Satyabati Swain

Romance

4.5  

Satyabati Swain

Romance

କେକ୍

କେକ୍

6 mins
216



ସକାଳ ଟାରୁ ଗାରୁ ଗାରୁ ହେଉଛି ତୃପ୍ତି। ବିଶ୍ୱ ର ଚିନ୍ତା କରୋନା ମୁକ୍ତ ସୁସ୍ଥ ଓ ସୁରକ୍ଷିତ ପୃଥିବୀ।କିନ୍ତୁ ମୋ ପତ୍ନୀର ଚିନ୍ତା…


ଆଉ ମୁଁ ତ ପୁରୁଷ, ପ୍ରେମିକ ପୁଣି ପତି।ଥ୍ରୀ ଇନ୍ 

ୱାନ୍। ମୋ ଅବସ୍ଥା ସାଙ୍ଘାତିକ।


ବିସ୍ମୟ ତଥା ବିଚିତ୍ର ଏଇ ପୁରୁଷ ପ୍ରବୃତ୍ତି ଓ ପ୍ରକୃତି।


ନାରୀ ସଙ୍ଗଲାଭ ,ପୁରୁଷତ୍ୱ ଦାୟରେ , କର୍ତ୍ତବ୍ୟ ଦ୍ୱାହିରେ ,ବଂଶ ବୃଦ୍ଧି ତଥା ପ୍ରତିଟି ସମ୍ପର୍କ କୁ ଠିକ୍ ନ୍ୟାୟ ଦେବା ପାଇ ଗୋଟେ ପୁରୁଷ ଅହରହ କେତେ ଯନ୍ତ୍ରଣା, କେତେ ଲୁହ କି ପ୍ରକାର ଆଡ଼ଜଷ୍ଟୄ କରୁଥାଏ କୁହନ୍ତୁ ତ ! ତିଳେ ତିଳେ ମରେ। ମା ନାମକ ଜଣେ ନାରୀ କୋଳରୁ ପତ୍ନୀ ନାମକ ନାରୀ କୋଳ ଆପଣାଇବା, ବାପାଙ୍କର ବିଶ୍ବାସ ଭରସା ଛାତରୁ ନିଜ ପୁଅ ପାଖେ ବିଶ୍ୱାସ ଓ ଭରସା ହେବା ଭିତରେ କେତେ ରୁନଦ୍ଧି ହୁଏ ମାନସିକ ସ୍ତର ରେ ଜଣେ ପୁଅ,ପତି ଓ ପିତାଟିଏ !!


ଆଉ ମୋ ପ୍ରେମିକା ପୁଣି ପତ୍ନୀ ନାଁ ଟା ତୃପ୍ତି।


କେଜାଣି କିଏ ବାଛି ବାଛି ଏଇ ଚଣ୍ଡିଟା ନାଁ ତୃପ୍ତି ଦେଇଥିଲା। ସବୁ ଯାକ ଅତୃପ୍ତି ତାଠେଇଁ ଖୁନ୍ଦା।ଦୁନିଆଁର ସବୁ ଚିଜ ତା ପାଦ ତଳେ ଅଜାଡି ଦେଲେ ବି ତୃପ୍ତ ହେବନି ଜମା। ହେଇଟି କାନ ଦେଖେଇଲ ଏ ଖାଲି ମୋ ମିସେସ୍ ଅତୃପ୍ତି ହେବା କଥା ନା ଆପଣଙ୍କ ତୃପ୍ତି ମାନେ ବି ଏମିତି !!ବୁଝିଲେ ଆଜ୍ଞା ବହୁ ପାପ କରିଥିଲେ ପୁଅ ଜନ୍ମ ହୁଅନ୍ତି ହୋ।ପୁଅ,ଭାଇ,ବାପା,ମାମୁଁ, ଦାଦା,ବଡବାପା ,ଜେଜେ ହେବା ଚଳିବ କିନ୍ତୁ ପ୍ରେମିକ ପୁଣି ପତି ହେବା ଭାରି କଷ୍ଟ ରେ ବାବା।ମରୁଭୂମିରେ ତଣ୍ଟି ଶୁଖି ଯାଉଥିବ, ପାଣି ମିଳୁ ନଥିବ,ଜୀବନ ଛାଡିବ ଛାଡିବ ହୋଇ ଡହଳ ବିକଳ କରୁଥିବା ଅବସ୍ଥା ଜାଣ।


ଓଡ଼ିଆ ଭଲରେ କହି ଆସେନି,ଏତେ ବଡ଼ ଘର ଝିଅ,ଗୁଡ଼େ ପଢ଼ିଛି, ଗାଁ କଣ ଜାଣିନି ଆଦି ଅଭିଯୋଗ ଆମ ଘର ପଟୁ ଆସିଥିଲା ତୃପ୍ତିକୁ ବାହା ହେବା ନେଇ।ସହରୀ ଚଣ୍ଡୀ ପରି ଲାଗୁଥିବା ଝିଅଟି ବୋହୁ ହୋଇ ପାରିବ ତ ନିପଟ ଗାଁ ରେ ? ମାନିବ ତ କାହାକୁ ପ୍ରଶ୍ନ ସଭିଙ୍କ ମନରେ ଆଶଙ୍କା ସୃଷ୍ଟି କରିଥିଲା। ତିନି ବାପାରେ ମୁଁ ଗୋଟିଏ ମାତ୍ର ପୁଅ।ଏତେ ବଡ଼ ପରିବାରରେ ଚଳି ପାରିବ ତ ଝିଅଟି!


ଅବଶ୍ୟ ସେ କେଉଁ ଗାଁ ରେ ରହିବ ! ଦିନେ ଅଧେ ଭଲ ମନ୍ଦରେ ଆସିଲେ ଚଲେଇ ନେବା ବୋଲି ମା ବୁଝେଇ ଥିଲା ସଭିଙ୍କୁ।ସତରେ ମା ତା ପିଲା ଖୁସି ପାଇଁ କିଛି ବି କରି ପାରେ ମୁଁ ପ୍ରମାଣ ପାଇ ଯାଇ ଥିଲି ଯେତେବେଳେ ଷୋହଳ ଜଣିଆଁ ପରିବାରର ଚଉଦ ଜଣ ଗୋଟେ ପଟେ ମା ଅନ୍ୟ ଗୋଟେ ପଟେ ମୋ ପାଇଁ ଏକା କିଛି ଦିନ ମାନସିକ ସ୍ତରରେ ଲଢ଼ିବା ଦେଖି। 


ଯିଏ ଯେତେ ମୋତେ ବୁଝେଇଲେ କଣ ହେଲା !କୁହନ୍ତି ନାହିଁ ପ୍ରେମ ଅନ୍ଧ ସତ ହୋ।ମୋତେ ତ ଖାଲି ତୃପ୍ତି ବାସିଲା ଆଉ ସମସ୍ତେ ଗନ୍ଧେଇଲେ।

ତାକୁ ପାଖରେ ପାଇବାକୁ ଯେଉଁ ଅଥୟ ପଣ !

ଆରେ ବାବାରେ ବାବା କ'ଣ କହିବି କଣ୍ଟା ଝଟା କ'ଣ ମାନିଲି !! ତା ଦେହ ବାସ୍ନା ମୋତେ ପୁରା ପାଗଳ କରିଦେଲେ।କମ୍ ପଇସା ଉଡେଇଛି କି ତାକୁ ଟିକେ ଖୁସି କରିବାକୁ ! ଅବଶ୍ୟ ମୋ ରୋଜଗାର ତା ଦିନକ ସଉକ ଖର୍ଚ୍ଚଠୁ ବି କମ୍ ଥିଲା ସେତେବେଳେ। କି ରଙ୍କୁଣା ହେଉଥିଲି ତା ସହ ଗପିବାକୁ, ତା ମୁହଁରେ ଟିକେ ହସ ଦେଖିବାକୁ ! ସେଇଥିପାଇଁ ଦରମା ଗଣ୍ଡାକ ଇଆଡୁ ସିଆଡୁ ଖର୍ଚ୍ଚରେ ଉଡେଇ ଉପାସ ରହିବାକୁ ବି କଷ୍ଟ ଲାଗୁ ନଥିଲା।


ଆଜ୍ଞା ମାନେ ସତ କହିବେ ଗୋଟେ ନିହାତି ବଡ଼ ଘର , ବହୁତ ପଢିଥିବା ଝିଅକୁ ପ୍ରେମ କରିବା ମୋ ପରି ରଙ୍କୁଣା ପୁଅଙ୍କ ମହା ଦୋଷ ନୁହେଁ କି ; କହିଲେ ?


ଆଉ ମୁଁ ବି ଏଇଟା ଖୋଲା ଖୋଲି ସ୍ୱୀକାର କରୁଛି ପ୍ରେମିକ ପରି ନିଶାଡ଼ି ଏ ଦୁନିଆଁରେ କେହି ନାହିଁ।

ଆପଣ ମାନେ ଯେଉଁମାନେ ମୋ ପରି ପ୍ରେମ କାଙ୍ଗାଳ ପ୍ରେମିକ ପ୍ରବର ହୋଇଥିବେ ନିଶ୍ଚିତ ଏକମତ ହେବେ, ନା କ'ଣ କହୁଛନ୍ତି ?


ଟିକିଏ କେଉଁ ପଟେ ଉଣା ହେଲେ ବେଦ ଅଶୁଦ୍ଧ ହୋଇଯାଏ। ଯୁଗେ ଯୁଗେ ପୁଅ ନଲେ ପତି ନତୁବା ପିତା ଅଯୋଗ୍ୟ ବିବେଚିତ ହୁଅନ୍ତି। 


ଆହା ପୁରୁଷ ହେବାରେ କି ଯାତନା !!


ତୃପ୍ତି କୁହେ ତୁମ ନାମର ଅର୍ଥ ଜାଣିଛ ଆଶୁ !


ସବୁ ଜାଣି ବି ପୁରୁଷ ପ୍ରେମିକ ପତି ଟି ନ ଜାଣିବା ଅଭିନୟ କରେ କେଉଁ ଏକ ଅହେତୁକ କ୍ଷଣିକ ଆନନ୍ଦ ଲାଭରେ, ନୁହେଁ କି ?


ନା ତ ଜାଣିନି ! ନାଁ ତ ନାଁ ଅର୍ଥ କ'ଣ ?


ଶୋ ସିଲି ବେବି। ଆଶୁ ମିନ୍ସ କୁଇକିଲ୍ ତୋଷ ମିନ୍ସ ସାର୍ଟିଫାଏ।ୟୁ ଆର୍ କୁଇକିଲ ସାର୍ଟିଫାଏ। 


ଆଁ ହଁ ହଁ। କିନ୍ତୁ ମୋ ମା ତ କହୁଥିଲା ଆଶୁତୋଷ ଶିବଙ୍କର ଗୋଟେ ନାମ।ପ୍ରଭୁ ଆଶୁତୋଷଙ୍କୁ ପୂଜି ତିନି ଝିଅରେ ମୋତେ ପାଇଥିଲା ବୋଲି ମୋ ନାଁ ଆଶୁତୋଷ ରଖିଥିଲା। ଆଉ ଏ ତୃପ୍ତି କଣ ସନ୍ଧି ବିଚ୍ଛେଦ କରି ମୋ ନାଁ ର ଅର୍ଥ ବାହାର କରୁଛି !!ମନ କଥା ମନେ ରହିଲେ ଭଲ। କାଉ ଧଳା ହଁ ଧଳାରେ ବିବାହିତ ଜୀବନ ଶାନ୍ତ ନଲେ ବାତ୍ୟା।


