Prabhati Mahapatra

Inspirational Others

3  

Prabhati Mahapatra

Inspirational Others

ଲେଖନୀ ସ୍ମାରକ

ଲେଖନୀ ସ୍ମାରକ

2 mins
213


ମୁଁ ଅହରହ ଚାଲି ଥାଏ , ମୁଁ ସ୍ଵାଧୀନ' କାହାର ଗୋଲାମୀ ମୋର ପସନ୍ଦ ନୁହେଁ । କିନ୍ତୁ ମୁଁ ମୋ ମାଲିକର ଭାବନାକୁ ସାଲୁଟ୍ କରେ । ପ୍ରତି କ୍ଷେତ୍ରରେ ତାର ଆବେଗକୁ ମୋ ସ୍ନେହ ବୋଳା  କାଳିରେ ପ୍ରକାଶ କରେ । ଯେବେ ସେ କୋହ ଭରା ଉଛୁଳା ନଇଟିଏ ହୁଏ, ମୋ ଲେଖନୀ କାଳି ଲୁୁହ ଝରଣାରେ ପାଲଟି ଯାଏ । ତାର ଆହ୍ଲାଦିତ ପ୍ରାଣରେ ମୋର ଅସୁମାରୀ ସ୍ବପ୍ନର ମୀନାର ସୃଷ୍ଟି, ସେ ଶିଖରେ ବସି ମୋର ଆତ୍ମା ତୃପ୍ତିପାଏ । ଆବେଗ ସ୍ରୋତରେ ଭାସି ଆକଳନ ଶଦ୍ଦ ତରଙ୍ଗ ଖେଳି ପ୍ରତିିଧ୍ୱନି ଗୁଞ୍ଜରିତ, ସତେ ଯେମିତି ବାରବାର ହୃଦୟ ବେଳାଭୂମିକୁ ଚୁମ୍ବ ଦାନେ ଆଲ୍ଲାଦିତ କରେ ।

ସେହି ମୁହୂର୍ତ୍ତରୁ ମୋ ହାତ ଆଉ ସ୍ଥିରତାର ଅଧିନରେ

ରୁହେ ନାହିଁ । କବି ମୋର ଚିର ସାଥି, ତା'ର ହୃଦୟ ବାର୍ତ୍ତାକୁ ପ୍ରସ୍ଫୁଟିତ କରି ଜନ ଗଣ ମଧ୍ୟେ ବିତରଣ

ପାଇଁ ସାରା ଜୀବନ ମୋର ଚେଷ୍ଟା ଥିବ । ମୋ ଚଳନରେ ଦୋଷୀ ନିର୍ଦ୍ଦୋଷଙ୍କ ପ୍ରାଣ ଟଣା ଓଟରାରେ ପଡ଼ି ଯାଏ । ମୋ ଅବମାନାରେେ ସତ୍ୟର ପାଦ ଟଳମଳ ହେଉ ଥାଏ । କାହାର ଭାଗ୍ୟ ନିର୍ଦ୍ଧାରଣ ପାଇଁ ବିଧାତା ବି ଅପେକ୍ଷାକୃତ ରୁୁୁହନ୍ତିି, ଚିତ୍ରଗୁପ୍ତ ସାଦରେ ପ୍ରଣାମ କରି ତାଙ୍କର ଯାତ୍ରା ଆରମ୍ଭ କରନ୍ତି । ହେଲେ ମୋର ସଠିକ୍ ଗତି ବେଳେବେଳେ କର ଲେଉଟାଇ ଦିିଏ ।

ଯେମିତି ପାପିଙ୍କ ବିନାଶ ପାଇଁ ବ୍ରହ୍ମାଣ୍ଡ ପତି ସ୍ଵରୂପ 

ପରିବର୍ତ୍ତନ କରନ୍ତି । ସେମିତି ଖଳ ପ୍ରବୃତ୍ତିର ଲୋକ

ମୋ ଇଚ୍ଛା ବିରୁଦ୍ଧେ ଚଳାନ୍ତି , ହେଲେ କଣ ହେବ !

ମିଛ ଖୋଳପାକୁ ଫଟାଇ ମୁଁ ପୁଣି ଥରେ ମୋର

ସ୍ଥାନ ଅଳଂକୃତ କରେ । ମୁଁ ଲେଖନୀ' ମୋର ଜୀବନ 

ଓ ପ୍ରକୃତି ଜଗତରେ ବୁଦ୍ଧିଜିବୀ ଜ୍ଞନୀଙ୍କ ବିକାଶ ପାଇଁ 

ସର୍ବଦା ସହାକୟ ହୁଏ । ମୁଁ ଗୀତା ଭଗବତର ଚିତ୍ରକାର । ଯୋଗଜନ୍ମାଙ୍କ ହୃଦୟର ଭକ୍ତି ପୂର୍ଣ୍ଣ ଉପଦେଶ ପଂକ୍ତି ଗୁଡିକର  ବାହକ ହୋଇ ଥାଏ । ହେଲେ ମୁଁ କିଏ ? ମୁଁ ବି ତୁୁମ ଭଳି ଜଣେ । ମୁଁ ପ୍ରଳୟ , ମୁଁ ଧର୍ମ ଓ ସତ୍ୟ ।

ମୁଁ ଅଂହକାର କରେ ନାହିଁ, କେତେବେଳେ ଯେ  ନ୍ୟାୟମୂର୍ତ୍ତି ଅନ୍ତିମ ନିର୍ଣ୍ଣୟ ସମୟରେ ଅନ୍ତିମ ଯାତ୍ରାର ଦ୍ଵାର ଖୋଲି ଟେବୁଲ୍ ଉପରେ ମକଚି ନଦେବେ, କ'ଣ ଭରଷା ଅଛି ? ତେଣୁ 'ମୁଁ 'ପରି ଶଦ୍ଦରୁ ବିରତ ରହିବାକୁ ମୋର

ଛୋଟ ଅନୁରୋଧ ରଖନ୍ତୁ ।



Rate this content
Log in

Similar oriya story from Inspirational