କେତେ ପାଖ କେତେ ଦୂର
କେତେ ପାଖ କେତେ ଦୂର
ନୀଳ ଆକାଶକୁ ଅନେଇ ସ୍ମୃତି ଦୂର ଜହ୍ନଟିକୁ ପାଇବାର ଇଛା ନେଇ ଚାହିଁ ବସିଥିଲା ତାକୁ ।ଆଖିରୁ ଦୁଇ ଧାର ତତଲା ଲୁହ ଆସି ଓଠକୁ ଚୁମି ତାର ଉପସ୍ଥିତି ସୁଚେଇ ଦେଉ ଥିଲା ଯେ ସ୍ମୃତିର ମନ ଦୁଃଖ ବୋଲିହୃଦୟରେ ତାର ଅସହ୍ୟ ଯନ୍ତ୍ରଣା ହେଲେ ସେ ଯନ୍ତ୍ରଣାକୁ ତାକୁ ଏକୁଟିଆ ପିଇବାକୁ ପଡିବ ।
ସେ ଏବେ ସିଙ୍ଗଲ ମଦର ଆଉ ସେଇଟା ବହୁତ କଷ୍ଟ ବୋଲି ସିଏ ଏବେ ଜାଣିପାରୁଛି ହେଲେ ତାକୁ ଲଢ଼ିବାକୁ ହେବ। ତା ଜୀବନ ସଂଗ୍ରାମ ନିଜ ଝିଅର ମୁହଁକୁ ଚାହିଁ -:ପ୍ରେମ ବିବାହ କରିଥିଲା ସେ ଆଠ ବର୍ଷରେ ଏମିତି କଣ ହେଲା ଯେ ରାହୁଲ ତା ପ୍ରେମର ପ୍ରତିଟି ପ୍ରତିଶ୍ରୁତିକୁ ଲୋଚାକୋଚା କରି ସମ୍ପର୍କକୁ ଖିନଭିନ କରିଦେଇ ତାକୁ ତା ଜୀବନରୁ ବାହାର କରିଆଉ କାହା ହାତ ଧରି ଚାଲିଗଲା।
ତା ଭିତରେ କଣ ତାକୁ କମ ଲାଗିଲା ଆଠ ବର୍ଷ ଘର କରି ସରିଲା ପରେ ।ଭାବି ଝରକା ପାଖରେ ସେ ତା "ପ୍ରେମକୁ କେତେ ଝୁରୁଛି ମନେ ମନେ ହେଲେ ,ତା ପ୍ରେମ କଣ ତାକୁ ଝୁରୁଛି!!!ସେ ଅବା କିପରିଜାଣିବ ।ଖାଲି ଝିଅର ମୁହଁକୁ ଚାହିଁ ବଞ୍ଚିବ ସିନା କଣ କିଛି ଉପାୟ ଅଛି । ରାହୁଲ ଯେ ତାକୁ ତାର ବିବାହବର୍ଷିକୀରେ ଏମିତି ଦୁଃଖଦ ଉପହାର ଦେବେ ସେ କଳନା ସୁଦ୍ଧା କରି ନ ଥିଲା ।ଭାବିବା ତ ଦୂର କଥା କାହିଁକି ???ଭାବିବ ଯେ ପ୍ରେମ କରି ବିବାହ କରିଥିଲା ।
ପ୍ରେମ ଯେ ଭରଷାର ପ୍ରତୀକ ହେଲେ ରାହୁଲ ତାର ସାମାନ୍ୟ ଭୂଲ୍ ପାଇଁ ତାକୁ ତା ଜୀବନରୁ ଅଲଗା କରି ଥିଲା ତା ସହିତ ସମୟ ଆଉ ପରିସ୍ଥିତି ମଧ୍ୟ।
