୱଳା ହୁଏ. ତାଙ୍କ ପ୍ରତୀକ ସ୍ୱରୂପ ଝିଅ ବୋହୁ ମାନେ କାମଦାମ ନକରି ରଜ ତିନିଦିନ ଯାକ ସଜବାଜ ହେବା ସହ ପିଠାପଣା ଖିଆ ପିଆରେ ମସଗୁଲ ଥାଆନ୍ତି. ଦୋଳି ଖେଳି, ଖିଲିପାନ ଖାଇ ଓଠ ନାଲି କରି, ଅଳତା ଟିକିଲି ନାଇ କୃଷି ଭିତ୍ତିକ ପର୍ବ ଯିବା ପରେ ପରେ ଧାନ ରୁଆ ପର୍ବ ଆସି ପହଁଞ୍ଚିଗଲା. କୃଷି ଉପଯୋଗୀ କ୍ଷେତରେ ଧାନ ବୁଣିବାକୁ ବାସନ୍ତୀ ଦିନ ମଜୁରୀରେ ନଇଁ ପଡିଲା ବେଳେ ଭାବୁଥିଲା ମାଲିକାଣୀ ଶୋଭାଙ୍କ କଥା. ଘରକାମ ଯେତେ ଭାରି ଲାଗିଲେ ହେଲେ ଛାଇ ଛାଇ ତଳ କାମ ଲୋ ବାସନ୍ତୀ କହନ୍ତି ମାଆ ଶୋଭା. ପୁଣି କହନ୍ତି କହ ପଛେ ତୋ ଯୋଗୁଁ ମୋ ଅଣ୍ଟା ମୋଟା କିନ୍ତୁ ଜମିରେ ତଳି ରୁଆ କାମ ଭାରି କଷ୍ଟ କାମ ଲୋ ବାସନ୍ତୀ. ବାସନ୍ତୀ କହେ ମାଆ ତିନିତିନିଟା ଝିଅର ମା ମୁଁ. ସ୍ୱାମୀ ଅନ୍ୟ ସ୍ତ୍ରୀ ନେଇ ଦୂରେଇ ଗଲା ମୋ ପାଖରୁ. ତିନି ଝିଅଙ୍କ ପାଠ ପଢ଼ା କଥା ନବୁଝିଲେ ନାହିଁ ପଛେ ଖାଇବା ପିନ୍ଧିବା ପାଇଁ ଦିନକୁ ମଜୁରୀ ଭଲ ମିଳେ ତଳି ରୁଆରେ ମାଆ. ଏମିତି କହି ଆଜି ତଳି ରୋଇ ଚାଲିଛି ରୌଦ୍ରରେ ରୁଦ୍ରଙ୍କର ସୁକାନ୍ତି ସତ ହେଲେ ମନେପଡୁଛି ମାଆ ଶୋଭାଙ୍କ କଥା ସହ ତାଙ୍କ ହାତର ପଖାଳ ମୁଠାକ ସହ ସେ ଲେମ୍ଭୁ ଭଙ୍ଗା ତୋରାଣୀ ମୁନ୍ଦାକ କଥା ଭାବି ଶୋଷ ବଢୁଛି ଶୋଭାଙ୍କର .
