STORYMIRROR

Prangyalin Sahoo

Romance Inspirational

2  

Prangyalin Sahoo

Romance Inspirational

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

2 mins
104


ଯେତେ ଯାହା ବୁଝାଇଲେ ବି ମନ ବୁଝୁନି ଜହ୍ନର !ଲାଗୁଛି ଜହ୍ନକୁ ସତେ ଯେପରି ସେଦିନର ଆସିଥିବା ବାଦଲ ଆଜି ବି ଘଉଡ଼ାଇ ଅନ୍ଧାରରେ ରଖିଛି, କାରଣ ଜହ୍ନର ଉଜ୍ଜ୍ୱଳତାରେ ଚାରିପାଖର ଥିବା ସମସ୍ତ ତାରା ମାନେ ଖୁସିରେ ନାଚି ଖେଳୁଛନ୍ତି.. କିନ୍ତୁ ଅଥଚ ଜହ୍ନର ହୃଦୟ ଆଜି ଯାଏ ଭୁଲାଇ ପାରିନି ସେ ଦିନର ବାଦଲ ସ୍ପର୍ଶ |ଆଜି ବି ଜହ୍ନ ସେ ସ୍ନେହଭରା ବାଦଲର ସ୍ପର୍ଶକୁ ହୃଦୟରେ ସାଇତି ରଖିଛି... କାରଣ ଜହ୍ନର ଏ ଥିଲା ପ୍ରଥମ ପ୍ରେମ |ପ୍ରେମ.. ଯିଏ ନା ପଇସା ଉପହାରରେ କି ଦହିକ ସମ୍ପର୍କରେ କିଣା ଯାଏ, ପ୍ରେମ ସିଏ ଯିଏ ମୁଖ ଦେଖି ହୃଦୟର ଭାଷା ବୁଝିନିଏ |ଜହ୍ନକୁ ସେ ସେନେହର ପ୍ରେମ ଭରା ସ୍ପର୍ଶରେ ତା'ର ପରିବାର ଏତେ ମଜଭୁତରେ ବାନ୍ଧି ରଖିଥିଲେ... ଯାହାକୁ କୋଉ ବାଦଲ ନିଜ ସ୍ପଶରେ ସେଇ ପରିବାର ଡୋରିକୁ ଛିଡ଼ାଇ ପାରୁ ନ ଥିଲେ , ହେଲେ ଜଣା ନ ଥିଲା ଏମିତି ଗୋଟେ ଅଜଣା ବାଦଲ ଆସିବ.. ସିଏ ଏମିତି ଭାବେ ତା' ସେନେହର ଫୁଲ ବର୍ଷା କରିବ.. ଯୋଉଥିରେ ଜହ୍ନର ପୋଷାକ ଓଦା ହେବନି ବରଂ ତା'ର ହୃଦୟ ତିନ୍ତି ହୋଇଯିବ|ତେଣୁ କଥାରେ ଅଛି, ପୋଷାକ ଶୁଖି ଯାଇପାରେ କିନ୍ତୁ ସ୍ୱଚ୍ଛ ସରଳ ଓଦା ହୃଦୟ ନୁହେଁ, କାରଣ ଜହ୍ନ ଜାଣି ପାରିନି ସତ ପ୍ରଥମେ ପ୍ରଥମେ ଯେ ତା' ହୃଦୟର ପ୍ରଥମ ପ୍ରେମ ଗୋଟେ ଅଜଣା ଅଚିହ୍ନା ହୃଦୟ ସହ ଘର ତୋଳିଛି |ଜହ୍ନର ହୃଦୟ ଯେହେତୁ ସ୍ୱଚ୍ଛ...ବର୍ତ୍ତମାନ ସେ ଯେତେ ଚେଷ୍ଟା କଲେ ବି ହୃଦୟକୁ ତା'ର ବୁଝାଇ ପାରୁନି, ଆଜି ବି ଅବୁଝା ପରି ଚାତକ ହୋଇ ରହିଛି ଚାହିଁ ସେଇ ସେନେହ ଭରା ବାଦଲକୁ |ଜହ୍ନକୁ ଜଣା ସେ ବାଦଲ ଫେରି ଆସିଲେ ବି.. ଜହ୍ନ କେବେ ସେଇ ବାଦଲର ସେନେହର ଅନ୍ଧାରର ଶାନ୍ତ ଆବରଣରେ ରହି ପାରିବନି, କାରଣ ଜହ୍ନର ଜନ୍ମ ସାରା ଜୀବନ ନିଜ ଖୁସିକୁ ଭୁଲି ଆଉ ନିଜ ଦୁଃଖ ସବୁକୁ ହୃଦୟରେ ଚାପି ରଖି ନିଜ ଉପରେ କଳା ଦାଗ ଲଗାଇବ ପଛେ କିନ୍ତୁ ସର୍ବଦା ଅନ୍ୟ ମୁହଁରେ ନିଜର ଉପର ଦେଖାଣିଆ ଖୁସି ଉଜ୍ୱଳିତ ମୁହଁକୁ ଦେଖାଇ ସେମାନଙ୍କ ହୃଦୟକୁ ଆନନ୍ଦର ତୃପ୍ତି ଭରି ଦେବ |

