ମା ର କାହାଣୀ
ମା ର କାହାଣୀ
ଗହଳି ପୂର୍ଣ ପରିବେଶ, କେଉଁଠି ଖୁସି ର ସ୍ୱର ତ ଆଉ କେଉଁଠି ଦୁଃଖର ପାହାଡ ଛିଣ୍ଡି ପଡିଲା ପରି ଲାଗୁଛି। ଚାରି ଆଡ଼େ ମୁଖା ଓ ଗ୍ଲୋବସ ପିନ୍ଧା ବ୍ୟକ୍ତି।
ପ୍ରବେଶ କରିବା ମାତ୍ରେ ଲୋକ ମାନଙ୍କ ଭିଡ ସହ ରକ୍ତ ର ଛିଟା। କାହାର ମୁଣ୍ଡ ଫାଟି ଯାଇଛି ତ କାହାର ଆକ୍ସିଡେଣ୍ଟ ହେଇଛି।କେଉଁଠି ଲୋକର ଗୁରୁତର ଅବସ୍ଥା ତ ଆଉ କେଉଁଠି ପକ୍କାରେ ମଧ୍ୟ ରୋଗୀମାନେ ଶୋଇଛନ୍ତି।ଦୃଶ୍ୟଟି କେଉଁ ଗୋଟେ ସରକାରୀ ହସ୍ପିଟାଲର ନିଶ୍ଚିନ୍ତ। ଏ ଦୃଶ୍ୟ ଦେଖି ରାଧାର ଛାତିରେ ଛନକା ପସିଲାଣି।
କୁହନ୍ତି ଯେ ମା ହେବାର ସୁଖ ଗୋଟେ ପଟେ ଆଉ କଷ୍ଟ ମଧ୍ୟ ଆଉ ଗୋଟେ ପଟେ। ଶହ ଶହ ହାଡ ଭାଙ୍ଗିବା ବେଳେ ଯେଉଁ କଷ୍ଟ ହୁଏ, ଗୋଟେ ମା ତା ଛୁଆକୁ ଜନ୍ମ ଦେବାବେଳେ ମଧ୍ୟ ସେପରି କଷ୍ଟ ହୁଏ।
ରାଧା ର ଇଏ ପ୍ରଥମ ପିଲା। ଏପଟେ ସ୍ୱାମୀ ସହ ଶାଶୁ ଓ ଶଶୁରଙ୍କ ଗୋଟେ ଇଚ୍ଛା।
ଇଚ୍ଛା ତ ନୁହେଁ ,, ଜିଦି କହିଲେ ମଧ୍ୟ ଭୁଲ ହେବ ନାହିଁ।
ହସ୍ପିଟାଲ ର ଦୁଆର ମୁଁହରେ ଶାଶୁ କହୁଥାନ୍ତି- ଆଲୋ ମା ରାଧା,
ତୁ ତ ଜାଣିଛୁ, ତୋ ସ୍ୱାମୀ ମୋର ଗୋଟିଏ ବୋଲି ପୁଅ। ମୋର ବଂଶ ରକ୍ଷା କରିବା ପାଇଁ ଗୋଟେ ନାତି ଦରକାର। ଯେମିତି ହେଲେ ଆଜି ପୁଅ ହେବା ଦରକାର, ନହେଲେ ତୁ ତୋ ବାଟ ଦେଖିବୁ।
ଏମିତି କେତେ କଣ। ମନ ରେ ଭୟ, ଠାକୁରଙ୍କ ଇଚ୍ଛା କଣ କେଜାଣି?????
ପୁଣି ମନେ ମନେ ଭାବୁଥାଏ, ଯଦି ମୋର ଝିଅଟିଏ ହେବ ତାହେଲେ???
