Jyotirmayee Panda

Drama Romance Tragedy

3  

Jyotirmayee Panda

Drama Romance Tragedy

କେମିତି ଏ ବନ୍ଧନ (ଭାଗ -୭)

କେମିତି ଏ ବନ୍ଧନ (ଭାଗ -୭)

2 mins
178


ସେହି ଗିଫ୍ଟ ଯାହାକି କିଛି ସମୟ ପୂର୍ବରୁ ଗଗନ ଗୀତାଙ୍କୁ ଦେବାକୁ ଆଗ୍ରହୀ ହୋଇ ଅଫିସ୍ ରୁ ସିଧା ରୋଷେଇ ଘରକୁ ଚାଲି ଆସିଥିଲେ । ଗୀତାଙ୍କ ମନ ସେତେବେଳେ କହୁଥିଲା କଣ ଅଛି ସେଥିରେ ପ୍ରଥମେ ଦେଖିବା ପାଇଁ , ଆଉ ନିଜର ମନକୁ ସମ୍ଭାଳି ନପାରି କାମ ଛାଡି ପ୍ରଥମେ ଖୋଲିଥିଲେ ସେଇ ଗିଫ୍ଟ କୁ । ଆଉ ଯାହା ଦେଖିଥିଲେ ସେଥିରେ ସେ ଖୁବ୍ ଖୁସି ହେଇ ପଡ଼ିଥିଲେ । ତାଙ୍କୁ ସେଇ ଦୁଇଟି ବହି କେଜାଣି ଯେ କେତେ ଦିନ ପୂର୍ବରୁ ଦରକାର୍ ଥିଲା , ସେ ଯେବେ ବି ବହି ଦୋକାନରେ ବୁଝୁଥିଲେ , ସେଇ ବହି ଦୁଇଟିର ଏମିତି ଚାହିଦା ଥିଲା ଯେ ଗୀତା ବୁଝିବା ବେଳକୁ ତାହା ସରି ହିଁ ଯାଉଥିଲା । ସେ ମନ ଦୁଃଖରେ ବହି ନ ପାଇବାକୁ ନେଇକି ଫେରି ଆସୁଥିଲେ । କିନ୍ତୁ ଆଜି ହଠାତ୍ ସେଇ ବହି ଦୁଇଟି ତାଙ୍କ ହାତ ପାହାନ୍ତରେ ଯାହାକୁ ଦେଖି ସେ ଖୁବ୍ ଖୁସିଥିଲେ ।

ତାଙ୍କୁ ଏକଥା ଅଛପା ରହିଲାନି ଯେ ଗଗନ ପ୍ରକୃତରେ ତାଙ୍କ ଆଶା , ତାଙ୍କ ଲକ୍ଷ୍ୟକୁ ପୂରଣ କରିବା ପାଇଁ ସବୁବେଳେ କିଛି ନା କିଛି କରି ସାହାଯ୍ୟର ହାତ ବଢାଉଛନ୍ତି । ଗୀତା ଗଗନଙ୍କ ଭିତରେ ଜଣେ ଭଲ ବନ୍ଧୁଙ୍କୁ ଦେଖି ପାରୁଥିଲେ । ପୁଣି ହଠାତ୍ ତାଙ୍କ ଭାବନାକୁ ଏଇଟା ଆସିଗଲା ଯେ ବୋଧେ ସେ ଆବଶ୍ୟକତାଠୁ କିଛି ଅଧିକା ଭାବି ନେଉଛନ୍ତି । ଏମିତିରେ ସେ ତ ଏ ଘରର ସବୁ କଥା ବୁଝୁଛନ୍ତି । ଯଦି ସେ ଘର ପାଇଁ ସବୁକିଛି କରୁଛନ୍ତି , ତେବେ ହୁଏତ ସେଇ ଦୃଷ୍ଟିରୁ ଗଗନ ମଧ୍ୟ ତାଙ୍କ ଇଚ୍ଛାକୁ ସ୍ଵୀକୃତି ଦେଉଥିବେ । ଯାହାକି ତାଙ୍କ କର୍ତ୍ତବ୍ୟ , ଏଥିରେ ଅନ୍ୟ କିଛି ସମ୍ପର୍କର ଛାପ ଦୃଶ୍ୟମାନ ହେଉ ନାହିଁ । ତେଣୁ ମୁଁ ଅଯୋଥା ଚିନ୍ତା ନ କରି , ନିଜର କାମକୁ ପ୍ରାଧାନ୍ୟ ଦେବା ଉଚିତ୍ । ହଁ ମୁଁ ମୋର ବ୍ୟବହାରକୁ ନେଇକି ତାଙ୍କୁ କ୍ଷମା ମାଗି ପରେ । କିନ୍ତୁ ତାକୁ ଛାଡିକି ଅନ୍ୟ କୌଣସି କଥାକୁ ନିଜର କଳ୍ପନା ବନେଇ ମୋର ଲକ୍ଷ୍ୟରୁ ମତେ ଭ୍ରଷ୍ଟ ହେବାର ନାହିଁ । ଏକଥା ଯେମିତି ମୁଁ ଭୁଲି ନଯାଏ ।

ସବୁକିଛିକୁ ଆଖିରେ ରଖି ଗୀତା ନିଜର କାମ ସଂପୂର୍ଣ୍ଣ କରି ନିଜ କକ୍ଷକୁ ଯାଇ ପ୍ରଥମେ ଗଗନଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ନିଜର ବ୍ୟବହାରକୁ ନେଇକି , ଗଗନ ତାଙ୍କୁ କ୍ଷମା ମାଗିବାକୁ ମନା କରିଥିଲେ ଆଉ କହିଥିଲେ ଠିକ୍ ଅଛି ମୁଁ ବୁଝି ପାରିଲି ତୁମେ କାମରେ ବ୍ୟସ୍ତ ଅଛ , ତେଣୁ ତୁମେ ଏମିତି ବ୍ୟବହାର ଦେଖେଇବାଟା ସ୍ଵାଭାବିକ କଥା , ଛାଡ ସେସବୁ କୁହ ଗିଫ୍ଟ କେମିତି ଲାଗିଲା ?? ପସନ୍ଦ ଆସିଲା ତୁମର । ଏବେ ଆଉ କୌଣସି ହଇରାଣ କରିବା ପରି ଗିଫ୍ଟ ଦେଇନି ମ୍ୟାଡ଼ାମ୍ । ଆଶା କରୁଛି ଭଲ ଲାଗିଥିବ ।


ଉତ୍ତରରେ ଗୀତା କହିଛନ୍ତି , କେମିତି ଜାଣିଲେ ମୁଁ ଏ ବହିକୁ ଖୋଜୁଥିଲି ବୋଲି , ଆଉ ଏଇଟା ମୋ ପାଇଁ ଗୋଟେ ନିହାତି ବହୁତ୍ ଭଲ ସହିତ ନମ୍ୱର୍ -1 ଗିଫ୍ଟ ରହିବ ବୋଲି । ହେ ହେ ହେ ହସି ଗଗନ କହିଲେ ଏତେଦିନ ସ୍ତ୍ରୀ କୁ ସମ୍ଭାଳି ସମ୍ଭାଳି ଆସୁଚି ଆହୁରି କଣ ବୁଝିବା ବାକି ଅଛି । ଉଭୟ ହସିଲେ ହେଁ ହା ହା ।।।। ପରେ ରାତ୍ରି ଭୋଜନ ପାଇଁ ସବୁ ତଳକୁ ଯାଇଥିଲେ , ଖାଇବା ପରେ ସମସ୍ତେ ନିଜ ନିଜ କକ୍ଷରେ ବିଶ୍ରାମ ନେଇଥିଲେ । ଗୀତା ଭାବୁଥିଲେ ମୁଁ ବାରମ୍ବାର ଯେତେ ଚେଷ୍ଟା କଲେ ବି ତାଙ୍କୁ ଅଣଦେଖା କରି ପାରୁନି , ଯଦି ଏମିତି ହୁଏ ତେବେ ହୁଏତ ମୁଁ ମୋର ଲକ୍ଷ୍ୟକୁ କେବେ ବି ପୂରଣ କରି ପାରିବି ନାହିଁ । ମତେ ନିହାତି ତାଙ୍କଠୁ ଦୂରେଇ ରହିବା ପାଇଁ କିଛି ଗୋଟେ କରିବାକୁ ପଡ଼ିବ।

କାହାଣୀରେ ଆଗକୁ କଣ ଘଟୁଛି ଜାଣିବାକୁ ଇଚ୍ଛା ଥିଲେ । ପରବର୍ତ୍ତୀ ଭାଗର ଅପେକ୍ଷାରେ ରୁହନ୍ତୁ ।



Rate this content
Log in

Similar oriya story from Drama