arun sahoo

Tragedy Classics Inspirational

1.8  

arun sahoo

Tragedy Classics Inspirational

ଶୀତରେ

ଶୀତରେ

1 min
33


ଶୀତ ଋତୁର ଶୀତୁଆ ସକାଳର ଅନୁଭୂତି ସତକହିବାକୁ ଗଲେ ସ୍ବତନ୍ତ୍ର । ମୋର ନିଦ ଛାଡି ନ ଥାଏ , ବିଛଣା ଉପରେ କମ୍ବଳ ମଧ୍ୟରେ ଶୋଇଥାଏ । ସମୟ ସକାଳ ଘ୭:୪୫ମି । ହଠାତ କାନ୍ଥ ଘଣ୍ଟାକୁ ଦେଖିଲି ଆରେ ସମୟ ହେଲାଣି ଆଉ ମାତ୍ର ୧ ଘଣ୍ଟା ମଧରେ ରେଡି ହୋଇ ନିଜର କର୍ମମୟ ଜୀବନ ଅଭିମୁଖେ ଯାତ୍ରା । ଉଠି ପେପର ଧରି ପଢ଼ୁଥିବା ସମୟରେ ବୋଉ ଆସି ନାତିକୁ ପଚାରିଲା ବାପା କାହିଁ ?ପୁଅ ଉତ୍ତର ଦେଲା ବାପା ଦାନ୍ତ ଘସୁଛନ୍ତି । ବୋଉ ଡାକ ଛାଡ଼ି କହିଲା ବୁନୁ ବୁନୁ କଣ କରୁଛୁ ,ମୁଁ କହିଲି ଦାନ୍ତ ଘସୁଚି । କହିଲା ଅଫିସ ଯିବୁନି ମୁଁ କହିଲି ହଁ କଭ ହେଲା ନା ତୁ ଆଜି ଅଫିସ ଯାଆନା କହିଲି କାହିଁକି ? ତା ପରେ ଆଖିରେ ଲୁହ ଦେଖି ପାଖକୁ ଆସି ପଚାରିଲି କଣ ହେଲା କାନ୍ଦୁଛୁ , କହ ମୋତେ କହିଲା ତୋ ମଁଝିଆ ବଡ଼ବାପା ଚାଲିଗଲେ । ଏତିକିରେ ମୋ ଆଖିରେ ଲୁହ , ଅଫିସରେ ଦରଖାସ୍ତ ଦେଇ ବାହାରିଲୁ ଗାଁ ଅଭିମୁଖେ। ବାଟରେ ମନ ଲାଗୁ ନ ଥାଏ , ମନ ଥାଏ ବଡ଼ବାପା ଙ୍କ ପାଖରେ ଭାବୁଥାଏ ସବୁଦିନ ପାଇଁ ମୋ ମୁଖରୁ ଲିଭିଗଲା ବଡ଼ବାପା ଡାକ । ଗାଁ ରେ କାମ ସରିଲା ସେତେବେଳକୁ ରାତି ୧ । ସେଇ ଶୀତରେ ମୋ ବଡ଼ବାପା ବିଦାୟ ମୋ ପାଇଁ ଏକ ଦୁଃଖଦ ଅନୁଭୂତି ସବୁଦିନ ପାଇଁ ମାନସ ପଟରେ ରହିଗଲା ।


Rate this content
Log in

Similar oriya story from Tragedy