Trushna Das

Romance Thriller

4  

Trushna Das

Romance Thriller

ଖରା ଛାଇ

ଖରା ଛାଇ

6 mins
638



କାରାଗାର ଭିତରେ ଆରବ। ଅନ୍ଧକାରରେ ଆଖିରୁ ଲୁହ ଝର ଝର ହୋଇ ବହି ଚାଲିଛି। ଅତୀତର ଭାବନାରେ ବୁଡ଼ି ଯାଇଛନ୍ତି। ଛୋଟବେଳୁ ବାପା ମାଆଙ୍କୁ ଛାଡି ଆଉ ଜଣଙ୍କୁ ବିବାହ କରିଛନ୍ତି। ମାଆ ବିଚାରି ପରଘରେ କାମକରି ଆରବ ଓ ସାନ ଭଉଣୀ ସୋମାକୁ ବଡ କରିଛନ୍ତି। ଜୀବନରେ ବହୁତ ଝଡ ଆସିଛି। ହେଲେ ମାଆ ସବୁବେଳେ କହୁଥିଲେ ଯେ ବିପଦରେ ଭାଙ୍ଗି ପଡିବୁ ନାହିଁ। ଧୈର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରିବୁ। କାରଣ ଜୀବନ ଦୁଃଖ ସୁଖ ର ସମାହାର। କେତେବେଳେ ଖରା ତ ପୁଣି କେତେବେଳେ ଛାଇ। ଜୀବନରେ ଦୁଃଖ ନ ଆସିଲେ ସୁଖର ମହତ୍ତ୍ୱ ବୁଝିହୁଏ ନାହିଁ କି ସୁଖ ନ ଆସିଲେ ଜୀବନ ଯେ ପିତା ଲାଗିବ। ତେଣୁ ସମସ୍ତଙ୍କ ଜୀବନରେ ଖରା ଛାଇର ମହତ୍ତ୍ୱ ଅଛି। ହେଲେ ଦୁଃଖ କି କଷ୍ଟକୁ ଡରି ଆମେ ଖରାପ ରାସ୍ତାକୁ ଆପଣାଇବା କଥା ନୁହେଁ। ଅପରାଧ ବାଟରୁ ଦୂରରେ ରହିବା ଭଲ। 


ଯାହା ଯେମିତି କରି ମାଆ କଲେଜ ଯାଏ ପଢାଇଲେ। ତାପରେ ଆରବ ନିଜେ ଟିଉସନ ପଢାଇ ନିଜର ପଢାଖର୍ଚ୍ଚ ଉଠାଇବା ସହ ଭଉଣୀ ସୋମାର ବି ପଢାଖର୍ଚ୍ଚ ଉଠାଇଲେ। ମାଆ ଲତା ପରଘରେ କାମକରି ଘର ଚଳାଇଲେ। ଆର୍ଥିକ ଅବସ୍ଥା ପାଇଁ ତାଙ୍କର ଯାହା ଅସୁବିଧା ନ ହେଲେ ତିନି ଜଣ ଖୁସିରେ ଥିଲେ। 


ଭଉଣୀ ସୋମାର ବି ଗୋଟିଏ ଭଲ ଶିକ୍ଷକ ପ୍ରଣବଙ୍କ ସହ ବିବାହ ହୋଇଛି। ଏବେ ପରିବାର କହିଲେ କେବଳ ମାଆ ଆଉ ଆରବ।


