arun sahoo

Inspirational Others

3  

arun sahoo

Inspirational Others

ରାମ ଗାଥା

ରାମ ଗାଥା

3 mins
131



ଆଜି ଦେଶରେ କିଏ କେତେ ପ୍ରକାରେ ପ୍ରଭୁ ରାମଙ୍କୁ ଗାଳି କରି ରାଜନୈତିକ ଫାଇଦା ଲୁଟିବାକୁ ଚେଷ୍ଟା କଲେବି ସେହି ଦୁଇଟି ଅକ୍ଷରର ଶକ୍ତି କାହାକୁ ଅଛପା ନାହିଁ। ମହା ଧାର୍ମିକ ଗ୍ରନ୍ଥ "ରାମାୟଣ" ଲେଖା ଯାଇ ପାରିଛି,ଇଶ୍ବର ଙ୍କର ଧରା ପୃଷ୍ଠରେ ଜନ୍ମ ନେବା ପୂର୍ବରୁ କେବଳ ଏହି ଦୁଇଟି ଅକ୍ଷରର ଉଚ୍ଚାରଣ ପାଇଁ । ଯିଏ ରାମ ନାମର ମହତ୍ତ୍ବ ଜାଣିଛି ସିଏ ତା'ର ପ୍ରେମରେ ପଡୁଛି...!


ଜଣେ ସନ୍ୟାସୀ, ରାମ ଗାଥା ଶୁଣାଇବା ପାଇଁ ଚାରିଆଡେ ଭ୍ରମଣ କରୁଥିଲେ ।ତାଙ୍କର ଲକ୍ଷ ଥିଲା,କେବଳ ରାମ ଶଦ୍ଦଟି ସମସ୍ତ ଜୀବନ୍ତ ମଣିଷର କାନରେ ପଡିଯାଉ।ଯାହାର ପ୍ରଭାବରେ ସମସ୍ତଙ୍କର କିଛି ନା କିଛି କଲ୍ୟାଣ ହେଉ...!

କାହିଁକି ନା ସେହି ରାମ ଜନ୍ମଟିରେ ପ୍ରଭୁ କେବଳ ଦୁଃଖ ଆଉ ବିରହ ଯନ୍ତ୍ରଣା ଛଡା କିଛି ପାଇନାହାଁନ୍ତି। ସେହି ନାମଟି ତୁଣ୍ଡରେ ନେଲେ ପରମ ସୁଖ ପ୍ରାପ୍ତି ହେବା ସାଙ୍ଗକୁ ସୁଖ ବାଣ୍ଟିବା କାମନ ମନରେ ଜାଗ୍ରତ ହୁଏ। 


ସେ ଧାର୍ମିକ ଅନୁଷ୍ଠାନ ଗୁଡିକ ସହିତ, ସ୍କୁଲ,କଲେଜ୍,ବସ୍ତି, ଜୁଆ ଆଡ୍ଡାସ୍ଥଳୀ, ଏପରିକି ଗଣିକାଳୟ ଗୁଡିକରେ ମଧ୍ୟ ଯାଇ ରାମ ଗାଥା ଶୁଣାଉଥିଲେ।


ଜଣେ ଆୟୋଜକ, ତାଙ୍କର ଧାର୍ମିକ ଅନୁଷ୍ଠାନରେ ରାମ ଚରିତ୍ର ପାଠ କରିବା ପାଇଁ ସାଧୁ ଙ୍କୁ ଆମନ୍ତ୍ରଣ କଲେ।ସାଧୁ ସାଦରେ ଆୟୋଜକ ଙ୍କର ନିମନ୍ତ୍ରଣ ରକ୍ଷା କଲେ।


ସାଧୁ, ନିର୍ଦିଷ୍ଟ ସମୟରେ ଅନୁଷ୍ଠାନରେ ପହଞ୍ଚିଲେ। ଆୟୋଜକ ସାଧୁଙ୍କୁ ଜଳ ପାନ କରାଇ ମଞ୍ଚରେ ବସାଇଦେଲେ। ନିଜେ ମଧ୍ୟ ମଞ୍ଚର ତଳେ ଶ୍ରୋତା ଗହଣରେ ବସି, ରାମ ଗାଥା ଶୁଣିଲେ।ଆବଶ୍ୟକ ସମୟରେ ରାମ ନାମର ଜୟ ଗାନ ମଧ୍ୟ କରୁଥିଲେ। ଅନେକ ଦିନ ପର୍ଯ୍ୟନ୍ତ ରାମ ଚରିତ୍ର କାର୍ଯ୍ୟ କ୍ରମ ସେଠାରେ ଚାଲିଲା।ଯାହା ଫଳରେ ସାଧୁ ଆଉ ଆୟୋଜକ ଙ୍କର ଘନିଷ୍ଠତା କିଛି ଅଧିକ ବଢିଗଲା। ରାମ ଚରିତ ପାଠ କାର୍ଯ୍ୟକ୍ରମ ସରିଯିବା ପରେ, ସାଧୁ ଧାର୍ମିକ ଅନୁଷ୍ଠାନ ଛାଡି ଅନ୍ୟତ୍ର ରାମ ଗୁଣ ଗାନ କରିବା ପାଇଁ ଚାଲିଗଲେ।


ଥରେ ସାଧୁ, ଗୋଟିଏ ଗଣିକାଳୟରୁ ଅନୁମତି ନେଇ, ରାମ ଗାଥା ଶୁଣାଇବା ପାଇଁ ଗଣିକା ମାନଙ୍କ ଗହଣରେ ପହଞ୍ଚି ଗଲେ। ସାଧୁ ଙ୍କର ଉଦ୍ଦେଶ୍ୟ ଥିଲା, ଗ୍ରାହକ ମାନଙ୍କ କାନରେ ମଧ୍ୟ ପବିତ୍ର ରାମ ଧ୍ବନି ଟିଏ ପଡିଯାଉ।ସେଥିପାଇଁ ସେ ସନ୍ଧ୍ୟା ସମୟ ଟିକୁ ଚୟନ ଥିଲେ।ସନ୍ଧ୍ୟାର ସେହି ଶାନ୍ତ ପ୍ରରିବେଶରେ ପ୍ରବଚନ ଦେବା କାର୍ଯ୍ୟକ୍ରମ ଆରମ୍ଭ କରିଦେଲେ।


ପ୍ରବଚନ ଦେବା ବେଳେ, ନିରୀହ ତରୁଣୀ ମାନଙ୍କର କୋମଳ ଚାହାଣୀ ସାଧୁଙ୍କର ହୃଦୟ କୁ ଆଲୋଡିତ କରୁଥିଲା। ସେ ଅଶ୍ରୁଳ ନୟନରେ ଦେଖୁ ଥିଲେ,ସେହି ବିବସତା ମଧ୍ୟରେ କାହାର ବିଧବା ସ୍ତ୍ରୀକୁ, କାହାର ଅଲିଅଲି ଝିଅ ମାନଙ୍କୁ । ବ୍ୟଥିତ ହୋଇ ରାମ ଙ୍କୁ ମନେ ମନେ କହୁଥିଲେ....


--ଦେଖ ପ୍ରଭୁ,ତୁମରି ସର୍ଜନାର ସୁନ୍ଦର ସୃଷ୍ଟି ଏଇ ନାରୀ, ଯିଏ ଆଜି ବନ୍ଦୀନୀ ଅବସ୍ଥାରେ ଥାଇ ମଧ୍ୟ, ରାମ ନାମର କଥା ମୃତ ପାନ କରିବା ସୌଭାଗ୍ଯ ପାଇଯାଇଛନ୍ତି।ମଙ୍ଗଳ ମୟ ପ୍ରଭୁ, ସେମାନଙ୍କର ମଙ୍ଗଳ କରନ୍ତୁ

..!


ରାମ ଚରିତ ଚାଲିଥାଏ। ଗ୍ରାହକ ମାନେ ମଧ୍ୟ ଭିତରକୁ ଆସୁଥାଆନ୍ତି।ଯାହାର ଇଛା ସିଏ ମଧ୍ୟ ଶୁଣି ଚାଲିଥିଲେ,ରାମ ଗାଥା। ଏହି ସମୟରେ ଆୟୋଜକ ଜଣକ ଗଣିକାଳୟର ପରିସର ଭିତରକୁ ପ୍ରବେଶ କଲେ। ସେ ଗଣିକାଳୟ ଭିତରେ ସାଧୁ ଙ୍କୁ ଦେଖି ଆନନ୍ଦିତ ହୋଇଗଲେ। ଆଜି କାଲିର ସାଧୁମାନେ ଉଭୟ କର୍ମକୁ ଏକା ସଙ୍ଗରେ କରିପାରୁଛନ୍ତି, ସେଥିପାଇଁ ।ସେ ସାଧୁଙ୍କୁ ହସି ହସି କହିଲେ...


--ସ୍ବାମୀ ଜୀ, ଆପ୍ ଭି ୟାହାଁ......?


ସ୍ବାମୀଜୀ ଅଳ୍ପ ସମୟ ପାଇଁ ରାମ କଥାରେ ବିରାମ ଦେଲେ। ଆୟୋଜକ ଙ୍କର ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲେ....


