arun sahoo

Tragedy

4  

arun sahoo

Tragedy

ଶେଷ ବସ୍

ଶେଷ ବସ୍

3 mins
500


ବର୍ଷା ଦିନ ଥାଏ, ଶୁକ୍ରବାର । ଚନ୍ଦନ ଆସିଛି ବାପାଙ୍କ ସହିତ ଜିଲ୍ଲା ତହସିଲ ଅଫିସ । ବଡ଼ ବାବୁଙ୍କ ସହିତ ଚନ୍ଦନ କଥା ହେଉଛି, ବାହାରେ ଝିପି ଝିପି ମେଘକୁ କୋହଲା ପାଗ । ଦିନ ଥିଲା ଚନଦ ଇଂଜିନିୟର ଭାବେ କାର୍ଯ୍ୟରତ ଥିଲା ଜଳ ସେଚ ବିଭାଗ ବୋରିଗୁମ୍ମା ,କୋରାପୁଟ । ୨୦୦୫ରେ ଜୁନିଅର୍ ଆସିଷ୍ଟାଣ୍ଟ ଭାବେ ଯୋଗ ଦେଇଥିଲା ,ଖୁବ୍ କମ୍ ଦିନରେ ଭଲ ପ୍ରୋମୋଶନ ପାଇଛି । 


ସେଦିନ ଶୁକ୍ରବାର ଥାଏ, ଖରାବେଳେ ୩ଟା ପାଖ ପାଖି ହବ, ହଠାତ୍ ଘରୁ ଫୋନ୍ ଆସିଲା । ସେପଟୁ ତା ବାପା କହୁଛନ୍ତି ଯେ ତୁ ଜଲ୍ଦୀ ଘରକୁ ଆଜି ବାହାରେ, ମାମାର ଜଇନିଂ ଆସି ଯାଇଛି ,୧୫ ତାରିଖ ଯୋଇନ୍ କରିବ ସେ ବିଲାସପୁର ୟୁକୋ ବ୍ୟାଙ୍କରେ । ମାମା ଚନ୍ଦନ ର ଗୋଟେ ବୋଲି ଭଉଣୀ ,ସେ ଏଥର ଆଈ.ବି.ପି.ଏସ ପାଇ ଯାଇଛି ,ଭଲ ପଢ଼େ । ଚନ୍ଦନ ଦେଖିଲା ଘଡିରେ ୩.୩୦ ହେଲାଣି ,କୋରାପୁଟ ଏଠୁ ୧ ଘଣ୍ଟା କର ରାସ୍ତା। ସେ ଆଉ ଡେରି ନ କରି ଅଫିସ୍ ରୁ ବାହାରି ପଡ଼ିଲା ତା ରୁମ୍ କୁ । ଟିକେ ଆସି ଫ୍ରେସ୍ ହେଇକି ବସ୍ ଟେ ଧରିଲା କୋରାପୁଟ ପାଇଁ, ସେଠୁ ପୁଣି ଭୁବନେଶ୍ୱର ଯିବ । ସନ୍ଧ୍ୟା ୬ଟା ରେ କୋରାପୁଟ ପହୁଞ୍ଚିଗଲା । ସେଦିନ ସବୁ ବସ୍ ବାତିଲ ଥାଏ, ମାଓ ପ୍ରବଣ ଅଞ୍ଚଳରେ ପ୍ରାୟେ ଏଇ ଭଳି ଅବସ୍ଥା । ଯାହା ହେଉ ବୁଝୁ ବୁଝୁ ଗୋଟିଏ ବସ୍ ଥାଏ ଯିଏ ଭୁବନେଶ୍ୱର ଯିବ ରାତି ୮ ଟା ରେ । ଅମିତ୍ ଆଉ ଲେଟ୍ ନ କରି ଟିକେଟ କାଟି ଆଣିଲା କାଉଣ୍ଟର ପାଖରୁ,ସିଟ୍ ନମ୍ୱର୍ ୨୦ । କଣ ଟିକେ ଖାଇ ଦେଇ ସେଇ ବସ୍ ଷ୍ଟାଣ୍ଡ ରେ ବସିଲା ବସ୍ ଛାଡ଼ିବାକୁ ଅପେକ୍ଷା କରି । ସେଦିନ ଏତେ ଲୋକବି ନଥାନ୍ତି ,ବସ୍ ଷ୍ଟାଣ୍ଡ ଟିକେ ଫାଙ୍କା ଫାଙ୍କା ଲାଗୁଥାଏ । ସମୟ ଗଡ଼ି ଗଡ଼ି ୭:୩୦ ହେଲା ,ବସ୍ ଆସି ଷ୍ଟାଣ୍ଡରେ ଠିଆ ହେଲା ଆଉ କଣ୍ଡକ୍ଟର ଜୋର୍ ରେ ଡାକୁଥାଏ "ଭୁବନେଶ୍ୱର ଯିଏ ଯିବ ଜଲ୍ଦୀ ଆସ , ସିଟ୍ ଫାଙ୍କା ଅଛି , "ଲାଷ୍ଟ୍ ବସ୍" ଏଇଟା ,ଜଲ୍ଦୀ ଆସ " ।


