କାହାକୁ କିଛି ଦେଇଛ?
କାହାକୁ କିଛି ଦେଇଛ?
ଜଣେ ଧନୀ ବ୍ୟକ୍ତି ଟ୍ରେନ ରେ ଯାଉଥିଲେ । ସେହି ଟ୍ରେନ ରେ ଭିକ ମାଗୁଥିବା ବ୍ୟକ୍ତି ଜଣକ, ଧନୀ ବ୍ୟକ୍ତିଙ୍କ ଭେସଭୁଷାକୁ ଦେଖୁ କହିଲା, 'ବାବୁ କିଛି ମିଳିବ ?
ଧନୀ ବ୍ୟକ୍ତି ଜଣକ ସଙ୍ଗେ ସଙ୍ଗେ କହିଲେ ତୁମେ କେବେ ଜୀବନରେ କାହାକୁ କିଛି ଦେଇଛ? ଭିକାରୀ ଜଣକ କହିଲା ନା ବାବୁ ମୋ ପାଖରେ କଣ ବା ଅଛି ମୁଁ ଦେବି ! ଧନୀ ବ୍ୟକ୍ତି ଜଣକ କହିଲେ ତୁମେ ଯଦି କାହାକୁ କିଛି ଦେଇ ନାହିଁ ତେବେ ମୁଁ କାହିଁକି ତୁମକୁ ଦେବି।
ଭିକାରୀ ଏ କଥା ଶୁଣି ଦୁଃଖୀ ହୋଇଗଲା । ସନ୍ଧ୍ୟା ବେଳକୁ ସେ ଷ୍ଟେସନ ନିକଟ ନିଜ ଘରକୁ ଫେରିଗଲା, ରାତିରେ ଶୋଇବାକୁ ଚେଷ୍ଟା କଲା କିନ୍ତୁ ନିଦ ହେଲାନାହିଁ । ସକାଳୁ ଉଠି ଷ୍ଟେସନ ବାହାରକୁ ଗଲା ଦେଖୁଲା ବଗିଚାରେ ସୁନ୍ଦର ଫୁଲ ଫୁଟିଛି । କିଛି ଫୁଲ ତୋଳିଆଣିଲା ଏବଂ ଯାତ୍ରୀମାନଙ୍କୁ ଦେଲା । ଫୁଲ ବଦଳରେ ଯିଏ ଯାହା ଦିଏ ତାକୁ ଆଦରରେ ମୁଣିରେ ରଖେ । ଯାତ୍ରୀ ମାନେ ବି ବହୁତ ଖୁସି ହୁଅନ୍ତି । ଅନ୍ୟ ଦିନ ଅପେକ୍ଷା ତାର ପଇସା ମଧ୍ୟ ବଢିବାକୁ ଲାଗିଲା । ମନେ ମନେ ସେ ଧନୀ ବ୍ୟକ୍ତିଙ୍କୁ ଧନ୍ୟବାଦ ଦେଲା ।
କିଛି ଦିନ ପରେ ସେ ଭିକାରୀଟି ଧନୀ ବ୍ୟକ୍ତିଙ୍କ ସହ ପୁଣି ଭେଟ ହୋଇଗଲା । ସଙ୍ଗେ ସଙ୍ଗେ ଫୁଲଟି ବଢ଼ାଇ ଦେଲା, ବ୍ୟକ୍ତି ଜଣକ ପର୍ସରୁ 10ଟଙ୍କା ତାକୁ ଦେଲେ ଏବଂ କହିଲେ ଯେଉଁଠୁ ଏ ଫୁଲ ଆଣିଛ ତାର ଯତ୍ନ ନେଉଛ ନା ନାହିଁ? ଭିକାରୀ ଜଣକ ଉତ୍ତର ଦେଲା "ମୁଁ ତ ସେ କଥା ଆଦୌ ଭାବିନି"। ଧନୀ ବ୍ୟକ୍ତି ଜଣକ କହିଲେ କର୍ମ କରିବା ଶିଖ ।
ଭିକାରି ବିଚରା ଦ୍ବନ୍ଦରେ ପଡ଼ିଗଲା ମନେ ମନେ ଭାବିଲା ଫୁଲ ଗଛ ତ ମୁଁ ଲଗେଇ ନାହିଁ କି କେବେ ପାଣି ମଧ୍ୟ ଦେଇ ନାହିଁ । ଏହା ପରଠାରୁ ସେ ସକାଳୁ ଉଠି ବାହାରେ ବୁଲିବାକୁ ଲାଗିଲା ଯେଉଁଠି ଖାଲି ଜାଗା ଦେଖେ ସେଠି ଫୁଲ ଗଛ ଲଗାଏ, ଏମିତି ହଉ ହଉ ସାରା ଷ୍ଟେସନ ଆଖପାଖ ସୁନ୍ଦର ଦେଖା ଗଲା । ପରେ ତୋଡା ମଧ୍ୟ ବିକ୍ରି କରିବାରେ ଲାଗିଗଲା ।
ଆଉ ଦିନେ ଧନୀ ବ୍ୟକ୍ତି ଜଣକ ସେଇ ଟ୍ରେନ ଯାଉଥିଲେ ଏବଂ ତାଙ୍କ ସାମ୍ନାରେ ସୁଟବୁଟ ପିନ୍ଧି ଏକ ବ୍ୟକ୍ତି ବସିଥିଲେ । ସୁଟବୁଟ ପିନ୍ଧା ବ୍ୟକ୍ତି ଜଣକ ସେ ଧନୀ ବ୍ୟକ୍ତିଙ୍କୁ ପଚାରିଲେ ମୋତେ ଚିହିଁ ପାରିଲେ? ଧନୀ ବ୍ୟକ୍ତି କହିଲେ ନା, କିନ୍ତୁ ମୁଁ ଆପଣଙ୍କ ସହ ତିନି ଥର ସାକ୍ଷାତ କଲିଣି । ଧନୀ ବ୍ୟକ୍ତି କହିଲେ କାର୍ଯ୍ୟ ବ୍ୟସ୍ତତା ଯୋଗୁ ମନେ ନାହିଁ। କୁହନ୍ତୁ କେମିତି ଜାଣିଲେ ମୋତେ । ସେ ବ୍ୟକ୍ତି ଜଣକ ଉତ୍ତର ଦେଲେ ମୁଁ ହେଉଛି ସେଇଁ ଭିକାରି, ଯାହାକୁ ଆପଣ ଜୀବନରେ କେବେ କାହାକୁ କିଛି ଦେଇଚୁ......
ଆଛା ତେବେ ଏ ପରିବର୍ତ୍ତନ କିପରି !! ସେ ଉତ୍ତର ଦେଲା ଆପଣ ହିଁ ତା ମୂଳ କାରଣ! ମୋର ଆପଣଙ୍କ ସହ ଦୁଇ ଥର ଭେଟ ହୋଇଛି ଓ ଦୁଇ ଥର ଯାକ ଆପଣ ବହୁ ମୂଲ୍ୟ କଥା କହିଛନ୍ତି ।
ପ୍ରଥମ ହେଲା ଅନ୍ୟକୁ ଦେବା ଶିଖ ତେବେ ଭଗବାନ ତୁମକୁ ଦେବେ । ଦ୍ଵିତୀୟ ଟି ହେଲା କର୍ମ କର, ଫଳ ଭଗବାନ ଦେବେ ।

