Prangyalin Sahoo

Crime Inspirational Others

2  

Prangyalin Sahoo

Crime Inspirational Others

କରୋନା

କରୋନା

5 mins
33



  ଭୟର ଆବରଣ ଭିତରେ ଆଜି ସାରା ବିଶ୍ୱ । ସବୁଆଡ଼େ ଆଜି ତର୍କ ଓ ବିତର୍କ । ଘରୁ ପାଦ କାଢ଼ିବା ଆଜି ଅସମ୍ଭବ ହୋଇପଡ଼ିଛି । ମୃତ୍ୟୁର ମାୟାଜାଲ ରଚନା କରିଛି କରୋନା । ଏହି କରୋନା ଭୂତାଣୁକୁ ସର୍ବପ୍ରଥମେ ଚୀନର ଊହାନ ନାମକ ସହରରୁ ଚିହ୍ନିତ ହୋଇଥିଲା।ସେଠାରେ ସାମୁଦ୍ରିକ ଖାଦ୍ୟହାଟରେ କାମ କରୁଥିବା କିଛି ଲୋକ ଏଥିରେ ପ୍ରଥମେ ସଂକ୍ରମିତ ହୋଇଥିଲେ ।ଏହି ରୋଗଟି ଏକ ସଂକ୍ରମଣ ରୋଗ... ଯିଏ କି ବହୁତ ଶୀଘ୍ର ବ୍ୟାପିଥାଏ ଗୋଟେ ଜନଠୁ ଅନ୍ୟ ଜନ ପାଖକୁ ।ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ଏହି ରୋଗ ତା'ର ବିସ୍ତାରିତ କରି ନିଜର ଆଧିପତ୍ୟ ବନାଇ ନେଲାଣି ।ସେଥିଲାଗି ସରକାର ବହୁତ ନିୟମାବଳୀ ବାହାର କରିଛନ୍ତି ସେମାନଙ୍କ ଆଧିପତ୍ୟକୁ ବିନାଶ କରିବାକୁ...ଯେପରି ଲକଡାଉନ, ସଟଡାଉନ, କ୍ୱାରେଣ୍ଟାଇନ ଜୋନ, ଆଦି ଏମିତି କିଛି.. ।


   ଏହି ଲକଡାଉନ ସଟଡାଉନ ନିୟମ ସବୁ ଶୁଣି ଶୁଣି ଗଉରୀ ମାଉସୀ ଦୁଃଖରେ ପୁରା ଭାଙ୍ଗି ପଡ଼ିଲାଣି, କହୁଛି ହେଇ ମଦନ ବାପା ଘରେ ଡାଲି ଚାଉଳ ଯେତିକି ଥିଲା, ସବୁ ଆସି ଧୀରେ ଧୀରେ ସରିବାକୁ ବସିଲାଣି....କଥାରେ ଅଛି ବସି ଖାଇଲେ ନଈ ବାଲି ସରେ ।ଆଛା ଶୁଣ ତୁମେ ତ ଆଉ ବିଦେଶ ଯାଇ ପାରିବନି...ତା' ପରେ ଘରେ ଆମର ଗୋଟେ ବଢିଲା ଝିଅ..ତେଣୁ ତୁମେ ଆମର ଏଇ ଘର ପାଖାପାଖି କିଛି ଗୋଟେ କାମ ଖୋଜ ।ମଦନ ବାପା କହିଲେ ହଁ ଲୋ ଗଉରୀ ଏ କରୋନା ଭୁତାଣୁ ଯୋଗୁ ବାହାର ଦେଶକୁ ଯିବା ମନା, ତୁ ତ ନିଜେ ଦେଖୁଛୁ ମୁଁ କଣ ବସିବାକୁ ଭଲ ପାଉଛି... ଯଦି କୋଉ ଦିନ ଲକଡାଉନ ସଟଡାଉନ ନାହିଁ..ସେ ଦିନ ଗ୍ରାମରେ ମୁଁ ଯାହାକୁ ଗୋଟେ କାମ ମାଗୁଛି ସେ ମନା କରୁଛନ୍ତି, କହୁଛନ୍ତି ମୁଁ କ୍ୱାରେଣ୍ଟିନରେ ରହି ଆସିଛି...ତେଣୁ ମୋତେ ଚାକିରୀ ଦେବେନି ।ହେଲେ ତୁ ତ ଗଉରୀ ଜାଣୁ ସରକାର ଲୋକଙ୍କ ଭଲ ପାଇଁ.. ବାହାର ଜାଗାରେ ରହୁଥିବା ଲୋକଙ୍କର କରୋନା ପରୀକ୍ଷା କରି ଘରକୁ ପଠାଉଛନ୍ତି... ଯେପରି ଭୁତାଣୁ ସଂକ୍ରମିତ ନ ହେଵ... କି କୌଣସି ସାଧାରଣ ଜନର ଜୀବନ ନ ଯିବ , କିନ୍ତୁ କିଛି ଲୋକ ଏହାକୁ ବୁଝି ପାରୁନାଁହାନ୍ତି ।ସତରେ ଲୋ ଗଉରୀ ଦାଦନ ଥିଲି ଭଲ ଥିଲି... ଅତି କମରେ ତୁମ ମାନଙ୍କ ଆଶାକୁ କିଂଚିତ ଭାବରେ ପୁରଣ କରି ତୁମ ମାନଙ୍କ ମୁହଁରେ ଖୁସି ତ ଦେଖି ପାରୁଥିଲି ।


