STORYMIRROR

Sunanda Mohanty

Abstract

3  

Sunanda Mohanty

Abstract

କୁହୁଡି

କୁହୁଡି

2 mins
124

     ରାସ୍ତା ସାରା ଘନ କୁହୁଡି । ଗାଡି ଧୀରେ ଧୀରେ ଆଗକୁ ବଢୁଥାଏ। ଗାଡି ଭିତର କୁ ଝରକା କାଚ ଦେଇ ପଶିଆସୁଥିବା କୁହୁଡି କୁ ପ୍ରତିହତ କରିବା ପାଇଁ ଝରକା କାଚ ବନ୍ଦ କରି ଦିଆଗଲା । କିନ୍ତୁ କାରର ଆଗପଟ କାଚ ରେ କୁହୁଡି ଜମି ଆଗକୁ ବଢ଼ିବାରେ ଘୋର ଅସୁବିଧା ହେଉଥାଏ । କିଛି ବାଟ ଗଲା ପରେ ଟିକେ ଟିକେ ଖରା ପଡି କୁହୁଡି କମିଲା ତ ଆଶ୍ୱସ୍ତ ହେଲୁ l

   ନିଆରା ସେ ପରିବେଶ, ଅନେକ ମହତ୍ୱପୂର୍ଣ୍ଣସ୍ଥାନକୁ ଯାଇଛି, ଅନେକ ସ୍ଥାନରୁ ସମ୍ବର୍ଦ୍ଧନା ପାଇଛି, ହେଲେ ଆଜିର ଏଇ କଟକ ମାଟିର ଶ୍ରୀରାମଚନ୍ଦ୍ର ମଣ୍ଡପ କିଛି ଅଲଗା ଲାଗୁଥିଲା । ଏଇଥିପାଇଁ ଯେ ମଞ୍ଚ ଉପରେ ଦୁଇ କଡରେ ଅନେକ ଅନେକ ବିଶିଷ୍ଠ ମନିଷୀଗଣଙ୍କର ଫଟୋ ସମୂହ ଥିଲା, ସେଥିରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଯଥା ଦେଶ ସେବକ, ଜନନାୟକ, କବି, ବାଗ୍ମୀ, ଲେଖକ, ପାଇକ, ଔପନ୍ୟାସିକ ତଥା ବିଭିନ୍ନ କ୍ଷେତ୍ରରେ ଯଶ୍ୱସୀ ହୋଇଥିବା ବିଶିଷ୍ଟ ମନିଷୀଗଣନ ଫୋଟୋ ସମୂହ ଭିତରେ ଷ୍ଟେଜ ଉପରେ ନିମନ୍ତ୍ରିତ ଅତିଥିମାନଙ୍କ ପାଇଁ ଉଦିଷ୍ଟ ଆସନ ନରହି ସର୍ବସାଦାରଣଙ୍କ ଭିତରେ ହିଁ ଅତିଥି ମାନେ ଉପବେଶନ କରିବା ମତେ ମୁଗ୍ଧ ଓ ଚକିତ କରିବା ସହ ବିଶିଷ୍ଠ କଥାକାର ସାହିତ୍ୟାନୁରାଗୀ କବି ହୁସେନ ରବି ଗାନ୍ଧୀଙ୍କ ଅଭିଭାଷଣରେ ମୁଁ ହୋଇଥିଲି ଚମତ୍କୃତ । କାରଣ ନୂତନ ଯୁବପିଢିଙ୍କ ଲେଖା, କର୍ମ ରେ ଏମିତି କିଛି ଥାଉ ଯାହା ତାଙ୍କୁ କାଳଜୟୀ କରି ରଖିପାରିବ । ଏହି ଚାରିପଟେ ଥିବା ମନିଷୀମାନଙ୍କ ଭଳି କହୁଥିବା ବେଳେ ମୋ ଭାବନା ତାଙ୍କ ସହ ମିଶୁଥିଲା । ମୋ ରୁମ ଟାଙ୍କୁରୀ ଯାଉଥିଲା । ପ୍ରକୃତରେ ଏ ନଶ୍ୱର ଦେହ ତ ଇଶ୍ୱର ନେବେ ହେଲେ ଆମ କର୍ମ ତାହା ଭାଷା ପାଇଁ ହେଉ, ସାହିତ୍ୟ ପ୍ରୀତି ହେଉ ବା ଦେଶ ପ୍ରେମ ହେଉ, ତାହା ସାର୍ବଜନୀନ, ସମାଦୃତ ତଥା ଦେଶ ଜାତିର ହିତ ସାଧନ ହେବା ଉଚିତ l

    ଫେରିଲା ବେଳେ ମେଡ଼ିସିନ ସହ ନୂଆ ଲଣ୍ଠନ ଟିଏ କିଣା ଗଲା । ରାତିର କୁହୁଡି ଆସ୍ତରଣ କାଟି ଆସିବା ବେଳେ କାର ଭିତରେ ନୂଆ ଲଣ୍ଠନଟିକୁ ଜାଳି ଦିଆଗଲା କୌତୁହଳ ରେ କିନ୍ତୁ ସେ ଆଲୋକ ଭିତରେ ବିଶ୍ୱସ୍ତରୀୟ ଷ୍ଟୋରି ମିରରରୁ ପାଇଥିବା ସମ୍ବର୍ଦ୍ଧନା ଫଳକ ଟି ମତେ ଶ୍ରୀରାମଚନ୍ଦ୍ର ଭବନ ଭିତରେ ଥିବା ଫୋଟୋ ଗୁଡିକ ଭିତରେ ଫୋଟୋଟିଏ ହୋଇଯିବା ପାଇଁ କ୍ଷୀଣ ଆଶାଟିଏ ଅଙ୍କୁରିତ କରାଉଥିଲା ବେଳେ ମୋ ଆସ୍ପର୍ଦ୍ଧାକୁ କୁହୁଡି ର ପ୍ରତିବନ୍ଧକ କହୁଥିଲା କିଛି ନହେଲେ ବାଲିଗିରିଡ଼ାଟିଏ ହୋଇ କିଛି ତ କରିପାରିବି ଆଉ ନୂଆ ଲଣ୍ଠନ ଟିର କ୍ଷୀଣ ଆଲୋକ ମୋ ମୁଁହରେ ପ୍ରତିଫଳିତ ହୋଇ ମୋ ସମଗ୍ର ସତ୍ତା କୁ ଆବୋରି ବସିବା ଅନୁଭବରେ ଆମେ କୁହୁଡି ସ୍ତର କାଟି ଆଗକୁ ବଢ଼ୁଥିଲୁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract