STORYMIRROR

Siddhartha Sankar Tripathy

Abstract Tragedy Inspirational

4  

Siddhartha Sankar Tripathy

Abstract Tragedy Inspirational

ମାଆ ପାଇଁ....

ମାଆ ପାଇଁ....

2 mins
232


       ଶନିବାର। ସାପ୍ତାହିକ ଛୁଟିଦିନ। ସେମାନଙ୍କ ପାଇଁ ଖୁସିର ଦିନ ଯେଉଁମାନେ ପରିବାର, ଜଞ୍ଜାଳ ଭିତରେ ସମୟ ବିତାନ୍ତି। କିନ୍ତୁ ମୋ ପରି ଏକା, ନିଃସଙ୍ଗ ଜୀବନ ବିତଉଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଛୁଟିଦିନ ଭାରୀ କଷ୍ଟ ଦାୟକ। ଟେଲିଭିଜନ ଦେଖି,ଫୋନରେ ଗପି ବି ରାତିସରେନା।ବିନିଦ୍ର ରଜନୀର ହିସାବ ଦେବା କଷ୍ଟଦାୟକ ।ମୋ ପରି ଚାକିରୀଆ ଙ୍କ ଗୋଟିଏ ସ୍ଥାନରୁ ଅନ୍ୟତ୍ର ବଦଳି,ଗମନ କ୍ରମରେ ଛୁଟି, ତା'ପରେ ଅନ୍ୟ ସ୍ଥାନରେ ଥଇଥାନ ପର୍ଯ୍ୟନ୍ତ ଛୁଟି ହିଁ ଛୁଟି।

       ରାୟଗଡ଼ା ଜିଲ୍ଲାରେ ନିରବଚ୍ଛିନ୍ନ ୧୯ ବର୍ଷ ଅତିବାହିତ କଲାପରେ ବଦଳି ପାଇଁ ଚେଷ୍ଟାକଲି ଅନ୍ୟ ଜିଲ୍ଲାକୁ।କାରଣ ଦର୍ଶାଇଲି ବ୍ରୁଦ୍ଧ ବୟସରେ ବାପାମାଆଙ୍କ ସେବା।ବଦଳି ବି ହୋଇଗଲା। ପାଞ୍ଚଦିନ ପରେ ରାୟଗଡ଼ା ଜିଲ୍ଲାରୁ ଭାରମୁକ୍ତ ହୋଇ ପହଞ୍ଚି ଗଲି ଗଜପତିରେ। ଯୋଗଦାନ ବିବ୍ରୁତି ଦେଲି ମୂଖ୍ୟ କାର୍ଯ୍ୟାଳୟ ରେ। ନୂଆଁ ଯାଗା। କନିଷ୍ଠ ଯନ୍ତ୍ରୀ। ମନରେ ଗର୍ବ। ହୋଟେଲ ଖୋଜି ଦାମୀ ଶୀତତାପନିୟନ୍ତ୍ରିତ କୋଠରୀ ନେଲି।ଟିଭି ଖୋଲି ଦେଖେ ରାୟଗଡ଼ ଜିଲ୍ଲାରେ ବନ୍ୟାର ବିଭିଷିକା। ମନେ ମନେ ଗର୍ବରେ ଭାବିଲି ମୁଁ ଜିଲ୍ଲା ଛାଡିଲା ପରେ ବନ୍ୟା ହୋଇଗଲା। ଚୁଡାକୁ ଗୁଡ଼ ସାକ୍ଷୀପରି ମୋ ମନକଥା ଜାଣିପାରୁଥିବା କିଛି ସହଯୋଗୀ ବି ଫୋନରେ କହିଲେ;ଆପଣ ରାୟଗଡ଼ା ଛାଡ଼ିଲେ ଏପଟେ ବନ୍ୟା ହୋଇଗଲା।ମନରେ ଗର୍ବ।ସତେ ଯେମିତି ମୁଁ ରାୟଗଡ଼ାର ଭାଗ୍ୟବିଧାତା। ପରଦିନ ଦପ୍ତରରେ ପହଞ୍ଚିଗଲି। ଦପ୍ତରରେ କହିଲେ ଆପଣ ତ ଯୋଗଦାନ କରିସାରିଛନ୍ତି, ଆରାମରେ ବସନ୍ତୁ, ଆଦେଶ ପାଇଲେ ନୂତନ ସ୍ଥାନରେ ଯୋଗଦାନ କରିବେ।ଦେଖୁ ଦେଖୁ ପାଞ୍ଚ ଛଅଦିନ ବିତିଗଲା। କିଛି ଆଦେଶ ଆସିଲା ନାହିଁ।ମନଟା ଖଟକା ଲାଗିଲା। ହୋଟେଲ ର ବିଲ ବଢୁଥାଏ।ଝୁଲନ୍ତା ଅବସ୍ଥା।ବୋଧେ ୧୯ ବର୍ଷର ଚାକିରୀ ଭିତରେ ଏହା ତିକ୍ତ ଅନୁଭୂତି।ମନଟା ଭାରାକ୍ରାନ୍ତ ଲାଗୁଥିଲା। ଶୀତତାପ ନିୟନ୍ତ୍ରିତ କୋଠରୀ ଲାଗୁଥିଲା ଗ୍ରୀଷ୍ମ ଋତୁରେ ଟିଟିଲାଗଡ଼ ତାପମାତ୍ରା ପରି। ଅତ୍ୟାଧୁନିକ ଟେଲିଭିଜନ ର ଶବ୍ଦ ଲାଗୁଥିଲା, ଗ୍ରୀଷ୍ମ ଋତୁରେ ବ୍ରହ୍ମପୁର ସହରରେ ପାଣି ପାଇଁ ଝଗଡା କରୁଥିବା ସ୍ତ୍ରୀ ଲୋକଙ୍କ ଗର୍ଜନ ପରି।ହୋଟେଲର ସୁସ୍ୱାଦୁ ଖାଦ୍ୟ ଲାଗୁଥିଲା ଗରୀବଘର ଶସ୍ତା,ଗୋଡିମିଶା ଚାଉଳରେ ରନ୍ଧା ଖାଦ୍ୟ ପରି।ଶୋଇପଡିବାକୁ ଚେଷ୍ଟାକଲେ ସୁନ୍ଦର ବିଛଣା ଲାଗୁଥିଲା

ସନ୍ତସନ୍ତିଆ,କଣ୍ଟକଯୁକ୍ତ,ଦୁଇମାସର ଶିଶୁ ପରିସ୍ରା କରି କାନ୍ଦୁଥିବା ବିଛଣା ପରି।ଦେଖୁ ଦେଖୁ ପନ୍ଦର ଦିନ ବିତିଗଲାଣି।ଅସ୍ଥିରତା ବଢିଚାଲିଥିଲା। କିଛି ବୁଦ୍ଧି ଦିଶୁନଥିଲା। ମନୁଷ୍ୟ ଅସୁବିଧା ରେ ପଡ଼ିଲେ ଦୁଇଟି କଥା ମନେପଡେ। ଭଗବାନ, ଜନ୍ମଦାତା।

          ହୋଟେଲରେ ବସି ଲେଖିବା ସମୟରେ ଭାବୁଥିଲି,ସେଦିନର ମନର ଗର୍ବ।ଆଜି ପାଖରେ କେହି ନାହିଁ।ଆଜି ମନେ ପଡ଼ୁଛନ୍ତି ଭଗବାନ,ବାପା ମାଆ। ମନେ ପଡୁଛି ସେଦିନ ଗର୍ବରେ ଭାବୁଥିବା କଥା।ହେଲେ ଆଜି?? ନିଜେ ଅସହାୟ।ତେଣୁ କଥାରେ ଅଛି ଅତି ସର୍ବତ୍ର ଗର୍ହିତମ୍।

         ମନେ ପଡିଯାଉଛି ବାପା ମାଆଙ୍କ କଥା।ବ୍ରୁଦ୍ଧ ବାପା ମାଆ ସୁଦୂର ବାଙ୍ଗାଲୁରରେ ।ଝିଅ ପାଖକୁ ଚିକିତ୍ସା ପାଇଁ ଯାଇଛନ୍ତି,କାରଣ ଅଯୋଗ୍ୟ ପୁଅ ତ କିଛି କରିଦେବ ନାହିଁ।ମାଆ ବାପାଙ୍କୁ ଲୁଚାଇ ବେଳେବେଳେ ଫୋନ କରେ,ବାବୁରେ! ବ୍ୟସ୍ତ ଲାଗୁଛି,ଏକା ରହୁଛୁ,ତୋ ଦେହ କେମିତି ଅଛି ଇତ୍ୟାଦି, ଇତ୍ୟାଦି।ମୋର ଚିରାଚରିତ ଉତ୍ତର,ତୁମ ଦେହକୁ ତୁମେ ଜାଗ୍ରତ କର।ମୋ ପାଇଁ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ।

           ମୁଣ୍ଡକୁ ହାତ ପାଇଗଲେ,ଆମେ ଭୁଲିଯାଉ ୧୦ ମାସ ୧୦ ଦିନ ଗର୍ଭରେ ଧରି ଯନ୍ତ୍ରଣା ଭୋଗକରି ଆମକୁ ଜନ୍ମ ଦେଇଥିବା ମାଆର କଥା।ହାତଧରି ଚାଲି ଶିଖେଇଥିବା ବାପାର କଥା।ଆମେ ନିଜକୁ ନିଜେ ଭାବୁ ଆଧୁନିକ। ବାପାମାଆଙ୍କ ପୁରୁଣା କାଳିଆ ଚିନ୍ତାଧାରା।ଦିନେ ବି ଆମ ମନକୁ ଉଦବେଳିତ କରେନା,ଆମ ପର ପିଢି ବି ଆମକୁ ସେମିତି ଭାବିବେ।

           ଆଜି କାହିଁକି ବହୁତ ମନେ ପଡୁଛି ମୋ ମାଆର ବାସି ଡାଲି ଆଉ ତାଗିଦ୍।ଆଜି କେଉଁଠି ସେ? କେଉଁ ଅବସ୍ଥାରେ? ମନ ବୁଝୁ ନାହିଁ।ହେଲେ ନାଚାର,ନିରୁପାୟ।

        ତେଣୁ ହେ ଅଯୋଗ୍ୟ ପୁତ୍ରଗଣ ! ବେଳ ଥାଉ ଥାଉ ବନ୍ଧ ବାନ୍ଧିଦିଅ। ନହେଲେ ବଢି ସବୁ ଭସାଇନେବ ଆଉ ଅବଶେଷ ରହିଯିବ ଖାଲି ଦୁଃଖ,ଯନ୍ତ୍ରଣା ଓ ଅନୁଶୋଚନା....!!

        ହଠାତ୍ ହୋଟେଲର କଲିଙ୍ଗବେଲଟି ବାଜି ଉଠିଲା।ଅନାଇ ଦେଖିଲି ସୂର୍ଯ୍ୟ ମୁଣ୍ଡ ଉପରେ। ଏମିତି କେତେ ରଜନୀ କଟିଯାଇଛି ନିଦ୍ରାବିହୀନ।ବିନିଦ୍ର!!



Rate this content
Log in

Similar oriya story from Abstract