STORYMIRROR

Dipti lekha Mishra

Inspirational Others

3  

Dipti lekha Mishra

Inspirational Others

ଖାସ୍ ଜିନିଷ

ଖାସ୍ ଜିନିଷ

3 mins
1.1K


ମୋର ଜଣେ ସ୍କୁଲ୍ ବେଳର ବନ୍ଧୁ ସୀମା ଲୁଗା ଦୋକାନଟି କରିଥାଏ ।ମୁଁ ସଂନ୍ଧ୍ୟା ହେଲେ ତା ପାଖରେ ବସି ଗପିବାକୁ ଭଲ ଲାଗେ ଏଣୁ ବସେ ଆଉ ଢେର ସମୟ ଯାଏଁ ଗପି ଗପି ସୁଖଦୁଃଖ ବାଣ୍ଟୁ ଉଭୟଙ୍କ ମଧ୍ୟରେ ।ଦିନେ ମୋ ସାଙ୍ଗ ସୀମା କହିଲା ଆଲୋ ଆଜି ଆମେ ଗପିବାନି ।ଆଜି ଭଲ ବେପାର କରିବା ।ମୁଁ ପଚାରିଲି କାହିଁକି ଆଜି କଣ ଖାସ୍ ଦିନ କି ?

ସୀମା କହିଲା ଜାଣିଛୁ ନା ମୁଁ ଦିନେ ଧନୀ ବ୍ୟକ୍ତିକୁ ଖୋଜିବି ବୋଲି ଭାବିଛି । ଆଜି ହେଉଛି ସେ ଖାସ୍ ଦିନର ଆରମ୍ଭ ମାନେ ଗୁରୁ ଦିବସ ।ଦେଖେ ଆଜି ପିଲାମାନେ କେମିତି କିଣାକିଣି କରିବେ ଗୁରୁଙ୍କୁ ଭେଟି ଦେବା ପାଇଁ ଆଉ ଆଶୀର୍ବାଦ ପାଇବା ପାଇଁ ।

ମୁଁ ଅବାକ୍ ହୋଇ ତା କଥା ଶୁଣୁଥିଲି ।

ହଠାତ୍ ଦଳେ ପିଲା ଆସି ଦାମୀ ଦାମୀ ସାର୍ଟ ,ଶାଢୀ ମାଗିଲେ ।

ସୀମା ପଚାରିଲା ପିଲେ ତମେ ତ ଶସ୍ତା ଜିନିଷ ନିଅ ଆଜି କାହିଁକି ଦାମୀ ମାଗୁଛ ?

ପିଲେ କହିଲେ ଆଜି ସେପ୍ଟେମ୍ବର ୫ତାରିଖ ଗୁରୁଦିବସ ନା ତେଣୁ ଆମ ଗୁରୁଙ୍କ ନିମନ୍ତେ କିଛି ଖାସ୍ ଦେବାକୁ ଭାବିଛୁ ।

ଆଛା ହେଉ ଅଢେଈଶ ନୁହଁ ପାଂଚଶହ ଟଙ୍କାର ନିଅ ବୋଲି ସୀମା କହିଲା ।

ପିଲେ କହିଲେ ଆଉ ଟିକେ ଦାମୀ ଭଲ କପଡା ଦେଖାଅ ।

ସୀମା ହଜାରଟଙ୍କାର ଦେଖାଈଲା ଏଥର ପିଲେ ଖୁସିରେ ନେଲେ ,ବିଲ୍ ବି ପୈଠ କରିଲେ ।

ସେଠୁ ପିଲେ ବହିଦୋକାନ ଯିବା ପାଈଁ କଥା ହେଲେ ।ସୀମା ଦୋକାନରେ ଭାଈକୁ ବସାଇ ମୋତେ ଟାଣି ଟାଣି ନେଲା ସେମାନଙ୍କ ପିଛା କରିବାକୁ କହିଲା ।

ପିଲେ ଦୋକାନରେ ପଂହଚି କଲମ ମାଗିଲେ ।ଦୋକାନୀ ନିତିଦିନ ଭଳି ଆଜି ବି ପାଂଚ ଟଙ୍କିଆ କଲମ ସଭିଙ୍କୁ ଦେଲା ।ପିଲେ କହିଲେ ନାହିଁ ଆଜି ଦାମୀ କଲମ ଦେଖାଅ ।ଦୋକାନୀ ଛାନିଆଟା ହୋଇ ରହିଲା ତା ପରେ ଦଶ ଟଙ୍କାରୁ ଆରମ୍ଭ କରି ପଚାଶ ଟଙ୍କା ଯାଏଁ ଦେଖାଇଲେ ।