ସବୁ ପ୍ରେମ ବିବାହ ଯେ ସଫଳ ହେବ ସେଥିରେକିଛି ଗ୍ୟାରେଣ୍ଟି ନାହିଁ। ହେଲେ ଆଠ ବର୍ଷ ବିବାହ କରି ଏକାଠିରହିବା ପରେ ରାହୁଲ କିପରି ତାକୁ ଛାଡି ପାରିଲେ ?? ଖାଲି ସାମାନ୍ୟ ଝିଅ ପାଇଁ ତାଙ୍କର କଣ ମନ ଭରି ଯାଇଥିଲା ସ୍ମୃତି ଉପରୁ !!ଖାଲି ଭାବିବା ଛଡା ଆଉ କିଛି ନିଷ୍ପତ୍ତିରେ ପହଞ୍ଚି ପାରୁନ ଥିଲା ।ଏ ଇ ପୂର୍ଣ୍ଣିମା ଜହ୍ନ ଆଗରେ ରାହୁଲ କେତେ ଥର ତାକୁ ଜହ୍ନ ସହିତ ତୁଳନା କରିଛନ୍ତି । ହେଲେ ଆଜି ସେ ପୂର୍ଣ୍ଣିମାର ଜହ୍ନର ଶୀତଳ କିରଣ ବଦଳରେ ଅମା ଅନ୍ଧକାର ତା ଜୀବନରେ ଭରି ଦେଲେ ଏକୁଟିଆ କରିଦେଇ।
କେତେ ଖୁସି ଥିଲା ସେ ସେଦିନ ସେ କଣ ଭୁଲି ପାରୁଛି ଅତୀତରେ ତା ହାତ ଉପରେ ହାତରଖି ଥିଲେ ରାହୁଲ!!! ଆଉ ସେଦିନ ସେ ଦୂର ଜହ୍ନରେ ସ୍ବପ୍ନର ଘରଟି କରିବେ ବୋଲି ଦୁଇ ଆଖିକୁ ମିଶେ ଦୁଇ ଜଣଙ୍କର ହୃଦୟକୁ ପ୍ରତିଶ୍ରୁତି ଦେଇଥିଲେ ।ସବୁ ସ୍ୱପ୍ନ କଣ ସତ ହୁଏ ??ହେଲେ ସେଦିନ ଦୂର ଜହ୍ନ ସାକ୍ଷୀ ଥିଲା ତାଙ୍କ ପ୍ରେମର ହୃଦୟର ସବୁ ଭାବନା।
ଆଉ ସାକ୍ଷୀ ଥିଲା ହୃଦୟ ଯାହା ଆଖିର ଭାଷାରେ ଲେଖି ଯାଇଥିଲେ ।ଘତ ପ୍ରତିଘାତକୁ ସାମ୍ନା କରିବାକୁ ପ୍ରସ୍ତୁତ ଥିଲେ ଦୁଇ ମନ ଦୁଇ ପ୍ରାଣ ଉଡିଯାଇଥିଲେ କାହାକୁ କିଛି ନଜଣେ ଇ ଘରେ ।ପ୍ରେମରେ ସବୁ ଚାଳେ ଭାବି ନିଜ ବାପମାଆଙ୍କର ସମ୍ମାନକୁ ପାଦରେ ଦଳି କାରଣ ସ୍ମୃତିର ଘରେରାଜି ନ ଥିଲେ ରାହୁଲକୁ ଜୋଇଁ କରିକୁ । ରାହୁଲ ଗରିବ ଘର ପିଲାଟିଏ ସେମିତି କିଛି ସମ୍ବଳ ନ ଥିଲା ତଥାପି ନିଜ ପରିଶ୍ରମରେ ସେ ନିଜକୁ ଏକ କମ୍ପାନୀରେ ଏକ ଭଲ ପୋଷ୍ଟରେ ସ୍ଥାପିତ ନିଜକୁ।ସ୍ମୃତି ସହିତ ଦେଖା ହୋଇଥିଲା ଏକ ପ୍ରମୋସାନ ପାର୍ଟିରେ ସ୍ମୃତିର ବାପା ସେ କମ୍ପାନୀର ପାଟନର ,,ବହୁତ ଥର ସ୍ମୃତି ରାହୁଲ ସହିତ କମ୍ପାନୀ ପାର୍ଟିରେ ଦେଖା ହୁଏ ।
ହେଲେ ସେଦିନ ରାହୁଲ ବହୁତ ନିକଟ ଆସିଥିଲେ ଏକୁଟିଆ ପାଇ ତାକୁ ।ଜୁସ ଦେବା ବାହାନାରେ ତା"ହାତଟିକୁ ଧରି ନେଇ ଥିଲେ ।ପ୍ରଥମ ପୁରୁଷର ଛୁଆଁରେ ଦେହଟି ଶିହରି ଉଠିଥିଲା ତାର!!,ଆଗରୁ ତାକୁ ଏମିତି କିଏ ସ୍ପର୍ଶ କରି ନ ଥିଲେ।ହାତ ଥରି ଉଠିଲା ଜୁସ ଗ୍ଲାସଟା ତଳେ ପଡିଭାଙ୍ଗି ଗଲା ।