କଲେଜରେ ପଢୁ ଥିବା ସମୟରେ ଆରବଙ୍କ ଜୀବନକୁ ଆସି ଥିଲେ ତମନା। ତମନା ଦେଖିବାକୁ ଯେତିକି ସୁନ୍ଦର ଗୁଣରେ ବି ସେମିତି ଭଲ। ତମନା ଆରବଙ୍କ ଠାରୁ ତିନି ବର୍ଷ ସାନ। ତମନା ଓ ଆରବ ପରସ୍ପରକୁ ବହୁତ ଭଲ ପାଉଥିଲେ। ହେଲେ ପରେ ଆରବ ଜାଣିବାକୁ ପାଇଲେ ଯେ ତମନା ଜଣେ ବହୁତ ବଡ଼ ବ୍ୟବସାୟୀଙ୍କ ( ସଦାଶିବ ବାବୁଙ୍କ ) ଝିଅ। ତମନା ଏତେ ଧନୀ ଘରର ଝିଅ ହୋଇ ଥିବାରୁ ଆରବ ସବୁ ଖୋଲି ତମନାଙ୍କୁ କହି ବିବାହ ପାଇଁ ମନା କରି ଦେଲେ। ହେଲେ ତମନା ହଠାତ ନିଜ ବାପା ଆଉ ବାପାଙ୍କ ସାଙ୍ଗ ଇନ୍ଦ୍ରଙ୍କୁ ନେଇ ଆରବଙ୍କ ଘରେ ପହଞ୍ଚିଲେ। ସଦାଶିବଙ୍କ ଏ ବିବାହରେ ଆପତ୍ତି ନ ଥିଲା। ହେଲେ ଇନ୍ଦ୍ରଙ୍କୁ ଦେଖି ଆରବ ଆଉ ତାଙ୍କ ମାଆଙ୍କ ମୁହଁ ଶୁଖି ଯାଇଥିଲା। କାରଣ ଇନ୍ଦ୍ର ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଆରବଙ୍କ ବାପା। 


ଆରବ ସ୍ବାଭିମାନୀ ଥିଲେ। ସେ କହିଲେ ସେ ଆଗ ଚାକିରୀ କରିଲା ପରେ ଯାଇ ତମନାଙ୍କୁ ବିବାହ କରିବେ। ଏ କଥା ଶୁଣି ସଦାଶିବ ବାବୁ ଖୁସି ହୋଇଗଲେ ଏବଂ ବାହାଘର ଚାକିରୀ ପରେ କରିବେ ବୋଲି ସ୍ଥିର କରିଲେ। 


ତା'ପର ଦିନ ସକାଳୁ ଇନ୍ଦ୍ର ତାଙ୍କର ଦ୍ୱିତୀୟ ସ୍ତ୍ରୀ ର ପୁଅ ଭିକି ସହ ଆସି ଆରବଙ୍କ ଘରେ ପହଞ୍ଚିଲେ ଏବଂ କହିଲେ ଯେ ଭିକି ଓ ତମନା ଏକା ସାଙ୍ଗରେ ପଢୁ ଥିଲେ। ଭିକି ତମନାକୁ ଛୋଟବେଳୁ ଭଲପାଏ। ତାକୁ ବିବାହ ନ କଲେ ସେ ପାଗଳ ହୋଇଯିବ। ଚାରିବର୍ଷ ତଳେ ସେ ତା ମାଆକୁ ହରାଇ ସାରିଛି। ଆଉ ଏ ଦୁଃଖ ସେ ସହି ପାରିବ ନାହିଁ। 


ଆରବ ଧିର କି ଛିଡା ହୋଇ ଥାଆନ୍ତି। ଆରବଙ୍କ ମାଆ ଲତା କିନ୍ତୁ ଏଥିରେ ବିରୁଦ୍ଧ କରି କହିଲେ ଯେ ସେ ନିଜ ସହ ଯାହା ହେଇଛି ନିଜ ପୁଅ ସହ ତାହା ହେବାକୁ ଦେବେ ନାହିଁ। ତମନା ଆଉ ଆରବ ପରସ୍ପରକୁ ଭଲ ପାଆନ୍ତି ଏବଂ ତମନାର ବିବାହ ଆରବ ଙ୍କ ସହ ହେବ। ଏ କଥା ଶୁଣି ଭିକି ପାଗଳ ପରି ହେଲା। ଇନ୍ଦ୍ର ଭିକିକୁ ନେଇ ସେଠାରୁ ପଳାଇଲେ। 


ଏ ବିଷୟରେ ଆରବ ତମନାଙ୍କୁ ସବୁ କହି ଦେଲେ। ତମନା କହିଲେ ଇନ୍ଦ୍ର ଅଙ୍କଲ ଆମର ଫ୍ୟାମିଲି ଓକିଲ ଓ ଭିକି ମୋ ସହ ପଢୁଥିଲା। ସେ ମୋର ଭଲ ସାଙ୍ଗ ଆଉ କିଛି ନୁହଁ। 