କଣ ଆଉ କରିବି, ଘର ଲୋକଙ୍କୁ ଟିକେ ଅଧିକ ବୁଝେଇବାକୁ ପଡିବ। ଘରେ ତ ସମସ୍ତେ ପାଠ ସାଠ ପଢ଼ିଛନ୍ତି,,
ତା ଛଡା ଏଇଟା କଣ ମୋର ହାତରେ ଅଛି ଯେ ।
ସମୟ ହେଲା, ରାଧା ଉଦ୍ଧିଷ୍ଟ ରୁମ ଭିତରକୁ ଗଲା। କିଛି ସମୟ ର ସଂଘର୍ଷ ପରେ କୁଁଆ କୁଁଆ ଶବ୍ଦ ରେ ଗୁଞ୍ଜରିତ ହୋଇ ଉଠିଲା ପରିବେଶ।
ଏତିକି ଶୁଣି ରାଧା ବେହୋଶ ଅବସ୍ଥାରେ।
ଡାକ୍ତରଣୀ ବାହାରକୁ ଆସି ହସ ହସ ମୁଖରେ କହିଲେ: ଆପଣ ମାନଙ୍କ ପାଇଁ ଖୁସି ଖବର... ଘରକୁ ଲଷ୍ମୀ ଆସିଛନ୍ତି। ଏହା କହି ଡାକ୍ତରାଣୀ ଚାଲିଗଲେ।
ଯେମିତି ମୁଁଣ୍ଡରେ ବଜ୍ର ପଡ଼ିଯାଏ, ସେହି ପରି ଘର ଲୋକଙ୍କ ଅବସ୍ଥା। ଛାଡ ଯାହା ହେଲା ହେଲା...
ପୁଅ:ମା ଆମେ ଏବେ କଣ କରିବା???
ରାଧା ର ଶାଶୁ,ଶଶୁର ଓ ସ୍ୱାମୀ କେତେ କଥା ହେଲା ପରେ ନିଷ୍ପତି ନେଇଛନ୍ତି।
ପିଲାଟାକୁ ଅନାଥ ଆଶ୍ରମ ରେ ଦେଇ ଦେବା। ଝିଅ ଛୁଆ ଟା ବା କଣ ହେବ ଆମର। ଆର ବର୍ଷ କୁ ପୁଣି ଥରେ ନାତିଆ କୁ ଆଣିବା।
ରାଧା ର ହୋସ ଫେରିଲା। ଆନନ୍ଦ ମୁଖରେ ସମସ୍ତଙ୍କ ମୁଂହକୁ ଚାହିଁଲା ଏବଂ ସେ ଜାଣିଗଲା ଯେ ମୋର ଝିଅ ହୋଇଛି ବୋଲି।
କାରଣ କାହା ମୁଁହ ରେ ବି ଖୁସି ର ଚିହ୍ନବର୍ଣ ଦିଶୁନଥିଲା।
ରାଧା ମନେ ମନେ କହୁଥାଏ.. ହଉ ଦି ତିନି ଦିନ ଗଲେ ସବୁ ଠିକ ଠାକ ହେଇଯିବ।
କିଛି ସମୟ ପରେ ରାଧା ତା ଛୁଆ କୁ ଧରିବା ମାତ୍ରେ ତା କୁନି କୁନି ପାଦର ସ୍ପର୍ଶ.. ଅପୂର୍ବ ଆନନ୍ଦର ଅନୁଭୂତି
କୁଁଆ କୁଁଆ ଶବ୍ଦ ର ସ୍ୱର।
ମା ହେବାର ପ୍ରଥମ ପର୍ଯ୍ୟାୟ।
ମନ ଭରି ଦେଖୁଥାଏ ତା ଝିଅ କୁ ରାଧା।
ଠିକ ସେହି ସମୟରେ ସ୍ୱାମୀ ତାଙ୍କର ପରିବାର ସହିତ ମିଶିକି ନେଇଥିବା ନିଷ୍ପତି କୁ ରାଧାଙ୍କୁ କହିଲେ।
ସବୁକଥା ଶୁଣିବା ପରେ ରାଧା ମୁକ ପ୍ରାୟେ ଚାହିଁ ରହି ଥାଏ। ଯେମିତି ମୁଣ୍ଡରେ ଚଡକ ପଡିଲା ପରି ଅନୁଭୂତ ହେଉଥାଏ।
ମନେ ମନେ କହୁଥାଏ, ହେ ଭଗବାନ-କଣ ଏଇଥି ପାଇଁ ଏ ଛୁଆ କୁ ଦୁନିଆ ର ଆଲୋକ ଦେଖେଇଲ।
ରାଧା ଚିନ୍ତା କଲା,
ଏ କୋମଳ ଫୁଲ ଟି ଫୁଟିବା ଆଗରୁ ,ମୁ ତାକୁ କେମିତି ମଉଳିବାକୁ ଦେବି। ଯେଉଁ ଛୁଆ କୁ ଦଶ ମାସ ଦଶ ଦିନ ଗର୍ଭରେ ସାଇତି ରଖିଥିଲି, ଆଜି ତାକୁ କେମିତି ମୁ ଅଜଣା ପରିବେଶ ଭିତରେ ଛାଡି ଦେବି। ଏ ଦୁନିଆରେ ମୋ ଛଡା ତାର ଅଛି ବା କିଏ????
