STORYMIRROR

Anuradha Nath

Romance

3  

Anuradha Nath

Romance

କୋରିଆନ୍ କ୍ରସ୍

କୋରିଆନ୍ କ୍ରସ୍

2 mins
214

ଜୀବନରେ କିଛି ଏମିତିକା ଇଚ୍ଛା ଥାଏ, ଯାହା କାହା ଆଗରେ ପ୍ରକାଶ କରି ହୁଏ ନାହିଁ। ଆଉ ଅଜାଣତରେ ଆମକୁ ଲୋକେ ଭୁଲ ଭାଵି ନିଅନ୍ତି। ଆଉ ସେହି ଲୋକମାନଙ୍କ ପାଇଁ ଆମେ ଏମିତି କିଛି ପଦକ୍ଷେପ ନେଇ ଯାଉ, ଯାହା ପର ମୁହୂର୍ତ୍ତରେ ଆମ ହୃଦୟ ଆଉ ମନ ଵାରଣ କରେ।

ଛୋଟ ଵେଳକୁ କାହାଣୀ ପଢିବାକୁ ବହୁତ ଭଲପାଏ। କାହାଣୀ ରାଜକୁମାରର ଚରିତ୍ର ଚିତ୍ରଣ ଯେପରି କରା ଯାଇଥାଏ, ମୁଁ କଣ ଯେକୌଣସି ଝିଅ ସେ ରାଜକୁମାରର ଫାସରେ ପଡିଯିବ।

ଏମିତି ମୋ ଜୀବନର ଆରମ୍ଭରେ ମଧ୍ୟ ମୁଁ ସେହି ରାଜକୁମାର ମାନଙ୍କ ସ୍ୱପ୍ନକୁ ନେଇ ଵଢିଛି। କିନ୍ତୁ ଵାସ୍ତଵ ଜୀବନରେ କେବେ କୌଣସି ରାଜକୁମାର ସହ ଭେଟ ହୋଇ ନଥିଲା ।ଏଣୁ ମୁଁ ସେ କାହାଣୀ ଦୁନିଆରୁ ଵାହାରି ପାରିନଥିଲି। ସଵୁଵେଳେ ଅପେକ୍ଷା ଥିଲା ସେହି ଧଳା ରଙ୍ଗର ଘୋଡ଼ାରେ ମୋ ନିକଟକୁ ଆସୁଥିବା ରାଜକୁମାରର।

ଯେତେବେଳେ କଲେଜ ଗଲି, ମତେ ସେହି ରାଜକୁମାର ପରି କେହି ଲାଗିଲେ ନାହିଁ। ଆଉ ସେତେବେଳେ ଵୁଝି ସାରିଥିଲି ଵାସ୍ତଵ ଜୀବନ ମୋ କାହାଣୀ ଦୁନିଆ ଠାରୁ ଯଥେଷ୍ଟ ଅଲଗା।

ଆଉ କିଛି ଦିନ ପରେ ମୁଁ କୋରେଆନ୍ ଡ୍ରାମା ଦେଖିଲି ।ଆଉ ଜଣେ ହିରୋ ବହୁତ ଭଲ ଲାଗିଲେ। ଠିକ୍ ମୋ କାହାଣୀର ରାଜକୁମାର ପରି। ଆଉ ମୁଁ ଲୁଚି ଲୁଚି ସେ ଡ୍ରାମା ଦେଖେ ଆଉ ନିଜକୁ ତା ଭିତରେ ହଜାଇ ଦିଏ। ଯେତେବେଳେ ସକାଳ ହୁଏ, ମୋ ଆଖପାଖ ଅଞ୍ଚଳର ଲୋକ ମାନେ ମତେ ଭଲ ଲାଗନ୍ତି ନାହିଁ।

କିଛି ଦିନ ପରେ ମୋର ଜଵ୍ ହୋଇଗଲା ସାଉଥ୍ କୋରିଆ ରେ। ମୁଁ ବହୁତ ଖୁସି ଥିଲି। କାରଣ ମୁଁ ଭାବୁଥିଲି ସେଇଠି ମୋ ମନର ମଣିଷ ମତେ ଅପେକ୍ଷା କରିଥିବ।

କେବଳ ସେହି ହିରୋ ପାଇଁ ମୁଁ ମୋ ଦେଶ ଛାଡ଼ି ସେଠାକୁ ଗଲି। ଦୀର୍ଘ 6 ମାସ ପରେ ତାର ଦର୍ଶନ ମିଳିଲା। ଗୋଟିଏ ମଲ୍ ଭିତରେ। ସେଦିନ ସେଠିକା ଲୋକମାନଙ୍କ ଭିଡ ଜମିଥିଲା ତା ପାଇଁ। ଆଉ ସେ ଭିଡ ଭିତରେ ମୁଁ ଥିଲି ଏକ ପିମ୍ପୁଡ଼ି ପରି । ସେହିଦିନ ସେ ମୁଁ କଣ ମୋ ପରି ଲକ୍ଷ ଲକ୍ଷ ଝିଅ ଙ୍କ ତା ନଜରରେ ଆସି ନଥିଲେ।

ଆଉ ସେଇଠୁ ଫେରି ଆସିଲି ମୋ ଦେଶକୁ, ଯେତେବେଳେ ସପନ ମଣିଷଟି ଵାସ୍ତଵ ଜୀବନରେ ଅଲଗା ଲାଗିଲା। ନିଜ ପିଲାଳିଆମି ପାଇଁ ଦୁଃଖ ପ୍ରକାଶ କଲି।

କିଛି ଦିନ ପରେ ମୋର ଵିଵାହ ହୋଇଗଲା। ଵିଵାହ ପରେ ପତିଙ୍କ ଭଲପାଇବା ମତେ ସବୁକିଛି ଭୁଲାଇ ଦେଲା। କାରଣ ମୁଁ ମୋ ଜୀବନ ସାଥିକୁ ପାଇ ସାରିଥିଲି। ଯିଏ ଠିକ୍ ମୋ କାହାଣୀର ରାଜକୁମାର ପରି।

କିନ୍ତୁ ଆଜି ଵି ଯେତେବେଳେ ସେ କୋରିଆନ୍ ହିରୋକୁ ଦେଖେ ବହୁତ ହସ ଲାଗେ। ଭାବେ ସତରେ ଵିଚିତ୍ର ମୋ ଚିନ୍ତାଧାରା ଆଉ ମୋର ଅଜଣା ସହରର ଅଜଣା ସାଥୀ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance