arun sahoo

Classics Fantasy Inspirational

3  

arun sahoo

Classics Fantasy Inspirational

ବିନ୍ଦି ବା ଟିକିଲି

ବିନ୍ଦି ବା ଟିକିଲି

2 mins
127


ବିନ୍ଦି ବା ଟିକିଲି ମହିଳାଙ୍କ ପ୍ରଶାଧନ ସାମଗ୍ରୀର ଏକ ଅଭିନ୍ନ ଅଙ୍ଗ କେବଳ ସେତିକି ନୁହେଁ ଏହା ମହିଳାଙ୍କ ସୌନ୍ଦର୍ଯ୍ୟର ସହ ଖୁବ୍ ଜଡ଼ିତ । ଏହାର ବ୍ୟବହାର କରି ମହିଳାଙ୍କ ରୂପରେ ଅଧିକ ସୁନ୍ଦରତା ଆସିଥାଏ । ବିନ୍ଦି ମହିଳାଙ୍କୁ ସ୍ୱତନ୍ତ୍ର ଛବିକୁ ଦର୍ଶାଇଥାଏ । ବିନ୍ଦିକୁ ନେଇ ଅନେକ ଗୀତ-ସାଏରୀ ମଧ୍ୟ ରହିଛି, ଯାହା ଖୁବ୍ ଲୋକପ୍ରିୟ । କିନ୍ତୁ ବହୁତ କମ୍ ହୁଏତ ଜାଣିଥିବେ ଯେ ସୌନ୍ଦର୍ଯ୍ୟ ଛଡ଼ା ବିନ୍ଦି ସ୍ୱାସ୍ଥ୍ୟ ସହ ଜଡ଼ିତ ମହତ୍ୱପୂର୍ଣ୍ଣ କାମ ମଧ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ବିନ୍ଦି କିପରି ସ୍ୱାସ୍ଥ୍ୟ ସହ ମଧ୍ୟ ଜଡ଼ିତ ।

ବିନ୍ଦିକୁ ଦୁଇ ଆଖିର ମଧ୍ୟଭାଗରେ କପାଳରେ ଲଗାଯାଏ । ଏହି ସ୍ଥାନରେ ବିନ୍ଦି ଲଗାଇବା ସ୍ୱାସ୍ଥ୍ୟ ଦୃଷ୍ଟିରୁ ମହତ୍ୱପୂର୍ଣ୍ଣ ହୋଇଥାଏ । ଯୋଗରେ କପାଳ ମଧ୍ୟଭାଗକୁ ଆଜ୍ଞା ଚକ୍ର ବୋଲି କୁହାଯାଏ । ଏହା ମନୁଷ୍ୟ ଶରୀରର ୬ଷ୍ଠ ଏବଂ ସବୁଠୁ ଶକ୍ତିଶାଳୀ ଚକ୍ର ଅଟେ । ଏଠାରୁ ମସ୍ତିଷ୍କ, ଆଖି, ପୀନଲ ଗ୍ଲାଣ୍ଡ ଏବଂ ପିଟ୍ୟୁଟାରୀ ଗ୍ଲାଣ୍ଡ ଯୋଡ଼ି ହୋଇଥାନ୍ତି । ଯୋଗରେ ଅନେକ ଆସନ ରହିଛି ଯେଉଁଥିରେ ମଥାକୁ ମାଟିରେ ଲଗାଇବାକୁ ହୁଏ ଏହାଦ୍ୱାରା ଏହି ଚକ୍ର ସକ୍ରିୟ ହୋଇଥାଏ । ଏହି ଚକ୍ରକୁ ଜ୍ଞାନ କେନ୍ଦ୍ର ବୋଲି ମଧ୍ୟ କୁହାଯାଏ । ବିନ୍ଦି ଲଗାଇବା ଦ୍ୱାରା ପ୍ରତିଦିନ ଏହି ସ୍ଥାନକୁ ଦବାଇଥାନ୍ତି ଯାହାଦ୍ୱାରା ଏହି ଚକ୍ର ସକ୍ରିୟ ହୋଇଥାଏ ।

ପ୍ରାଚୀନ ଚୀନ୍ ସଭ୍ୟତାରେ ଏହି ସ୍ଥାନକୁ ତୃତୀୟ ଆଖି ବୋଲି ମଧ୍ୟ ବିଶ୍ୱାସ କରାଯାଏ, ଏବଂ ଏହି ସ୍ଥାନକୁ ପ୍ରତିଦିନ ଦବାଇବା ଦ୍ୱାରା ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ହୋଇଥାଏ । ଏହା ଆକ୍ୟୁପ୍ରେସର ପରି କାମ କରିଥାଏ । ଏମିତି କରିବା ଦ୍ୱାରା ମୁଣ୍ଡ ବିନ୍ଧା କମ୍ ହୋଇଥାଏ । ଏଠାରେ ଅନେକ ଶିରା ପ୍ରଶିରା ରହିଛି ଯାହାକୁ ପ୍ରତିଦିନ ଦବାଇବା ଦ୍ୱାରା ସୁସ୍ଥ ରହିଥାଏ ଶରୀର ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ମଥାରେ ପ୍ରତିଦିନ ବିନ୍ଦି ଲଗାଇବା ଦ୍ୱାରା ଦୃଷ୍ଟି ଶକ୍ତି ଅଧିକ ହୋଇଥାଏ । କାରଣ କପାଳର ଏହି ସ୍ଥାନରୁ ସୁପ୍ରାଟ୍ରୋକ୍ଲିୟର ଶିରା ଯାଇଥାଏ ଯାହା ଆଖିର ସବୁ ଶିରା ସହ ଜଡ଼ିତ । ଏହି ଶିରାକୁ ଦବାଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢ଼ିଥାଏ । ଏହା ଛଡ଼ା ଏହି ସ୍ଥାନରୁ ଟ୍ରାଏଜେମିନଲ ଶିରା ମଧ୍ୟ ଗତି କରିଥାଏ । ଏହି ସ୍ଥାନକୁ ପ୍ରତିଦିନ କିଛି ସେକେଣ୍ଡ ପାଇଁ ଦବାଇବା ଦ୍ୱାରା ମୁହଁରେ ମାଂସପେଶୀ ସୁସ୍ଥ ରହିଥାଏ । ମୁହଁର ଚର୍ମ କୁଞ୍ଚୁକୁଞ୍ଚିଆ ହୋଇନଥାଏ ଏବଂ ଡିପ୍ରେସନରେ ଥିବା ଲୋକମାନଙ୍କୁ ମଧ୍ୟ ଏମିତି କରିବା ଦ୍ୱାରା ଫାଇଦା ହୋଇଥାଏ।


Rate this content
Log in

Similar oriya story from Classics