ଆଉ ସବୁ ଜୁସ ଢାଳି ଯାଇଥିଲା ରାହୁଲର ଡ୍ରେସରେ ।ସ୍ମୃତିକୁ ବହୁତ ଖରାପ ଲାଗିଥିଲା ହେଲେ ରାହୁଲ ନରାଗି washରୁମକୁ ଚାଲି ଯାଇଥିଲେ ନିଜ ଡ୍ରେସଟିକୁ ସଫା କରିବା ପାଇଁ।
ସଫା କରି ଫେରି ଆସିବା ପରେ ସ୍ମୃତି ସ୍ମିତହାସ୍ୟରେ ତାଙ୍କୁ ଡ୍ରିଙ୍କ ଅଫର କରିଥିଲା ଆଉ ସରି ବି କହିଥିଲା ।
ଆସ୍ତେ ଆସ୍ତେ ଦେଖା ପରେ ହାତରେ ହାତ ଛନ୍ଦି ବୁଲିବା ଘର ଲୋକ ଜାଣିଗଲେ ଆଉ ସେଠାରୁ ଆରମ୍ଭ ହୁଏ ପ୍ରେମର ପରୀକ୍ଷା ।
ସ୍ମୃତି ଏକ ଭଲ ଝିଅ ଥିଲା ।ଆଉ ତାର ନିଷ୍ପତ୍ତି ଥିଲା ସେ ବିବାହ କରିବ ରାହୁଲକୁ ଯାଏ ତା ଜୀଵନର ପ୍ରଥମ ପ୍ରେମ ।ହେଲେ ରାହୁଲ ଯେ କର୍ମଚାରୀ ତା ପାପା ପାଟନର ଥିବା କମ୍ପାନୀର ।ପ୍ରେମ କଣ ଉଚ୍ଚ ନୀଚ ଧନୀ ଗରିବ ମାନେ ଖାଲି ମନେ ହୃଦୟର ଭଲପାଇବାକୁ।
" ରାହୁଲ ଚାଲ ଆମେ ଆଉକୁଆଡେ ଯାଇ ଆମ ଦୁନିଆଁ ଗଢିବା ମୁଁ ତୁମ ଛଡାରହିପାରିବିନି ଆଉ ପାପା ମୋର ତୁମ ସହିତ ବିବାହ ମୋର କରିବେନି ।" ରାହୁଲ ରାଜି ହୋଇଯାଇଥିଲା ସ୍ମୃତି କଥାରେ ଦୁଇ ଦିନ ପରେ ସ୍ମୃତି ଘରେ କାହାକୁ କିଛି ନ କହି ଚାଲିଗଲା ରାହୁଲ ସହ ତା ଘରକୁ ।ପାପା ତାରରାଗିକି ପୋଲିସରେ ଏ ଫାୟାର ଦେବା ପାଇଁ ଯାଉଥିଲେ ହେଲେ ମମିର ଅନୁରୋଧରେ ସେରହିଗଲେ ।ଆଉ ଶପଥ ନେଲେ ମୋ ଖାନଦାନ ମୁହଁକୁ ଯିଏ କଳଙ୍କର କାଳିମା ବୋଲିଛି ତା ମୁହଁକୁ ଚାହିଁବିନି ଆଜି ଠାରୁ ସ୍ମୃତି ମୋ ପାଇଁ ମରିଗଲା। ରାହୁଲକୁ ମନ୍ଦିରରେ ବିବାହ କରି ପାପାଙ୍କର ଠାରୁ ଆଶ୍ରିବାଦ ନେବାକୁ ଆସିଥିବା ସ୍ମୃତି ଦୁଆର ମୁହଁରୁ ତା ପାପା ଙ୍କର ପାଟିରୁ ଏସବୁ ଶୁଣି କାନ୍ଦିକାନ୍ଦି ଚାଲିଆସିଥିଲେ ଆଉ ପଛକୁ ଫେରିଲାନି।
