Padmalaya Padhy

Romance

4  

Padmalaya Padhy

Romance

ମାଇଁ ୱାଇଫ ମାଇଁ ଲାଇଫ

ମାଇଁ ୱାଇଫ ମାଇଁ ଲାଇଫ

6 mins
206



ଶୁଣୁଛ ? ଆଜି ଗୋଟେ ଫଟ କଣ ଟି ସେଇଟା ହଁ ଫେସବୁକ ରେ ଛାଡ଼ିଛି ଯେ l ତୁମର ବି ଆକାଉଣ୍ଟ ସେଥିରେ ଅଛି ନା ?


ହଁ ଲିଟି କଣ ଗୋଟେ ଖୋଲି ଦେଇଛି l ମୁଁ କେବେ ସେ ସବୁ କରେନି ସମୟ କାହିଁ ଯେ ? ପୁଣି ସେ ସବୁଥିରେ ଆଜିକାଲି ର ପିଲା ବାୟା ହେବେ l ମୋର ସ୍ପୃହା ନାହିଁ l


କହିଲେ ମୋର ମଜା ଉଡାଇବ ନହେଲେ ପାଟି କରିବ l କେମିତି କହିବି କୁହ l ଆମର ସେ ସାମ୍ନା ଘର ର ରଥ ବାବୁଙ୍କ ସ୍ତ୍ରୀ ଗୋଟେ ଫୋଟ ଛାଡିଥିଲେ ଯେ ତାଙ୍କ ମିଷ୍ଟର ତାଙ୍କୁ କମେଣ୍ଟ ରେ ଗୋଟେ ହାର୍ଟ ଦେଇଛନ୍ତି l ମୋ ଫଟ କୁ ବି ତୁମେ ସେମିତି କିଛି ଗୋଟେ ଦେଲେ ହୁଅନ୍ତାନି ? ଭଲ ଗୋଟେ କ୍ୟାପସନ ଟି ଏ ଲେଖିଦେବ ତା ସାଙ୍ଗେ l


  ତୁମେ ହାର୍ଟ ବ୍ରେନ କିଡ଼ନୀ ଯାହା ମାଗିଲେ ତୁମ ପୁଅ ଝିଅ ନାତି ନାତୁଣୀ ଦେବେ l କେହି ନଦେଲେ ବି ତୁମର ସେ ଯେଉଁ ମହିଳା ଗୋଷ୍ଠୀ ଅଛନ୍ତି ସେମାନେ ଦେବେ l ମୋତେ ଛାଡ଼ l 


ଜାନକୀ ଜାଣିଲେ ଏକଜିଦିଆ ପବିତ୍ର ଙ୍କୁ କିଛି କହିଲେ ସମୟ ଓ ଶକ୍ତିର ଅପଚୟ ସିନା ଫାଇଦା ନାହିଁ l ତେଣୁ ଚୁପ ରହିବା ଭଲ l ହେଲେ ମନ ମାନୁଛି କେଉଁଠୁ ? ଦୁଇ ବର୍ଷ ହେଲାଣି ସେ ଫେସବୁକ ରେ ଆକାଉଣ୍ଟ ଖୋଲିଲେଣି ସିନା ଥରେ ବି ପବିତ୍ର ତାଙ୍କ ଫଟକୁ ଲାଇକ କରିବା କିମ୍ବା ଗୋଟେ ହାର୍ଟ ଦେବାର ସେ ଦେଖି ନାହାନ୍ତି l


ହେଲା ଏବେ ସେ ଏକଜିଦିଆ ପ୍ରକୃତିର ହେଲେ କାହାକୁ ଟିକିଏ ଖୁସି ଦେଇଦେଲେ କଣ ଟା ସରିଯାଏ ବୁଝି ପାରନ୍ତିନି ଜାନକୀ l ଅନ୍ୟର ଖୁସି ପାଇଁ ଟିକେ ନଇଁ ଗଲେ କଣ ପୌରୁଷତ୍ୱ କମିଯିବ ? ନା ସେ ସୁନ୍ଦର ଦିଶୁ ନାହାନ୍ତି କି ? ସବୁ ଫଟ ଠୁ ଏଇ ଫଟ ଟା ଏତେ ସୁନ୍ଦର ହେଇଛି ଯେ ତିନିଶହ ଲାଇକ ଆସିଲାଣି l ଅଥଚ ସେଇ ଗୋଟିଏ ଲାଇକ କୁ ହିଁ ଅପେକ୍ଷା କରି କରି ପ୍ରାଣବାୟୁ ଉଡିଯିବ ସିନା ୟାଙ୍କର ପୁରୁଷ ପଣିଆ କୌଣସି ଦିନ ସାଲିସ କରିବ ନାହିଁ l