ଏ ସବୁ ଘଟଣାର ବର୍ଷେ ବିତିଗଲାଣି। ଆରବ ପଢା ପଢିରେ ବ୍ୟସ୍ତ ଗଲେ। ଓଏଏସ ଅଫିସର ପାଇଁ ପରୀକ୍ଷା ଦେଲେ। ଫାଙ୍କା ହୋଇ ତମନା ଘରକୁ ଯିବାରୁ ଦେଖିଲେ ତମନା ଶୋଇଛନ୍ତି। ଆଉ ତାଙ୍କ ସହ ଭିକି ଖଟ ଉପରେ ବସିଛନ୍ତି। 


ଭିକିଙ୍କୁ ତମନା ସହ ଦେଖି ସହି ନ ପାରି ଘରକୁ ପଳାଇ ଆସିଛନ୍ତି। ରାଗି ଆସିବାର ତମନାଙ୍କ ଘରର ଚାକର ଦେଖିଛନ୍ତି। ରାଗିକି ମଦ ପିଇ ଯାଇ ଘରେ କହିଛନ୍ତି ସେ ଭିକିକୁ ମାରି ଦେବେ ନ ହେଲେ ନିଜେ ମରିଯିବେ। 


ଲତା ଆରବଙ୍କୁ ବୁଝାଇଛନ୍ତି ଜୀବନରେ ଖରା ଛାଇ ଅଛି। ହେଲେ ସୂର୍ଯ୍ୟ କଣ ଲୁଚି କି ରୁହେ। ନିଜେ ଆତ୍ମହତ୍ୟା କରିବ ଜୀବନର ସବୁଠାରୁ ବଡ ଭୂଲ ଆଉ କାହାକୁ ମାରିବା ହେଉଛି ଅପରାଧ।ସେ ତାଙ୍କୁ ତମନା ସହ କଥା ହେବା ପାଇଁ କହିଛନ୍ତି। 


ତା'ପର ଦିନ ସକାଳୁ ତମନା ଆସିଛନ୍ତି ଜନ୍ମଦିନ ପାର୍ଟି ପାଇଁ ଆରବଙ୍କୁ ଡାକିବାକୁ। ତମନା ଆରବଙ୍କ ମୁହଁ ଶୁଖିଲା ଦେଖି କଣ ହୋଇଛି ପଚାରିଲାରୁ ଆରବ ସବୁ କହିଲେ। 


ତମନା କହିଲେ ଆଗଦିନ ରାତିରେ ତମନାଙ୍କ ଦେହ ହଠାତ୍ ଖରାପ ହୋଇଗଲା। ସେଇ ସମୟରେ ଭିକି ଆସି ଥିବାରୁ ଭିକି ତାଙ୍କୁ ନେଇ ତାଙ୍କ ରୁମରେ ଶୁଆଇଲେ। ଆଉ ସେଇଟା ଆରବ ଦେଖି ଓଲଟା ଭାବିଛନ୍ତି। ଦୁହିଁଙ୍କ ମଧ୍ୟରେ ସବୁ ଭୂଲ ବୁଝାମଣା ଦୂର ହୋଇଗଲା। ଆଉ ଆରବ ଖୁସି ଖବର ଦେଲେ ଯେ ସେ ଓଏଏସ୍ ମେନ୍ ପରୀକ୍ଷାରେ ପାସ କରିଛନ୍ତି ଏବଂ ମାସେ ପରେ ଫାଇନାଲ ଭାଇବା ହେବ। 


ତମନାଙ୍କ ଜନ୍ମଦିନ ପାର୍ଟିକୁ ଆରବ ଗଲେ। ପାର୍ଟିରେ ଥିବା ସମୟରେ ତମନା ଆଉ ଭିକିର କିଛି ଫୋଟୋ ଆରବଙ୍କ ମୋବାଇଲକୁ ହ୍ୱାସ୍ ଅପ୍ କୁ ଆସିଲା। ଅବଶ୍ୟ ଫୋଟୋ ସବୁ ଏଡିଟିଂ ଥିଲା ହେଲେ ଆରବ ତାହା ଜାଣି ପାରିଲେ ନାହିଁ ଏବଂ ରାଗି ଯାଇ ଧୁମ ମଦ ପିଇଛନ୍ତି। ନିଜ ଭାରସ୍ୟାମ ହରାଇ ତମନା ଓ ଭିକିଙ୍କୁ ବହୁତ କଥା କହିଛନ୍ତି ଏବଂ ପାର୍ଟିରୁ ବାହାରି ପଳାଇଛନ୍ତି। 