      ଏମିତି କିଛି ଦିନ ଗଲା.. କଥାରେ ଅଛି ଅଜାଗା ଘା' ଦେଖି ହୁଏନି କି କାହାକୁ ଦେଖାଇ ହୁଏନାହିଁ ।ମାନେ.. ହଠାତ ଦିନେ ମଦନ କହିଲା ବାପା ଆମର ଅନଲାଇନ କ୍ଲାସ ହେଉଛି... କିନ୍ତୁ କ୍ଲାସ କରିବାକୁ ହେଲେ ଉପର ଶ୍ରେଣୀ ଲାଗି ନାମ ଆଉଥରେ ଲେଖିବାକୁ ପଡ଼ିବ..ଯାହା ଲାଗି Rs.60,000 ହଜାର ଟଙ୍କା ଦରକାର...ମଦନ ଗୋଟେ ଘରୋଇ ବେସରକାରୀ ଡି ଏ ଭି ପବ୍ଲିକ ସ୍କୁଲରେ ପଢେ। ଟଙ୍କା କଥା ଶୁଣି ମଦନ ବାପା ପୁରା ଦୁଃଖରେ ଭାଙ୍ଗିପଡିଲେ...କହିଲେ ହଉ ଠିକ ଅଛି ତୁ କ୍ଲାସ କର ମୁଁ ପଇସା ବିଦ୍ୟାଳୟରେ ଜମା କରିଦେବି ।ତା' ପରେ ଗଉରୀ ଆସି କହିଲା ହେ ମଦନ ବାପା କେମିତି କହିଲ ପଇସା ଜମା କରିବ ବୋଲି... ଯେତିକି ଟଙ୍କା ରୋଜଗାର କରିଛ ସବୁ ତ ପିଲାଙ୍କ ପଛରେ ଖର୍ଚ୍ଚ କରିଛି... ମୁଁ ମନା କରୁଥିଲି ମଦନକୁ ଏତେ ବଡ଼ ବିଦ୍ୟାଳୟରେ ପଢାଅନି ବୋଲି.... ଆମ ଝିଅ ମୁନି ସେ ତ ପୁଣି ସରକାରୀ ବିଦ୍ୟାଳୟରେ ପଢି ଭଲ ନମ୍ବର ରଖି ପାସ୍ କଲା ।ମଦନ ବାପା କହିଲା ଦେଖ ଗଉରୀ ମୁଁ କଣ ଜାଣିଥିଲି ଏମିତି ପରିସ୍ଥିତି ଆସିବ....ବର୍ତ୍ତମାନ ଯାହା ହେଲେ ଵି rs.60,000 ଟଙ୍କା ଯୋଗାଡ଼ କରିବାକୁ ପଡିବ ।ଗଉରୀ ମାନେ ମଦନ ବୋଉ କହିଲା ହଉ ଶୁଣ ମୋର ଯେତିକି ଗହଣା ଅଛି ତାକୁ ବିକ୍ରି କରିଦେଲେ ମଦନର ନାମ ଲେଖା ହୋଇଯିବ... ମଦନ ବାପା କହିଲେ ହେଲେ ଗଉରୀ... ଗଉରୀ କହିଲା କଣ ହେଲେ... ସେ ତ ତୁମ ପୁଅ ଏକା ନୁହେଁ.. ତା'ପରେ ଵି ପୁଣିଥରେ ତୁମେ ଚାକିରୀ କଲେ ଆଣିଦେବ ନି ନୂଆ ଗହଣା... ନିଅ ଏ ଗହଣା ଆଉ ଯାଅ ଜମିଦାର ପାଖକୁ ।ଏହି ସବୁ ଘଟଣା ଆର ଘରେ ଥାଇ ମୁନି ସବୁ ଦେଖୁଥାଏ ଆଉ ଶୁଣୁଥାଏ...ଘରର ଏପରି ପରିସ୍ଥିତି ଦେଖି ମୁନି ଭାବିଲା, ଏବେ ଚାକିରୀ କରିବା କଥା ମୋର .. କିନ୍ତୁ କଣ କରିବି ପଢା ସରିଛି ତ ଏ କରୋନା ମହାମାରୀ ଆସିଲା... ପୁଣି କଣ ସରକାର କହିଲେଣି ଦୁଇ ବର୍ଷ ଯାଏ ଚାକିରୀ ନାହିଁ... ମୁଁ ଚାହିଁ ଵି ଘର ଲାଗି କିଛି କରିପାରୁନି...ଏମିତି ସବୁ ଭାବି ମୁନି ଖାଲି କାନ୍ଦୁଥାଏ ଭୋ ଭୋ ହୋଇ ।