ପିଲାମାନେ ରଙ୍ଗ ପସନ୍ଦ କରି ପଚାଶ ଟଙ୍କା ବାଲା କଲମ ପେକ୍ କର କହିଲେ ।

ମୁଁ ବି ସେଠି ଆଶ୍ଚଯ୍ୟ କି ସୀମା କଣ ଅନ୍ବେଷଣ କରୁଛି ?ଏମିତି ତ ସବୁବେଳେ ଶିଷ୍ୟ ମାନେ ଗୁରୁଙ୍କୁ ଗୁରୁଦିବସରେ ଦିଅନ୍ତି ।

ସୀମା କହିଲା ଏଥର ଚାଲ ଆଉ ଆଜିର ଘଟଣା ଗୁଡିକ ମନେ ରଖିଥା ସମୟ ଆସିଲେ ସବୁ କଥା କହିବି ।

ମୁଁ କହିଲି ତୋର କାମ କିଛି ନାହିଁକି ପିଲାଙ୍କ ସହ ଲାଗୁଛୁ ?ଚାଲ ଚାଲ ମୋର ତେଣେ କେତେ କାମ ଅଛି ମାଆ ବିରକ୍ତ ହେବଣି ସିଆଡେ ।

କିଛିଦିନାନ୍ତେ ଶିଶୁଦିବସ ପଡିଲା ।ସୀମା ମୋତେ କହିଲା ଆଜି ମୋ ଅନ୍ବେଷଣର ଶେଷ ଦିନ ।ଆଜି ମାନ୍ଦା ବେପାର ହେବ ।ହଉ ଦେଖାଯାଉ କାଳେ ଲୋକ ସଚେତନ ବି ହୋଈସାରିବେଣି ।ଯଦି ମୋ କଳ୍ପନା ଭୂଲ୍ ହୁଏ ତା ହେଲେ ଭଲ ବେପାର ହେବ ।

ଦଳେ ଶିକ୍ଷକଶିକ୍ଷୟତ୍ରୀ ବୟସ କହି ପୋଷାକ ମାଗିଲେ ।ସୀମା ଦାମୀ ଦାମୀ କପଡା ଦେଖାଈଲା ।

ସେମାନେ କହିଲେ ନାଇଁ ନାଈଁ ସବୁଠାରୁ ଶସ୍ତା କପଡାର ଦେଖାଅ ।ପୁରାପୁରି ଶସ୍ତା ।

ସୀମା ପଚାରିଲା ସବୁଦିନ ମହଙ୍ଗା ନେଉଥିଲ ଆଜି ଶସ୍ତା

କାହିଁକି ?

ଗୁରୁ ମାନେ କହିଲେ ଆଜି ପରା ନଭେମ୍ବର ଚଉଦ ତାରିଖ ପିଲାଙ୍କୁ ଶସ୍ତା ଉପହାର ନ ଦେଲେ ତାଙ୍କ ବାପା ମାଆ ଖରାପ ଭାବିବେନା ।ତେଣୁ ଶସ୍ତା ଉପହାର ପେକ୍ କରିଦିଅ ।ସେଠୁ ପୁଣି ବହିଦୋକାନକୁ ଗଲେ କଲମ କିଣିବାକୁ ।

ସୀମା ମୋତେ ପୁଣି ଟାଣି ଟାଣି ତାଙ୍କ ପଛରେ ନେଲା ।

ବହି ଦୋକାନୀ ସେମାନଙ୍କୁ ଦାମୀ ଦାମୀ କଲମ ଦେଲା ସବୁଥର ଭଳି ।କିନ୍ତୁ ଗୁରୁବର ମାନେ ତିନିଟଙ୍କାଆ କଲମ ପେକ୍ କରିବାକୁ କହିଲେ ।ଦୋକାନୀ ଅବାକ୍ ହୋଇ ଦେଖୁଥାଏ ଆଉ ପେକ୍ କରୁଥାଏ ।

ସୀମା ମୋତେ କହିଲା ଶିଶୁଦିବସ ଆଉ ଗୁରୁଦିବସର ଉପହାର କିଣାରୁ ମୁଁ ଧନୀ ଆଉ ଜ୍ଞାନୀ ବ୍ୟକ୍ତି ଖୋଜିପାରିଲି ।ତୁ କିଛି ବୁଝିପାରିଲୁ ନା ନାହିଁ ।ମୁଁ ଆଜି କିନ୍ତୁ ବୁଝିଗଲିଣି କୋଉ ଆରମ୍ଭରୁ ତମ ଦୋକାନରୁ କହିଲି ସୀମାକୁ ।ସୀମା କହିଲା ପ୍ରକୄୄୄୄତରେ ପିଲାମାନେ ହିଁ ଜ୍ଞାନୀ ଆଉ ହୄୄୄୄଦୟରୁ ଧନୀ ।ଟଙ୍କାର ଧନୀ ମାନେ ନିଷ୍ଠୁର କୃୃୃୃପଣ ମନ୍ଦଚିନ୍ତାଧାରାର ବ୍ୟକ୍ତି ।


Rate this content
Log in

Similar oriya story from Inspirational