STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

କୁହୁକ

କୁହୁକ

3 mins
0

ଲେଖା ଅପେକ୍ଷା କରିଥିଲେ ସ୍ୱାମୀଙ୍କୁ. ଏତେ ଭଲପାଇବା ଭିତରେ ଏତେ ସନ୍ଦେହ ଲୁଚି ରହିଛି ସ୍ୱାମୀଙ୍କ ମନରେ ବୋଲି ସେ କେବେବି କଳ୍ପନା କରିପାରୁନଥିଲେ ନହେଲେ ସ୍ୱାମୀ ସ୍ଵରାଜ ନିଜ ବେଡ଼ ରୁମରେ ଲୁଚେଇ ସି ସି ଟିଭି କ୍ୟାମେରା ଲଗାଇନଥାନ୍ତେ କେବେ!କଣ ସେ ସ୍ୱାମୀଙ୍କ ଅନୁପସ୍ଥିତିରେ ଏତେ ଭୁଲ ଓ ଦୋଷ କରିପକାନ୍ତି ଯେ ସ୍ୱାମୀ ଫୋଟୋରେ ତାଙ୍କ ଦୋଷ ର ପ୍ରମାଣ ରଖିବାକୁ ଶେଷରେ କ୍ୟାମେରା ଖଞ୍ଜିଲେ!ଦୋଷ ଭିତରେ ପିଲାଦୁହିଁଙ୍କୁ ସେ ବିରକ୍ତ ହେବା ବେଳେ ଦୁଇ ପାହାର କଷି ଦିଅନ୍ତି ଏମିତି ଯେ ନୋଳା ଫାଟିଯାଏ ପୁଅ ଓ ଝିଅଙ୍କ ପିଠିରେ. ଲେଖା ଭାବନ୍ତି ଏଇଟା ତାଙ୍କ ବାଡ଼ିଆ ଦୋଷ ନୁହେଁ ବରଂ ପୁଅ ଓ ଝିଅ ଦୁଇଟା ବାପାଙ୍କ ପରି ଏତେ ଗୋରା ହୋଇଛନ୍ତି ଯେ ଛୁଇଁ ଦେଲେ ଦାଗ ବସେ ଦେହରେ.ଆଜି ଆସନ୍ତୁ ରବିବାର ଦିନ ତାଙ୍କର ଦିନେ କୁ ମୋର ଦିନେ ହୋଇଛି ତାଙ୍କର ଦିନେ କୁ ମୋର ଦିନେ କହି ଲେଖା ଆହତ ବାଘୁଣୀ ଭଳି ରବିବାରଟାରେ ଏପଟ ସେପଟ ହେଉଥାଆନ୍ତି.
   ସେପଟେ ନିଜର ଭୁଲ ବୁଝିବାକୁ ଆଜି ଏତେ ଟିକେ ଡେରି ହୋଇନି ରେଞ୍ଜର ସାହେବ ସ୍ଵରାଜଙ୍କୁ. ଏଇ କିଛି ଦିନ ହେବ ସେ ଭୁଲ ବୁଝି ଆସୁଥିଲେ ନିଜ ପ୍ରାଣପ୍ରିୟା ପତ୍ନୀ ଲେଖାଙ୍କୁ. ସୁନ୍ଦରୀ, ଶିକ୍ଷିତା ପୁଣି ରୋଜଗାରକ୍ଷମ ସ୍ତ୍ରୀ ଲେଖାଙ୍କ ସ୍ଵଭାଵ ଖୁବ କଡା. ଟିକେ ଟିକେ କଥାରେ ରାଗି ଯାଆନ୍ତି ଓ ପିଲାଙ୍କୁ ଆକଟ କଲା ପରି ତାଙ୍କୁ ମଧ୍ୟ ଭଲ ଦି ପଦ ଶୁଣେଇଥାଆନ୍ତି ତ ସାଙ୍ଗ ମେଳରେ ଅନ୍ୟ ମାନଙ୍କ ପତ୍ନୀ କେତେ ଶାନ୍ତ, ନମ୍ର ତଥା ମିଠା କଥା କହନ୍ତି ଶୁଣି ତାଙ୍କର ମନ ଯାହା ଦୁଃଖ ହୁଏ ତ ହୁଏ, ତାଛଡା ସନ୍ଦେହ ସୃଷ୍ଟି ହୁଏ ଖୁବ ବେଶୀ. ଅତ୍ୟଧିକ ସୁନ୍ଦରୀ ହେତୁ ରେଖା ହୁଏତ ତାଙ୍କ ଅନୁପସ୍ଥିତି ର ସୁଯୋଗ ନେଇ ପରକ୍ରିୟା ପ୍ରୀତିରେ ବିଭୋର ବୋଲି ଭାବି ଏବେ ଏବେ ନିଜ ବେଡ଼ ରୁମରେ ସିସିଟିଭି କ୍ୟାମେରା ଖଞ୍ଜି ଆସିଛନ୍ତି. ଏଣେ ଜାତକ ଦେଖି ଲେଖାଙ୍କର ଓ ସବୁ ଶୁଣି ସ୍ୱାମୀ ସ୍ୱରାଜଙ୍କଠୁ ଜ୍ୟୋତିଷ ଯେବେ କହିଲେ ଯେ ଆପଣ ଭାଗ୍ୟବାନ ବୋଲି ଏପରି ସୁନ୍ଦରୀ ଓ ଗୁଣବତୀ ସ୍ତ୍ରୀ ପାଇଛନ୍ତି. ଯିଏ ଉପରକୁ ବାଘୁଣୀ ଭଳି ପ୍ରତୀୟମାନ ହୁଏ ସେ ଭିତରୁ ଖୁବ କୋମଳ. ଏସବୁ ଶୁଣି ଖୁବ ଖୁସି ହୋଇ ଘରକୁ ଲେଖାଙ୍କ ପାଖକୁ ଫୋନ କରିବାକୁ ବାହାରିଲା ବେଳକୁ ଜଙ୍ଗଲରେ ଆହତ ବାଘୁଣୀ ମାତିଛି ଓ ପାଖାପାଖି ବସ୍ତିରୁ କେତେକ ଗୋରୁ ନିଖୋଜ ହେବାର ଖବରରେ ଆହତ ବାଘୁଣୀକୁ ଫାଶ ପକେଇ ଧରିବାକୁ ସବୁ ଯୋଜନା କରି କ୍ୟାମେରା ଖଞ୍ଜି ତାର ଗତିବିଧି ଜାଣିବାକୁ ବ୍ୟଗ୍ର ଭାବେ ଅପେକ୍ଷା କରିଥିବା ଭିତରେ ଆଜି ଜଙ୍ଗଲରୁ କୟଦ ହୋଇଥିଲା କ୍ୟାମେରା ଓ ଦେଖାଗଲା ଅପୂର୍ବ ଦୃଶ୍ୟଟିଏ
    ଘାଇଲା ବାଘୁଣୀ କାହାକୁ ଛାଡେନା. ଫଁ ଫଁ ହେଉଥାଏ ରାଗରେ. ଏତିକି ବେଳେ ଶୀକାର ଦେଖି ଲୁଚି ଲୁଚି ଶୀକାର ଉପରେ ଝାମ୍ପି ପଡ଼ିଥିବା ବାଘୁଣୀ ଦେଖିଥିଲା ହରିଣୀଟି ଛୋଟ ଶାବକଟିଏ ପ୍ରସବ କରୁଥିବା କଷ୍ଟ ପାଉ ପାଉ ଜୀବନ ବଞ୍ଚାଇବାକୁ କୁନି ଛୁଆକୁ ଛାଡି ଚାଲିଯାଇଥିଲା ତ ଗଲା ଗଲା ଛୋଟ ଶାବକର ପ୍ରାଣ ଗଲା ଭାବୁ ଭାବୁ ଷ୍ଟାଫମାନେ ଦେଖାଗଲା ଆହତ ଭୋକିଲା ବାଘୁଣୀ ହରିଣ ପିଲାଟିକୁ ଚାଟି ସଫା କରୁଛି. ଛୁଆଟି ତା ପେଟ ତଳେ ମୁଁହଁ ଗୁଞ୍ଜି ଦେଉଛି ତ ବାଘୁଣୀ ତାକୁ ସ୍ତନ୍ୟ ପାନ କରାଇବାକୁ ଟିକେ ବି କୁଣ୍ଠା ପ୍ରକାଶ କରୁନି. ଏ ଦୃଶ୍ୟ ଦେଖୁଥିବା ଫରେଷ୍ଟ ଗାର୍ଡମାନେ ଦୂରରୁ ବାଘୁଣୀ ପାଖକୁ ମାଂସ ଟୁକୁଡା ପକେଇ ଫାସରେ ଧରିନେଇଥିଲେ ସତ କିନ୍ତୁ ଏବେ ବାଘୁଣୀକୁ ହରିଣ ଛୁଆ ଠାରୁ ଅଲଗା କରିବା ଅସମ୍ଭବ ଥିଲା . ରାଗରେ ଫଁ ଫଁ ହେଉଥିବା ସବୁ ବାଘୁଣୀ ଯେ ମାଆ ଓ ମାତୃତ୍ୱ ଦ୍ୱାହିରେ ଏମିତି ବୁଝିବାକୁ ବାକି ନଥିବା ବେଳେ ସ୍ତ୍ରୀ ଲୋକମାନଙ୍କ ମଧ୍ୟରୁ ଅନେକ ଆହତ ବାଘୁଣୀ ପରି ପିଲାଙ୍କୁ ଶାସନ କରୁ କରୁ ଏକାନ୍ତ ମନର ମଣିଷଟି କେମିତି ମଦ ଛାଡି ଭଲ ଖାଇ ପିଇ, ଯୋଗ ବା୍ୟାମ କରି ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବ ସେଇ ଚିନ୍ତାରେ ଗାରୁ ଗାରୁ ହୁଅନ୍ତି ଯାହା. ରବିବାର ଘରକୁ ଗଲେ ଆଗ ବେଡ଼ ରୁମ କ୍ୟାମେରା କାଢି ରଖିବେ ଭାବି ରେଞ୍ଜର ବାବୁ ଘରେ ପହଁଞ୍ଚିଯିବା ପୂର୍ବରୁ ଖବର ଆସିଥିଲା ନିଖୋଜ ଗାଇ ଗୁଡିକ ପଙ୍କିଳ ଗଡିଆ ଭିତରୁ ଉଦ୍ଧାର ହୋଇଛନ୍ତି. ଖୁସିରେ ସ୍ଵରାଜ ଆଗ ଘରେ ପହଁଞ୍ଚି ଗଲେ କ୍ୟାମେରା କାଢିନେବେ ଭାବୁ ଭାବୁ, ପହଁଞ୍ଚିଲା ମାତ୍ରେ ଲେଖା ତାଙ୍କୁ ସେଇଠି ନିଶ୍ଚଳ ଭାବେ ଠିଆ କରେଇ ଆଗ ପାଦ ପଦ୍ମ ଦୁଇ ଦ୍ବୟକୁ ଧୋଇ, ଥୋକେ ପାଦ ଉଦକ ପାଟିରେ ଦେଇ କହୁଥିଲେ ଆଜି ବ୍ୟାସ ପୂର୍ଣ୍ଣିମା ତେଣୁ ଆଗ ଏପରି ପୂଜା ମୋ ଗୁରୁ ରୂପୀ ସ୍ୱାମୀଙ୍କୁ ତାପରେ ବୁଝିବି ତୁମ ପାରିଲା ପଣ. କୋଉ ପାରିଲା ପଣ କହିବକି ପ୍ରିୟେ!ଏଇ ଯୋଉ ମୋ ଉପରେ ସନ୍ଦେହ କରି ବେଡ଼ ରୁମ ରେ ସିସି ଟିଭି କ୍ୟାମେରା ଲଗେଇଛ!କୋଉଠି କାହିଁ କେତେବେଳେ ବୋଲି ସ୍ଵରାଜ ଡେଇଁ ପଡି ଯାଇ ବେଡ଼ ରୁମ ରୁ କାଢି ସାରିଥିଲେ କ୍ୟାମେରା ଓ ଫୁଲ ଚନ୍ଦନ ସିନ୍ଦୁର ସହ ଅନେକ ପିଠା ପଣା ସହ କ୍ଷୀରି ଖେଚେଡ଼ି ଡାଲେମା ଧରି ଆସି ଲେଖା ଦେଖିଥିଲେ ସତେତ ସିସିଟିଭି କ୍ୟାମେରାର ନାମ ଗନ୍ଧ ନାହିଁ. ପିଲା ଦୁହେଁ ହସୁଥିଲେ ସିନା ଲେଖାଙ୍କୁ କିନ୍ତୁ ଭେଳିକି ଭଳି ଲାଗୁଥିଲା.



Rate this content
Log in

Similar oriya story from Action