STORYMIRROR

Siddhartha Sankar Tripathy

Abstract Tragedy Inspirational

3  

Siddhartha Sankar Tripathy

Abstract Tragedy Inspirational

କରୋନା ଏଥର ଆମକୁ ଛାଚି ଦିଅନା

କରୋନା ଏଥର ଆମକୁ ଛାଚି ଦିଅନା

3 mins
27


ତୁଳସୀ ଚଉଁରା ପାଖରେ ସଞ୍ଜ ଦେଉଛି କନିଷ୍ଠ ଯନ୍ତ୍ରୀ ସୁଚି। ପାଖରେ ମାଆଙ୍କ ପଦାଙ୍କ ଅନୁସରଣ କରି ଝିଅ ମିକି। ମେଧାବୀ ଓ ସଂସ୍କାରୀ। ପୂଜାରେ ବ୍ୟାଘାତ କରି ପଚାରି ବସୁଛି ,ମାଆ ଲୋକଗୁଡ଼ାକ ବୃକ୍ଷଚ୍ଛେଦନ କରୁଛନ୍ତି ପ୍ରକୃତିକୁ ପରିହାସ କରି।

ସୁଚି ଆବୃତ୍ତି କରୁଥିଲା;


କରୋନାରେ ଭସ୍ମ ନୁହେଁ ସେନେହ ବନ୍ଧନ, 

କେବେ କାହିଁ ହେବ ନିଶ୍ଚେ ଶୁଭ ସମ୍ମେଳନ। 

କରୋନା ଯେସନେ ସର୍ବ ଗ୍ରାସେ, 

ଲୋଭ ତେସନ ଗୁଣ ନାଶେ। 

ଆପତ୍ତି କରିଉଠିଲା ମିକି, କହିଲା ମାମା ତମେ ତ ସବୁବେଳେ ଗାଅ;

ଆହେ ଦୟାମୟ ବିଶ୍ବ ବିହାରୀ

ଘେନ ଦୟାବହି ମୋର ଗୁହାରୀ। 

ମନୁଷ୍ଯ କଣ ପରିସ୍ଥିତିକୁ ନେଇ ଭକ୍ତି ଓ ଭଗବାନଙ୍କୁ ବି ବଦଳାଇଦିଏ। ତା ଛଡା କରୋନା ତ ମହାମାରୀ, ରାକ୍ଷସୀ। ତାର ପୂଜା ବଦଳରେ ପ୍ରତିକାର ଦରକାର। ତମ ପରି ଉଚ୍ଚଶିକ୍ଷିତା, ଦେଶ ନିର୍ମାତା ବିଶ୍ୱକର୍ମା ଯଦି ଏପରି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହେବ ତାହେଲେ ଶିଶୁପାଳଗଡର ପାକେଇ ଦେହରେ କରୋନା ମାଆ ପ୍ରବେଶ କରିବାର ଅପପ୍ରଚାରରେ ବି ସତ୍ୟତା ଥାଇପାରେ। ଛୋଟ ଝିଅକୁ କଣ କହି ବୁଝାଇବେ ଜାଣି ପାରୁନଥିଲେ ସୁଚି।


    ସୁଚି ଓ ଜ୍ୟୋତି ଉଭୟ ଚାକିରୀଆ, ଏକମାତ୍ର ଝିଅ ମିକିକୁ ନେଇ ସଂସାର। କରୋନା ପାଇଁ ସଙ୍ଗରୋଦ୍ଧ କେନ୍ଦ୍ରରେ କାର୍ଯ୍ଯରତ ଦୁହେଁ। ପ୍ରେମ ବିବାହର କରୁଣ ପରିଣତି ସ୍ଵରୂପ ସବୁ ଥାଇ କେହି ନାହିଁ ସ୍ୱାମୀ ବ୍ୟତିରେକ। ହଁ ଏତିକି ଖୁସି ମହାଭାରତର ସବୁ ଚରିତ୍ର ଗୋଟେ ପଟେ, କୃଷ୍ଣ ଗୋଟେ ପଟେ। ସେ ହିଁ ଭରସା। ସୁଖ ଦୁଃଖର ସାଥି।


