Parameswar Ojha

Inspirational

2.8  

Parameswar Ojha

Inspirational

କାରଣ

କାରଣ

1 min
158


ଆଜି ଦିନ ମାନ ବହୁତ ପରିଶ୍ରମ କରିଛନ୍ତି ସ୍ୱାମୀ । ଘର ପଛର ସେ ଅଳିଆ ଆବର୍ଜ୍ଜନା ସବୁକୁ କୋଦାଳରେ ହାଣି ସଫା କରି ନାଳକୁ ପକାଇ ଥିଲେ ଆହୁରି ବାରିଘର ଘାସ ଅନାବନା ଅରମା ଦାଆରେ କାଟି ସଫା କରିଥିଲେ ଆଉ ସବୁ କାମ ସରୁ ସରୁ ଦିନ ଅଢେଇ ତିନି ବାଜି ସାରିଥିଲା । ତେଣୁ ସ୍ୱାମୀ ରାତି ଖାଇବା ସାରି ବିଛଣାରେ ଅସ୍ତବ୍ୟସ୍ତ ହେଉଥିଲେ । 


ସ୍ତ୍ରୀ ମଧୁମିତା ଗୋଡ଼ ହାତରେ ରସୁଣ ଫୁଟା ସୋରିଷ ତେଲ ମାଲିସ୍ କରୁକରୁ ପଚାରିଲେ -"ହେଇଟି ତୁମେ ତ ରାତି ନଅଟା ବେଳକୁ ନିଘୋଡ଼ ନିଦରେ ଶୋଇ ଯାଅ । ରାତି ଆସି ଏଗାର ହେଲାଣି , ଆଜି କ'ଣ ତୁମକୁ ନିଦ ହେଉନି କି ? 


ସ୍ୱାମୀ ଅଖିଳେଶ କଡ଼ ଲେଉଟାଇ କହିଲେ -" ଅମର୍ ( ସାନପୁଅ ) ଶୋଇଲାଣି ? 


ସ୍ତ୍ରୀ କହିଲେ -" ସେ ତ ଅଧଘଣ୍ଟା ହେବ ଶୋଇଲାଣି ।


 ସ୍ୱାମୀ ଅଖିଳେଶ ପୁଣି ପଚାରିଲେ -" ବିଜୟ ( ମଝିଆ ପୁଅ ) ଘରକୁ ଫେରିଲାଣି ? " 


ସ୍ତ୍ରୀ କହିଲେ -" କୋଉଠିକି ଜରୁରୀ କାମରେ ଯାଇଥିଲା । ଏବେ ଫେରିଲା ଗାଡ଼ି ରଖୁଛି । 



ସ୍ୱାମୀ ଅଖିଳେଶଙ୍କ ପ୍ରଶ୍ନ ସରିନଥିଲା -" ମନୋଜ ( ବଡ଼ ପୁଅ ) ଆସିନି କି ଏ ପର୍ଯ୍ୟନ୍ତ .. ? 



ସ୍ତ୍ରୀ ମଧୁମିତା କିଛି କହିବା ପୂର୍ବରୁ ବଡ ପୁଅ ଦାଣ୍ଡ ଘର କବାଟ ବାଡେଇ ଡାକୁଥାଏ ..ବୋଉ.... ଏ ବୋଉ.... କବାଟ ଖୋଲିଲୁ ..।


ମଧୁମିତା ବିଛଣାରୁ ଉଠି କବାଟ ଖୋଲିବାକୁ ପଳେଇଲେ, ପାଞ୍ଚ ମିନିଟ୍ ପରେ ଫେରିଲେ, ଦେଖିଲେ ଯେଉଁ ସ୍ୱାମୀ ଦୁଇ ଘଣ୍ଟା ହେବ ନିଦ ନହେବାରୁ ବିଛଣାରେ ଏପଟ ସେପଟ ହୋଇ ଗଡୁଥିଲେ ସେ ଏବେ ପାଞ୍ଚ ମିନିଟ୍ ଭିତରେ ନିଘୋଡ଼ ନିଦରେ ଶୋଇ ଯାଇ ଘୁଙ୍ଗୁଡ଼ି ମାରୁଛନ୍ତି । 


ମଧୁମିତା ଏଥର ବୁଝି ପାରିଲେ ସ୍ୱାମୀଙ୍କର ନିଦ ନହେବାର ପ୍ରକୃତ କାରଣ କ'ଣ ଥିଲା ।



Rate this content
Log in

Similar oriya story from Inspirational