ସତରେ କେହି ଜଣେ କହିଛନ୍ତି.. ଯିଏ ଜୀବନେ କେବଳ ହସର ମୁଖ ଦେଖାଏ ... ତା' ହୃଦୟରେ ଅନେକ କିଛି ଦୁଃଖ ଲୁକ୍କାୟିତ ହୋଇ ରହିଥାଏ , ଯାହାକୁ ନା ସିଏ କାହାକୁ କହିପାରେ ନା ସହିପାରେ |ଜାଣେ ଆଜ୍ଞା ଆପଣମାନଙ୍କ ମନରେ ଏବେ ବହୁତ ପ୍ରଶ୍ନ ଆସୁଥିବ.. ଏଇ ଜହ୍ନର କାହାଣୀ ଶୁଣି !ଆଜ୍ଞା ବିଚଳିତ ହୁଅନ୍ତୁନି ଜହ୍ନ ଏବେ ବିବାହିତ.... ଆଉ ତା' ସିନ୍ଥିର ସେ ଲାଲ ବୋଳା ସିନ୍ଦୂର ଚମକ ଆଜି ଏତେ ଜହ୍ନକୁ ଉଜ୍ଜ୍ୱଳିତ କରୁଛି ଯେ... ଯାହାର ଆଲୋକରେ ସମସ୍ତେ ଖୁସିରେ ନାଚି ଉଠୁଛନ୍ତି, ହେଲେ ଜହ୍ନ ହୋଇପାରୁନି କାରଣ ସେ ହୃଦୟର ଯୋଉ କିଂଚିତ ଦାଗ ଆଜି ବି ବହୁତ ଯନ୍ତ୍ରଣା ଦେଉଛି ..ତେଣୁ ତାକୁ ଲିଭାଇବାକୁ ଜହ୍ନ ବହୁତ ଚେଷ୍ଟା କରୁଛି.. ଯେପରି ସେ ଦାଗ ଏ ସିନ୍ଦୂରର ଉଜ୍ଜ୍ୱଳିତ ମୁହଁକୁ କଳଙ୍କିତ ନ କରୁ |କିନ୍ତୁ କଥାରେ ଅଛି ଦୈହିକ ପ୍ରେମକୁ ଭୁଲି ହେବ କିନ୍ତୁ ସେନେହ ଭରା ବୁଝୁଥିବା ହୃଦୟର ପ୍ରଥମ ପ୍ରେମକୁ ଭୁଲି ହୁଏନି |ତଥାପି ଜହ୍ନ ଏବେ ବି ଚେଷ୍ଟିତ ତା'ର ନୂଆ ସିନ୍ଦୁରର ଉଜ୍ଜ୍ୱଳିତ ସୂର୍ଯ୍ୟଙ୍କ ହୃଦୟରେ କିପରି ସତ୍ୟ ଭରା ସେନେହର ଖୁସି ଘର ତୋଳିବ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance