କଞ୍ଜୁସ
କଞ୍ଜୁସ


ଯଦୁଆ ବେହେରା ନାଁ ଶୁଣିଲେ ସମସ୍ତେ ନାକ ଟେକନ୍ତି । କୁହନ୍ତି ତା ନାଁ ଟା କାହିଁକି ତୁଣ୍ଡରେ ଧରିଲୁ ଯେ ଆଜି ଦିନମାନରେ ଖାଇବା ମିଳିବ କି ନାହିଁ । ସେ ଯେପରି ଥିଲା ତା ପିଲା ଦୁଇଟା କୁ ତା ଠାରୁ ଆହୁରି କଞ୍ଜୁସ କରି ଗଢି ତୋଳିଛି । ସେମାନଙ୍କ ମୁଁହ ଚାହିଁଲେ ଖାଇବା ତ ଦୂରର କଥା ପାଣି ମୁନ୍ଦେ ବି ମିଳିବନି । ସେମାନେ ଏପରି କଞ୍ଜୁସ ପାଇଁ ତ ଏତେବଡ କୋଠା ଘର ତିଆରି ହେଲା । ଯଦୁଆ ବେହେରା ଦୁଇ ଦୁଇଟା ଝିଅ ବାହାଘର କରିଥିଲା ଯେ ଗାଁ ରେ କେହିଜଣେ ତା ଦୁଆରେ ପତର ପକେଇ ନାହାଁନ୍ତି । ଯଦୁଆ ବେହେରା ମରିଯାଇଛି ସତ ସ୍ଵର୍ଗରେ କେମିତି ଚାଲୁଥିବ କେଜାଣି ? ଆଜି ତା ର ଶ୍ରାଦ୍ଧ ଥିଲା । ବଡ ପୁଅ ଭାବିଲା ସାନ ପୁଅ ଦେଇଥିବ, ସାନପୁଅ ଭାବିଲା ବଡ଼ ଭାଇ ଦେଇଥିବ ମୁଁ କାହିଁକି ଅଯଥା ରେ ଖର୍ଚ୍ଚ କରିବି ? ମାଆ ଦୁଆର ମୁଁହରେ ବସି କାନ୍ଦୁଛି ଆଉ ଚିନ୍ତା କରୁଥାଏ ଉତ୍ତମ ବାପର ଉତ୍ତମ ଦାୟଦ ତେଣୁ ନୀତି ଆଦର୍ଶ ଛାଡିବେ କିପରି ?