ଆଚ୍ଛା ମୋ ନାଁ ଅର୍ଥ ତ କଲ।ତୁମ ନାଁ ମାନେ ଜାଣିଛ।


ଓ ୟେସ୍। ଆମ୍ ଶୋ ହାପି ଟୁ ଗେଟ୍ ଏନି ଥିଙ୍ଗସ୍।


ରିଅଲି !! କିନ୍ତୁ ମୋ ଗଣନା କହୁଛି …


ହ୍ଵାଟ୍ !!


ନାଇଁ ନାଇଁ ମୋ ଗ ଣ ନା କ ହୁ ଛି ତୁମେ ତୁମ ନାଁ ର ଯଥାର୍ଥତା ବଜେଇ ରଖିଛ।


ୟା ହୁ ! ୟୁ ଆର୍ ଠୁ ଲକି ହାଭିଂ ମି ଆଜ୍ ୟୁଅର୍ ଲାଇଫ୍ ପାର୍ଟନର୍।


ସିଓର୍ ସିଓର୍ ।


ଆଜିକାଲି ସ୍ତ୍ରୀ କି ପତ୍ନୀ କହିବା କି ଇଂଲିଶି ରେ ୱା ଇଫ୍ କହିବାରେ ଖୁ କୁଣ୍ଠା ସଭ୍ୟ ଝିଅ ଗୁଡାଙ୍କର।


ଲାଇଫ୍ ପାର୍ଟନର୍ ୱା ୱା !! ବେଶୀ ପସନ୍ଦ।


ଜାଣିଲେ ଏ ଅଂଗ୍ରେଜୀ ପଢୁଆ ଭଲ ଓଡ଼ିଆ ନ ଜାଣିବା ପ୍ରେମିକା ସ୍ତ୍ରୀ ହେଲେ ବି ଡବଲ ଫାଇଦା।ବେଳେ ବେଳେ ଓଡ଼ିଆ ଠିକ୍ ରେ ବୁଝି ପାରନ୍ତିନି, ଖୁ ଖୁସି ହୋଇ ଯାଆନ୍ତି କିଛି ଗୂଢ କି ବ୍ୟଙ୍ଗ ମତ ମନ୍ତବ୍ୟରେ।ପ୍ରେମିକା ପତ୍ନୀ ଖୁସି ହେଲେ ତ ଜାଣିଛନ୍ତି କଣ ହୁଏ ! ଆରେ ବୋକା ପରି କଣ ହେଉଛନ୍ତି ମେଣ୍ଡା ହୋଇ ନାହାନ୍ତି କି !!କିସ୍ ର ବର୍ଷା ରେ ଗାଧୋଇବେ ଅବେଳିଆ ପ୍ରେମରେ ବୁଡିବା ଥୟ। ଏ ଦୃଷ୍ଟି ରୁ ମୁଁ ନିଶ୍ଚୟ ଲକି ନମ୍ବର ୱାନ୍।


ହେଉ ମେନ୍ ପଏଣ୍ଟ୍କୁ ଆସିବା। ଆଜି କ'ଣ ଜାଣିଛନ୍ତି ? 


ତୁମେ କହିବ ଅକ୍ଷୟ ତୃତୀୟା। ହଁ ଏଇ ଅକ୍ଷୟ ତୃତୀୟା ତ ମୋ ପାଇଁ କାଳ।


କାହିଁକି !!


ଆରେ ବାବା ସ୍ପେଶାଲ ଡେ ପରା।ତୃପ୍ତି ଜନ୍ମ ଦିନ।

ଓହୋ ତୃପ୍ତିର କି ଡିମାଣ୍ଡ୍ ! ଏ ବର୍ଷ ଏ ଡିମାଣ୍ଡ୍ ଘୁର୍ଣ୍ଣି ଝଡ଼ ଦାଉରୁ ମୁଁ ରକ୍ଷା ପାଇଛି।କରୋନା ଲକ୍ ଡାଉନ୍ ପାଇଁ ଝଡ଼ ଆସିବା ନିଷେଧ।


କିନ୍ତୁ ସକାଳୁ ସକାଳୁ ଗେଜେରେ ଗେଜେରେ ହେଉଛି ମୋ ଉପରେ।ମୁଁ ଗୂଡ୍ ଫର୍ ନଥିଙ୍ଗ୍ । ମୋତେ କିଛି ଆସେନି।ସମସ୍ତଙ୍କ ପତି ଲକ୍ ଡାଉନ୍ ରେ ଚମତ୍କାର ଆଇଟମ୍ କରି ଖୁଆଉଛନ୍ତି।ଆମ ଘରେ ସବୁବେଳେ ଖେଚୁଡ଼ି।


କ'ଣ କରିବି କହିଲେ ? ହେଲାଗେହ୍ଲା ରେ ଏମିତି ବଢିଥିଲି ଯେ ହାତରେ ପାଣି ଆଣି ପିଏନି। ତୃପ୍ତିକୁ ବାହା ହେଲା ପରଠାରୁ କିଛି କରିବା ଶିଖୁଛି।ଏ ଲକ୍ ଡାଉନ୍ ମୋତେ ସୁସ୍ୱାଦୁ ଖେଚୁଡ଼ି ଶିଖାଇ ଦେଇଛି।

ମା ତ ଶୁଣି କାବା।ତେବେ ବି ତୃପ୍ତି କହୁଛି ମୋତେ କିଛି ଆସେନି। ନିଜେ ତ କିଛି କରୁନି।ଡ୍ରାଏ ଫୁଟୁସ ଖାଇ ଚଲେଇ ଦେଉଛି।ବିଚରା ମୋରି ପେଟ ପୁରୁନି ସେ ଟିକେ ଟିକେ ଖାଇବାରେ।ଏଣୁ ଖେଚୁଡ଼ି, ଡାଲି ଭାତ ପରିବା ସିଝା ଚକଟା କରି ସନ୍ତୁଷ୍ଟ ହେବାକୁ ବାଧ୍ୟ।


ଆଜି କିନ୍ତୁ ତୃପ୍ତି ଲଗେଇଛି କେକ୍ କର।କିଛି ନହେଲେ କେକ୍ କାଟି ବାର୍ଥ ଡେ ସେଲିବ୍ରେସନ କରି ଫୋଟୋ ଅପଲୋଡ କରି ଖୁସି ହେବ।ନିଜେ ଭଲା କରନ୍ତା।ସବୁବେଳେ ଅନ ଲାଇନ୍ ଅଫିସ୍ ୱାର୍କ ଆଳ। ଏକା ଯେମିତି ସେ ଚାକିରୀ କରିଛି ତାରି ଖାଲି ୱାର୍କ ଲୋଡ୍ ! ମୋ ଅଫିସ୍ କି ୱାର୍କ ଚୁଲିକୁ ଯାଉ।ଆଜି ପୁଣି ଏ କି ବିଷମ ପରିସ୍ଥିତି! ଜମା ଟୋ ରୁ କେକ୍ ମଗେଇ ଦେଲେ ହେବନି !ନାଇଁ 

କରୋନା ବାହାର ଖାଦ୍ୟ ମନା।


ହଇରେ କେକ୍ ତୁ କେମିତି ହେଉ।ମୋ ମା ତ ଚାଉଳ ,ସୁଜି, ମୈଦା,ବିରି ,ପୁର ଦେଇ କିସମ କିସମର ପିଠା କରେ ମୋ ଜନ୍ମ ଦିନରେ।ନିହାତି ବଦମାସ୍ ଟା ତୁ । କେକ୍ ତୁ ସିନା ପିଠା ସ୍ଥାନ ନେବାରୁ ଏତେ କଥା ! 