ସେପଟେ ଶୋଭା ମଧ୍ୟ ଭାବୁଥିଲେ ବାସନ୍ତୀ କଥା. ବିଚାରୀ ବାପା ଛାଡ଼ିଦେଇ ଯାଇଥିବା ତିନିଝିଅଙ୍କ ରୋଗ ଋଣ ବୁଝୁ ବୁଝୁ ଏ ଗ୍ରୀଷ୍ମ ଦିନ ଟାରେ ବାସନ୍ତୀ ତଳି ରୁଆ କାମରେ ଅସ୍ତବ୍ୟସ୍ତ ହୋଇ ପଡୁଥିବ. ମୌସୁମୀ ଆସି ମୁଁହଁ ଦେଖେଇ କୁଆଡେ ଲୁଚିଛି ଯେ ପାଗ ବଦଳୁନି. ସେଥିରେ ପୁଣି କରୋନା ଆତଙ୍କ ଭିତରେ ତିନି ତିନିଟା ଝିଅଙ୍କ କଥା ବୁଝିବାକୁ ତଳି ରୋଇ ଗଲା ବାସନ୍ତୀ ଯେ ଏଣେ ଶୋଭାଙ୍କ ପାଟିରୁ ଟପି ପେଟକୁ ଯାଉନି ଦହି ଲେମ୍ଭୁ ପକା ଗରମ ପଖାଳ ଭାତ ଗଣ୍ଡାକ. ସେଥିରେ ସେଇ ବାସନ୍ତୀ ହାତରେ ଉତୁରି ଥିବା ସଜନା ଗଛର ସଜନା ଛୁଇଁ ଆଳୁ ଭଜା ଖାଇବା ବେଳେ ବି ମନେପଡୁଥିଲା ବାସନ୍ତୀ. ତେଲ ଥିଲେ ଚୁଟି ନଥାଏ ଆଉ ଚୁଟି ଥିଲେ ତେଲ ନଥାଏ କଥାଟା ଏକଦମ ସତ ବୋଲି ଅନୁଭବ ହେଉଥିଲା ଶୋଭାଙ୍କୁ. ତିନି ତିନିଟା ଝିଅ ଜନ୍ମ କରି ବାସନ୍ତୀ ଅଧିକା ପଇସା ରୋଜଗାର ଆଶାରେ ଏ ପ୍ରଚଣ୍ଡ ରୌଦ୍ରରେ ତଳି ରୋଇ ଯାଇଛି କିନ୍ତୁ ତାଙ୍କ କୋଳରେ ପ୍ରଥମ ଝିଅଟିଏ ଆସି ବି ନଆସିଲା ଭଳି ଚାଲିଗଲା ପେଟରୁ. ଆସିଥିଲା ବାଞ୍ଝ ଦୋଷ କାଟିବାକୁ ଯେମିତି କିନ୍ତୁ ତା ପରଠୁ ଆଉ ପେଟ ବଡ ହେଲାନି କି ଛୁଆଟିଏ ଅଗଣାରେ ଖେଳିଲାନି. ହଠାତ ମନକୁ ଆସିଲା ବାସନ୍ତୀ ତିନିଝିଅଙ୍କୁ ନିଜର କରିନେଲେ ବାସନ୍ତୀ ଆଉ ତଳି ରୁଆ କାମକୁ ଯାଆନ୍ତା ନାହିଁ. ସ୍ୱାମୀ କହୁଥିଲେ ବାସନ୍ତିର ତିନି ଝିଅଙ୍କୁ ରଖ, ତାଙ୍କ ପାଠ ପଢ଼ା ପ୍ରତି ସଜାଗ ହୁଅ, ଡ୍ରେସ ପତ୍ର କର କିନ୍ତୁ ମାଟି ମାଆ କାମକୁ ଯିବାକୁ ବାସାନ୍ତିକୁ ବାରଣ କରନି. ସତକୁ ସତ ବାସନ୍ତୀର ଝିଅମାନଙ୍କୁ ଘରେ ରଖି ପାଠ ପଢ଼ା ଦାଇତ୍ୱ ସବୁ ବୁଝିଲା ପରେ ବାସନ୍ତୀ ଦ୍ବିଗୁଣା ଉତ୍ସାହିତ ହୋଇ ଘର କାମ ସାଙ୍ଗକୁ ମାଆ ହାତ ପରଷା ପେଟେ ପଖାଳ ଖାଇ ବିଲକୁ ଯାଇ ତଳି ରୋଇଲା ବେଳେ ସୂର୍ଯ୍ୟଙ୍କୁ ପ୍ରଣାମ କରି କହୁଥିଲା. ଧନ୍ୟ ପ୍ରଭୁ,ଧନ୍ୟ ତୁମ ଲୀଳା, କରୁଛ କେତେ ମାନବୀୟ ଲୀଳା ଖେଳା.