ହଁ ମ କଣ ଟା ମିଳିଛି ଯେ ଏଇଟା ମିଳିଲାନି ବୋଲି ଦୁଃଖ l ସ୍ୱାମୀ ହିସାବରେ ଖାଇବା ପିନ୍ଧିବା ଥଟା ମଜା ପିଲା ଛୁଆର ଯତ୍ନ - ବାସ ସରି ଗଲା ବୋଧେ ୟାଙ୍କର ଦାୟିତ୍ତ୍ୱ l କେବେ ଥରେ ବି କହି ନାହାନ୍ତି ଯେ ଜାନକୀ ତୁ ଆଜି ସୁନ୍ଦର ଦିଶୁଛୁ ବୋଲି l ବେଳେ ବେଳେ ଜାନକୀଙ୍କର ସନ୍ଦେହ ହୁଏ ଯେ ପବିତ୍ର ତାଙ୍କୁ ସ୍ତ୍ରୀ ବୋଲି ବୋଧେ ଭୁଲି ସାରିଲେଣି କି କଣ l

ନୂଆ ବାହା ବେଳ ର କଥା ଭାବିଲେ ଏବେ ବି ଆଖିକୁ ଲୁହ ଆସିଯାଏ l ଭଳିକି ଭଳି ସଜେଇ ହେବା ତ ଗୋଟିଏ ନବ ବିବାହିତା ପକ୍ଷେ ସାଧାରଣ l କାହା ପାଇଁ ସଜେଇ ହୁଏ ସେ ତା ନିଜ ମଣିଷ ଟି ପାଇଁ ତ ? ନିଜ ଲୋକ ଟି ଦି ପଦ ବନେଇ ଚୁନେଇ କହିଦେଲେ କେତେ କୁସ୍ଚିତ କଦାକାର ବି ନିଜକୁ ମେନକା ଅପସରା ବୋଲି ଭାବିବ l ବରହମପୁରୀ ପାଟରେ ସେଦିନ ଦେବି ପରି ଲାଗୁଥାନ୍ତି ଜାନକୀ l ପବିତ୍ର ଅଫିସ କାମ କଲା ବେଳେ ତାଙ୍କ ଟେବୁଲ ପାଖ ରେ ଆସି ଦି ଚାରି ଘେରା ବୁଲି ଦେଇ ଯାଉଥାନ୍ତି l ଶାଶୁ ବୋଧେ ବୁଝି ଗଲେ କି କଣ କଥାର ଖିଅ ଆରମ୍ଭ କଲେ

ବୋହୂର ପାଟ ଟା କେତେ ସୁନ୍ଦର ହୋଇଛି ରେ ପବି l

ଦେଖିଲୁଣି ?

ହଁ ମା ! ବହୁତ ଦାମିକା ହୋଇଥିବ l ଏତକ କହି ପୁଣି କାମରେ ଲାଗିଗଲେ l ଶାଶୁ ବି ହାର ମାନିବା ଲୋକ ନୁହନ୍ତି l ଆରମ୍ଭ କଲେ


ଆମ ବୋହୂଟି ଆଜି ସାକ୍ଷାତ ଦେବି ପ୍ରତିମା ଭଳି ଲାଗୁଛି l

କିନ୍ତୁ ପବିତ୍ର ଙ୍କ ର ବିରକ୍ତିକର ମୁଖଭଙ୍ଗୀ ଦେଖି ସେ ଆଉ ସାହସ କରି ନପାରି ଚାଲି ଯାଇଥିଲେ l ହେଲେ ଜାନକୀ ଛାଡିବା ଲୋକ ନୁହନ୍ତି l


ସମସ୍ତେ କହୁଛନ୍ତି ମୁଁ ପୁଣି ଆଜି ବହୁତ ସୁନ୍ଦର ଦିଶୁଚି ବୋଲି l ଦେଖିଲ ଥରେ l ମୁଁ ବେଶି ସୁନ୍ଦର ନା ମୋ ଶାଢ଼ୀ ବେଶି ସୁନ୍ଦର l ତା ପରେ ପବିତ୍ର ଙ୍କ ଗର୍ଜନ ରେ ଏକାମୁହାଁ ହେଇ ଚାଲି ଯାଇଥିଲେ ଓ ଶାଢ଼ୀ ଟି ବଦଳାଇ ଦେଇଥିଲେ l