    ଜ୍ୟୋତି ମୁହଁ ଧୋଉ ଧୋଉ କହୁଥିଲେ, ବୁଝିଲ ସୁଚି ଯାହା କୁହ କରୋନା ସଂସ୍କାର ଶିଖାଇଦେଲା। ଉତ୍କଣ୍ଠାରେ ଜ୍ୟୋତିର କାନ୍ଧରେ ହାତରଖି କହୁଥିଲା କେମିତି? ହସିହସି ଉତ୍ତର ଦେଲେ ଜ୍ୟୋତି, ଆରେ ଦେଖୁନା ଘରେ ପ୍ରବେଶ ବେଳେ ଜଳପୂର୍ଣ୍ଣ ଗରା ସାବୁନ ସବୁକିଛି। ଧେତ୍ କହି ଜ୍ୟୋତିର ଗାଲଟାକୁ ମୋଡିଦେଲା ସୁଚି। କହିଉଠିଲା, ଏ..... ଜ୍ୟୋତି ତମେ ଧୈର୍ଯ୍ଯ, ସହିଷ୍ଣୁତାର ଅଟଳ ମହାମେରୁ। କ୍ଷୁଦ୍ର ଲାଭର ପ୍ରଲୋଭନ ମୁଁ କୌଣସି ଦିନ ତୁମଠାରେ ଦେଖିନାହିଁ। ତୁମେ ଅନେକ କୁସ୍ଛାରଟନା, ଅପପ୍ରଚାରକୁ ଆତ୍ମସ୍ଥ କରି ବହୁ କୁସ୍ଛାରଟନାକାରୀକୁ ମହତ ଚରିତ୍ର ଭାବରେ ନିଜ ଶିଳ୍ପ ସୃଷ୍ଟିରେ ଚିତ୍ରାୟିତ କରିଛ।


     ହଠାତ ଜ୍ୟୋତି କହିଲେ ଏ... ସୁଚି ମୋତେ ଟିକେ ଜାଗ୍ରତ ରହିବାକୁ ହେବ ନହେଲେ ସମସ୍ତେ ହଇରାଣ ହେବା। ପରଦିନ ସକାଳେ ଫୋନ କଲେ ଜ୍ୟୋତି। ସେପଟୁ କିଛି ଶୁଣିବା ଆଗରୁ ସୁଚି ଆରମ୍ଭ କଲା ମୁଁ ଜାଣିଥିଲି ପରା ଆମ ମାନଙ୍କୁ ଛାଡି ତମେ ଦଣ୍ଡେ ରହିପାରିବ ନାହିଁ । ମୁଁ ଜାଣେ ଆମ ସାରସ୍ବତ ବନ୍ଧନର ଗଣ୍ଠି କେବେ ଶିଥିଳ ହେବ ନାହିଁ । 


   ସେପଟୁ ପାଟି କରି ଉଠିଲେ ଜ୍ୟୋତି ଆରେ ମୋ କଥା ଶୁଣ। ମୋ ଦେହରେ କରୋନା ଥିବା ସ୍ପଷ୍ଟ ହେଲା ପରେ ଘରେ କେହି ଖାଇବାକୁ ବି ଦେଇନାହାନ୍ତି । ବସୁଦେବ କଂସର ବନ୍ଦୀଶାଳାର ରୁଦ୍ଧ କୋଠରୀରେ ଆବଦ୍ଧ ହୋଇ ଖୋଜୁଛି ଦେବକୀର ସାନ୍ନିଧ୍ୟ ହେଲେ ବାଟ ଓଗାଳିଛି କରୋନା ରାକ୍ଷସୀ !


      ଦୌଡିଗଲା ସୁଚି, ଜ୍ୟୋତି ପାଖକୁ। ଜ୍ୟୋତି କହିଲେ ତମମାନଙ୍କର ବି ପରୀକ୍ଷା ହେବ। ସୁଚି ମନକୁ ଦୃଢ କରି ଶାଶୁ ଶ୍ୱଶୁରଙ୍କୁ ଅନୁରୋଧ କଲା ଆମମାନଙ୍କୁ ଏଇଠି ଏକାଠି ରହିବାକୁ ଦିଅନ୍ତୁ କିଛିଦିନ ସଙ୍ଗରୋଧରେ। ହସି ଉଠିଲେ ଶାଶୁ ଶ୍ୱଶୁର। ଆରେ ବାବା ଏଇଟା ଧର୍ମଶାଳା ନୁହଁ କି ଡାକ୍ତରଖାନା। ହଁ ଏତିକି କରିପାରିବୁ ଅଯୋଗ୍ୟ ପୁଅଟାକୁ କିଛିଦିନ ରହିବାର ଅନୁମତି ଦେଇପାରିବୁ, ତାଠାରୁ ଅଧିକ କିଛି ଆଶା କରିବୁନି କହି ବିଦାୟ କରିଦେଲେ ସୁଚିକୁ। ଖୁସି ଥିଲା ଏତିକି ଛୋଟଝିଅ ମିକି ବାଦ ପଡିଥିଲା କରୋନାର କରାଳ ଛାୟାରୁ। ନିୟମ ଅନୁସାରେ ନିଜ ଘରେ ବନ୍ଦିନୀ ରଖିଲା ନିଜକୁ। 