ଶାଶୂ ଘରକୁ ନ ଯାଇ ଭଡାର ବଖରେ ଘରେରହିଥିଲା କୋଟିପତି ଘରର ଝିଅ ସ୍ମୃତି ରାହୁଲର ମୁହଁକୁଚାହିଁ ।ତା ଭଲ ପାଇବା ବହୁତ ମୂଲ୍ୟବାନ ଥିଲା ତା ପାଇଁ ......ମଧୁରାତିରେ ଦୁହେଁ ଦୁହେଁ ଙ୍କର ମନ ପ୍ରାଣ ଏକ କରି ସୁଖରେ ଦୁଃଖରେ ଜୀବନ ବଞ୍ଚି ବା ପାଇଁ ନିଷ୍ପିତି ନେଲେ ।ବଡ଼ଘର ଝିଅ ଦିନେ କାଳେରୋଷେଇ ଘରେ ପଶି ନ ଥିବା ସ୍ମୃତିକୁ ସବୁ ହାତରେ କରିବାକୁ ପଡୁଥିଲା ରାହୁଲ ତାକୁ ସାହାଯ୍ୟ ସହଯୋଗ ବି କରୁଥଲା ।ସାଙ୍ଗ ମାନଙ୍କର ସାହାଯ୍ୟରେ ରାହୁଲକୁ ଏକ ଭଲ କମ୍ପାନୀରେ ଚାକିରୀ ମିଳିଗଲା ।ତାପରେ ସେମାନଙ୍କର ଜୀଵନର ଗାଡି ଧୀରେ ସୁସ୍ତେ ଆଗେଇଲା।
ଏହା ଭିତରେବର୍ଷ ବିତିଯାଇଥିଲେ,ସ୍ମୃତିର ଦେହ ଭଲ ନ ଥାଏ ହଠାତ ମୁଣ୍ଡ ଘୁରେ ଇ ସେ ତଳେ ପଡିଯାଉଥିବା ଦେଖି ରାହୁଲ ତାକୁ ଧରି ପକାଏ ।ଆଉକୁହେ ସ୍ମୃତି ତୁମେ ନିଜର ଠିକ ଯତ୍ନ ନେଉନ ।କାଲି ଡାକ୍ତର ଚେକ ଅପ କରି ନେବ ।ମୁଁ ଅଫିସ ଗଲା ପୂର୍ଵରୁ ତୁମକୁ ନେଇ ଚେକ ଅପ କରି ନେବି ।ତା ପରଦିନ ସ୍ମୃତି ଜାଣିଲା ସେ ମାଆ ହେବାକୁ ଯାଉଛି ନୂତନତାର ଶିହରଣ ଖେଳିଯାଇଥିଲା ତା ମନେକୁନିକୁନି ହାତକୁ ସ୍ପର୍ଶ କରିବାକୁ ମନ ଅଧିର ହେଉଥିଲା ।
ତା'ଠାରୁ ବେଶି ରାହୁଲ ଖୁଶି ଥିଲା ତାର ପ୍ରମୋସନ ହେଇ ଗଲା ଦୁଇ ଆଡୁ ।ଏକରେ ସେ ବାପା ହେବାକୁ ଯାଉଛି ଆଉ ଦ୍ୱିତୀୟରେ ତା ପୋଷ୍ଟର ହାଇୟାର ଟ୍ରେନିଂଗ ପାଇଁ ବିଦେଶକୁ ତା କମ୍ପାନୀ ତାକୁ ସେଲେକ୍ଟ କରିଛି। ଆଉ ଛଅ ମାସ ଭିତରେ ସେ ଯିବ।
କୁହାନ୍ତିନି ପୁରୁଷ ହାତରେ ଜନ ନାରୀ ହାତରେ ଧନ ।ଖୁଶି ଖବର ଦୁଇଜଣ ଦୁଇଜଣଙ୍କୁ ଦେଇ ଥିଲେ ସାଙ୍ଗ ମାନଙ୍କର ସହିତ ଏକ ପାର୍ଟିର ଆୟୋଜନ ହୁଏ ।ଆଉ ସେଠି ରାହୁଲ ଆଣ୍ଠୁ ଉପରେ ବସି ଏକ ହୀରା ମୁଦି ପିନ୍ଧେଇ ଜହ୍ନର ଜୋଛନାକୁ ସାକ୍ଷୀରଖି ଆଇ ଲଭ ୟୁ ଆଉ ଥର କୁହେସ୍ମୃତିକୁ ।ସ୍ମୃତିକୁ ଲାଗେ ସେ ସତେ ଏକ ସ୍ୱର୍ଗର ଅପ୍ସରୀ।