କଣ କହୁଛ ? ତୁମେ ସୁନ୍ଦର ତ ? ବାସ ମନେ ମନେ ଭାବି ଦେଇ ଖୁସି ହେଇ ଯାଅ l ହେଲା ? ମୋ ମୁଣ୍ଡ ଖାଅ ନାହିଁ l


ସେଇ ଶେଷ ଥିଲା l ଆଉ କେବେ ବି ଜାନକୀ ସଜେଇ ହୋଇ ନାହାନ୍ତି l ବାହାରକୁ ଗଲେ ଖାଲି ଯାହିତାହି ଶାଢ଼ୀ ଖଣ୍ଡେ ପିନ୍ଧି ନେଇ ବାହାରନ୍ତି l ବହୁତ ଚେଷ୍ଟା କରନ୍ତି ପବିତ୍ରଙ୍କ ସେଇ କଥା ପଦକ ଭୁଲି ଯିବା ପାଇଁ ହେଲେ ଭୁଲି ହୁଏନି l ଆଜିକାଲି ସୋସିଆଲ ମିଡ଼ିଆ ରେ ଫଟ ଛାଡ଼ିବା ଓ ସ୍ୱାମୀ ମାନେ ସ୍ତ୍ରୀ ମାନଙ୍କୁ କମେଣ୍ଟ ରେ ହାର୍ଟ ଦେବା ଗୋଟିଏ ଷ୍ଟାଇଲ ହେଲାଣି l ପୁଣି ମରି ଯାଇଥିବା ମନ ଟି ଜିଇଁ ଉଠିଲାଣି l ସବୁଠାରୁ ମନ ଛାଡି ଛାଡି ଗଲା ବେଳେ ଯୋଉଟି ମିଳେନି ସେଇ ଗୋଟିକ ଜିନିଷ ପାଇଁ ଶେଷକୁ ହାଇଁ ପାଇଁ l


ଏ ଭିତରେ ପୁଅ ଅନେକ ଥର ଡ଼ାକିଲାଣି ତାର ନୂଆ ଘରେ ବୁଲି ଆସିବା ପାଇଁ l ହଁ ମ ବ୍ରହ୍ମପୁର ରୁ ଭୁବନେଶ୍ୱର ଆଉ କେତେ ବାଟ କି ? ଟିକିଏ ବୁଲି ଆସିଲେ ହୁଅନ୍ତା l ପବିତ୍ର ତାଙ୍କର ମର୍ଣ୍ଣିଙ୍ଗ ୱାକ ସାଙ୍ଗ ସାଥୀଙ୍କୁ ଛାଡି ଯିବା ପାଇଁ ନାରାଜ ସୁତରାଂ ଜାନକୀ ଏକୁଟିଆ ପୁଅ ସହିତ ବାହାରିଲେ l ପବିତ୍ରଙ୍କୁ ଏକୁଟିଆ ରହିବାରେ ଅସୁବିଧା ନାହିଁ l ଚାକର ବାକର ଗୋଡ଼ ତଳକୁ ଖଞ୍ଜା l


ଜାନକୀ ଯିବାର ସପ୍ତାହେ ହେଲାଣି l ପବିତ୍ର ଙ୍କ ମନ ଧୀରେ ଧୀରେ ଆଉ ସାଙ୍ଗ ସାଥୀଙ୍କ ଠାରେ ଲାଗୁନାହିଁ l ମନା ତ କରିଛନ୍ତି ହଠାତ କେମିତି ଯାଇ ପହଞ୍ଚି ଯିବେ l ବୁଢା ଦିନେ ସ୍ତ୍ରୀ କୁ ଛାଡି ରହି ପାରୁନାହାନ୍ତି ବୋଲି ପିଲା ମାନେ ଭାବିବେ ଯେ ! ଜାନକୀ ଙ୍କ କଣ୍ଠ ଖାଲି ଫୋନ ରେ ଶୁଣି ତାଙ୍କୁ ଭିଡିଓ କଲରେ ଦେଖିବା କଥା ତାହା ପୁଣି ପୁଅର ନୂଆ ଘର ଦେଖାଇଲା ବେଳେ ସେତିକି ମାତ୍ର ଦେଖିଛନ୍ତି l ସତରେ ଜାନକୀ ଗୋଟିଏ ବାଲୁରି l ଚବିଶ ଘଣ୍ଟା ବାଲୁ ବାଲୁ ହେଇ ମୁଣ୍ଡ ଖରାପ କରିବା ଲାଗି ବହୁତ ଗାଳି ଖାଇଥିବେ ପବିତ୍ରଙ୍କ ଠାରୁ l