   ବିରହ ବେଦନା ! ନୁହେଁ ତ ଆଉ କଣ ? ବାଗବାନ ଚଳଚ୍ଚିତ୍ରର ଅମିତାଭ ହେମା ଚରିତ୍ର ପରି। ଫରକ ଏତିକି ସେମାନଙ୍କ ଶତ୍ରୁ ସନ୍ତାନ ଆଉ ଏଇଠି ଏଇ ପରିବାରର ଶତ୍ରୁ ଗୁରୁଜନ। ଏଇ ତ ଦୁନିଆର ନଗ୍ନ ଚିତ୍ର। ଆଜି ଭାବୁଛି ସୁଚି, ପ୍ରକୃତରେ..... ଆସିଛି ଏକା ଯିବି ମୁଁ ଏକା ଏକା ହୋଇ......!


   ସାହି ପଡିଶା କେହି ପାଖ ମାଡୁନଥିଲେ, ସତେ ଯେମିତି ଅଛୁଆଁ ରୋଗ। ଏପଟେ ଛୋଟ ଛୁଆଟିର ଅଳି ଅର୍ଦଳି। ଦୂରରୁ ବୁଝେଇବା ବ୍ୟତିତ ରାସ୍ତା ବି ନାହିଁ। 


    ଜ୍ୟୋତି ! ଆଜି ବହୁତ ମନେ ପଡୁଛ। ଜାଣିଛ ସକାଳୁ ତୁମର ପାଦ ଦୁଇଟି ଓ ମିକିର ହସ ହସ ଅଝଟିଆ ଅଧୁଆ ମୁହଁଟିକୁ ଚାହିଁଦେଲେ ମୋ ମନରେ ଅନେକ କବିତାର ଲାଇନ ଝରଣାର ସ୍ରୋତ ଭଳି ସ୍ୱତଃ ଝରି ଆସୁଥିଲା ଓ ଆଖିକୁ ଚାହିଁଦେଲେ ନିଦ। ଆଜି ବିନିଦ୍ର ନୟନରେ ଏ ରୁଦ୍ଧ କୋଠରୀରେ କଲମ ଧରି ବସିଥିଲେ ସୁଦ୍ଧା ତମ ପାଦ ଓ ମିକିର ମୁହଁ ଦେଖାଯାଉନାହିଁ। ମୋ ମନରୁ ସବୁ କବିତାର ପଂକ୍ତି ଶୁଖି ଶୂନ୍ଯ ବାଲିଚର ହୋଇଯାଉଛି। କିନ୍ତୁ, ଜାଣିଛ ଜ୍ୟୋତି ମୋତେ ମହାକାବ୍ୟ ରଚନା କରିବାକୁ ହେବ। ଏ ନିଷିଦ୍ଧ ପୃଥିବୀରୁ ବିଜୟ ଲାଭ କରି ମୋତେ ବାହାରିବାକୁ ହେବ। ଆସନ୍ତାକାଲିର ସକାଳ ନିଷିଦ୍ଧ, ସଙ୍ଗରୋଧ ପୃଥିବୀର ଶେଷ ସକାଳ। ତମେ ମୁଁ ଓ ମିକି ଫେରି ଆସିବା ସ୍ୱାଭାବିକ ପୃଥିବୀକୁ। ହେଲେ ଅନୁଭବି ହିଁ ଅନୁଭବ କରିପାରେ ସଙ୍ଗରୋଧ ନିଷିଦ୍ଧ ପୃଥିବୀର କଷ୍ଟ। ହଁ, ଜ୍ୟୋତି ଆମେ ହାତକୁ ହାତ ମିଶାଇ ଶେଷ କରିବା ଏହି ସଙ୍ଗରୋଧର ନିଷିଦ୍ଧ ପୃଥିବୀ ,ଠିକ ଯେମିତ ଘାତ ପ୍ରତିଘାତକୁ ପଦାଘାତ କରି ଆମେ ସୃଷ୍ଟି କରିଥିଲେ ପ୍ରେମର ପୃଥିବୀ ।

ସକାଳ ହୋଇ ସାରିଥିଲା, ମନ୍ଦିରରୁ ଶୁଭୁଥିଲା ୟଦା ୟଦା ହି ଧର୍ମସ୍ୟ......!


Rate this content
Log in

Similar oriya story from Abstract