       ସମୟ ଗଡି ଗଡି ଚାଲିଛି.. ହେଲେ କରୋନା ଭୁତାଣୁ ଲୋପ ପାଇବା ବଦଳରେ ତା'ର ବଂଶ ବିସ୍ତାର କରିଚାଲିଛି ।ପଇସା ଅଭାବରୁ ଦିନକୁ ଦିନ ଘର ଚଳେଇବା କଷ୍ଟ ହୋଇଗଲାଣି ମଦନ ବାପା ଆଉ ବୋଉଙ୍କ ପକ୍ଷେ ।ବାପା ମାଆ ଙ୍କ ଦୁଃଖ ଆଉ ଘରର ପରିସ୍ଥିତି ଦେଖି ମୁନି ବହୁତ ଚିନ୍ତାଶିଳ ।ମୁନି ସେଥିଲାଗି ପ୍ରତିଦିନ ସାଙ୍ଗ ଘରକୁ ଖବର କାଗଜ ପଢିବାକୁ ଯାଏ.. କାଳେ କିଛି ନିଯୁକ୍ତି ବାହାରିଥିବ ।ଦିନେ ସାଙ୍ଗ ଘରେ ମୁନି ଖବର କାଗଜ ପଢୁଛି.. ଦେଖିଲା ଗୋଟେ ନିଯୁକ୍ତି ବାହାରିଛି ଚାକିରୀ ଲାଗି.. ଯୋଉଟା କି ଡାକ୍ତର ଖାନା ରେ ପୋଷ୍ଟ ହେଲା କେୟାର ଟେକର । ସାଙ୍ଗେ ସାଙ୍ଗେ ଘରକୁ ଦୌଡ଼ି ଯାଇ ବୋଉ କୁ କହିଲା.... ହେଲେ ଗଉରୀ କହିଲା ନା ଲୋ ମୁନି ଆମର ସେ ଚାକିରୀ ଦରକାର ନାହିଁ.. ତୋ ଜୀବନ ଆମ ଲାଗି ମୂଲ୍ୟବାନ । ମୁନି କହିଲା, ହେଲେ ବୋଉ ଦେଖେ ଡାକ୍ତର, ନର୍ସ, ଆଦି ସେମାନେ ପୁଣି ତ କରୋନା ରୋଗୀଙ୍କ ସେବା କରୁଛନ୍ତି ଆଉ ତା' ପରେ ଵି ବୋଉ ଆମର ଏ ପରିସ୍ଥିତିରେ ମୋର ଚାକିରୀ କରିବା ଅତ୍ୟନ୍ତ ଜରୁରୀ ।ଗଉରୀ କହିଲା.. ଆଲୋ ମା ତୁ ଛୋଟ ଛୁଆଟା କିଛି ଜାଣିନୁ ।ମୁନି କହିଲା ବୋଉ ମୁଁ ସବୁ ଜାଣିଛି ଆଉ ଏ ଚାକିରୀ ଲାଗି ମୁଁ ନିଶ୍ଚୟ ଆବେଦନ କରିବି ।