ତୃପ୍ତିର ଆଜି ଜନ୍ମ ଦିନ।ତାକୁ ଚିଡ଼େଇବା କି ତାର ମନ ଦୁଃଖ କରିବା ଉଚିତ ନୁହଁ।କିନ୍ତୁ କେକ୍ କେମିତି ହେବ ଯେ ! ବିପଦ ପଡିଲେ ଦଉଡେ ମା ପାଖକୁ।

ଫୋନ୍ ଲଗେଇଲି।


ହାଲୋ ମା !


କଣ ହେଲା ଆଶୁ ? ତୋ କଣ୍ଠରେ ଏତେ ଆକୁଳତା ।ଦେହ ମୁଣ୍ଡ ତୁମ ଦୁହିଁଙ୍କ ଭଲ ଅଛି ତ ବାପ !! ଦୁଇ ଜଣଙ୍କ ଭିତରେ ଚୁମୁଟା ଚୁମୁଟି ହୋଇଛ କି ? ନା ଖେଚୁଡ଼ି ଟା ଭଲ ହୋଇନି ?


ମୋ ମା ଦୁରେ ଥାଇ ମୋ କଣ୍ଠ ପଢି ପାରୁଛି ଅଥଚ ତୃପ୍ତି ପାଖେ ଥାଇ ମୋ ଅସହାୟ ତା ପଢି ପାରୁନି ! ଏଇ ତଫାତ ମା ଓ ପତ୍ନୀ ଭିତରେ।


ମୁଁ କଥା ଲୁଚେଇ କହିଲି ସବୁ ଠିକ୍ ଠାକ୍ ଅଛି ମା। ତୃପ୍ତି କୁ ଗୋଟେ ସରପ୍ରାଇଜ୍ ଦେବି ଭାବିଛି। ତାର ଆଜି ଜନ୍ମ ଦିନ ନା।


ଓହୋ ମୋ ଗେହ୍ଲା ବୋହୂର ଆଜି ଜନ୍ମ ଦିନ !! ପୁଣି ଆମ ଘରେ ପ୍ରଥମ !! ଏ କରୋନା ତ ସବୁ ସାରି ଦେଲା।ମୋ ପାଖେ ଥିଲେ ଘର ଭିତରେ ନିଶ୍ଚେ ପାଳିଥାନ୍ତେ।ତଥାପି ମୁଁ ଠାକୁରଙ୍କ ପାଖେ ଭୋଗ ଲଗାଇ ଦେବି। ହଁ ତୁ କଣ କରିବାକୁ ଚାହୁଁଛୁ କହ ଆଶୁ ?


ମା ମୋତେ ବତା କେକ୍ କେମିତି ହୁଏ ?


କେକ୍ ମୋତେ ତ ଆସିବନି।ତୁ ସିମାନୀକୁ ଫୋନ୍ ଲଗା, ସେ ବଢିଆ କେକ୍ କରେ।ହଁ ବୋହୂକୁ ଖୁସି ରଖିବାକୁ ନିଶ୍ଚୟ ଚେଷ୍ଟା କରିବୁ।