ଯେଉଁ ଲୋକଟିଏ ପାଖରେ ଥବା ପର୍ଯ୍ୟନ୍ତ ତାର ଗୁରୁତ୍ୱ ଜଣା ପଡ଼େନି ସିଏ ଦୃଷ୍ଟି ରୁ ଅନ୍ତର ହେଲେ ଯାଇ ତାର ପ୍ରକୃତ ମହତ୍ୱ ବୁଝି ହୁଏ l ଜାନକୀ ଥିଲେ ପବିତ୍ରଙ୍କ ଜୀବନରେ ଗୋଟେ କିମ୍ବଦନ୍ତୀ l ଜାନକୀ ଙ୍କୁ ନେଇ ହିଁ ତାଙ୍କର ସୁଖ ଦୁଃଖ ଭାବ ଆବେଗ ଉତଥାନ ପତନ ର କାହାଣୀ ଚାଲିଛି ଆଜି ଯାଏଁ l କିନ୍ତୁ ଜାନକୀ କିଛି ପାଇ ନାହାନ୍ତି ଖାଲି ଦେଇ ଚାଲିଛନ୍ତି l ଏପରି ଅନାବିଳ ଅଯାଚିତ ସ୍ନେହ ମମତା ପାଇଲେ ପଶୁ ପକ୍ଷୀ ବି ନିଜର ହେଇଯିବେ ଅଥଚ ପବିତ୍ର ହୋଇ ପାରିଲେ ନାହିଁ l ଧିକ ତାଙ୍କ ମଣିଷ ପଣିଆ l


ଅନ୍ୟ ସ୍ତ୍ରୀ ମାନଙ୍କୁ ନିଜର କ୍ୟାରିଅର, ସ୍ଟାଟସ ଓ ସମାଜରେ ଉଚ୍ଚ ସ୍ଥାନ ହାତେଇବାକୁ ଫୁରୁସତ ନଥିଲା ବେଳେ ଜାନକୀ ଙ୍କୁ ମାତ୍ର ଭଲ ପାଇବାର କେତୋଟି ମୁହୂର୍ତ୍ତ ଦରକାର ଥିଲା l ପବିତ୍ର କେବେ ବି ତାଙ୍କୁ ଅବହେଳା କରି ନାହାନ୍ତି ସତ ସ୍ନେହ ବି କରିଛନ୍ତି ଯତ୍ନ ବି ନେଇଛନ୍ତି l ସେ ବାବଦ ରେ କେହି କେବେ ତାଙ୍କୁ ଦୋଷ ଦେଇ ପାରିବେ ନାହିଁ l କିନ୍ତୁ ଏହି ସବୁ କଥା ସେ ନିଜ ଷ୍ଟାଇଲ ରେ କରିଛନ୍ତି ଜାନକୀ ଚାହିଁବା ଭଳି ନୁହେଁ l ସେଦିନ ରାତିରେ ଏସବୁ ଭାବି ଭାବି ପବିତ୍ର ଙ୍କୁ ନିଦ ଆସୁ ନଥିଲା l


ତେଣେ ପୁଅ ଘରେ ଜାନକୀ ପରଦିନ ସକାଳୁ ଶୀଘ୍ର ଫେରିବା ଲାଗି ବ୍ୟବସ୍ଥା କରିବା ପାଇଁ କହି କାନ୍ଦି କାଟି ଅସ୍ଥିର l ପୁଅ ବୋହୁ ବୁଝି ପାରୁନାହାନ୍ତି ସେମାନଙ୍କର କଣ ଏମିତି ଭୁଲ ହେଇଗଲା ଯେ ଜାନକୀ ଏମିତି ଉଚ୍ଛନ୍ନ ହେଉଛନ୍ତି l


ମା କଣ ହେଲା ତୋର l ହଠାତ ଏମିତି କାହିଁକି ଫେରିବାକୁ ବ୍ୟସ୍ତ ହେଉଛୁ l ମାସେ ଦି ମାସ ରହିବା ପାଇଁ କଥା ଥିଲା ନା l ପୁଅ ବିସ୍ମୟ ରେ ପଚାରୁଛି l