ଛଅ ମାସ ଭିତରେ କମ୍ପାନୀର ବିମାନରେ ସେମାନେ ଆମେରିକା ଯାଆନ୍ତି ।ଆଉ ସେଠାରେ କମ୍ପାନୀର ଘରେରୁହନ୍ତି ।ଆଉ ସେଠି ତା ଝିଅର ଜନ୍ମ ନିଏ । ରାହୁଲକୁ ସେ ବେଶି ସମୟ ଦେଇ ପାରେନି କାରଣ ଝିଅକୁ ସମୟ ଦେବାକୁ ହୁଏ ।ହେଲେ ରାହୁଲ ଯେ ତା ସ୍ବାମୀ ତାଙ୍କୁ ସ୍ତ୍ରୀର କମି ହୃଦୟକୁ ବିରକ୍ତ କରେ ।ତା"ପରେ ସାମାନ୍ୟ କଥାରେ ପାଟିତୁଣ୍ଡ ଆରମ୍ଭ ହେଇଯାଏ।
ଝିଅ ହେଲା ପର ଠାରୁ ପ୍ରାୟ ସେମାନଙ୍କର ଝଗଡା ହେଉଛି ।ସ୍ମୃତି ବୁଝିପାରେ ରାହୁଲ ତାକୁ ସବୁ ବେଳେ ନିଜ ପାଖରେ ପାଇବା ପାଇଁ ଚାହୁଁ ଛନ୍ତି ।ହେଲେ ଯାହା ହେଲେବି ଝିଅର ତ ଯତ୍ନ ନେବାକୁ ପଡିବ ।
ରାହୁଲର ପ୍ରମୋସନ ହେଇ ଯାଏ ।ଆଉ ବିଦେଶରେ ତା କମ୍ପାନୀର ମ୍ୟାନେଜିଙ୍ଗ director ହୋଇଯାଏ।କେତେବେଳ ଘରକୁ ଆସେ ଆଉ କେତେ ବେଳ ଘରକୁ ଆସେନି ।ଫୋନ କରିପଚାରିଲେକୁହେ ମିଟିଂ ଅଛି ବୋଲି ।ହେଲା ରାହୁଲ ଯେ ପଇସା ନାରୀ ଦୁଇଟି ନିଶାରେ ପଡିଥିଲା ସେ କଥା ସ୍ମୃତିକୁ ଜଣା ନ ଥିଲା ।
ଇତି ମଧ୍ୟରେ ବର୍ଷ ପରେ ବର୍ଷ ବିତି ଯାଉଥିଲା ଆଉ ରାହୁଲ ଠାରୁ ସ୍ମୃତି ଅଲଗାରହିଲା ପରି ଲାଗୁଥିଲା ।ଝିଅ ବି ବଡ଼ ହେଇ ଗଲାଣି ଆଉ ଏତେ ଆଗ ଭଳି ତା ଯତ୍ନ ନେବାକୁ ପଡୁନି ।ସେ ନିଜ ନିଜେ କରି ନେଉଛି ଏବେ ରାହୁଲ ପାଖରେରହିବା ତା ସହିତ ସମୟ ବିତେଇବା ପାଇଁ ସ୍ମୃତି ପାଖରେ କଫି ସମୟ ଅଛି ।ହେଲେ ରାହୁଲ ନିଜକୁ ନସା ଆଉ ନିଶାରେ ବୁଡ଼େଇ ଦେଇ ଥିଲା ।ନିଜ ସେକ୍ରେଟାରୀ କୁ ତାର ମୂଲ୍ୟବା ନ ସମୟ ଦେଉଛି । ରାହୁଲ ସହିତ କଥା ହେବା ପାଇଁ ସ୍ମୃତିକୁ ପ୍ରରମିଶନ ନେବାକୁ ପଡୁଛି ।ହଉ ପଛେ ସେ ରାହୁଲର ସ୍ତ୍ରୀ ଆଉ ସେ ରାହୁଲକୁ ବହୁତ ଭଲ ପାଏ ଯେତେ ଦୂର ସେ ଥିଲେ ବି ସେ ତାକୁ ନିଜ ପାଖକୁ ଆଣିବାକୁ ଚେଷ୍ଟା କରିବ।