--'ରାମ',ଏପରି ଏକ ସୁପ୍ତ ଶକ୍ତିର ଦୁଇଗୋଟି ଅକ୍ଷର, ଯିଏ ଦସ୍ୟୁକୁ ବାଲ୍ମୀକିରେ ରୁପାନ୍ତରିତ କରି ପାରିଥିଲା। ଏହି ଠାରେ କେତେ କୋମଳ ବିବସ ଜୀବନ, ଯନ୍ତ୍ରଣା ଜର୍ଜରିତ ଅବସ୍ଥାରେ, ବନ୍ଦୀ ଜୀବନ ଅତିବାହିତ କରୁଛନ୍ତି। ଜୀବନ ଗୁଡିକ ପ୍ରତ୍ୟେକ ସମୟରେ,ତାଙ୍କ ଅନ୍ତର ନାରାୟଣଙ୍କୁ ଯନ୍ତ୍ରଣାଦେଇ ଚାଲିଛନ୍ତି । ଅନ୍ୟର କାମାଗ୍ନି ଶାନ୍ତ କରିବାକୁ ଯାଇ ନିଜେ ଜଳି ମରୁଛନ୍ତି। ମୁଁ ନିଜର ଅଗ୍ନି ଶାନ୍ତ ପାଇଁ ନୁହେଁ,ବିବସ ଜୀବନ ଗୁଡିକର ରାମ କିଛି ଭଲା କରିବେ ବୋଲି ଏଠିକି ଚାଲି ଆସିଛି। ଆମେ ଦୁଇଜଣ ଗୋଟିଏ ସ୍ଥାନକୁ ଆସିଛେ ସତ କିନ୍ତୁ ଭିନ୍ନ ଉଦ୍ଦେଶ୍ୟ ନେଇ। ତୁମେ ଆସିଛ ତୁମର କାମକୁ ନେଇ, ମୁଁ ଆସିଛି ମୋ'ର ରାମଙ୍କୁ ନେଇ...!


ସ୍ବାମୀଜୀଙ୍କର କଥା ଶୁଣିବା ପରେ ଆୟୋଜକ,ରାମ ଚରିତ ଶୁଣୁଥିବା ଗଣିକା ମାନଙ୍କ ଆଖିକୁ ଭଲ ଭାବରେ ଦେଖିନେଲେ।ସମସ୍ତଙ୍କର ଆଖିରେ ବିବସତାର ଛାୟା ତାଙ୍କ ଆଖିକୁ ପରିସ୍କାର ଦେଖାଗଲା। ସେ ଆଉ ନିଜର କାମାଗ୍ନି ଶାନ୍ତ ନ କରି, କେବଳ ରାମ ଗାଥା ଶୁଣିବାରେ ଲାଗିଲେ।କାର୍ଯ୍ୟକ୍ରମ ସରିବା ପରେ ସାଧୁଙ୍କର ପାଖକୁ ଆସି ଆୟୋଜକ କହିଲେ... 


--ମୁଁ ଅନେକ ବର୍ଷ ହେଲାଣି ରାମ ଚରିତ ମାନସର ଆୟୋଜନ କରୁଥିଲି ସିନା ରାମ ନାମ ଟିର ମହତ୍ତ୍ଵ କେବେ ହୃଦୟଙ୍ଗମ କରିପାରି ନ ଥିଲି। ଆଜି କେମିତି କେଜାଣି ବିବସ ଆଖି ଗୁଡିକରେ କ୍ଷତର ଚିହ୍ନ ସ୍ପଷ୍ଟଭାବରେ ଦେଖି ପାରିଲି। ଏମାନେ କେହି ହେଲେ ସ୍ବଇଛାରେ କ୍ଷତ ସହିବାକୁ ଏଠାକୁ ଆସି ନାହାଁନ୍ତି। କାହାର ସ୍ବାମୀ ଆର ପାରିକୁ ଚାଲିଗଲା ପରେ, ସେ ପରିସ୍ଥିତିରେ ପଡି ଆମର ପରି ପାପୀ ମାନଙ୍କର କ୍ଷତ ସହିଚାଲିଛି।କାହାର ଅଲିଅଳି ଝିଅ, ଅପହୃତ ହୋଇ,ଏହିଠାରେ ବନ୍ଦୀ ଜୀବନ ଅତିବାହିତ କରୁଛି। ଏଠି ମନୁଷ୍ୟ ବିବସ ମନୁଷ୍ୟକୁ କବଳିତ କରି ଶୋଷଣ କରୁଛି। ଆପଣଙ୍କର ରାମ ଆଜି ଗୋଟିଏ କାମାନ୍ଧ ମଣିଷର ଆଖି ଖୋଲିଦେଲେ। କାମୁକ ଟିଏ ବି ରାମ ଧ୍ବନିର ପ୍ରଭାବରେ ଆଜି ପ୍ରଭାବିତ ହୋଇପାରିଛି। ପ୍ରଭୁ ବିବସ ଜୀବନରେ ଶାନ୍ତି ଆଉ ତୃପ୍ତି ଭରିଦିଅନ୍ତୁ।


ପରବର୍ତ୍ତୀ ସମୟରେ ଆୟୋଜକ ମଧ୍ୟ ସାଧୁଙ୍କର ଙ୍କର ସହିତ ରାମ ଗାଥା ଶୁଣାଇବା ପାଇଁ ବିଭିନ୍ନ ସ୍ଥାନ ଘୁରିବୁଲିଲେ।


ସବୁ ଧର୍ମର ନାରୀ ସନ୍ତାନ ଟିଏ ଜନ୍ମ ଦେଲା ବେଳେ ସେହି ପ୍ରଭୁ ରାମଙ୍କ ପରି ଆଦର୍ଶ ସନ୍ତାନ ହେବାର କାମନା କରନ୍ତି।  


 


Rate this content
Log in

Similar oriya story from Inspirational