ନାହିଁ ରେ ବାବୁ l ମୋର ଯିବାର ବ୍ୟବସ୍ଥା କରିଦେ l ମୁଁ ପୁଣିଥରେ ଆସିବି ସିନା ଏବେ ଆଉ ରହି ପାରିବି ନାହିଁ l


ମା ମୋର କଣ ଭୁଲ ହେଲାକି ଆପଣ ଆମକୁ ଛାଡି ଚାଲି ଯିବାକୁ ବସିଛନ୍ତି ? ଆପଣ ନରହିଲେ ନୂଆ ଘର କରଣା ମୁଁ କେମିତି ସମ୍ଭାଳିବି କୁହନ୍ତୁ ତ l ବୋହୁ କୁ ଦୋଷ କଲା ଭଳି ଲାଗୁଥିଲା l


କେହି କିଛି ଭୁଲ କରିନାହଁ ରେ ମା l ତୁମ ବାପା ସେଠି କିଛି ଗୋଟେ ଅସୁବିଧାରେ ପଡିଛନ୍ତି l ତାଙ୍କର ଦେହ ମୁଣ୍ଡ ଖରାପ ହେଲା କି କଣ l ସେ କେବେ ବି କାହାକୁ କିଛି କହନ୍ତି ନାହିଁ l ତେଣୁ ବେଶୀ ଡେରି ହେବା ଆଗରୁ ମୋତେ ଯିବାକୁ ହେବ ତାଙ୍କ ପାଖ କୁ l


ତୁ କେମିତି ଜାଣିଲୁ ତାଙ୍କ ଦେହ ଖରାପ ବୋଲି ? ଫୋନ କରିଥିଲେ କି l ରହ ପଚାରି ଦେବା ସବୁ ଜିନିଷ ବଳେ ଜଣା ପଡି ଯିବ l


ହେଲେ ବି ଜାନକୀ ମାନିଲେ ନାହିଁ l ସେଇ ଏକା ଜିଦ ସେ ଯିବେ ହିଁ ଯିବେ l ଶେଷ ରେ ପୁଅ ଟି ହତାଶ ହୋଇ କହିଲା

ମା ଯଦି ଯିବାକୁ ଚାହିଁବୁ ତୋତେ ଛାଡି ଆସିବି ହେଲେ ତୁ କହ ମା ପ୍ଲିଜ ଆମକୁ ଛାଡି ଯିବାକୁ ଚାହୁଁଛୁ କାହିଁକି ? କାଲି ସକାଳେ ତ ବାପାଙ୍କ ସହ କଥା ହେଇଥିଲୁ ନା ? ଆଉ ଆଜି ସକାଳୁ ଉଠିଲା ପରେ କଣ ହେଇଗଲା ତୋର କହ l ତୋତେ

 ମୋ ରାଣ l

କlନ୍ଦି କାନ୍ଦି ଜାନକୀ ନିଜର ମୋବାଇଲ ଟି ପୁଅକୁ ଦେଖାଇଲେ ଯୋଉଠି ସେ ଛାଡ଼ିଥିବା ନୂଆ ଫୋଟ ତଳେ ପବିତ୍ର ବାବୁଙ୍କ ଗୋଟିଏ କମେଣ୍ଟ ଥିଲା "ମାଇଁ ୱାଇଫ ମାଇଁ ଲାଇଫ " ତାହା ସହିତ ଗୋଟିଏ ପାନ ପତ୍ର ଆକାର ର ହୃଦୟ ଟି ଉଙ୍କି ମାରି ନିଜର ଅସ୍ତିତ୍ୱ ଜାହିର କରୁଥିଲା l ଯାହାକୁ ଦେଖି ଜାନକୀ ହଠାତ ବିଶ୍ୱାସ କରି ପାରି ନଥିଲେ ଏବଂ ଭାବି ନେଇଥିଲେ ଯେ ବୋଧେ ପବିତ୍ର ବାବୁ ମାନସିକ ଭାରସାମ୍ୟ ହରାଇଛନ୍ତି ବୋଲି l ଅପ୍ରତ୍ୟାଶିତ ହେଲେ ସୁଦ୍ଧା ପୁଅ ବୋହୁ ଦୁହିଁଙ୍କ ପାଇଁ ଏହା ଗୋଟେ ଆନନ୍ଦଦାୟକ ସରପ୍ରାଇଜ ଠାରୁ କମ ନଥିଲା l


Rate this content
Log in

Similar oriya story from Romance