ବସ୍ ଆଗେଇ ଚାଲିଲା ଗନ୍ତବ୍ୟ ସ୍ଥଳୀକୁ , ଧୀରେ ଧୀରେ ବସ୍ ଗତି ବଢୁଥାଏ ଆଉ ତା ସହିତ ପବନର ବେଗ ସେ ଝର୍କା ଫାଙ୍କରୁ ,ଦେହ ଯେମିତି ଶୀତେଇ ଉଠୁ ଥାଏ । ବସ୍ ରେ ଆଜି ବହୁତ୍ କମ୍ ଲୋକ ଥାନ୍ତି ,ମୋଟ୍ ୨୫ ହେବେ ପ୍ରାୟେ । ଚନ୍ଦନ ଆଜି ଏତେ ଭଲ ନଥିଲା କାହିଁକି ସେ ଭାବୁଥିଲା କାଲି ଯାଇଥାନ୍ତା ହେଲେ କାମଟା ବେଶି ଜରୁରୀ ଥିଲା । ବସ୍ ବେଗ ବଢ଼ି ଚାଲୁଥାଏ ଆଉ ଧିରେ ଧିରେ ସବୁ ଲାଇଟ୍ ବନ୍ଦ ହେଇଗଲା ଆଉ ଓଡ଼ିଆ ପୁରୁଣା ଆଧୁନିକ ଗୀତ ଆହୁରି ମତୁଆଲା କରୁଥାଏ l କୋହଲା ପବନ ମାଡ଼ି ଆସୁଥାଏ ଝର୍କା ଫାଙ୍କ ଦେଇ ,କେତେବେଳେ ଚନ୍ଦନ ଆଖି ଲାଗି ଯାଇଛି ସେ ଜାଣିନି ।