ହଁ ମା ; କହି ସିଙ୍ଗାପୁର ସୀମାନୀକୁ ଦିଲ୍ଲୀରୁ ଫୋନ୍ ଲଗାଇଲି।


ସିମାନୀ ହସି ହସି ଗଡି ଗଲା ବହେ।


ତୁ ହସ ନା ତ ସିମାନୀ , ମୁଁ ସିରିଅସ୍ ଅଛି।


ଆଛା ଆଛା ମୋ ଗେହ୍ଲା ଆଶୁ ପତ୍ନୀ ପୁଜକ ! ଲେଖେ ; ବଡ଼ କପ୍ ରେ କପେ ସୁଜି, ସେଇ କପ୍ ରେ କପେ ଦହି, ଅଧ କପେ ରିଫାଇନ୍ ତେଲ, କପେ ଚିନି ନେଇ ସବୁ ପକାଇ ଭଲ ଭାବେ ଫେଣ୍ଟି ଅଧ ଘଣ୍ଟା ଯାଏ ଘୋଡେଇ ଦେ।କିଛି କାଜୁ ,ପେସ୍ତା ବାଦାମ, ଚେରୀ, ଓ କିସ୍ ମିସ୍ ଅଳ୍ପ ମୈଦାରେ ଗୋଳେଇ ରଖ ଯେମିତି କେକ୍ ଉପରେ ସଜାଇଲେ କେକ୍ ଭିତରକୁ ଯାଇ ପାରିବ ନାହିଁ।ଗୋଟେ ପାତ୍ର ରେ ତେଲ ଭଲଭାବେ ମାରି ବ୍ଳଟିଂ ପେପର୍ ପକା।

ପେପର୍ ଉପରେ ବି ତେଲ ମାରେ।ଗୋଡେଇ ରଖିଥିବା ସୁଜି ମିଶ୍ରଣରେ ବେକରି ପାଉଡର ଚାମଚେ ଓ ଖାଇବା ସୋଢା ଅଳ୍ପ ପକାଇ ଭଲ ଭାବେ ଆଉ ଥରେ ଫେଣ୍ଟି ଦେଇ ପାତ୍ର ରେ ଢାଳେ। ତା ଉପରେ କାଟି ଥିବା ଡ୍ରାଏ ଫୁଟୁସ୍ କୁ ସଜାଇ ଦଶରୁ ପନ୍ଦର ମିନିଟ ଓଭାନ୍ ରେ ରଖ।


ଓଭାନ୍ ବନ୍ଦ କରି ପାତ୍ର ଟି କାଢି ଆଣି ଥଣ୍ଡା କର।ଦେଖ୍ ଏଥରକ ତୋ ତୃପ୍ତି ପାଇଁ କେକ୍ ରେଡି।


ୱାଓ ନାନୀ ନାନୀ ମୋ ସୁନା ନାନୀ ଦେଖ୍ କି କଲରଫୁଲ୍ କେକ୍।


ମୋ ଆଶୁ ଭାଇଟା ମନ କଲରଫୁଲ୍ ; କେକ୍ କଲରଫୁଲ୍ ନ ହେବ କେମିତି! ତୋ ପରି ପତ୍ନୀ ସୁହାଗିଆ ପତି ସମସ୍ତ ଝିଅଙ୍କୁ ମିଳୁରେ ଆଶୁ।


ଯା... କି କୈଲ୍ୟାଣ କଲୁ ଲୋ ନାନୀ ! ସମସ୍ତ ପୁରୁଷ ଙ୍କୁ ମୋ ପରି ମେଣ୍ଢା ହେବା ଆରଶ୍ରିର୍ବାଦ ଦେଇ ଦେଲୁଟି !!


ହେଉ ହେଉ ଆକ୍ଟିଂଗ୍ ରଖ ତୃପ୍ତି କୁ ତୃପ୍ତ କରିବୁ ଯା।


ଯଥା ଆଜ୍ଞା ନାନୀ।


ତୃପ୍ତି ମୋ ପାଖକୁ ଆସିଲା ପରେ ପ୍ରଥମ ଥର ମହା ତୃପ୍ତିର ସହ କେକ୍ ଫୋଟୋ ଉଠେଇ ତା ବାବା ,ମାମା ସାଙ୍ଗ ସାଥୀଙ୍କ ପାଖକୁ ପଠାଇ ଲେଖିଥିଲା ମାଇଁ ଡେ ସ୍ପେଶାଲ ମେଡ ବାଏ ମାଇଁ ସୁଇଟ ହାର୍ଟ, ଲବ୍, ବେବି,ଡିଅର୍ ଆଶୁ।





Rate this content
Log in

Similar oriya story from Romance