ତମନା ଗାଡିରେ ଆରବଙ୍କ ପିଛା କରିବା ସମୟରେ ଗାଡିର ବ୍ରେକ ଫେଲ ହୋଇ ପୋଲରୁ ତଳକୁ ଖସି ପଡ଼ିଲା। ନଦୀରେ ଗାଡି ସହ ତମନା ପଡିଲେ। ପାଣିରେ ପଡିବା ପରେ ଗାଡିଟି ବ୍ଲାଷ୍ଟ କଲା। ପୋଲିସ ବହୁତ ଖୋଜିଲା କିନ୍ତୁ ତମନାକୁ ଖୋଜି ପାଇଲା ନାହିଁ। ତମନାଙ୍କ ଗାଡି ଦୁର୍ଘଟଣା ଦେଖି ଆରବ ଗାଡି ଓହ୍ଲାଇ ପଥର ପରି ଛିଡ଼ା ହୋଇ ଥିଲେ। 


ପୋଲିସ ଆସି ଘଟଣାସ୍ଥଳରୁ ଆରବଙ୍କୁ ଗିରଫ କଲା। ପୋଲିସକୁ ଭିକି ଓ ତାଙ୍କ ସାଙ୍ଗମାନେ କହିଲେ ଯେ ଆରବ ମଦ ନିଶାରେ ପାଗଳ ପରି ହେଉ ଥିଲେ ଏବଂ ତମନାକୁ ମାରିବା ପାଇଁ ଧମକ ବି ଦେଇ ଥିଲେ। ପାର୍ଟି ହେଉଥିବା ହୋଟେଲର ଗୋଟିଏ ଷ୍ଟାଫ କହିଲା ଆରବ ପାର୍ଟି ଆରମ୍ଭ ହେବା ଆଗରୁ ଯାଇ ତମନାଙ୍କ ଗାଡିରେ କଣ କରୁଥିଲେ। ଆଉ କାହାକୁ କହିଲେ ଆଜି ସବୁ ଶେଷ ହୋଇ ଯିବ। ତାମାନେ ତମନାଙ୍କ ବ୍ରେକ ଫେଲ ପଛରେ ଆରବଙ୍କ ହାତ ଅଛି। 


ଆରବ ଏବେ ସମସ୍ତଙ୍କ ନଜରରେ ଅପରାଧୀ। ତମନାର ଶବ ନ ପାଇ ମଧ୍ୟ ପୋଲିସ ମୃତ୍ୟୁ ଘୋଷଣା କଲା ଏବଂ ଆରବଙ୍କୁ ଗିରଫ କଲା। 


ଆରବଙ୍କ ବିଷୟରେ ଶୁଣି ଲତାଙ୍କ ଅବସ୍ଥା ଖରାପ। ସେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ବୋଲି ପ୍ରଣବ ଆସି ଆରବଙ୍କୁ ଜଣାଇଛନ୍ତି। ଆରବ ନିଜର ରାଗକୁ ନିଜର ଅପରାଧ ବୋଲି ଭାବିଛନ୍ତି ଏବଂ ତାଙ୍କ ପାଇଁ ତମନା ଏ ଦୁର୍ଘଟଣାର ଶୀକାର ହୋଇଛନ୍ତି ଏବଂ ତାଙ୍କ ମାଆଙ୍କ ଏ ପରିସ୍ଥିତି ବୋଲି ଭାବି ନିଜକୁ ଧିକ୍କାର କରିଛନ୍ତି। ଜୀବନର ଖରା ଆଉ ଛାଇ ଲୁଚକାଳି ଖେଳ ମଧ୍ୟରେ ଆଜି ଝଡ ଆସି ତାଙ୍କୁ ଭାଙ୍ଗି ଦେଇଛି। ଆରବଙ୍କ ସପେକ୍ଷରେ କୌଣସି ଓକିଲ ମିଳୁ ନାହାଁନ୍ତି ବୋଲି ପ୍ରଣବ କହି କୋର୍ଟ ଠାରୁ କିଛି ଦିନ ସମୟ ନେଇଛନ୍ତି । 