       କିଛି ଦିନ ପରେ ମୁନି ଚାକିରୀ ପାଇଲା ଡାକ୍ତର ଖାନାରେ ।ଧୀରେ ଧୀରେ ସୁଖ ଦୁଃଖରେ ତାଙ୍କ ସଂସାର ରଥଟି ପୁଣି ଗଡି ଚାଲିଲା।କିନ୍ତୁ କଥାରେ ଅଛି ଭଗବାନ ସେଇ ମାନଙ୍କୁ ଦୁଃଖ ଦେବାକୁ ଭଲ ପାଆନ୍ତି.. ଯୋଉମାନେ ବିନା ପ୍ରଶ୍ନରେ ସେ ଦୁଃଖକୁ ସହି ନିଅନ୍ତି ।ଦିନକର ଘଟଣା ମୁନିର ଦେହ ବହୁତ ଜୋରେ ଖରାପ ହେଲା... ସେଥିଲାଗି ଗଉରୀ କହିଲା ଆଲୋ ମା ତୁ ଟିକେ ତୋ କରୋନା ପରୀକ୍ଷା କରି ନେବୁ...ଆଜିକାଲି ଯାହା ଯୁଗ ହେଲାଣି ।ମୁନି ହସି କହିଲା ବୋଉ ମୋତେ ଟିକେ ଥଣ୍ଡା ଜ୍ୱର ହୋଇଛି... ତଥାପି ତୋ ମନ ମାନୁନି ଯଦି, ତେବେ ମୁଁ କରୋନା ପରୀକ୍ଷା କରି ନେବି ।ମୁନି ତା' ପରଦିନ ଡାକ୍ତର ଖାନା ଯାଇଛି... ସିଏ କିଛି ଡାକ୍ତରଙ୍କୁ କହିବା ପୂର୍ବରୁ ଡାକ୍ତର ଜଣଙ୍କ ଔଷଧ ଦେଇ କହିଲେ... ସେ ବେଡ଼ ନଂ.4 ରୋଗୀକୁ ଏହି ଔଷଧ ଖାଇବାକୁ ଦେଇ ଦେବ ।ଏମିତି ଦିନ ସାରା ମୁନି ଯେତେ ଚେଷ୍ଟା କରୁଥାଏ ନିଜ ଦେହ କଥା କହିବା ଲାଗି.. ଡାକ୍ତର ଅଲଗା ଅଲଗା କିଛି କାମ ଦେଇ.. ସେ ଯାଗାରୁ ପଳାଉଛନ୍ତି ।ତଥାପି ସନ୍ଧ୍ୟା ବେଳେ ଘରକୁ ଫେରିଲା ବେଳେ ମୁନି ଅଲଗା ଗୋଟେ ମେଡିକାଲକୁ ଯାଇ କରୋନା ପରୀକ୍ଷା କରିନେଲା ।ଦୁଇ ଦିନ ପରେ ରିପୋର୍ଟ ଆସିଲା କରୋନା ନେଗେଟିଭ... ମୁନି ନେଇ ବୋଉକୁ ରିପୋର୍ଟ ଦେଖାଇଲା ଆଉ କହିଲା ବୋଉ ତୁ ଏବେ ଖୁସି ତ? ..ବୋଉ ତା' ପରେ ଖୁସି ହୋଇ କହିଲେ ହଉ ତୁ ସେ ଜ୍ୱର ଥଣ୍ଡା ବଟିକା ଖାଇ ଦେହକୁ ଟିକେ ସୁସ୍ଥ କର ...ସେ ଚାକିରୀ କଲା ଦିନଠୁ ଖାଲି କାମ କାମ କହି ନିଜ ଦେହର ଯତ୍ନ ନେଉନୁ ।

     

    ଏମିତି କିଛି ଦିନ ଜ୍ୱର ଥଣ୍ଡା ଲାଗି ରହିଲା , ବଟିକା ଖାଇଲେ ଭଲ.. ପୁଣି ଗୋଟେ ଦିନ ପରେ ଯାହାକୁ ସେୟା ।