ରାଧା ପାଇଁ ସେ ମୁହୂର୍ତ ଥିଲା ବହୁତ କଷ୍ଟସାଧ୍ୟ। ଜୀବନରେ ତାକୁ ଯେକୌଣସି ଗୋଟିଏ କୁ ବାଛିବାକୁ ପଡିବ।
ସଫା ସଫା ମନା କରିଦେଲା ରାଧା।
ମୁ ମୋ ଛୁଆ କୁ କୁଆଡେ ବି ଯିବାକୁ ଦେବିନି। ବଡ ପାଟି ରେ କହିଲା ରାଧା।
ସ୍ୱାମୀ:ତୋର ଏତେ ସାହସ, ତୁ ମୋ କଥା ଉପରେ କଥା କହୁଚୁ।
ଠିକ ଅଛି ତୁ ତୋ ଛୁଆ କୁ ଧରି ଚାଲି ଯା। ମୋ ଘରେ ତୋର କୌଣସି ସ୍ଥାନ ନାହିଁ।
ଚାଲିଗଲେ ରାଧାର ପରିବାର ବର୍ଗ।
ରାଧା ମନ କୁ ଦୃଢ କଲା।ଆଉ ତା ଝିଅ ପାଇଁ ସେ ଦୁନିଆ ସହ ସଂଘର୍ଷକରିବ ହେଲେ ଝିଅ କୁ ଉପଯୁକ୍ତ ସଂସ୍କାର ଓ ପାଠ ପଢେଇ ବଡ ମଣିଷ କରିବ।
ଦଶମ ପର୍ଯ୍ୟନ୍ତ ପାଠ ପଢି ଥିବା ରାଧା, ହାତରେ ସଦ୍ୟ ଜନ୍ମିତ ଶିଶୁ କନ୍ୟା।
ଏ ଦୁନିଆ ରେ ବିନା ଶିକ୍ଷା ରେ ବଂଚିବା କେତେ ଯେ କଷ୍ଟ, ତା ସହ ରାଧାର ବୟସ ବି ଏତେ ଅଧିକ ନୁହେଁ,, ସେଥିପାଇଁ ଏ ଦୁନିଆର କିଛି ଖରାପ ଲୋକଙ୍କ ଲୋଲୁପ ନଜରରୁ ବଞ୍ଚିବାକୁ ପଡିବ।
ତଥାପି ରାଧା ହାର ମାନି ଯାଇ ନଥିଲା। ଯେତେ କଷ୍ଟ ହେଉ ପଛେ, ଝିଅ ପାଇଁ ସେ ସବୁ କଷ୍ଟ କରିବା ପାଇଁ ପ୍ରସ୍ତୁତ ଥିଲା।
ରାଧା ସିଲେଇ କାମ ଜାଣିଥିଲା। ସେଥିପାଇଁ ସେ ଗୋଟେ ଟେଲର ରେ ରହି କାମ କରିବାକୁ ଆରମ୍ଭ କଲା।
ରାଧା ର ସୁନ୍ଦର କାମ ଓ ଉପଯୁକ୍ତ ସମୟ ର ଜ୍ଞାନ ଦେଖି ଲୋକମାନେ ଧୀରେ ଧୀରେ ରାଧା କୁ ଭଲ ପାଇବାରେ ଲାଗିଲେ।
ରାଧା ଦିନ ରାତି ପରିଶ୍ରମ କରେ। କାହିଁକି ନା ଝିଅ ଧୀରେ ଧୀରେ ବଡ ହେବାକୁ ଲାଗିଲାଣି। ପାଠ ପଢା ପାଇଁ ଆଗକୁ କେତେ ଯେ ପଇସା ଖର୍ଚ୍ଚ ହେବ କିଏ ଜାଣିଲା........