ଆଜି ( କାହାଣୀ ଆରମ୍ଭ ଦିନ) 


କାରାଗରରେ ଏମିତି ଅତୀତର ଭାବନାରେ ଆରବ ବୁଡି ଯାଇଛନ୍ତି। ଆଉ ତାଙ୍କ ଆଖି ଲାଗି ଯାଇଛି। ସକାଳୁ ପୋଲିସ ଆସି ତାଙ୍କୁ ଡାକିଛି କୋର୍ଟ ଯିବା ପାଇଁ। ଆଜି ବି କେହି ଓକିଲ ଆରବଙ୍କ ପାଇଁ ଆସି ନାହାଁନ୍ତି। ଆଉ ଆରବ ନିଜକୁ ଅପରାଧୀ ମାନି ସବୁ ମିଛ ଦୋଷକୁ ନିଜେ କରିଛନ୍ତି କହି ଅପରାଧ ଶୀକାର କରିଛନ୍ତି। ଜଜ୍ ସାହେବ ଦଣ୍ଡାଦେଶ କରୁ ଥିବା ସମୟରେ ହଠାତ୍ ଇନ୍ଦ୍ର ଆସିକି ପହଞ୍ଚିଛନ୍ତି ଏବଂ ସେ ଆରବଙ୍କ ଓକିଲ ବୋଲି କହି କେସ୍ କୁ ନିଜ ହାତକୁ ନେଇ କିଛି ଦିନର ସମୟ ମାଗିଛନ୍ତି। 


ଏଥିରେ ଆଶ୍ଚର୍ଯ୍ୟ ହୋଇ ଆରବ ଚାହିଁ ରହିଛନ୍ତି। ଜଜ ସାହେବ ପୁଣି କିଛି ଦିନ ସମୟ ଦେଇଛନ୍ତି। ଭିକି ଏ ବିଷୟରେ ଇନ୍ଦ୍ରଙ୍କୁ ପଚାରିବାରୁ ସେ କହିଲେ ବାପା ହେବାର କର୍ତ୍ତବ୍ୟ କରୁଛନ୍ତି। ହେଲେ ପ୍ରମାଣ ତ କିଛି ନାହିଁ ତଥାପି ଚେଷ୍ଟା କରୁଛନ୍ତି। 


ପୁଣି ଶୁଣାଣି ଦିନ ଆସି ପହଞ୍ଚିଲା।ଶୁଣାଣି ଦିନ ଶୁଣାଣି ଆରମ୍ଭ ହେଲା। ହେଲେ କିଛି ସମୟ ଧରି ଇନ୍ଦ୍ର ଗୋଟିଏ କଥା କହୁଛନ୍ତି ମୋତେ ଆଉ କିଛି ଘଣ୍ଟା ସମୟ ଦିଅନ୍ତୁ। ମୋ ପ୍ରମାଣ ମୁଁ ଆଉ ଟିକିଏ ପରେ ଦେବି। କିଛି ଘଣ୍ଟା ଅଟକିଲା ପରେ ଜଜ ନିଜ ଫଇସଲା ଶୁଣାଇବା ପାଇଁ ଯାଉ ଥିବା ସମୟରେ ହଠାତ୍ ଗୋଟିଏ ଆମ୍ବୁଲାନ୍ସ ଆସି ପହଞ୍ଚିଲା। ସବୁ କବାଟ ଆଡକୁ ଚାହିଁଲେ। ଦେଖିଲେ ଯେ କୋର୍ଟ ଭିତରକୁ ହୁଇଲ ଚେୟାରରେ ତମନା ବସି ଆସୁଛନ୍ତି। ତମନାକୁ ଦେଖି ସବୁ ଆଶ୍ଚର୍ଯ୍ୟ ହୋଇ ଗଲେ। 