ସ୍ମୃତି ନିଜକୁ ତାର ବିବାହ ବାର୍ଷିକର ତୟାରୀ ପୁରା ଜୋର ସୋରରେ କରୁଛି ପ୍ରଥମ ଥର ।ସେ ଆମେରିକାର ଏବେ ନାଗରିକ, ପ୍ରାୟ ଆଠ ବର୍ଷ ହେଲାଣି ଏଠାକୁ ଆସିବା ବହୁତ ସାଙ୍ଗ ବି ହେଲେଣି ତାର ସେଠି ।ସେମାନଙ୍କୁ ସବୁ ଡାକି ଥାଏ ସନ୍ଧ୍ୟା ବେଳକୁ ପାର୍ଟି କେକ କଟିଂ ଙ୍ଗ ରାହୁଲକୁ ସ୍ରପ୍ରା ଇଜ ଦେବ ବୋଲି ।ଏତେ ଦିନର ରାହୁଲ ସହ ବିରହରେ ଆଜି ତାର ମିଳନ ହେବ ଆଉ ଥରେ ସ୍ୱାମୀ ସ୍ତ୍ରୀର ସମ୍ପର୍କର ହୃଦୟ ସମ୍ପର୍କ ଆଉ ସେ ଦୂର ହେଲେବି ବହୁତ ପାଖରେ ରାହୁଲକୁ ଆଣିବ। ତା 'ସହିତ ପୁରୁଣା ଦିନ ଗୁଡିକ ମନେପକେଇ ।ହାତରେ ହାତରଖି ପୁଣି ଥରେ ସେମାନେ ବାଟ ଚାଲିବେ ।ସବୁ ସ୍ବପ୍ନ ଇନ୍ଦ୍ର ଧନୁରରଙ୍ଗ ପରି ଆଖି ଆଗେ ନାଚି ଯାଉ ଥାଏ ।ହେଲେ ରାହୁଲ ତ ଏତେ ବେଳହେବ ଆସି ନାହାନ୍ତି। ଆଜି ଆକାଶର ପୂର୍ଣ୍ଣିମା ଜହ୍ନ ଟା ତା ପ୍ରେମର ସ୍ମୃତିକୁ ଆହୁରି ମତୁଆଲା କରୁଛି ।ଗେଷ୍ଟ ମାନେ ଆସିଲେଣି ହେଲେ ରାହୁଲର ଦେଖା ନାହିଁ ।
ସ୍ମୃତି ଫୋନ ଲାଗାଏ ରାହୁଲକୁ କିନ୍ତୁ ଫୋନଟି ଵିଜି ଆସେ ।ସ୍ମୃତି ନିଜକୁ ବହୁତ ସୁନ୍ଦର ସଜେ ଇଛି ।ବାହାଘରର ଗାଢ଼ ଲାଲ ଲେହେଁଗା ଟି ତା ଗୋରା ଦେହକୁ ବେଶ ମାନୁଛି ।ମଥାରେ ରାହୁଲ ନାଁର ବିନ୍ଦି ଆଜି ନିଜକୁ ସ୍ୱର୍ଗର ଅପ୍ସରୀ ପରି ସଜେଇଛି ।ହେଲେ ରାହୁଲ କେତେବେଳେ ଆସିବେ ତାର ଜୀବନକୁ ପୂର୍ଣ୍ଣତା ଦେବେ । ଗୋଟେ ପ୍ରେମର ଦୁଷ୍ଟିରେ ତାଙ୍କର ହଜାରେ ଗୋଲାପ ଫୁଲ ଝରାଇବ ତାମଥାରେ ଅପେକ୍ଷା ଅପେକ୍ଷା ।ଅପେକ୍ଷା ଅନ୍ତ ଘଟାଇ ରାହୁଲ ପ୍ରବେଶ କଲେ ।ନିଶାରେ ଚୁର ସାଥିରେ ସେକ୍ରେଟାରୀ ଗ୍ଲେରିକୁ ନିଜ ବାହୁରେ କୁଣ୍ଢେଇ।
ନଜର ପଡିଗଲା ସ୍ମୃତିର ପ୍ରବେଶ ଦୁଆରରୁ ରାହୁଲ ମୋ ଠାରୁ ଏତେ ଦୂରକୁ ଚାଲିଗଲେଣି ।ଯୋଉ ସ୍ଥାନଟି ମୋ ପାଇଁ ସଂରକ୍ଷିତ ତାକୁ ଆଉ କାହାକୁ ଦେଇ ସାରିଲେଣି ।ସ୍ମୃତି ବଡ଼ ପାଟି କରି ହାଓ ଡ଼େ ୟାର ଉ ରାହୁଲ ।
ରାହୁଲ -: ଶର୍ଟ ଅପ ଇଓର ମାଉଥ ସ୍ମୃତି ! ମାଇଣ୍ଡ ଇଓର ଓନ ବିଜନେସ।
ସ୍ମୃତି -: ଇଏ ସ! ଆଇ ମାଇ ଣ୍ଡ ମାଇଁ ବିଜନେସ ! କଜ ଇଓ ଆର ମାଇଁ
ବିଜନେସ ନଟ ଅଦର!