ହଠାତ୍ "ଢୋ- ଢୋ" ଗର୍ଜନଟେ ହେଇ ଉଠିଲା, ମାଓବାଦୀ କବଳରେ ତାଙ୍କ ବସ୍ ଟି ଥାଏ । ୧୫-୨୦ ମାଓବାଦୀ ପଶି ଆସିଲେ ବସ୍ ଭିତରକୁ ଆଉ ଲୋକେ ଉଠିବା ଆଗରୁ ଖିନ୍ ଭିନ୍ କରି ହାନି ଚାଲିଲେ ,ସବୁ ଲୁଟ୍ ପାଟ୍ କରି ନେଇ । ଏତିକି ବେଳେ ଅମିତ୍ ଆଖି ଖୋଲେ ତ ଦେଖୁଛି କେବଳ ଡହଳ ବିକଳ ଚିତ୍କାର ଆଉ ରକ୍ତରେ ଯୁଡୁ ବୁଡୁ ବସ୍ ର ସିଟ୍ ଗୁଡାକ । କିଛି ବୁଝିବା ଆଗରୁ ,ଦୁଇ ମାଓବାଦୀ ତାକୁ ଧରିକି ତଳକୁ ଟାଣି ଟାଣି ନେଇ ଗଲେ ଆଉ ତାଙ୍କର ଗୋଟିଏ ସ୍ୱର " ତୁମର ସରକାର ଆମକୁ କିସ୍ ଟା ଦେଲା ଯେ ପିଲା ,ଆମେ ତୁମକୁ ଭାଇ ବନ୍ଧୁ ଭାବବୁ ଯେ , ତମେ ପରା ଆମର ଶତ୍ରୁ ,କାହାକୁ ଛାଡିବୁନୁ । ଯେବେ ଯାଇଁ ଆମ ଦାବି ପୂରଣ ନଈ ହେଇଛି ଆମେ ଏମିତି ହାନି ଚାଲିବୁ" ଏ ବୁଗୁଡ଼ା " ହାନି ପକା ତୁଇ ତାକୁ, କାହାକୁ ଛାଡ଼ିବୁନୁ" । ବାସ୍ କେହି କଥା ପଦରେ ପିଚ୍ କିଣା ରକ୍ତ ଛିଟିକି ପଡ଼ିଲା ବସ୍ ଝର୍କା ଉପରେ ଆଉ ଚନ୍ଦନ ଚେତା ଶୂନ୍ୟ ।


ଚେତା ଫେରିଲା ବେଳକୁ , ଚନ୍ଦନ ନିଜକୁ ସେଭେନ୍ ହିଲ୍ ହସ୍ପିଟାଲ୍, ବିଶାଖା ପାଟଣା ଆଇ.ସି.ୟୁ ୱାର୍ଡ ରେ ଦେଖେ । ହାଲକା ହାଲକା ଆଖି ଖୋଲି ଦେଖିଲା ବେଳକୁ ଚାରି ପଟେ ତା ଘର ଲୋକ ଆଉ ସମସ୍ତଙ୍କ ଆଖିରୁ ଲୁହର ବନ୍ୟା । ତା ବାମ ଗୋଡ଼ ଆଉ ନଥାଏ, ଏଇଟା ଜାଣିବାକୁ ତାକୁ ଆଉ ବେଶୀ ଡେରି ଲାଗିଲାନି । ଆଖିରୁ ଅଜସ୍ର ଲୁହ ବୋହି ଯାଉଥାଏ ଆଉ ସେ ଜାଣି ପାରୁଥାଏ ସେ ପାଲଟିଛି ଆଜି "ପଙ୍ଗୁ" । ଡକ୍ଟର କହୁଥାନ୍ତି "ୟୁ ଆର୍ ଭେରି ଲକି, ତମେ ମାଓବାଦୀ କବଳ ରୁ ବଞ୍ଚି ଫେରିଛ " । ୩ ମାସ ବିତିଗଲା ସେଇ ହସ୍ପିଟାଲ୍ ରେ । 


ଏବେ ଚନ୍ଦନ ଭଦ୍ରକରେ ଘରେ ରହୁଛି ,ବାପା ଗୋଟେ ତେଜରାତି ଦୋକାନ କରି ଦେଇଛନ୍ତି ସେଇଟା ସମ୍ଭାଲୁଛି । କେବେ ଥିଲା ସେ ଇଞ୍ଜିନିୟର ଆଜି କିନ୍ତୁ ବେପାରୀ । ସକାଳୁ ବାପା ପୁଅ ଯାଇଛନ୍ତି ବିକଳାଙ୍ଗ ସାର୍ଟିଫିକେଟ ବାହାର କରିବାକୁ ,ଆଜିବି ସେଇ ଶୁକ୍ରବାର ।


Rate this content
Log in

Similar oriya story from Tragedy