ଇନ୍ଦ୍ର କହିଲେ ସେ ଦିନ ଦୁର୍ଘଟଣା ହେବା କିଛି ସମୟ ଆଗରୁ ସେ ଭିକିଙ୍କ ସାଙ୍ଗଠାରୁ ଜାଣିବାକୁ ପାଇଲେ ଯେ ଭିକି ତମନାଙ୍କ ଗାଡି ବ୍ରେକ ଫେଲ କରି ତମନାଙ୍କୁ ମାରିବେ ଏବଂ ତମନାଙ୍କ ବାପାଙ୍କ ପୁଅ ନ ଥିବାରୁ ସବୁ ସମ୍ପତ୍ତି ସେ ଧିରେ ଧିରେ ନିଜ ହାତକୁ ନେବେ। ଏ କଥା ଶୁଣି ସେ ପାର୍ଟିରେ ପହଞ୍ଚିଲା ବେଳକୁ ତମନା ସେଠାରୁ ପଳାଇ ଥିଲେ। ଗାଡି ବ୍ରେକ ଫେଲ ଦେଖି ତମନା ପୋଲ ତଳକୁ ଯିବା ଆଗରୁ ସେ ଡିଆଁ ମାରିଦେଲେ। ପଥରରେ ମାଡ ବାଜିବାରୁ ତମନା ପୁରା ଆହାତ ହୋଇ ଗଲେ। ତମନାଙ୍କ ଅବସ୍ଥା ଗୁରୁତର ଆଉ ବିପଦପୂର୍ଣ୍ଣ ଥିବାରୁ ସେ ତମନାଙ୍କୁ ନେଇ ସହର ବାହାରକୁ ନେଇ ଚିକିତ୍ସା କଲେ। ତମନା ବଞ୍ଚିଛନ୍ତି ବୋଲି କାହାକୁ ନ ଜଣାଇ ସମୟ ନେଲେ। ଆଉ ତା ମଧ୍ୟରେ ସେ ଭିକି ଙ୍କ ବିରୁଦ୍ଧରେ ପ୍ରମାଣ ସଂଗ୍ରହ କରୁଥିଲେ। ଭିକି ନିଜ ସାଙ୍ଗ ସହ ଏ ବିଷୟରେ କଥା ହେଉଥିବା ସମୟରେ ସେ ତାର ରେକର୍ଡିଂ କରିଛନ୍ତି। ଆହୁରି ସେ କହିଲେ ଯେ ବର୍ଷ ତଳେ ସେ ଆରବ ସହ କରି ଥିବା ଅନ୍ୟାୟ ର ଆଜି ପ୍ରାୟଶ୍ଚିତ କରୁଛନ୍ତି। 


ଇନ୍ଦ୍ର ଜଜ୍ ଙ୍କୁ ସବୁ ପ୍ରମାଣ ଦେଇ ଆରବଙ୍କୁ ନିର୍ଦ୍ଦୋଷ ପ୍ରମାଣ କଲେ ଆଉ ଭିକିକୁ ଦୋଷୀ। ଭିକି ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ। ଭିକିକୁ ଜଜ୍ ଚଉଦ ବର୍ଷ ଜେଲ ଦଣ୍ଡ ଦେଲେ। ତମନାଙ୍କୁ ଫେରି ପାଇ ଆରବ ଖୁସି ହୋଇ ଗଲେ। କିଛି ଦିନ ପରେ ଓଏଏସ୍ ଫାଇନାଲ ପରୀକ୍ଷା ଦେଇ କଲେକ୍ଟର ହେଲେ ଏବଂ ତମନାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ। 


ପ୍ରକୃତରେ ଜୀବନରେ ଖରା ପରେ ଛାଇ ଅର୍ଥାତ୍ ଦୁଃଖ ପରେ ସୁଖ ଆସେ ତାହା ଆରବଙ୍କ ଜୀବନରେ ପ୍ରମାଣ ହେଲା। ଯେତେ ଖରା ଛାଇ ର ଲୁଚକାଳି ଚାଳୁ ନା କାହିଁକି ସତ୍ୟର ସୂର୍ଯ୍ୟ ଉଦୟ ହେବ ହିଁ ହେବ ତାହା ଏହି କହାଣୀରୁ ପ୍ରମାଣିତ ହେଲା।


Rate this content
Log in

Similar oriya story from Romance