ମୁନି ଭାବିଲା ଋତୁ ପରିବର୍ତ୍ତନ ହୋଇଛି.. ସେଥିଲାଗି ଏ ଥଣ୍ଡା ମୋ ପିଛା ଛାଡ଼ୁନି ।ଧୀରେ ଧୀରେ ମୁନିଙ୍କ ଘରେ ସମସ୍ତଙ୍କୁ ଥଣ୍ଡା ଜ୍ୱର ହେଲା... ମୁନି ଏ ସବୁ ଦେଖି ପୁରା ଚିନ୍ତା ଓ ଦୁଃଖରେ  ଭାଙ୍ଗିପଡିଲା, ତେଣୁ ସେ ନିଜର ଆଉ ଥରେ ଯାଇ ଡାକ୍ତର ଖାନାରେ କରୋନା ପରୀକ୍ଷା କଲା ଏବଂ ରିପୋର୍ଟ ଦେଖିଲା ବେଳକୁ କରୋନା ପଜିଟିଭ...ଆଉ ଡାକ୍ତର କହୁଛନ୍ତି ସାରା ଶରୀରରେ କଣ ମୋର କରୋନା ଭୁତାଣୁ ବିସ୍ତାର କରିସାରିଲାଣି ।ମୁନି ରିପୋର୍ଟ ଧରି ପୁରା ସ୍ଥାଣୁ ପାଲଟି ଯାଇଛି.. ହଠାତ ଡାକ୍ତର କହିଲେ ମୁନି ମାଡାମ ଆପଣ ଏତେ ଡେରି କାହିଁକି କଲେ ପରୀକ୍ଷା କରିବାରେ.. ନିଜେ ଡାକ୍ତର ଖାନରେ ରହି ପୁଣି ଏପରି ଭୁଲ.. । ମୁନି କହିଲା ନା ଡାକ୍ତର ସାର.. ମୁଁ ତ ଏବେ ତିନି ଦିନ ହେବ ପରୀକ୍ଷା କରିଥିଲି, ସେଥିରେ ନେଗେଟିଭ ଥିଲା ।ଡାକ୍ତର କହିଲେ ଅସମ୍ଭବ... ପରୀକ୍ଷାରେ କିଛି ଭୁଲଭାଲ ହୋଇଛି ।ମୁନି ଏ ସବୁ ଶୁଣି ସାଙ୍ଗେ ସାଙ୍ଗେ ଘରକୁ ଯାଇ ଘରର ସମସ୍ତ ସଦସ୍ୟଙ୍କୁ ଆଣି କରୋନା ପରୀକ୍ଷା କରାଇଲା ।ତିନି ଦିନ ପରେ ରିପୋର୍ଟ ଆସିଲା.... ଘରେ ସମସ୍ତଙ୍କର କରୋନା ପଜିଟିଭ ।ତା'ପରେ ସାରା ପରିବାର ସଦସ୍ୟଙ୍କୁ ଆଣି ଡାକ୍ତରଖାନା ରେ ରଖାଗଲା ଆଉ ସେଇଠି ସେମାନଙ୍କ ଚିକିତ୍ସା କରାଗଲା, କିନ୍ତୁ ସମୟର ଖେଳରେ ସେଇ ଭୁତାଣୁର ଖରାପ ପ୍ରକୋପ ଯୋଗୁ ମୁନି ଓ ତାର ପରିବାର ସାରା ଜୀବନ ଲାଗି ଦୁନିଆ ଆଗରେ ଆଖି ବୁଝିଦେଲେ ।


      ସତରେ ଏହି କରୋନା ଭୁତାଣୁ କିଛି ଜନ ଏବଂ ଆଉ କିଛି ଡାକ୍ତର ଖାନା ସଦସ୍ୟଙ୍କ ଅସାଵଧାନ ଯୋଗୁ ମୁନି ପରି କେତେ ପରିବାରଙ୍କ ବଂଶ ଲୋପ କଲାଣି ।ତେଣୁ ସମସ୍ତ ଜନଙ୍କୁ ମୋର ଅନୁରୋଧ ନିଜେ ସଚେତନ ରହି ଅନ୍ୟକୁ ସଚେତନର ନିୟମ ଶିଖାଅ ଆଉ ଏହି ବିପଦ ସମୟରେ କାହାକୁ କେବେ ଏକା ବୋଲି ଅନୁଭବି ନ କରାଇ ... ଯଥା ସମ୍ଭବ ଦୂରତା ଶାରରୀକ ସ୍ଥଳେ ବଜାଇ ରଖି ମାନସିକ ସ୍ଥଳେ ଏକତ୍ରତା ଆଣି ଯେତିକି ସମ୍ଭବ ହେବ ଅନ୍ୟର ଦୁଃଖକୁ ହାଲକା କରିବା ପାଇଁ ସେତିକି ସାହାଯ୍ୟ କର । ତେବେ ଦେଖିବ ଆମ ଏକତା ଆଉ ବିଶ୍ୱାସକୁ ଦେଖି କେବେ କୌଣସି ଦେଶ କି କୋଉ ଭୁତାଣୁ ସାହସ କରିବେନି ଆମକୁ ଜୀବନ କ୍ଷେତ୍ରରେ ହରାଇବାକୁ ।



Rate this content
Log in

Similar oriya story from Crime