ଝିଅ ର ନାମ ମୁନି। ବୟସ ମାତ୍ର ୧୪ବର୍ଷ। ଦେଖିବାକୁ କଣ୍ଢେଇ ଟିଏ ପରି। ପାଠରେ ଯେମିତି ସାଠ ରେ ବି ସେମିତି।ସବୁଥିରେ ନଂ ୧।
ରାତି ପାହିଲେ ମୁନି ର ଜନ୍ମ ଦିନ। ମୁନି କୁ୧୫ ବର୍ଷ ହେବ। ପନ୍ଦର ବର୍ଷ ହେବ ବିନା ବାପାରେ ରାଧା ତାକୁ ପାଳି ଆସିଛି।
କୌଣସି ଜିନିଷରେ କମି ରଖିନି। ଝିଅଟି ବି ସେମିତି ସଂସ୍କାରି।
ଦଶମ ପରେ ମୁନି କଲେଜ ଯିବ, ପାଠ ପଢିବ। ଡାକ୍ତରାଣୀ ହେବ।
କାହିଁ କେତେ ସ୍ୱପ୍ନ ରାଧା ମନରେ।
ସ୍ୱପ୍ନ ଗୁଡିକ କାନି ରେ ବାନ୍ଧି ରାଧା ଆଗେଇ ଚାଲିଛି ରାଜ ରାସ୍ତାରେ। ମୁନି ପାଇଁ ସୁନ୍ଦର ଡ୍ରେସ ଆଣିବ। ଝିଅ ତାର ଜନ୍ମ ଦିନରେ ପିନ୍ଧିବ।
ଡ୍ରେସ ଆଣି ଫେରିବା ବାଟରେ,ରାଧା କିଛି ଜିନିଷ ଆଣିବାକୁ ଅଟକି ଯାଇଛି ଗୋଟେ ଦୋକାନରେ। ବଡ ଟିଭି ଗୋଟେ ଚାଲିଛି।
କାହିଁକି କେଜାଣି ରାଧା ନଜର ପଡିଲା ଟିଭି ର ସ୍ୱର ଉପରେ।। ଖବର କହୁଥାଏ।।
ସ୍କୁଲ ଯାଉଥିବା ନାବାଳିକାଙ୍କୁ ଗଣଦୁଷ୍କର୍ମ । ପାଖରେ ଥିବା ଜଙ୍ଗଲ ରୁ ଶବ, କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର।
ଏହା ଦେଖି ରାଧା...ଛି ଛି ଛି.. କଣ ହେଲାଣି ଆଜି କାଲି ର ଯୁଗ। ଛୋଟ ଛୁଆଙ୍କୁ ବି ଛାଡୁ ନାହାଁନ୍ତି ଏ ଲୋଭାଶକ୍ତ
ପୁରୁଷ ମାନେ।
ମୁନି କୁ ମୁଁ ନିଜେ ସ୍କୁଲ କୁ ଛାଡିବାକୁ ଯିବି ଆଉ ଆଣିବାକୁ ବି।.... ଏ ଦୋଷୀ ମାନଙ୍କ ପାଇଁ କଣ ସରକାର କିଛି ଦଣ୍ଡ ପ୍ରଣୟନ କରିନି।।
କାହିଁକି ଦିନକୁ ଦିନ ଏ ସମାଜ ରେ ଏ ସବୁ ବଢି ଚାଲିଛି?ଏମିତି ବହୁତ ଗୁଡିଏ ପ୍ରଶ୍ନ?