ରାହୁଲ-:ଗୋ ଟୁ ହେଲ! ସ୍ମୃତି ଆମ ନଟ ଇଓର ! ଫୋର ଗେଟ ଦି ସ ଫର ଏଭର।
ସ୍ମୃତି -:why! Why କହି ସ୍ମୃତି ପିଲା ପରି କାନ୍ଦୁ ଥାଏ । ରାହୁଲ ଆଉ ଗ୍ଲରି ଦୁଇ ଜଣ ସବୁ ଲୋକଙ୍କର ଉପସ୍ଥିତିରେ ଘର ଭିତରକୁ ବଢୁଥାନ୍ତି । ତା "ପରେ ଡିଭୋସ ଫାଇଲ ହୁଏ ।
ଆଉ ଆଲୋମନି ସହ ଝିଅର କଷ୍ଟେଡ଼ ମିଳିଯାଏ ସ୍ମୃତିକୁ ।
କିଛି ଦିନ ଆମେରିକାରେରହି ସ୍ମୃତି ନିଜ ଦେଶକୁ ଫେରି ଆସେ ।ଆଉ ଏଠି ନିଜ ଝିଅ ସହିତ ଶାଶୂ ଘରେକୁ ଯାଇ କାନ୍ଦି କାନ୍ଦି ସେଠାରେ କିଛି ବିକୁହେନି କାରଣ ରାହୁଲର ଚିତ୍ର ଭଲ ଥାଏ ।ତା ବାପା ମାଆ ଙ୍କର ପାଖରେ ।ଦୂରରେ ଥିଲେ ବି ରାହୁଲ ପୁଅ କର୍ତ୍ତବ୍ୟ କରୁଥାନ୍ତି ।ଆଉ ଏବେ କିନ୍ତୁ ଆଉ ଫୋନ କି ଟଙ୍କା ଦଉ ନାହାନ୍ତି କାରଣ ସ୍ମୃତି ସେଠିରହୁଛି ।
ଝିଅ ଟିଏ ହୋଇ ବିବାହରେ ନିଜକୁ ହଜେଇ ଥିବା ସ୍ମୃତି ଏବେ ନିଜ ପରିଶ୍ରମରେ ଏକ କମ୍ପାନୀରେ ସଫ୍ଟୱେର ଇଂଜିନିୟର ଭାବେ କାମ କରୁଛି ହେଲେ ରାହୁଲକୁ ଭୁଲିବାକୁ ଚେଷ୍ଟ କଲେ ବି ଜହ୍ନର ଜୋଛନା ତାକୁ ମନେ ପକାଉଛି ।କେତେ ଦୂର ସୁଦୂର ଆମେରିକାରେ ଥିଲେ ବି ତାକୁ ପାଖରେ ଅନୁଭବ କି ଜୀବନର ପୁରୁଣା ପୂର୍ଣ୍ଣତାକୁ ମନେ ପକେଇ ଆଖିରୁ ଦୁଇ ଟୋପା ଲୁହ ଗଡାଉଛି ସିଙ୍ଗିଲ ମଦର ହୋଇ।