ରାଧା ପ୍ରାୟ ଘର ପାଖା ପାଖି ହୋଇଯାଇଥାଏ।
ହଟାତ ,ଦେଖେ ତ ଘର ଆଗରେ ବହୁତ ଲୋକ ରୁଣ୍ଡ ହୋଇଛନ୍ତି।।
କାହିଁ କେତେ ଖବର ବାଲା କ୍ୟାମେରା ଧରି କଣ ସବୁ ଫୋଟୋ ଉଠାଉଛନ୍ତି।
ରାଧା ତ ବେଶି ପାଠ ପଢିନି।
ମୁନି କହୁଥିଲା କି କଣ ଗୋଟେ ପରୀକ୍ଷା ଦେଇଛି। ବୋଧେ ଫଳ ବାହାରିଛି, ସେଥିପାଇଁ ବୋଧେ ଏ ମାନେ ସମସ୍ତେ ଆସିଛନ୍ତି ଆଉ।
ଧୀରେ ଧୀରେ ଆଗକୁ ବଢ଼ିବାରେ ଲାଗିଲା। ଭିଡକୁ ଭାଙ୍ଗି ରାଧା ଆଗକୁ ଯାଇ ଦେଖେ ତ ମୁନି ରକ୍ତାତ ଅବସ୍ଥାରେ ପଡି ରହିଛି ଭୂମି ଉପରେ।
ଏହା ଦେଖି ରାଧା ପାଦ ରୁ ମାଟି ଖସିଗଲା। ହାତରୁ ଖସି ପଡ଼ିଲା ନୂଆ ଡ୍ରେସ ଟି। ଯେଉଁ ଝିଅ ପାଦରେ ସେ କଣ୍ଟା ବାଯିବାକୁ ଦେଇ ନଥିଲା, ଆଜି ସେ ଝିଅ କୁ ଏପରି ଅବସ୍ଥାରେ ଦେଖି କୋଉ ମା ବା ନିଜକୁ ସମ୍ଭାଳି ପାରିବ। ଭୋ ଭୋ କରି କାନ୍ଦି ଉଠିଲା ରାଧା।ମାଟି ରେ ମୁଣ୍ଡ ପିଟିବାକୁ ଲାଗିଲା
ଆଜି ର ଅବସ୍ଥା ପାଇଁ ଦାୟୀ କିଏ....?
କଣ ରାଧା ଝିଅ ଜନ୍ମ କରିବା ଦୋଷ ଥିଲା?
ଝିଅଟିକୁ ଫୋପାଡ଼ି ନଦେଇ ଦୁନିଆ ସହ ସଙ୍ଘର୍ଷ କରିବା କଣ ଦୋଷ ଥିଲା?
ଝିଅଟିକୁ ପାଠ ପଢେଇବା କଣ ଦୋଷ ଥିଲା?
କଣ ଥିଲା ରାଧା ର ଦୋଷ ?
ଆଜି ସେ ପାଗେଳୀ ପ୍ରାୟ....
କାହିଁ କେତେ ସମ୍ବାଦ ଵାଲା କହିଲେ ଆମେ ତମ ଝିଅ କୁ ନ୍ୟାୟ ଦେବୁ।
କଣ ଫେରି ଆସିବ ମୋ ଝିଅ ପୁଣି ଥରେ?
ପୁଣି କଣ କେବେ ଆଉ କୋଉ ଝିଅ ର ଏ ଅବସ୍ଥା ହେବନି?ନିରବ ଥିଲା ସମାଜ। ନିରବ ଥିଲେ ଏ ସମାଜର ଲୋକ ମାନେ।